Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kumari Sagarika None

Others

2  

Kumari Sagarika None

Others

ଅକୁହା

ଅକୁହା

2 mins
1.7K


କେତେ ଦିନ ପରେ ପଡିଶା ଘର ମାଇଁଙ୍କ ଘରକୁ ଯାଇଥିଲି l କବାଟ ପାଖେ ଥାଇ ମାଇଁଙ୍କୁ ଦେଖୁଥିଲି l ସେ ମୋବାଇଲଟି ଧରି ବସିଥିଲେ l ତାଙ୍କ ମୁହଁ ଦେଖି ଜଣା ପଡୁଥିଲା, ସେ ବହୁତ ଖୁସି ଅଛନ୍ତି l ଆଉ ସମ୍ଭାଳି ନ ପାରି ପଚାରିଲି, ‘ମାଇଁ ! କ’ଣ କରୁଛ ?’ ସେ କିଛି ନ କହି ହସିଦେଲେ l ତାଙ୍କ ମୋବାଇଲରେ ଫୋଟଟିଏ ଦେଖେଇଲେ l ମନେ ହେଲା ଫୋଟଟିର ଚେହେରାଟିକୁ କେଉଁଠି ଦେଖିଛି l କିନ୍ତୁ ମନେ ପକାଇ ପାରୁ ନ ଥାଏ l ତା’ ପରେ ଜାଣିପାରିଲି ଏହି ଚେହେରାଟିକୁ ମୁଁ ଟି.ଭି.ରେ ଗୋଟିଏ ରିଅଲିଟି ସୋରେ ଦେଖିଥିଲି l ସେହି ସୋରେ ଝିଅଟି ବିଜେତା ହୋଇଥିଲା l ଝିଅଟିର ନାଆଁ ସୋମା l କିନ୍ତୁ ଝିଅଟିକୁ ମାଇଁଙ୍କର ହ୍ୱାଟ୍ସଆପରେ ଦେଖି ଆଶ୍ଚର୍ଯ୍ୟ ଲାଗିଲା l ମାଇଁ କହିଲେ, ଝିଅଟି ମୋର ପୂର୍ବତନ ଛାତ୍ରୀ l ଯେତେବେଳେ ସେ ପ୍ରଥମେ ଶ୍ରେଣୀରେ ପଢୁଥିଲା, ମୁଁ ତା’ର ଶ୍ରେଣୀ ଶିକ୍ଷକ ଥିଲି l ଛୋଟ ପିଲାଙ୍କ ପାଖରେ ଛନ୍ଦ କପଟ କିଛି ନ ଥାଏ l ସେହି ଶ୍ରେଣୀର ସବୁ ପିଲା ମୋତେ ବହୁତ ଭଲ ପାଉଥିଲେ l ସେତେବେଳେ ମୁଁ ବାହା ହୋଇ ନ ଥିଲି l କିନ୍ତୁ ଚାଳିଶି ପିଲାଙ୍କର ମାଆ ଭଳି ଥିଲି l ଦିନେ ସୋମାର ପେଟରେ ଯନ୍ତ୍ରଣା ହେଉଥିଲା l ମୁଁ ଅନ୍ୟ ଶ୍ରେଣୀରେ ଥିଲି l ସେ ଅନ୍ୟ ଜଣେ ମିସଙ୍କୁ ମୋ ବିଷୟରେ ପଚାରିଲା l ମାଡାମ୍ ଜଣଙ୍କ କହିଲେ, ‘କ’ଣ ହେଇଛି, ମୋତେ କହୁନୁ ?’

: ଆପଣ କ’ଣ ଆମ ମିସ୍? ସୋମା ଉତ୍ତର ଦେଲା l

ତା’ ଜନ୍ମଦିନରେ ମୁଁ ସ୍କୁଲରେ ଅନୁପସ୍ଥିତ ଥିଲି l ତେଣୁ ତା’ ମମ୍ମି ସମସ୍ତଙ୍କୁ ବାଣ୍ଟିବା ପାଇଁ ଦେଇଥିବା ମିଠା ଘରକୁ ଫେରେଇ ନେଇ ଯାଇଥିଲା l

: ତୁମେ ଭଲ ପଢାଅ ବୋଲି ପିଲାମାନେ ତୁମକୁ ଏତେ ଭଲ ପାଆନ୍ତି ନା? ମୁଁ ମାଇଁଙ୍କୁ ପଚାରିଲି l

: ସେ ଉତ୍ତର ମୁଁ ଏବେ ବି ଜାଣିନି l ମାଇଁ କହିଲେ l

କିନ୍ତୁ ସୋମା କଥା କହିବି l ସେ ଷ୍ଟେଜ୍ ଉପରକୁ ଆସିବାକୁ ଡରୁଥିଲା ସେହି ଦିନ ମାନଙ୍କରେ l ଦିନେ ଗୋଟିଏ କୌତୁକ ପୋଷାକ ପ୍ରତିଯୋଗିତା ହେଉଥିଲା l ପ୍ରତିଯୋଗିତାର ବିଷୟବସ୍ତୁ ଥିଲା, ତୁମ ପସନ୍ଦର ବ୍ୟକ୍ତିଙ୍କର ଅଭିନୟ କରିବା l କିଏ ତା’ ଆଇର ଚରିତ୍ରରେ ଆସିଲା ତ କିଏ ତା’ ବଡ ଭଉଣୀର ଚରିତ୍ରରେ ଆସିଲା lକିଏ ତା’ ମାମା ଚରିତ୍ର ତ କିଏ ତା’ ପଡିଶା ଘର ବୁଢୀ ମାଆ ଚରିତ୍ରରେ ଆସିଲା l ସୋମା କିନ୍ତୁ ମୋ ଚରିତ୍ରରେ ଅଭିନୟ କଲା ଓ ପ୍ରଥମ ପୁରସ୍କାର ପାଇଲା l

ଏବେ ତ କେତେ ବଡଟେ ହୋଇଗଲାଣି ସେ l ମୁଁ ଟି.ଭି.ରେ ତା’କୁ ଦେଖି ସନ୍ଦେହ କରୁଥିଲି ସେ ହୋଇଥିବ ବୋଲି l କିନ୍ତୁ ଫେସବୁକରେ ଖୋଜୁ ଖୋଜୁ ତା’ ମମ୍ମି ସହ ତା’ର ଫୋଟ ଦେଖି ନିଶ୍ଚିନ୍ତ ହୋଇଗଲି ଯେ ସିଏ ସୋମା l ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ ଦୀର୍ଘ ଦଶ ବର୍ଷ ପରେ ବି ସେ ମୋତେ ମନେ ରଖିଛି l ମୋତେ ଫେସବୁକରେ ଦେଖି ଖୁସି ହୋଇଗଲା ସେ l

ତା’ ମମ୍ମି କହିଲେ, ‘ମାଡାମ୍ ! ଆପଣ ଝିଅମାନଙ୍କୁ ଭଲ ପାଉଥିଲେ ବୋଲି ଆପଣଙ୍କର ଦୁଇ ଝିଅ l’ ଏତିକି କହିବା ବେଳକୁ ମାଇଁଙ୍କର ଆଖିରୁ ଲୁହ ଦୁଇ ଟୋପା ଖସିଗଲା l ମୁଁ ଭାବିଲି ଦୁଇଟି ଝିଅ ବୋଲି ମାଇଁଙ୍କର ମନ ଦୁଃଖ l କିନ୍ତୁ ମାଇଁ କହିଲେ ଯେ, ‘ଅନ୍ୟ ଝିଅମାନଙ୍କୁ ଉତ୍ସାହିତ କରି ପ୍ରଶଂସା ପାଇଲି, କିନ୍ତୁ ନିଜ ଝିଅର ଇଚ୍ଛା ପୂରଣ କରି ପାରିଲି ନାହିଁ l’ ଏତିକି କହି ମାଇଁ ଚୁପ୍ ରହିଗଲେ l ମାଇଁ କିଛି ନ କହିଲେ ବି କାରଣଟା ମୁଁ ବୁଝି ପାରିଲି l


Rate this content
Log in