Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagabandhu Sahu

Others

2  

Jagabandhu Sahu

Others

ଅଭୁଲା ସେ ସ୍ମୃୃତି

ଅଭୁଲା ସେ ସ୍ମୃୃତି

3 mins
514


କରି ରୋଡ ଯିବା ପାଇଁ ମୁଁ ମୁମ୍ବାଇ ଭାଇକେଲା ର ବସ୍ ଷ୍ଟପରେ ବସିଥାଏ ସମୟ ୪.୦୦ ରୁ ୪.୩୦ ହେବ ଠିକ୍ ୫ ମିନିଟ୍ ପରେ ଗୋଟେ ଝିଅଟିଏ ଆସି ମୋ ପାଖରେ ବସିଗଲା ଆଉ ଏପଟ ସେପଟକୁ ଚାହିଁଲା ମୋତେ କହିଲା Hello ....

ମୁଁ କହିଲି Yes .

ତା ପରେ ମୋତେ ଝିଅଟି ପଚାରିଲା କୋଉଠିକି ଯିବ । ଝିଅଟିର କଥା ଶୁଣି ମୁଁ ଟିକିଏ ଚମିକି ପଡିଲି କାରଣ ମୁମ୍ବାଇ ପରି ଏକ ସହରରେ ଏକ ଅଜଣା ଅଚିହ୍ନା ଝିଅଟିଏ ମୋ ସହିତ ଏମିତି କଥା ବାର୍ତ୍ତା କରୁଛି ଯେମିତି ସେ ମୋ ସହିତ ଆଗରୁ ତାର ପରିଚୟ ଅଛି ! ସତରେ ଏ ସବୁ ମୋତେ ବଡ ଅଜବ ଲାଗୁଥାଏ ତାପରେ ଝିଅଟି ପୁଣି ପଚାରିଲା ଆପଣ କୋଠିକି ଯିବେ ? ମୁଁ କହିଲି କରିରୋଡ । ତା ପରେ ଝିଅଟି ବି କହିଲା ମୁଁ ବି କରିରୋଡ ଯିବି । ମୁଁ କହିଲି ବହୁତ ବଢିଆ କଥା ଆଛା ତୁମ ନାମ କଣ ? ଝିଅଟି ଟିକିଏ ହସିଦେଲା, ମୁଁ ପଚାରିଲି ଆରେ ହସିଲ କଣ ପାଇଁ ଯେ । ସେ କହିଲା, ଆରେ yaar ଏମିତି ହସିଦେଲି ଦେଲି ।ତାପରେ ଝିଅଟି କହିଲା ପ୍ରଥମେ ତୁମେ ତୁମ ନାମ କୁହ ତାପରେ ମୁଁ ମୋର ନାମ କହିବି । ମୁଁ କହିଲି ଆଛା ପ୍ରଥମରେ ମୁଁ ତୁମକୁ ତୁମର ନାମ ପଚାରିଛି ତୁମେ ପ୍ରଥମେ ତୁମ ନାମ କୁହ ତାପରେ ମୁଁ ତୁମକୁ ମୋ ନାମ କହିବି । ସତରେ ତା ନାମଟି ଜାଣିବା ପାଇଁ ମୋତେ ଯେତିକି ଇଛା ଥିଲା ତା ହାବ ଭାବରୁ ଏମିତି ଲାଗୁଥିଲା ଯେମିତି ମୋ ନାମ ଜାଣିବା ପାଇଁ ତାର ମୋ ଠାରୁ ଅଧିକ ଇଛା ଅଛି !ଏମିତି ବସି ଗପ ସପ ଦୁହେଁ ହେଉଥାଉ ଗୋଟେ ପରେ ଗୋଟେ ବସ୍ ଆସି ଚାଲି ଯାଉଥାଏ କିନ୍ତୁ ଦୁଇ ଜଣ ଯାକ ବସରେ ବସୁନଥାଉ ଏମିତି ଗପ ସପ କରି କରି ପ୍ରାୟ ଏକ ଘଣ୍ଟା ବିତିଗଲା ତାପରେ ଝିଅଟି କହିଲା ମୋ ନାମ ଜାଣିବା ପାଇଁ ଚାହୁଁଥିଲ ନା ? ସାଙ୍ଗେ ସାଙ୍ଗେ ମୁଁ କହିଲି ହଁ... ହଁ ସେ ମୋର ଏମିତି ହାବ ଭାବ ଦେଖି ପୁଣି ହସିଲା କହିଲା ମୋ ନାମ ଅନୁ । ଆଉ ମୁଁ ଏବେ +3ଫାଷ୍ଟିୟେର୍ ରେ ପାଠ ପଢୁଛି । ମୁଁ କହିଲି ବହୁତ ବଢିଆ ଆଗକୁ ବଢିଚାଲ ତାପରେ ଅନୁ ମୋତେ ପଚାରିଲା ଆଛା ତୁମର ନାମ କଣ- ମୁଁ କହିଲି ମୋ ନାମ ହେଉଛି ଜଗବନ୍ଧୁ । ଆଉ ମୋ ଘର ହେଉଛି ଓଡିଶା ଆଉ ମୁମ୍ବାଇ କାମ କରିବାକୁ ଆସିଛି ସେ ବହୁତ ଖୁସି ହୋଇଗଲା । ଆଉ କହିଲା ତୁମର ବହୁତ nice name ତାପରେ ମୁଁ କହିଲି ହେଉ ହେଲା ଏଥର ଚାଲ ବସ୍ ଧରିବା ତାପରେ ଅନୁ କହିଲା ହେଉ ଠିକ୍ ଅଛି । ତାପରେ ଆମେ ଦୁଇ ଜଣ ବସ୍ ଧରି କରିରୋଡ ଗଲୁ ସେଠାରେ ଓହ୍ଲଇ କଫି ସପ୍ କୁ ଗଲୁ । କଫି ପିଇବା ସାଥିରେ ବହୁତ ମଜା ମସ୍ତି ବି କଲୁ । ତାପରେ ଦୁହିଁଙ୍କର ମୋବାଇଲ୍ ନମ୍ବର ଦିଆ ନିଆ ହେଲୁ। ମୁଁ ତାକୁ ପଚାରିଲି ଆଛା ଅନୁ ମୋତେ ଗୋଟେ କଥା କହିବ , ପ୍ରଥମ ଥର ଆଉ ପ୍ରଥମ ଦେଖାରେ ମୋ ସହିତ ଏତେ ମିଶିଗଲା ଯେମିତି ଆମର ଆଗରୁ ସମ୍ପର୍କ ଅଛି, ସେ କହିଲା କିଏ କେତେ ଭଲା ତାର ଚେହେରା ଦେଖିଲେ ଜାଣି ପାରେ । ମୁଁ ଏମିତିରେ ତୁମ ସହ କଥା ହେଲା ବେଳେ କିଛି ଅନୁଭବ କରିଲି ତୁମ କଥା ଭାଷାର ଠାଣି ଯାହା ମୋର ଗୋଟେ ପୁରୁଣା ବନ୍ଧୁଙ୍କ ପରି ଲାଗୁଥାଏ । ଆଉ ଏମିତି ଲାଗିଲା କି ସେ ଏବେ ମୋ ପାଖରେ ଅଛି । ମୁଁ ଅନୁକୁ ପଚାରିଲି ତୁମର ସେ ବନ୍ଧୁଟି କିଏ ? ସେ ଟିକିଏ ହସି ଦେଇ କହିଲା ସେ ବନ୍ଧୁଟି ହେଉଛ ତୁମେ ! ଅନୁର ଏମିତି କଥାରୁ ମୁଁ ବୁଝି ପାରିଲି ଯେ ସେ ବନ୍ଧୁଙ୍କ ବିଷୟରେ ମୋତେ କହିବା ପାଇଁ ଚାହୁଁନି ମୁଁ ବି ଅନୁକୁ ଆଉ ବାଧ୍ୟ କଲି ନାହିଁ । ମୁଁ କହିଲି ହେଉ ଠିକ୍ ଅଛି ତାପରେ ସେ ମୋତେ ତାର ଦୁଇ ହାତ ବଢାଇ କହିଲା ତୁମେ ମୋର ସେଇ ହଜି ଯାଇଥିବା ବନ୍ଧୁଟିଏ ହୋଇ ପାରିବ ତ ! ତା ଆଖିରୁ ଲୁହ ଛଳ ଛଳ ହୋଇ ବହି ଆସୁଥିଲା । ମୁଁ ତାକୁ କହିଲି ମୁଁ ତୁମର ହଜିଯାଇଥିବା ବନ୍ଧୁ ହୋଇ ପାରିବିକି ନାହିଁ କହି ପାରିବିନି କିନ୍ତୁ ତୁମର ପ୍ରକୃତ ବନ୍ଧୁଟେ ହୋଇ ପାରିବି । ନିଶ୍ଚୟ ତାପରେ ତା ଆଖିରୁ ଲୁହ ପୋଛି ଦେଲି ସେ ମୋତେ କୁଣ୍ତାଇ ଧରିପକାଇଲା । ଏମିତି କିଛି ସମୟ କଥା ଭାଷା ହେଲୁ । ତାପରେ ମୁଁ ଅନୁକୁ କହିଲି ଅନୁ ସମୟ ବେସି ହେଲାଣି ତୁମେ ଘରକୁ ଯାଅ ମୁଁ ବି ଘରକୁ ଫେରୁଛି ସେ କହିଲା ହେଉ ଠିକ୍ ଅଛି ସେ ତାର ଘରକୁ ଫେରିଗଲା ଆଉ ମୁଁ ଘରକୁ ଫେରିବା ପାଇଁ ବସ୍ ଅପେକ୍ଷାରେ ବସ୍ ଷ୍ଟପ୍ ରେ ବସି ଥାଏ ଆଉ ସେଇ ଅନୁ ବନ୍ଧୁ କଥା ମନେ ମନେ ଭାବୁଥାଏ କିଛି ସମୟ ପରେ ବସ୍ ଆସିଗଲା ଆଉ ମୁଁ ଘରକୁ ଫେରିଲି ।


Rate this content
Log in