ମା' ଆସିଛନ୍ତି
ମା' ଆସିଛନ୍ତି
ଚାରିଅଡେ ଉତ୍ସବର ମାହୋଲ। ତା' ସାଙ୍ଗକୁ ଗଣମଧ୍ଯମ ତଥା ସୋସିଆଲ ମିଡ଼ିଆ ରେ "ମି ଠୁ" କୁ ନେଇ ବହେ ଚର୍ଚ୍ଚା । ସମସ୍ତେ ନିଜ ନିଜ ମତ, ନିଜ ଶୈଳୀରେ ଉପସ୍ଥାପନ କରୁଛନ୍ତି ।
ଚର୍ଚ୍ଚା-ଆଖ୍ଖେପ-ଉତ୍ତର-ପ୍ରତିଉତ୍ତର ଭିତରେ ନାରୀ ସର୍ବଦା ଟଣା ହେଉଛି କାଠଗଡାକୁ । ସମୟ କ୍ରମେ ଭିନ୍ନ-ଭିନ୍ନ କୁତ୍ସିତ ଘଟଣା ଉପରୁ ପରଦା ହଟୁଛି,ମୂଖା ଖୋଲୁଛି ଅଶ୍ଚର୍ଯ୍ଯ ସାଙ୍ଗକୁ ରୋଚକ ତଥ୍ଯ ପଦାରେ ପଡୁଛି। ଯଦି "Me Too" ଆସିନଥାନ୍ତା ହୁଏତ କେହି ହୁଏତ ନିଜ ପ୍ରତି ହୋଇଥିବା ଅପକର୍ମ,ଅନ୍ଯାୟକୁ ମୁଣ୍ଡପାତି ସହି ନେଇଥାନ୍ତେ ମୃତ୍ଯୁ ପର୍ଯ୍ଯନ୍ତ । ଏବଂ ଏକଦା ସୈତାନୀ ଆପଣେଇଥିବା ସେ ଲୋକର ଅସଲ ମୂଖା କଦାପି ଖୋଲି ପାରିନଥାନ୍ତା । ନିଜେ ପୀଡିତା ବୋଲି ଜଣେ ନାରୀ କହିବା ପରେ ବି ଉକ୍ତ ପୁରୁଷ ଜଣକ ଦଣ୍ଡ ପାଇବ କି ନାହିଁ ସେକଥା ତ ଅନ୍ଯ ପ୍ରସଙ୍ଗ, କିନ୍ତୁ ପ୍ରତି ମୂହୂର୍ତ୍ତରେ ଶୋଷଣର ଶିକାର୍ ହେଉଛନ୍ତି ନାରୀ ଓ ଏଭଳି ବିଭତ୍ସ ଘଟଣାମାନ ଯେ ସତ୍ଯ ଏ କଥାକୁ କେହି ଦୄଢତାରସହ ଆଦୌ ଅସ୍ବୀକାର କରି ପାରିବେ ନାହିଁ.... ତେବେ ଏଇଠି ପ୍ରଶ୍ନ ଉଠୁଛି ଯୌନ ଉତ୍ପଡନ ଭଳି ଏକ ମାରତ୍ମକ ପ୍ରସଙ୍ଗକୁ ରୋକ୍ ଲଗାଇବାର ଉପାୟ ଏଯାଏଁ ବାହାରିପାରିନି
ପାର୍ବଣ ପାଖେଇ ଆସୁଥିଲା ।
ଚାରିଆଡେ କେବଳ ଧୂପ-ଦୀପ-ନୈବେଦ୍ଯ,ଆଳତିର ମହ-ମହ ବାସ୍ନା... ବିଭିନ୍ନ ପ୍ରକାର ପ୍ରସାଦ,ଫଳ,ମିଷ୍ଟାନ୍ନ ଆଦିର ଭଳିକି ଭଳି ପସରା। ଠନ୍-ଠନ୍ ଘଣ୍ଟିର ତରଙ୍ଗାୟିତ ଶବ୍ଦ..ହୁଳହୁଳିର ବୁକୁ ଫଟା କମ୍ପନ ।
ମୁଁ ସେଦିନ ବଙ୍ଗାଳୀ ସାହି ରାସ୍ତାରେ,ସୁବ୍ରୋତୋ ଦାଦାଙ୍କ ଘର ପାଖ ଦେଇ ମୋ ପୂରୁଣା ସାଇକେଲ୍ ରେ ଯାଉଥାଏ....ହଠାତ୍ ହୋଇଗଲି ସ୍ତବ୍ଧ,ନିର୍ବାକ୍,ଆଶ୍ଚର୍ଯ୍ଯ...କେନ୍ଦ୍ରୀଭୂତ ହେଲା ମନ, ଲାଖିଗଲା ଆଖି...ଆପେ ଆପେ ହାତ ଯୋଡି ହେଇଗଲା.. ଥରି ଉଠିଲା ଛାତି... ଅଚାନକ୍ ଭାବ ଗଦ୍ ଗଦ୍,ଆପାଦମସ୍ତକ...।
ଦମ୍ଭକରି ପଚାରିଲି;
ହେ ଶିଳ୍ପୀ! କ'ଣ ଗଢୁଛ ତୁମେ? କେମିତି ଦେଉଛ ଏ ଚକଟା ମାଟିରେ ଜୀବନ୍ଯାସ? ହେ ଯାଦୁଗର...କ'ଣ ଜାଣିଛ କି ସମ୍ମୋହନୀ ମନ୍ତ୍ର....? ବଶ କରିବାର ଅଦ୍ଭୁତ ଉପାୟ ! ନିମିଷକେ ଦେବୀରୁ ନାରୀ ଆଉ ନାରୀରୁ ଦେବୀ ରୂପରେ ଅଭିଷିକ୍ତ କରିବାର ଅଜବ୍ କୌଶଳ....।
ହସିଦେଲେ କଳାକାର, କହିଲେ ଅନେକ ବର୍ଷର ତପସ୍ଯାର ଫଳରେ ପୁଅ... ଏଇଟା କ'ଣ ଚତ୍ମକାର ଭାବୁଛୁ??? ସହୄଦୟରୁ ସାଧନା,ଆବେଗ,ଇଚ୍ଛା ଆଉ ଆଶୀର୍ବାଦର ସନ୍ତୁଳନର ବାସ୍ତବିକ ରୂପ ମାତ୍ର ।
ବୁଝିପାରିବୁନି.. ନାରୀ-ଦେବୀ ଭିତରେ ଥିବା ସମାନତା... ଭେଦି ପାରିଛୁକି କେବେ ନରୀ କୂଳର ମହାନତା....?ମାପିଛୁକି ପ୍ରକୄତରେ କେତେଯେ ସହିବାର କ୍ଷମତା ତାଙ୍କର ।
ମନେରଖ୍ଯେ ନାରୀ,ସେ ହିଁ ତ ଦେବୀ, କେତେ ବେଳେ ସର୍ବସହଣୀ ତ ପୁଣି କେବେ ସର୍ବବିନାଶିନୀ,ଜଗତଜନନୀ । ଏତିକି କହିସାରି ପୁନଶ୍ଚ୍ଯ ମଗ୍ନ ହୋଇଗଲେ ତାଙ୍କର କୌଳିକ ବୄତ୍ତିରେ ।
ଆହୁରି ବଢିଗଲା ହୄଦ ସ୍ପନ୍ଦନ,ମୁହଁ ବୁଲେଇ ଫେରି ଆସୁଥିଲି ।ଭାବୁଥିଲି ସାମାନ୍ଯ ମୂର୍ତ୍ତୀରେ ଯଦି ଦେବୀ ଉଭା ହୋଇ ପାରୁଛନ୍ତି,
ତେବେ ପ୍ରତିଦିନ ବରମ୍ବାର କେମିତି ନିରୀହ ନିର୍ଭୟା ମାନଙ୍କୁ ଅତ୍ଯାଚାରିତ ହୋଇ, ଶେଷରେ ଜୀବନ ହାରିବାକୁ ପଡୁଛି? କାମାସକ୍ତ ରୁଗ୍ଣ ମାନସିକତା ଧାରି ବଢି ଚାଲୁଛନ୍ତି.... ପୁରୁଷଟେ ସୁଯୋଗ ଖୋଜୁଛି ଗୋପନରେ କାଳେ ନାରୀ ର କେଉଁ ଗୁପ୍ତ ଅଙ୍ଗକୁ ଥରୁଟିଏ ଦେଖି ନିଅନ୍ତା । ପାଇ ବସ୍ ରେ,ଟ୍ରେନରେ, ରସ୍ତାରେ, କିଏ କେତେବେଳେ କାହା ଛାତିରେ ହାତ ମାରି ଦେଉଛି, ତ କିଏ ଖବର କଗଜର ଶିର୍ଷନାମାରେ ବୋଲାଉଛି ଛଦ୍ମନାମୀ ପୀଡିତା.... ଏମିତିକି ନିଜ ଘରେବି ଅସୁରକ୍ଷିତ ମହିଳା ସମାଜ.... ଆଉ କିଏ ସବୁ ଆଖି ବନ୍ଦ କରି ସହିବାକୁ ବାଧ୍ଯ ହେଇ ଯାଉଛି ସାଧାରଣ ଆଖି କୁ ଦେଖା ଯାଉନଥିବା ଚାପରେ....କ'ଣ ତାଙ୍କ ପାଖରେ ସାଧନା,ଆବେଗ,ରକ୍ଷା ପାଇବାର ଇଚ୍ଛା ବା ଆଉ କେଉଁ ଆର୍ଶୀବାଦର ଅଭାବ ହୄଦବୋଧ କରୁଛନ୍ତିକି ଦେବୀ ?
ଉଦୟ କୁମାର ମହାପାତ୍ର
ଯୋଖିପାଲି, ବିଜେପୁର,ବରଗଡ