Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Children

3  

ଓଡ଼ିଆ ଗଳ୍ପ ଓ କବିତା - ୩

Children

ବୃଷଭୋପାଖ୍ୟାନ

ବୃଷଭୋପାଖ୍ୟାନ

3 mins
7.2K


ସବ୍ୟସାଚୀ ରାଉତରାୟ

ଥରେ ନବାବ ସୈନ୍ୟସାମନ୍ତ ଓ ଦରବାର ସହ ଆସି ଛାଉଣି ପକାଇଲେ କୃଷ୍ଣନଗରରେ l ନବାବଙ୍କର ପାଗଳାମୀ ସମ୍ପର୍କରେ ସମସ୍ତେ ପୂର୍ବରୁ ଅବହିତ l ଫଳରେ ମହାରାଜା କୃଷ୍ଣଚନ୍ଦ୍ର ସମେତ ପାତ୍ର ମନ୍ତ୍ରୀ ଏପରିକି ସାଧାରଣ ପ୍ରଜା ମଧ୍ୟ ବିବ୍ରତ l ନବାବ ମୌଜମସ୍ତି କରି ବେଶ୍ ଆନନ୍ଦରେ ସମୟ କଟାଇବାରେ ଲାଗିଥା’ ନ୍ତି l ପ୍ରଜାମାନେ ନବାବଙ୍କୁ ସନ୍ତୁଷ୍ଟ କରିବାକୁ ପ୍ରତିଦିନ ଛେଳି ମେଣ୍ଢା ଆଦି ଆଣି ଉପହାର ଦେବାରେ ଲାଗିଥା ’ ନ୍ତି l ଦିନେ ନବାବ ଶିବିର ବାହାରେ ବସିଥା ’ ନ୍ତି l ଏହି ସମୟରେ ରାସ୍ତାରେ ଅଳ୍ପ ବୟସ୍କ ସୁନ୍ଦର ଷଣ୍ଢଟିଏ ଚାଲି ଯାଉଥିଲା l ହୃଷ୍ଟ ପୃଷ୍ଟ ଚିକ୍ କଣ ଚାକଣ ଚେହେରା ଦେଖି ସେଇଟିକୁ ଜବେଇ କରିବାକୁ ନବାବର ଲୋଭହେଲା l ପ୍ରହରିମାନଙ୍କୁ ଆଦେଶ ଦେଲେ ସେଇଟିକୁ ବାନ୍ଧି ରଖିବାକୁ l ସଙ୍ଗେସଙ୍ଗେ ଆଦେଶତି ପାଳିତ ହେଲା l

ଏଇ ସମ୍ବାଦଟି ପାଇ ମହାରାଜା କୃଷ୍ଣଚନ୍ଦ୍ର ଖୁବ୍ ବିଚଳିତ ହୋଇପଡ଼ିଲେ l କାରଣ ବୃଷଭଟିକୁ ତାଙ୍କ ସ୍ଵର୍ଗତ ପିତାଙ୍କର ବାର୍ଷିକ ଶ୍ରାଦ୍ଧ ଦିନ ଉସର୍ଗ କରାଯାଇଥିଲା l ଅତଏବ ରାଜ୍ୟବାସୀଙ୍କ ମନରେ ବୃଷଭଟି ପ୍ରତି ଯଥେଷ୍ଟ ଶ୍ରଦ୍ଧା ଓ ସମ୍ମାନ ଥିଲା l ପଶୁଟିକୁ ହତ୍ୟା କରାଗଲେ ପିତୃପୁରୁଷ ଅବଶ୍ୟ ନର୍କଗାମୀ ହେବେ l ଏଇସବୁ ଚିନ୍ତା କରି ବ୍ୟତିବ୍ୟସ୍ତ ହୋଇପଡ଼ିଲେ ମହାରାଜା l ବୃଷଭଟି ପାଇଁ ନବାବ ସହିତ ବିବାଦ କରାଯାଇ ନପାରେ l ସେଥିରେ ରାଜ୍ୟ ଓ ରାଜ୍ୟବାସୀଙ୍କର ବିପଦ ଅନେକ l ତେବେ କିପରି ଭାବେ ସେଇଟିକୁ ରକ୍ଷା କରାଯାଇ ପାରିବ ?

ମହାରାଜା ଅତ୍ୟଧିକ ଚିନ୍ତିତ l ସେହି ସମୟରେ ଆସି ପହଞ୍ଚିଲା ଗୋପାଳ l କହିଲା- କି ଅଘଟଣ ଘଟିଲା ? ଛାମୁ ଏତେ ଚିନ୍ତିତ କାହିଁକି ? ଏହାପରେ ମହାରାଜାଙ୍କ ଠାରୁ ସବୁକଥା ଶୁଣିଲା ପରେ କିଛି ସମୟ ଚିନ୍ତା କରି ଗୋପାଳ କହିଲା – ସାନ୍ତ ହୁଅନ୍ତୁ ଛାମୁ l ଷଣ୍ଢକୁ ମୁ ନିଶ୍ଚୟ ନବାବଠାରୁ ମୁକ୍ତ କରି ଆଣିବି l ମହାରାଜା ମନେମନେ ଚିନ୍ତାକଲେ କେବଳ ଗୋପାଳ ବ୍ୟତିତ ଅନ୍ୟ କେହି ନବାବ ଶିବିରଙ୍କୁ ଯାଇ ଏହି କାର୍ଯ୍ୟଟି କରିନପାରେ l କୃଷ୍ଣଚନ୍ଦ୍ରଙ୍କର ଅନୁମତି ନେଇ ଗୋପାଳ ନବାବଙ୍କର ଶିବିରରେ ପହଞ୍ଚି ସଲାମ ଜଣାଇଲା l ନବାବ ମିର୍ଜାଫର ପୂର୍ବରୁ ହିଁ ଗୋପାଳର ନାମ ଶୁଣିଥିଲେ l ହାସ୍ୟରସିକ ଭାବେ ଲୋକଟିର ଅନେକ ଖ୍ୟାତି ରହିଛି l ମନେମନେ ଭାବିଲେ ତାଙ୍କର ମନୋରଞ୍ଜନ ପାଇଁ ବୋଧହୁଏ ରାଜା କୃଷ୍ଣଚନ୍ଦ୍ର ଏହାକୁ ପଠାଇ ଅଛନ୍ତି l

ନବାବ ଗୋପାଳକୁ ନିକଟରେ ବସାଇ ନାନପ୍ରକାର ଖୁସିଗପ କରିବାକୁ ଲାଗିଲେ l ଗୋପାଳ ମଧ୍ୟ ନବାବଙ୍କର ମନୋଭାବ ଅନୁସାରେ ପ୍ରଚୁର ହାସ୍ୟବ୍ୟଙ୍ଗ କାହାଣୀ ମାଧ୍ୟମରେ ମିର୍ ଜା ଫରର ମନୋରଞ୍ଜନ କରିବା ସଙ୍ଗେସଙ୍ଗେ କିଛି ସୁଯୋଗ ଅପେକ୍ଷାରେ ରହିଲା l ଗୋପାଳ ରସିକତାରେ ନବାବ ବର୍ତ୍ତମାନ ସଂପୂର୍ଣ୍ଣ ମୁଗ୍ଧ l ଠିକ୍ ସୁଯୋଗ ଦେଖି ଗୋପାଳ ଏଣେତେଣେ ଆଖି ଘୁରେଇ ଘୁରେଇ ନେଇ କହିଲା – ଖୋଦାବନ୍ଦ ! ଏଇ ବଡମାସ ଜନ୍ତୁଟାକୁ ଏମିତି ବାନ୍ଧି ରଖିଛନ୍ତି କାହିଁକି ?

ନବାବ- ବେଶ୍ ଡ଼ଉଲ ଡ଼ାଉଲ ହୋଇଛି ଜନ୍ତୁଟି l ଏଇଟାକୁ କାଲି ଏଇଠି ଜବେଇ କରାଯିବ l ଗୋପାଳ ଗମ୍ଭୀର କଣ୍ଠରେ କହିଲା – ଠିକ୍ କରିଛନ୍ତି ହଜୁର l ଏଇ ଜନ୍ତୁଟା ଖୁବ୍ ବଦମାସ l ନବାବ ଆଶ୍ଚର୍ଯ୍ୟ ହେଲାପରି ଗୋପାଳକୁ ଚାହିଁ କହିଲେ- କ୍ୟୁଁ ? ଗୋପାଳ କହିଲା – ଆପଣ ଯେତେବେଳେ ଏଇଟାକୁ ବୟେଲ କରିବା ଉଦ୍ଧେଶ୍ୟରେ ରଖିଛନ୍ତି, ସତକଥା କହିବାକୁ ମୋତେ ସଂକୋଚ ଲାଗୁଛି l ନବାବ – କ୍ୟା ବାତ୍ ସଚ୍ ସଚ୍ ବତାଓ l

ଗୋପାଳ – ହଜୁର ! ଏଇ ଜନ୍ତୁଟା ସିର୍ଫ ବିଷ୍ଠା ଖାତା l ଇସ୍ କା ସିବା କୁଛ୍ ନେହିଁ ଖାତା l

ନବାବ – ବିଷ୍ଠା କା ମତଲବ୍ ?

ଗୋପାଳ-ଆଦ୍ ମିକା ମଳ ଖୋଦାବନ୍ଦ l

କଥାଟି ଶୁଣି ନବାବ ଅତ୍ୟଧିକ ବିସ୍ମିତ ହୋଇ ଚାହିଁ ରହିଲେ ଗୋପାଳର ମୁହଁକୁ l

-ହଜୁର ଏଇ ଷଣ୍ଢଟା ସକାଶେ ଏ ଅଞ୍ଚଳର ଲୋକମାନେ ଭଲ ଭାବରେ ପାଇଖାନା ବସି ପାରୁନାହନ୍ତି l ଲୋକମାନେ ପାଇଖାନା କଳାମାତ୍ରେ ଏଇଟା ସେମାନଙ୍କ ପାଖକୁ ମାଡ଼ି ଆସି ସବୁ ଛାଟି ସଫା କରିଦେଉଛି l ମୋତେ ଅନେକ ଥର ହଇରାଣ କରିଛି l ଆପଣ ଯେତେଶୀଘ୍ର ପାରନ୍ତି ଏଇଟାକୁ ଜବେଇ କରିଦିଅନ୍ତୁ l ଲୋକମାନେ ଟିକେ ଶାନ୍ତିରେ ପେଟ ବାଡ଼େଇ ମଳତ୍ୟାଗ କରି ପାରିବେ l

ଗୋପାଳର କଥାଶୁଣି ନବାବ ‘ ତୋବା ତୋବା ‘ କହି ବସିବା ସ୍ଥାନରୁ ଉଠିପଡିଲେ l ଦୁଇ ଚାରିଥର ଥୁ ଥୁ କରି କହିଲେ – ଇତ୍ ନା ଗନ୍ଦି ଜାନୁଆରକା ବୟେଲ୍ ମେଂ ନେହିଁ ଖାଉଙ୍ଗା l ହମ୍ ଅଭି ଉସ୍ କୋ ଚୋଡ଼ ଦେଙ୍ଗେ l ଛ୍ୟା....ଛ୍ୟା.... l କଥାଟା କହି ତୁମେ ଖୁବ୍ ଭଲ କରିଛ l ଏକ ଶହ ଟଙ୍କା ପୁରସ୍କାର ନିଅ l

ତ’ପରେ ନବାବଙ୍କ ଆଦେଶରେ ପ୍ରହରୀମାନେ ଶଣ୍ଢଟାକୁ ଛାଡିଦେଲେ l ଗୋପାଳ ରାଜବାଟିକୁ ଫେରିବା ଆଗରୁ ଷଣ୍ଢଟା ସେଠାରେ ପହଞ୍ଚି ସାରିଥିଲା l ରାଜା ଖୁବ୍ ଖୁସି ହୋଇ ନିଜେ ମଧ୍ୟ କିଛି ପୁରସ୍କାର ଦେଲେ l ବୁଦ୍ଧି ବଳରେ ଗୋପାଳ ଦୁଇ ଦିଗରୁ ଲାଭବାନ ହେଲା l


Rate this content
Log in

Similar oriya story from Children