Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ସାଧୁବାଣୀର ପ୍ରଭାବ
ସାଧୁବାଣୀର ପ୍ରଭାବ
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୨

Classics

3 Minutes   7.3K    18


Content Ranking


ଶିବ ପ୍ରସାଦ ବେହେରା

ଦୁଷ୍ଟ ମାଙ୍କଡ଼ଟିଏ ଜଙ୍ଗଲରେ ରହୁଥାଏ । ସେ ସର୍ବଦା ନିଜକୁ ବଡ଼ ମନେ କରେ । ସିଏ ଯାହା କହୁଛି ତାହା ଠିକ୍ ଏବଂ ସମସ୍ତେ ତା’କଥା ମାନିବା ଉଚିତ୍ ବୋଲି ମଧ୍ୟ ଭାବେ । ତେଣୁ ଅନ୍ୟମାଙ୍କଡ଼ମାନେ ତା’କୁ ନାପସନ୍ଦ କରନ୍ତି । ମାଙ୍କଡ଼ଟି କାହାପ୍ରତି ଦୟା, ସ୍ନେହ ଓ ସହାନୁଭୂତି ଦେଖାଏ ନାହିଁ । ମାଙ୍କଡ଼ ଦଳଠାରୁ ସେ ଅଲଗା ରହେ । ପ୍ରାୟତଃ ସିଏ ଏକ ବଡ଼ ବରଗଛରେ ରହୁଥାଏ । ଖାଦ୍ୟ ସଂଗ୍ରହରେ ଯୁଆଡ଼େ ଗଲେ ମଧ୍ୟ ସଞ୍ଜ ସରିକି ଫେରି ଆସେ । ବରଗଛରେ ଅନେକ ଚଢ଼େଇ ବସାବାନ୍ଧି ରହୁଥାନ୍ତି, ସେମାନଙ୍କୁ ଦୁଷ୍ଟ ମାଙ୍କଡ଼ ହଇରାଣ ହରକତ କରେ । ଥରେ ମାଙ୍କଡ଼ ଏକ ଆମ୍ବ ଗଛରେ ଏମିତି ଡିଆଁକୁଦା କଲା ଯେ, ବଣି ବସା କରିଥିବା ଡାଳଟି ମଡକିନା ଭାଙ୍ଗିଗଲା । ଭାଗ୍ୟ ଭଲ ଡାଳଟି ଗଛ ଦିହରେ ଲଟକି ଗଲା । ଏହା ଦେଖି ମାଆ ବଣି କାନ୍ଦ ବୋବାଳି ଛାଡ଼ିଲା । ଆଖପାଖରେ ଥିବା ପକ୍ଷୀମାନେ ତୁରନ୍ତ ଆସି ବଣି ଶାବକ ଦୁଇଟିକୁ ଉଦ୍ଧାର କଲେ । କାଉ, କୋଇଲି, ଶୁଆ, ଶାରୀ, କଜଳପାତି ଇତ୍ୟାଦି ପକ୍ଷୀ ମିଳିମିଶି ମାଙ୍କଡ଼କୁ ବହୁତ ଗାଳି ଫଜିତ୍ କଲେ । ନ ଶୁଣିଲା ଭଳି ଦୁଷ୍ଟ ମାଙ୍କଡ଼ ସେଠାରୁ ଦେଲା ଚମ୍ପଟ ।

ବରଗଛର ଏକ କୋରଡ଼ରେ ସନ୍ଦୁର ବସାଟିଏ । ସେଇଠି ଥାଆନ୍ତି ଦୁଇଟି ସନ୍ଦୁର ଶୁଆ ଶାବକ । ସେମାନଙ୍କ ଡେଣାରେ ଟିକିଏ ଟିକିଏ ପର ଗଜୁରିଲାଣି । ମାଆ ଶୁଆ ଆହାର ଖୋଜି ଗଲାବେଳେ ବାରମ୍ବାର ତାଗିଦ୍ କରି କହିଛି, “ବସା ଛାଡ଼ି କୁଆଡ଼େ ଯିବନି । ତୁମ ଡେଣାରେ ତାକତ ଆସିନି, ଭଲ ରୂପେ ଉଡ଼ିପାରବିନି । ବରଗଛଠାରୁ ଖଣ୍ଡେ ଦୂରରେ ଛୋଟ ଝରଣାଟିଏ କୁଳୁକୁଳୁ ନାଦରେ ଗୀତ ଗାଇ ନାଚିନାଚି ବହିଯାଉଛି । ଝରଣାର କିଛି ଜଳ ଆସି ଗୋଟିଏ ଖାଲୁଆ ଜାଗାରେ ଜମି ରହିଛି । ତମେ ଉଡ଼ିଉଡ଼ି ଯାଇ ଯଦି ସେଇ ପାଣିରେ ପଡ଼ିବ, ତେବେ ରକ୍ଷା ନାହିଁ ! ଜୀବନ ଚାଲିଯିବ । ତେଣୁ ବସା ଛାଡ଼ି କୁଆଡ଼େ ଯିବନି ।” ଶୁଆ ଶାବକ ଦୁଇଟି କିନ୍ତୁ ନୂଆ ଦୁନିଆ ଦେଖିବାକୁ ଭାରି ବ୍ୟଗ୍ର । ନୀଡ଼ରୁ ମଥା ତୋଳି ନୀଳ ଆକାଶର ଶୋଭା ଦେଖି ସେମାନେ ପଲକିତ ହୁଅନ୍ତି । ଫୁଲଫଳ ଥିବା ବିଭିନ୍ନ ଗଛଲତା ଦେଖି ତାଙ୍କ ମନ ଆନନ୍ଦରେ ନାଚି ଉଠେ । ତେଣୁ ସେ ଦୁହେଁ ବସାରୁ ବାହାରି ଖଣ୍ଡି ଉଡ଼ା ଦେଲେ । ଏ ଡାଳରୁ ସେ ଡାଳକୁ ଗଲେ, ସେମାନଙ୍କୁ ଉଡ଼ିବାକୁ ଭାରି ମଜା ଲାଗିଲା । ଉଡ଼ୁ ଉଡ଼ୁ ଗୋଟେ ଶୁଆ ତଳକୁ ତଳକୁ ଖସିଲା । ଅନ୍ୟ ଶୁଆଟି କିର୍ କିର୍ କରି ଚିଲେଇ କହିଲା, “ଆରେ ବାପ୍ ରେ ! ତଳେ ଏତେ ପାଣି ! ଭାଇ ଉପରକୁ ଉଡ଼ିବାକୁ ଚେଷ୍ଟା କର । ଆଉ ଥରେ, ଆଉ ଥରେ ।” ଶୁଆଟିର ସବୁ ଚେଷ୍ଟା ବିଫଳ ହେଲା । ସେ ଯାଇ ପାଣି ଉପରେ ପଡ଼ିଲା, ଭାଗ୍ୟକୁ କେତୋଟି ଶୁଖିଲା ବରପତ୍ର ଉପରେ ଠିଆ ହେଲା। ପତ୍ର ଗୁଡ଼ିକ ପାଣିରେ ବୁଡ଼ିବା ଭଳି ହେବାରୁ ସେ ନିଜ ଡେଣା ଦୁଇଟିକୁ ଫଡ୍‌ଫଡ୍ କରି ଠିଆ ହେବାକୁ ଚେଷ୍ଟା କଲା । ପାଖ ଆମ୍ବଗଛରେ ବସିଥିବା ସେଇ ଦୁଷ୍ଟ ମାଙ୍କଡ଼ଟି ଶୁଆ ଦୁଇଟି ଉପରେ ନଜର ରହିଥିଲା । ସେ ଶୀଘ୍ର ବରଗଛ ମୂଳକୁ ଦୌଡ଼ିଲା ଏବଂ ଶୁଆ ଶାବକ ପାଖକୁ ଏକ ବାଉଁଶ ବାଡ଼ି ବଢ଼ାଇଲା । ଏହା ଦେଖି ଶଆ ଦୂରକୁ ଦୂରକୁ ଘୁଞ୍ଚିବାକୁ ଚେଷ୍ଟା କଲା । ମାଙ୍କଡ଼ ମଧ୍ୟ ଶୁଆ ପାଖକୁ ପାଖକୁ ବାଡ଼ି ନେଲା । ଶୁଆ ଭାବିଲା, “ଦୁଷ୍ଟ ମାଙ୍କଡ଼ ଆଜି ମୋତେ ନିଶ୍ଚୟ ପାଣିରେ ବୁଡ଼ାଇ ମାରବି, ନ ହେଲେ ସିଏ ବାଡ଼ି ବଢ଼ାଉଛି କାହିଁକି ?”

ଏହା ଦେଖି ଅନ୍ୟ ଶୁଆଟି କିର୍ କିର୍ ରାବିଲା । ବଣି ଚଢ଼େଇଟିଏ ମଧ୍ୟ ଚିଁ ଚିଁ ରାବି ଫୁର୍‌ର କିନା ଉଡ଼ିଗଲା ଏବଂ ମାଆ ଶୁଆକୁ ଭେଟି କୁନି ଶଆୁର ଅସୁବିଧା ବିଷୟରେ ଗୋଟିଗୋଟି ସବୁକଥା କହିଲା । ସବୁ ଶୁଣି ମାଆ ଶୁଆ ଦୁଃଖରେ କାନ୍ଦି ପକାଇ କହିଲା, “ମୋ ଛୁଆକୁ ଦୁଷ୍ଟ ମାଙ୍କଡ଼ ଆଜି ନିଶ୍ଚୟ ମାରି ଦେଇଥିବ ! ମୁଁ ଏଇଲେ କ’ଣ କରବି ?” ବସା ପାଖରେ ପହଞ୍ଚି ମାଆ ଶୁଆ ଯାହା ଦେଖିଲା, ନିଜ ଆଖିକୁ ବିଶ୍ୱାସ କରିପାରିଲା ନାହିଁ । ମାଙ୍କଡ଼ ହାତରେ ବାଉଁଶ ବାଡ଼ି, ସେଥିରେ ବସିଛି କୁନି ଶୁଆ । ଧୀରେଧୀରେ ମାଙ୍କଡ଼ ଶୁଆକୁ ହାତରେ ଧରିଲା ଏବଂ ଗଛର ଏକ ସୁରକ୍ଷିତ ଜାଗାରେ ଛାଡ଼ିଲା । ମାଆ ଶୁଆ ଉଡ଼ିଯାଇ ଛୁଆ ପାଖରେ ପହଞ୍ଚିଲା ଏବଂ ନିଜର ଦୁଇଡେଣା ମଝିରେ ଛୁଆକୁ ଆଉଜାଇନେଲା । ତା’ ଆଖିରୁ ଆନନ୍ଦର ଅଶ୍ରୁ ନିଗିଡ଼ି ପଡ଼ିଲା । ନିଜ ଛୁଆର ଜୀବନ ରକ୍ଷା କରିଥିବା ଯୋଗଁ ମାଆ ଶୁଆ ମାଙ୍କଡ଼କୁ ଗଭୀର କୃତଜ୍ଞତା ଜଣାଇଲା। ସେଠାରେ ଉପସ୍ଥିତ ଥିବା ପକ୍ଷୀମାନେ କିଚିରିମିଚିରି ଶବ୍ଦ କରି ମାଙ୍କଡ଼କୁ ପ୍ରଶଂସାରେ ପୋତି ପକାଇଲେ ।

ଡାମରା କାଉ ତା’ କର୍କଶ ସ୍ୱରକୁ ଯଥାସମ୍ଭବ ନରମ କରି କଅଁଳେଇ ପଚାରିଲା, “ହେ... ହନୁ ମଉସା! ତୁମେ ଏତେ ଶୀଘ୍ର କିପରି ବଦଳି ଯାଇ ଏତେ ଭଲ ହୋଇଗଲ ସେ କଥା ଟିକିଏ ବିସ୍ତାରିକି କୁହ । ଦାନ୍ତକୁ ଦେଖେଇ ଲାଜେଇ ମାଙ୍କଡ଼ କହିଲା- ମୁଁ ଦିନେ ଗରୁକୁଳ ଆଶ୍ରମର ଏକ ଆମ୍ବଗଛରେ ଚୁପଚାପ୍ ବସିଥାଏ । ସାଧୁ ଜଣକ ଶିଷ୍ୟମାନଙ୍କୁ ବୁଝାଉଥାନ୍ତି “ଆମେ ଅନ୍ୟକୁ ସାହାଯ୍ୟ କଲେ ଭଗବାନ ମଧ୍ୟ ଆମକୁ ସାହାଯ୍ୟ କରିବେ । ଆମେ ଭଲ ହେଲେ ଦୁନିଆ ମଧ୍ୟ ଆମ ପାଇଁ ଭଲ ହୋଇଯିବ ।” ଏହି ସାଧବୁାଣୀ ଶୁଣି ମୁଁ ମାଙ୍କଡ଼ ହେଲେ ମଧ୍ୟ ମୋ ମନରେ ଦିବ୍ୟ ଭାବନା ଜାତ ହେଲା । ସେଦିନ ହିଁ ମୁଁ ଭଲ ହେବା ପାଇଁ ଶପଥ ନେଲି ଏବଂ ନିଜକୁ ବଦଳାଇ ପାରିଲି । ଏହା ଶୁଣି ଚଢ଼େଇମାନେ କଳରବ କରି ହନୁମାଙ୍କଡ଼ର ଜୟଜୟ କାର କଲେ ।

ମାଙ୍କଡ଼ ଶୁଆ ଡାମରା କାଉ

Rate the content


Originality
Flow
Language
Cover design

Comments

Post

Some text some message..