Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Kanan Bala Nayak

Horror

1.0  

Kanan Bala Nayak

Horror

ସେ ଝିଅ ଟି କିଏ?

ସେ ଝିଅ ଟି କିଏ?

4 mins
410


    ଵାଲେଶ୍ବର ଜିଲ୍ଲା ରାଧାକିଶ୍ଵରପୁର ପଞ୍ଚାୟତର ପୁନ୍ଦାଳ ଗାଁ ରେ ଉତ୍ତମ ବାବୁଙ୍କ ଘର । ଉତ୍ତମ ବାବୁ ୨୦୧୧ ମସିହାରୁ ଦେହ ତ୍ୟାଗ କଲେଣି । ୨୦୧୧ ମସିହାରେ ଉତ୍ତମ ବାବୁଙ୍କ ଡାଇବେଟିସ ହଠାତ୍ ବଢିଯିବା ସହିତ ପ୍ରବଳ ଜ୍ବର ମଧ୍ୟ ଆସିଲା । ଛାତିରେ କଫ ଜମିଗଲା । ଅନେକ ଡାକ୍ତର ଦେଖାଇବା ସତ୍ତ୍ବେ ଜ୍ବର କମିବା ପରିବର୍ତ୍ତେ, ଦିନକୁ ଦିନ ବଢିବାକୁ ଲାଗିଲା । ଦିନେ ରାତି ଏଗାରଟା ପାଖାପାଖି ହେବ ଉତ୍ତମ ବାବୁ ଅଚାନକ ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ କଲେ । ତେଣୁ ତାଙ୍କୁ ହସ୍ପିଟାଲ ନେବାର ଆବଶ୍ୟକତା ପଡ଼ିଲା । ହେଲେ ଏତେ ରାତିରେ କାହାକୁ ଡାକିବେ? ଉତ୍ତମ ବାବୁଙ୍କର ଚାରି ଝିଅ,ପୁଅ ନାହିଁ । ଦୁଇ ଜଣ ବିବାହିତ । ତାଙ୍କୁ ଖବର ଦିଆ ହେଲା । ହେଲେ ଏତେ ବାଟରୁ ସେମାନେ ଆସୁ ଆସୁ ସମୟ ଲାଗିବ । ତେଣୁ ଉତ୍ତମ ବାବୁଙ୍କ ସ୍ତ୍ରୀ ସରସ୍ଵତୀ ଦେବୀ ତାଙ୍କ ପଡୋଶୀ ବ୍ରାହ୍ମାନନ୍ଦ ବାବୁଙ୍କ ପୁଅ ଅମିତ(ଟିକି)କୁ ସବୁ କଥା କହି ଉତ୍ତମ ବାବୁଙ୍କୁ ହସ୍ପିଟାଲ ‌ନେବା ପାଇଁ ସାହାଯ୍ୟ ମାଗିଲେ ।


      ଅମିତ୍ ସବୁ କଥା ଶୁଣି ସଙ୍ଗେ ସଙ୍ଗେ ତାଙ୍କ କାରଟିକୁ ବାହାର କଲା । ଉତ୍ତମ ବାବୁଙ୍କୁ ଏତେ ଯନ୍ତ୍ରଣା ହେଉଥାଏ ଯେ ସେ ସରସ୍ଵତୀ ଦେବୀଙ୍କ ଠାରୁ ଆଗେ ଗାଡି ପାଖକୁ ପଳାଇ ଗଲେ । ସେଇ ସମୟରେ ଗୋଟିଏ ବିରାଡି ବହୁତ ଯୋରରେ ବୋବାଉ ଥାଏ । ଘରୁ ବାହାରିବା ସମୟରେ ବିରାଡି ଗୋଟେ ଅଶୁଭ ସଙ୍କେତ ବୋଲି କୁହାଯାଏ । ତେଣୁ ସରସ୍ଵତୀ ଦେବୀଙ୍କ ମନରେ ନାନା ପ୍ରକାର ଆଶଙ୍କା ଜାତ ହେଲା । ତେଣୁ ସେ ଉତ୍ତମ ବାବୁଙ୍କୁ କହିଲେ ଆଜି ଏ କଷ୍ଟ ଟା ଟିକେ ସହି ଯାଅ । କାଲି ହସ୍ପିଟାଲ ଯିବା । ଦେଖୁନ ଏ ବିରାଡି ଟା କେମିତି ବୋବାଉଛି । ଵିରାଡି ବୋବାଇବା ଭାରି ଅଶୁଭ । ମୋତେ ଗୋଟିଏ ଅଜଣା ଭୟ କାହିଁକି ଆକ୍ରାନ୍ତ କରୁଛି । ହେଲେ ଉତ୍ତମ ବାବୁଙ୍କୁ ଏତେ କଷ୍ଟ ହେଉଥାଏ ଯେ ତାଙ୍କୁ ରାତିରେ କଣ ଗୋଟିଏ ମୁହୂର୍ତ୍ତ ମଧ୍ୟ ଘରେ ରଖିବା ସମ୍ଭବ ନଥିଲା । ତେଣୁ ସରସ୍ଵତୀ ଦେବୀ ବାଧ୍ୟ ହୋଇ ଅମୀତ ସହ ହସ୍ପିଟାଲ ଅଭିମୁଖେ ଆଗେଇଲେ ।


     ଶୀତ ଦିନ ରାତି,ବାହାରେ ପ୍ରବଳ ଥଣ୍ଡା । କେହି କୁଆଡେ ଦେଖା ଯାଉ ନାହାଁନ୍ତି । ପୁରାପୁରି ଶୁନଶାନ୍ ରାସ୍ତା । ଅମୀତ ଓ ସରସ୍ଵତୀ ଦେବୀଙ୍କୁ ଅଜଣା ଭୟ ମଧ୍ୟ ଗ୍ରାସ କରୁଥାଏ । ପାଖାପାଖି ଦୁଇ ତିନି କିଲୋମିଟର ଯାଇଛନ୍ତି, ହଠାତ୍ ଅମୀତ୍ କୁ ଲାଗିଲା ତା ଗାଡିର ଡାହାଣ ପାଖରେ ଗୋଟେ ସାତ ଆଠ ବର୍ଷର ଝିଅ ସ୍କୁଲ ୟୁନିଫର୍ମ ପିନ୍ଧି ଛିଡ଼ା ହୋଇଛି । ହେଲେ ଏତେ ରାତିରେ ଏ ଶୁନଶାନ୍ ରାସ୍ତାରେ ଏ ପିଲାଟି କଣ କରୁଛି? ଆଖପାଖରେ ତ ଆଉ କେହି କାହିଁ ଦେଖାଯାଉ ନାହାଁନ୍ତି । ଅମୀତ୍ ଭାବିଲା ଏଇଟା ହୁଏତ ତା ମନର ଭ୍ରମ । ତେଣୁ ସେ କାହାକୁ କିଛି ନକହି ଗାଡି ଚଲାଇବା ରେ ଧ୍ୟାନ ଦେଲା । ହେଲେ ପୁଣି ଥରେ ତାକୁ ଲିଗିଲା ହଠାତ୍ ଯେମିତି ସେ ଝିଅ ଟି ଗାଡି ସମ୍ନାକୁ ଚାଲି ଆସି ତାଙ୍କୁ ଅଟକାଇବାର ଚେଷ୍ଟା କରୁଛି । ଆରେ ଟିକି ଗାଡି ଅଟକାରେ ଦେଖୁନୁ ଗାଡି ସାମ୍ନା ରେ ପରା ଗୋଟେ ଛୋଟ ‌ଝିଅ । ଅମୀତ୍ କହିଲା ଖୁଡ଼ୀ ସେ ଝିଅଟା କେତେବେଳ ଠାରୁ ଆମ‌ ଗାଡି ସାଇଡ଼ରେ ଚାଲିଥିଲା । ଏବେ ସାମ୍ନା ରେ ।


      ଏତେ ରାତିରେ ଏତେ ଛୋଟ ଝିଅ ଏଠାରେ କଣ କରୁଛି । ମୋତେ ଭାରି ଡର ଲାଗୁଛି । ସରସ୍ବତୀ ଦେବୀ କହିଲେ କିଏ ପିଲା ହୁଏତ ଶୌଚ ହେବାପାଇଁ ଆସିଥିବ । ଆଉ ତା ସହ କେହି ନା କେହି ଥିବେ । ତୁ ପାଠ ପଢ଼ା ପିଲା ହୋଇ ଏମିତି ଡରୁଛୁ?ଚାଲ୍ ଦେଖିବା । ସରସ୍ଵତୀ ଦେବୀ ଓ ଅମୀତ୍ ଗାଡିରୁ ଓହ୍ଲାଇ ଟର୍ଚ୍ଚ ମାରି ଏପଟ ସେପଟ ଖୋଜିବା ରେ ଲାଗିଲେ । ହେଲେ କାହିଁ କେହି କୁଆଡେ ତ ନାହାଁନ୍ତି । ଏବେ ତ ଗାଡ଼ି ସାମ୍ନା ରେ ଥିଲା ହେଲେ କୁଆଡେ ଗଲା । ଜଣଙ୍କର ଆଖି ସିନା ଧୋକା ଖାଇବ । ହେଲେ ତିନି ଜଣ ପରା ଦେଖିଛନ୍ତି । ସେତେ ବେଳକୁ ତିନି ଜଣ ପୁରା ଡରି ଯାଇଥାଆନ୍ତି । ଏଣେ ଉତ୍ତମ ବାବୁଙ୍କ ଯନ୍ତ୍ରଣା ତେଣେ ସେ ରହସ୍ୟମୟୀ ଝିଅ । କଣ କରିବେ ହସ୍ପିଟାଲ ଯିବ ଯିବେ ନାଁ ଘରକୁ ଫେରିଯିବେ । ହେଲେ ଉତ୍ତମ ବାବୁଙ୍କ ଯନ୍ତ୍ରଣାକୁ ଦେଖି ସରସ୍ଵତୀ ଦେବୀ ଓ ଅମୀତ୍ ସ୍ଥିର କଲେ ଯେତେ ବିପଦ ଆସୁ ପଛେ ସେମାନେ ଉତ୍ତମ ବାବୁଙ୍କୁ ହସ୍ପିଟାଲ ନେଇ ଯିବେ । ତେଣୁ ସେମାନେ ତାଙ୍କ ଡ଼୍ରାଇଭର ଘରକୁ ଯାଇ ତାକୁ ନେଇ ଯିବାକୁ ସ୍ଥିର କଲେ । କାରଣ ସେ ଗାଁ ପାଖ ଲୋକ । ତାକୁ ସାଙ୍ଗରେ ନେଲେ ଭୟ କମିଯିବ ।


    ତାପରେ ସେ ଡ୍ରାଇଭର ଘରକୁ ଯାଇ ତାକୁ ନେଇ ହସ୍ପିଟାଲ ଗଲେ । ହେଲେ ରାସ୍ତାରେ ଆଉ ସେ ଝିଅକୁ ଦେଖି ଲେ ନାଁ ଆଉ କୈାଣସି ଲୋକକୁ । ସେମାନେ ସ୍ଥିର କରିଥିଲେ ଏ ବିଷୟରେ ରାତିରେ ସେ ଡ୍ରାଇଭରକୁ କିଛି କହିବେନି । ସକାଳ ହେଲେ କହିବେ । ନ ହେଲେ ସେ ବି ହୁଏତ ଡରି ଯିବ ଓ ଗାଡି ଚଲାଇବା କୁ ରାଜି ହେବନି । ସେଦିନ ରାତି ପ୍ରାୟ ଗୋଟାଏ ବେଳେ ଉତ୍ତମ ବାବୁ ବାଲେଶ୍ଵର ହସ୍ପିଟାଲ ରେ ଆଡ଼ମିଶନ ହେଲେ । ସେଠାରେ ଦୁଇ ଦିନ ରହିବା ପରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଆହୁରି ବିଗିଡି ଗଲା । ତେଣୁ ତାଙ୍କୁ ବାଲେଶ୍ବର ହସ୍ପିଟାଲ ରୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରିବା ପାଇଁ ପଡିଲା । ସେଠାରେ ସାତ ଦିନ ରହିବା ପରେ ଉତ୍ତମ ବାବୁଙ୍କ ଦେହାନ୍ତ ହୋଇ ଯାଇଥିଲା । ଟ୍ରିଟମେଣ୍ଟ ଭଲରେ ଆରମ୍ଭ ହେବା ଦୂରର କଥା ସବୁ ଟେଷ୍ଟ ମଧ୍ୟ ସରି ନଥିଲା ।


     ଏତେ ଅଳ୍ପ ଦିନ ମଧ୍ୟରେ ଏତେ ଘଟଣା ଘଟି ଯାଇଥିଲା ଓ ସରସ୍ଵତୀ ଦେବୀଙ୍କ ଜୀବନ ଏମିତି ଓଲଟି ଯାଇଥିଲା ଯେ ସେ ଦିନ ରାତିର ଘଟଣା କୁ କାହାକୁ କିଛି କହି ପାରି ନଥିଲେ । ହେଲେ ଉତ୍ତମ ବାବୁଙ୍କ ଦଶାହ କ୍ରିୟା ସରିବା ପରେ ଅମିତ୍ ଓ ସରସ୍ଵତୀ ଦେବୀଙ୍କ ଠାରୁ ସବୁ କଥା ଶୁଣି ଗାଁ ଲୋକେ କହିଲେ ଯଦି ତୁମେ ରାସ୍ତା ରେ ସେ ଦିନ ସେ ସ୍କୁଲ ୟୁନିଫର୍ମ ପିନ୍ଧା ଝିଅ କୁ ଦେଖି ଥିଲ, ତେବେ ତୂମର ଆଉ ଆଗକୁ ଯିବା ର ନଥିଲା । କାରଣ ଯେତେବେଳେ ବି କୈାଣସି ଗୁରୁତର ଅସୁସ୍ଥ ରୋଗୀକୁ ଏମିତି ବିଳମ୍ବିତ ରାତିରେ ହସ୍ପିଟାଲ ନିଆଯାଏ, ଏ ଝିଅ ଟି ତାଙ୍କୁ ଦେଖାଦିଏ । ଆଉ ତାକୁ ଦେଖି ସେ ପେସେଣ୍ଟ ଯଦି ହସ୍ପିଟାଲ ନ ଯାଇ ଘର କୁ ଫେରି ଆସେ ତ ଠିକ୍ । ଆଉ ଯିଏ ନ ଫେରେ ସେ କେବେ ଜୀବିତ ଅବସ୍ଥାରେ ଘରକୁ ଫେରେ ନି ।


     ସେ ଝିଅ ଟି ବିଷୟରେ ଜାଣିବା ପାଇଁ ଅନେକେ ଚେଷ୍ଟା କରିଛନ୍ତି । ହେଲେ ସେ କିଏ ତା ସହ କଣ ଘଟିଥିଲା ଏ ପର୍ଯ୍ୟନ୍ତ କେହି କିଛି ଜାଣିବାରେ ସଫଳ ହୋଇ ନାହାଁନ୍ତି । ସେ ରହସ୍ୟ ଏବେ ମଧ୍ୟ ଏକ ରହସ୍ୟ ହୋଇ ରହିଛି ।


Rate this content
Log in

Similar oriya story from Horror