Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Inspirational

3  

Prasanna Kumar Madala

Inspirational

ଅନୁଭୂତି

ଅନୁଭୂତି

3 mins
13.7K


ଅନୁଭୂତି 

 

ସେଦିନର ତିକ୍ତ ଅନୁଭୂତି ଆଜି ଯାଏଁ ମନେଅଛି, ଚେଷ୍ଟା କଲେ ବି ଭୁଲି ପାରିନି ମୁଁ । ଏକାବେଳକେ ଛାଡି ଦେଲି ଜ୍ଯୋତିଷବିଦ୍ଯା ଯାହା ସବୁ ଶିଖିଥିଲି ଅଳ୍ପ ବୟସରୁ । ଶପଥ କରିନେଲି କି ଜୀବନରେ ଆଉ କେବେ କାହାର ହାତ ଦେଖିବିନି କି କୋଷ୍ଠି ବିଚାର କରିବିନି, ଅନ୍ତତଃ ନିଜ ଜଣାଶୁଣା ଆତ୍ମିୟ ସ୍ବଜନଙ୍କର । ଘଟଣାଟି ବେଶ୍ ପ୍ରଭାବିତ କରିଥିଲା ମୋତେ । ସେଦିନ ଭାଇନା ଘରକୁ ଫେରି ଏ ଦୁଃସମ୍ବାଦଟା ଶୁଣାଉ ଶୁଣାଉ ହତବାକ୍ ହୋଇ ବସି ପଡିଲେ, ଲୁହ ପୋଛି ନିରେଖି ଚାହିଁଲେ ଆଉ କହିଲେ ଚାଲ ଯିବା ଆଇ.ସି.ୟୁ. ରେ ନିତ୍ୟାନନ୍ଦକୁ ଟିକେ ଦେଖି ଆସିବା । ଆଉ ତା ଶଳାର ଶବଟାକୁ ମର୍ଗରୁ ବାହାର କରେଇ କେମିତି ସଂସ୍କାର କାର୍ଯ୍ୟ କରିବା ସେକଥା ମୁଁ ବୁଝାବୁଝି କରେ, ଏତକ କହି ସେ ଟିକେ ପଦାକୁ ଚାଲିଗଲେ । ମୁଁ ହ୍ଯାଂଗରରୁ ହାଫ୍ ସାର୍ଟଟି ବାହାର କରି କିଂକର୍ତ୍ତବ୍ଯ ଭାବେ ଦେହରେ ଗଳେଇ ଦେଲା ବେଳେ ମୋ ବାହୁରୁ ହନୁମାନ କବଚଟା ଛିଣ୍ଡି ତଳେ ପଡିଗଲା । ଅର୍ଜୁନଙ୍କ କଳା ହରଣ ହେଇଗଲା ପରି ନିର୍ବଳ ଲାଗିଲା ମୋତେ, ମନଟା ଅଶାନ୍ତ ଲାଗିଲା । ହଠାତ୍ ମନେ ପଡିଲା କବଚ ପିନ୍ଧାଇବା ବେଳେ ଗୁରୁଦେବ ବାରଣ ନିୟମ ଯାହାସବୁ କହିଥିଲେ । କବଚଟା ତଳୁ ଉଠାଇ ମୁଣ୍ଡରେ ଲଗାଇଲି, ପୁଣି ମଠା ପିନ୍ଧି ଧୂପଦୀପ ଦେଇ ଠାକୁର ଥାକରେ ସନ୍ତର୍ପଣରେ ସାଇତି ରଖିଦେଲି । 

        କିଛି ମାସ ତଳେ ମୋ ମାଉସୀ ପୁଅ ଭାଇ ନିତ୍ୟାନନ୍ଦ ଭାବନା ଆମ ଘରକୁ ଆସିଥିଲେ। ସିଏ ଓ ମୋ ନିଜ ବଡଭାଇ ପାଖାପାଖି ସମ ବୟସର ଏବଂ ସେମାନେ ଏକାବେଳରେ ଚାକିରି କରିଥିଲେ ଏହି ଲୁହା କାରଖାନାରେ । ମୁଁ ଯଥେଷ୍ଟ ସାନ ହେଲେ ବି ସେଦିନ ମୋତେ ପ୍ରଶଂସା କରୁ କରୁ କହିଲେ ଯେ ଭାଉଜ କୁଆଡେ ଡକାଇଛନ୍ତି ତାଙ୍କ ହାତ ଦେଖେଇବା ପାଇଁ । ମୁଁ ମନେ ମନେ ଉଲ୍ଲସିତ ହେଲି ଅନ୍ତତଃ ଭାଇନା ମୋ ଜ୍ଯୋତିଷପଣକୁ ସ୍ବୀକୃତି ଦେଇଥିବାରୁ । ଦୁଇ ଦିନ ପରେ ଯାଇଥିଲି, ଭାଉଜ ସରାଗରେ ଚର୍ଚ୍ଚା କରୁ କରୁ ପାଖରେ ବସି ହାତକୁ ମେଲେଇ ଦେଇ ପଚାରିଲେ ସତ କୁହ ପୁଅ ହେବ କି ଝିଅ ହେବ? ମୋ ପାଇଁ ଇଏ ଥିଲା ଏକ ଯକ୍ଷପ୍ରଶ୍ନ। ଶତକଡା ପଚାଶ ସମ୍ଭାବନା ଥିବା ଏକ ଜଟିଳ ପ୍ରଶ୍ନ ମୋ ପରି ଜଣେ ନୂଆ ଶିଖାଣିଆ ଜ୍ଯୋତିଷ ପାଇଁ । ମନସ୍ଥ କଲି ସଠିକ୍ ଉତ୍ତର ସକାଶେ ପତିପତ୍ନୀ ଉଭୟଙ୍କ କର କୋଷ୍ଠି କପାଳ ଦେଖିବା ପାଇଁ । ପୁତ୍ର ଯୋଗ ଯେ ପ୍ରବଳ ଏ ନେଇ ସନ୍ଦେହ ନ ଥିଲା, କିନ୍ତୁ ମହାଦଶା ଅନ୍ତର୍ଦଶା ଭାବଫଳ ଓ ଗ୍ରହଦୃଷ୍ଟି ବିଚାର କରୁ କରୁ ମୋ ମୁହଁ ଫିକା ପଡିଗଲା । ଠଉରାଇ ପାରି ଭାଇନା ଭାଉଜ ଉଭୟେ ସତ କହିବାକୁ ବାରମ୍ବାର ଚାପ ପକାଇଲେ, ଶେଷକୁ ନିରୁପାୟ ହୋଇ କହିଦେଲି କି ମୋ ଗଣନା ଭୁଲ୍ ହୋଇପାରେ, ହେଲେ ନିକଟ ଭବିଷ୍ୟତରେ ଏ ପରିବାର ପାଇଁ ମୃତ୍ଯୁ ତୁଲ୍ୟ ସଂକଟ ଦୃଶ୍ୟ ହେଉଛି । ଏଥିପାଇଁ ମହାମୃତ୍ଯୁଞୟ ଜପ ଓ ଶିବ ଆରାଧନା କର। ତୁମର କି ଭାଇନାଙ୍କର କି ଗର୍ଭସ୍ଥ ଶିଶୁର ମୃତ୍ୟୁ ଯୋଗ ନାହିଁ ସିନା ବିପଦ ସଙ୍କେତ ତ ମିଳୁଛି... ତେଣୁ ସତର୍କ ରୁହ । ବାସ୍ ଆକାଶଟା ପଡିଗଲା ଯେମିତି । ଦି'ଜଣ ଯାକ ଅଧୀର ହେଇପଡିଲେ, କିଛି ପ୍ରବୋଧନା ଦେଇ ମୁଁ ବି ସ୍ଥିର କରିପାରିଲିନି ଠିକ ନା ଭୁଲ୍ କଲି । 

             ପ୍ରସବ ପାଇଁ ଭାଉଜ ଡାକ୍ତରଖାନାରେ  ଭର୍ତ୍ତି ହୋଇଥିବା ବେଳେ ତାଙ୍କ ଭାଇ ଗାଁରୁ ଆସିଥିଲା ଭଣଜାକୁ ଦେଖିବ ବୋଲି । ନିତ୍ୟାନନ୍ଦ ଭାଇନା ତାଙ୍କର ନୂଆ ସ୍କୁଟରରେ ଶଳାକୁ ବସାଇ ଭାଉଜଙ୍କ ପାଇଁ ଖାଇବା ଟିଫିନ୍ ଧରି ଯିବା ବାଟରେ ସିଟିବସ୍ ସହିତ ସାଂଘାତିକ ଦୁର୍ଘଟଣା ହେଲା ଆଉ ଭେଣ୍ଡିଆ ଶଳା ଭାଇର ମୁଣ୍ଡ ଉପରେ ବସ୍ ଚକ ମାଡି ଗଲା, ଭାଇନା ବି ଘୋଷାଡ଼ି ହୋଇ ଆଘାତ ପାଇ ଏବେ ଆଇ. ସି. ୟୁ. ରେ  । ଆମେ ଦି'ଭାଇ ଏସବୁ ଘଟଣା ପରେ ଜାତିବଂଧୁ ମାନଙ୍କ ପରାମର୍ଶ କ୍ରମେ ଶବସତ୍କାର କରାଇ ସାରି ଡାକ୍ତରଖାନାରେ ଥିବା ବେଳେ ଭାଉଜ ପୁଅକୁ ଛାଡ଼ି ତାଙ୍କ ସ୍ବାମୀଙ୍କୁ ଦେଖିବାକୁ ଆସିଗଲେ। ଆଉ ସେଠାରେ ମୋତେ ଦେଖି ମୋ ଉପରେ ଲୋଟି ହୋଇ କାନ୍ଦଣା ଆରମ୍ଭ କରିଦେଲେ କି ମୁଁ ଯାହା କହିଥିଲି ତାହା ଅକ୍ଷରେ ଅକ୍ଷରେ ସତ ହେଇଗଲା, ସତ ହେଇଗଲା । 

 

ରଚନା - ଶ୍ରୀଯୁକ୍ତ ପ୍ରସନ୍ନ କୁମାର ମାଦଳା 


Rate this content
Log in

Similar oriya story from Inspirational