Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଅସୁନ୍ଦରୀ
ଅସୁନ୍ଦରୀ
★★★★★

© Pratima Das

Inspirational Tragedy

8 Minutes   4.6K    14


Content Ranking

ଲେଖିକା ପ୍ରତିମା ଦାସଙ୍କ

*** ଅସୁନ୍ଦରୀ ***

ଦିନଯାକର ଅକ୍ଲାନ୍ତ ପରିଶ୍ରମ ପରେ କୁସୁମୀ ଆଖିରେ ଆଖିଏ ଭାତଖିଆ ନିଦ। ପରିଶ୍ରମ ହେଉ ପଛକେ ମନ୍ତ୍ରୀ ବାବୁଙ୍କ ଘରେ

ଖାଇବା ପିଇବା ଅଭାବ ନାହିଁ। ହଠାତ୍ କିଛି ଶବ୍ଦ ଶୁଭିଲା। କୋଠାର ଉପର ମହଲାରୁ। ଆଗ ପଟରୁ ଶବ୍ଦ ଆସୁନି। ନଚେତ୍ ଦରବ୍ଓନ ପାଖ ବଖରାରେ ଥିବା କୁକୁର ଶେରୁ ଆଉ ଶ୍ରାବଣୀ ଦୁଇଜଣ ଭୁକି ଭୁକି ଘର ଫଟାନ୍ତେଣୀ। ପୁଣି ଟିକେ କାନ ପାରିଲା। କଣ ଗୋଟେ ପଡି ଭାଙ୍ଗି ଗଲା ବୋଧେ। ଏଥର ଭଲ ଭାବେ ବାରି ପାରିଲା,ଏ ଉପର ମହଲାର ପଛପାଖେ ରହୁଥିବା ବୋହୁମାଙ୍କ ବଖରାରୁ ଆସୁଛି। ବିଲେଇ ଫିଲେଇ ହୋଇଥିବେ। କାରଣ ମନ୍ତ୍ରୀ ବାବୁଙ୍କ ବଡପୁଅକୁତ କଣ ସବୁ ପିନ୍ଧା ପିନ୍ଧି କରି ଶୁଆଇ ଦିଆଯାଏ ଯେ ତାଙ୍କ ଯତ୍ନ ନେଉଥିବା ଲୋକଟି ଆସିଲେ, ଯାଇ ସେ ଉଠନ୍ତି। ତଳ ବଖରାରେ ମନ୍ତ୍ରୀ ବାବୁ ଆଉ ମା।ମାବି ରାତିରେ କଣ ଖାଇ ଶୁଅନ୍ତିଯେ ସକାଳ ସାତୁଟା ହେଲେ ଉଠନ୍ତି। ଚାକରବାକରତ କାମଦାମ କଲେ ମାଙ୍କର କିଛି ଦାୟିତ୍ବ ଛଡା କାମ ବିଶେଷ କିଛି ନ ଥାଏ ତେଣୁ ଯେତେ ବେଳେ ଉଠିଲେ ଚଳେ। ଉପର ମହଲାରେ ମନ୍ତ୍ରୀ ବାବୁଙ୍କ ସାନପୁଅ ଆଗପଟେ ଓ ବୋହୁମା ପଛପାଖେ । ବାକି ସବୁ କାମ କରିବା ଲୋକ ଆଗରେ ଗାଡ଼ି ରହୁଥିବା ଯାଗାରେ ରୁହନ୍ତି। ବିରାଟ ଏକ କୋଠା ଆଖି ପାଏନି। ଆଉ ଶବ୍ଦ ଆସୁନି। କୁସୁମୀ ଶୋଇଗଲା।

ଏମିତି ଅନେକ ଥର କୁସୁମୀକୁ ଶବ୍ଦ ଆସେ। ଉପର ମହଲାର ଏ ରାତିଅଧିଆ ଶବ୍ଦ ବିଷୟରେ କୁସୁମୀ କାହାକୁ କିଛି

ପଚାରି ପାରେନି। କାରଣ ତା ପରଦିନ ଘରେ କିଛି ଅଘଟଣ ହୋଇଛି ବୋଲି କୌଣସି ଚ଼ର୍ଚା ହେଉ ନ ଥାଏ।

କୁସୁମୀର ଜୀବନ ଏକ ଦୁଃଖ ଯନ୍ତ୍ରଣା ଜର୍ଜରିତ ଜୀବନ। ତଥାପି କୁସୁମୀ ବଂଚିପାରିଛି ସେ ଅସୁନ୍ଦରୀ ବୋଲି ।ଆଜି ସେ ଅନୁଭବ କରୁଛି ଏ କଥାଟି ।କେଉଁ ପାଲା ଗାୟକଠୁ ଶୁଣିଥିଲା ଅସୁନ୍ଦରୀ ମାନେ ସତୀ.। ସୁନ୍ଦରୀଟିଏ ହୋଇଥିଲେ ସମାଜର ହେଟାଳ ବାଘ ମଢାକୁ ଭିଣିଲା ପରି ହୁଏତ ତାକୁ ଭିଣି ଭିଣି ଚୋବୋଉ ଥାନ୍ତେ।

ପିଲାଟିବେଳେ କୁସୁମୀକୁ ବସନ୍ତ ହୋଇଥିଲା, ଫଳରେ ମୁହଁ ଟି ବିବର୍ଣ୍ଣ ହୋଇଯାଇଛି। କଳା ଫାଟୁଆ ରଂଗ ସାଂଗେ ଚେପଟା ନାକଟି ଯେପରି ଯୋଡିଏ କଣା କେଉଁ ଅତଳ ଗର୍ଭକୁ ଯାଇ ମିଶିଛି। ଦାନ୍ତଗଣ୍ଡିକ ବାହାରିଆସି ତଳ ଓଠକୁ ଏପରି ଭାବେ ଚାପି ରଖିଛନ୍ତି ଯେ, ପାଟିର ଲାଳ ଆସି ଥୋଡିରେ ପଡୁଥାଏ। ଆଖି ଆଉ ଉଚ୍ଚ କପାଳ ମିଶି ତାଳ ମେଳ ନ ଖାଇ ଯେଝା ବାଟରେ ଯିଏ। ଉଚାରେ ଏପରି ବଢିଛି

ହେଲେ ଦେହରେ ପଳେ ମାଂସ ନାହିଁ। ଭାଲୁ ପାଦ ସାଂଗକୁ ଆଂଗୁଠି ଫେରକଟା। ଯୌବନେ ମର୍କଟୀ ରମ୍ଭା। କିନ୍ତୁ ସେତକ ବି ତା ଶରୀରରେ ପରିବର୍ତ୍ତନ ଆସିଲାନି। ବିଧାତା ମା ପେଟରେ ତ ଏପରି ଗଢିଲା, ମୁଁ କଣ କରିବି ଲୋ କୁସୁମୀ? କୁସୁମୀର ପ୍ରଶ୍ନ ମା ମୁଁ ଏମିତି ଅସୁନ୍ଦରୀ କାହିଁକି? ମା ଏହାହିଁ କହେ।

ଆମ ସମାଜରେ ପରିବର୍ତ୍ତନର ଅନେକ ଆବଶ୍ୟକତା ଅଛି। ଏଠି ଦୁର୍ବଳକୁ ବଂଚିବାକୁ ଦିଆ ଯାଏନି କିନ୍ତୁ ସବଳ ପାରିବା ଲୋକଟିର ଚାମଚାଗିରି କରି, ତା ଗର୍ବ ,ଅହଙ୍କାର, ମୁହଁ ବଢାଇଦିଆଯାଏ।

ଅସୁନ୍ଦରୀ ଝିଅଟିର ଯେପରି ସାମାନ୍ୟ ଅଧିକାର ନାହିଁ ବଂଚିବାର ।ତା ସାମ୍ନାରେ ଏପରି କୁହାଯାଏ ଯେ ତା ମନର ସାମାନ୍ୟ ବିଶ୍ୱାସ ବି ଖତମ୍ ହୋଇ ଯାଏ। କମ୍ ଶୁଣୁଥିବା ଲୋକକୁଏ କାଲା କହି, ଆଖି ଗଢଣ ଛୋଟ ବଡ଼ ଥିଲେ ଟେରା, ଉଚା କମ୍ ଥିବା ଲୋକଙ୍କୁ ବାଣ୍ଠୁ କି ଗେଡ, ପାଟି ଲାଗୁଥିଲେ ଖନା କଳା ଝିଅକୁ କାଳୀ ଇତ୍ୟାଦି ଆମ ସମାଜର ଚଳଣୀ ରେ ପରିବର୍ତ୍ତିତ ହୋଇଯାଇଛି। ଆମେ ସମାଜର ଗତାନୁଗତିକ ରାସ୍ତାରେ ଚାଲି ଚାଲି ଏତେ ଅଭ୍ୟସ୍ତ ଯେ, ଆମ

ବୁଦ୍ଧିକୁ ପରିପକ୍ୱ ହେବାକୁ ଦେଉନେ କି ଏପରି କରିବାଟା ନିଶ୍ଚିତ ରୂପେ ଏକ ଅସାମାଜିକ କାର୍ଯ୍ୟ ଶୈଳୀ ବୋଲି ବିଚାର କରୁନେ।

ଏଭଳି ତାନା ଶୁଣି ଶୁଣି କୁସୁମୀର ଏକ ଦୃଢ ବିଶ୍ୱାସ ଆସିଯାଇଥାଏ ଯେ ସେ ପୃଥିବୀ ର ସବୁଠୁ ବଡ଼ ଅସୁନ୍ଦରୀ।

ସତକୁ ସତ ବି ଗାଁର ତା ବୟସ ର ଝିଅ ସବୁ ଫି ସନ ବାହା ହୋଇ ବୋହୁ ହୋଇ ଘରସଂସାର କଲେଣି। କୁସୁମୀକୁ ତିରିଶି ଟପି ଚାଳିଶି ଛୁଇଁ ଲାଣି । କୁସୁମୀର ବାପା ମା ରୋଗ ବୈରାଗ୍ୟ, ଅଭାବ ସର୍ବୋପରି କୁସୁମୀ ର ହାତକୁ ଦିହାତ କରି

ନପାରି ଚିନ୍ତାରେ ଆରପାରିକୁ ଚାଲିଗଲେ। ଆଉ ରହିଲେ ଭାଈଭାଉଜ ଦିଜଣ। ଭାଈଭାଉଜ ନା ନା ଗଂଜଣ ଦିଅନ୍ତି, ବାଧ୍ୟ

ହୋଇ ପଡି ରହିଥାଏ ଭାଉଜର ସବୁ ପାଇଟିପତ୍ର ବୋଲହାକ କରି ଗଣ୍ଡେ ଖାଇବା ବଦଳରେ ।ଗାଁ ବାଲାଙ୍କ ସହଯୋଗ ଟିକେ ଥିଲା ତେଣୁ ଭାଈଭାଉଜ ଘରୁ କାଢି ପାରୁ ନ ଥାନ୍ତି।

କୁସୁମୀ ଏବେ ମଝିରେ ମଝିରେ ଟିକେ ନିଜକୁ ଭାଗ୍ୟବତୀ ମନେ କରୁଛି। ନିଜ ଗାଁ ଏବଂ ଆଖପାଖ ଗାଁ ର

ଖବର ଶୁଣୁଛି ଯେ ପାଁଚରୁ ପଂଚାବନ ର ସ୍ତ୍ରୀ ଆଉ ଏକେଲା ରହିବା ,ଯିବା ଆସିବା କରିବା ଟା କୌଣସି ସ୍ଥାନରେ ସୁରକ୍ଷିତ

ନୁହେଁ। କୁସୁମୀ କିନ୍ତୁ ସୁରକ୍ଷିତ, ଏ ଅସୁରକ୍ଷିତ ସମାଜରେ, କାରଣ ସେ ଅସୁନ୍ଦରୀ କାଳୀ। ଠାକୁର ଙ୍କୁ ଧନ୍ୟବାଦ ଦେଲା।

ତଥାପି କୁସୁମୀର ଜୈବିକ ଶରୀରରେ କାମନା ବାସନା କଡ ଲେଉଟାନ୍ତି ମଝିରେ ମଝିରେ। ପାଖପରିବେଶ ଯେପରି ଗାଁ ତୋଟା, ପାଳଗଦା ,ପୋଖରୀ ତୁଠ କିଆବଣରେ ଟୋକାଟୋକୀ ଆଉ ଘରେ ଭାଈ ଭାଉଜ ସୂର୍ଯ୍ୟ ଚନ୍ଦ୍ର ନ ମାନି କେଳି କରୁଥାନ୍ତି ଦିନରାତି। କୁସୁମୀର ସଂଜମତା ଅଧିକ ବୋଲି ଶରୀରର ଅମାନିଆଁ ଭୋକ ଆଉ ତାତି କୁ ବୁଝାଇ ରହିପାରେ।

ଦିନକର ସଂଜବୁଡି ବହଳ ଅନ୍ଧାର ହେଲାଣି, କୁସୁମୀକୁ ପୋଖରୀପାଣି ଲାଗିଲା। ପାଇଖାନା ତ ସାତ ସପନ। ବିଲବାଡିକୁ ଯିବାକୁପଡେ। କୁସୁମୀ ଶୌଚ ହୋଇ ପୋଖରୀ ହୂଡା ପାଖେ ହୋଇଛି, ବାଉଁଶ ବୁଦାମୂଳୁ ପିଶାଚ ଡେଇଁଲା ପରି

ତା ଉପରକୁ ଜଣେ ଡେଇଁ ପଡି ପାଟି ଚିପିଧରି ମାଡିବସିଲା। କୁସୁମୀ କୁ ବୁଝିବାକୁ ଆଉ ଡେରି ହେଲାନି। ଅଚିହ୍ନା ଲୋକଟା ଆଦିମ ପାଶବିକ କ୍ଷୁଧା ମେଣ୍ଟାଇବା ପାଇଁ ଲାଗିପଡିଲା। କୁସୁମୀର ବଳ ପାଉନଥାଏ ତା ହାବୁଡରୁ ଖସିବାକୁ, କହିବା ବାହୁଲ୍ୟ ତା ଦୈହିକ ଇଛା ଯେପରି ଆଜି ଖୁସି ସାଉଁଟୁଛି,ଯିଏ

ଆଜି ଯାଏ ଥିଲା ପୁରୁଷ ଅସ୍ପୃଶ୍ୟ ।

ତଥାପି କୁସୁମୀ ଚେଷ୍ଟା କରୁଥିଲା କହିବାକୁ, ମୁଁ ରାଜି ଅଛିରେ, ତୋ ନାଁ କହ? ତୁ କିଏ ଚିହ୍ନା ଦେ? କାରଣ ମୁଁ ବି

ହାତକୁ ଦିହାତ ନହୋଇ ପାରି ଏ ବାହା ସୁଖ ଟିକେ ପାଇବା ପାଇଁ ଆତୁର ହୋଇ ଠାକୁରଙ୍କୁ ଡାକୁଥିଲି, ଜୀବନସାରା ଶୁଣାଶୁଣିରେ ବଡ ଓଷା, କାର୍ତ୍ତିକ ସୋମବାର କରୁଥିଲି। ମୋତେ କେବଳ ଚିହ୍ନା ଦେଇ ନିଜର କରେ, ଛାଡି ଚାଲି ଯାନା।

ମୁଁ ତୋ ଧନଦରବ, ଜାତିଗୋତ୍ର, ରୂପଭେକ କିଛି ଦେଖିବିନି। ତୋର ମୋର ଖଟିବା ଖାଇବା। ଶରୀର ସୁଖ ,ମନସୁଖ ଦିଆନିଆ ହୋଇ ରହିବା। ନା ପିଶାଚ ରୂପୀ ମଣିଷ ଜବାବ ଦେଲାନି। କୁସୁମୀ ଗଁ ଗଁ ହେବା ଛଡ଼ା କିଛି ବ୍ୟକ୍ତ କରିପାରିଲାନି। ପିଶାଚ କାମନା ଚରିତାର୍ଥ କରି, ଆଖୁ ଚୋବାଇ

ଛେଦା ଫୋପାଡିବା ପରି ଗୋଡରେ ଆଡେଇ ଦେଇ ଘନ ଅନ୍ଧକାର ରେ ମିଳାଇ ଗଲା।

କୁସୁମୀ ଅନେକ ଦୁଃଖ ଅଳ୍ପ ଖୁସି ଭିତରେ ଚୁପ୍ ରହିଲା। ଜାଣି ନଥିଲା ତା ଭିତରେ ଏକ ନୂତନ ସୃଷ୍ଟି ପୃଥିବୀର ଆଲୋକ ସନ୍ଧାନ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଲାଣି। ଭାଈଭାଉଜ ଜାଣିଲେ କୁସୁମୀ ପେଟରେ ହୋଇଛି, ସେମାନେ ତ ମୌକା ଅପେକ୍ଷାରେ ଥିଲେ। ଗାଁ ଲୋକେ କିଛି ନ୍ୟାୟନିଶାପ କରିବା ଆଗରୁ, ବର୍ଷା ଦିନିଆ ଫିମ୍ପି ମରା ଗାଧୁଆଘର ଖଡିକାମୁଠା ଅଳିଆ ଗଦାକୁ ଫୋପାଡିବା ପରି ଗୋଇଠା ଦେଇ ଘରୁ କାଢିଦେଲେ।

କୁସୁମୀ ଜୀବନ ହାରିଦେବ ଭାବିଲା, ପେଟରେ ଛୁଆଟି କଥା ଭାବି ଆକୁଳିଆ ହେଲା। ଜୀବନ ନ ହାରି, ଗାଁ ଛାଡି ଆଗକୁ ବଢିଲା। ରାଜରାସ୍ତାରେ ହଠାତ୍ ଗୋଟେ ବଡ ଗାଡ଼ି ଆଲୁଅରେ ତା ଆଖି ବୁଜି ହୋଇ ଗଲା। ତାକୁ ସବୁ ଅନ୍ଧାର ଦେଖାଗଲା। ସେ ପକ୍କା ସଡ଼କ ରେ ଗଛ କାଟିଲା ପରି ଗାଡି ଆଗେ ପଡିଗଲା।

ଆଖି ଖୋଲିଲା ବେଳକୁ ପାଟି ଶୁଭୁଥାଏ। ଯାହାକୁ ପାରିଲ ଉଠାଇ ଆଣିଲ, ଆମ ରାଜନିତିଆଙ୍କ ପଛେ କେତେ ଝାମେଲା, କେତେ ଇସୁ କିଏ ସମ୍ଭାଳିବ? ସ୍ତ୍ରୀ ଲୋକ ଜଣଙ୍କ କହୁଥାନ୍ତି, ଦିନେ ଦୁଇଦିନ ରହିବାକୁ ଦିଅ, ତାପରେ ତୁମ କଥା ଅନୁସାରେ କେଉଁ ନିଆଶ୍ରୀ ଆବାସରେ ଛାଡିଦେବା। କୁସୁମୀଠାରୁ ସବୁକଥା ଶୁଣି, ମାଙ୍କ ମନରେ ଦୟା ଆସିଲା, ମା

ମନ୍ତ୍ରୀ ବାବୁଙ୍କୁ କିପରି ବୁଝାଇଲେ କୁସୁମୀ ଜାଣେନା,କସୁମୀକୁ ଘରେ ରହିବାକୁ ଦେଲେ। କୁସୁମୀ ର ପରିଶ୍ରମ ସେବା ମା'ଙ୍କ ମନ କିଣିଥିଲା। ଛୁଆଟିବି ଦି ତିନି ମାସରେ ନଷ୍ଟ ହୋଇଯାଇଥିଲା ପେଟ ଭିତରେ। କୁସୁମୀ ଦୁଃଖ କଲାନି, ଭଲ ହେଲା ଭାବିଲା, କାଳେ ତାରି ପେଟରୁ ତା ଈଜ୍ଜତ

ନେଇଥିବା ଭଳି ପିଶାଚ ଜନ୍ମ ହୋଇଯାଇଥାନ୍ତା। ମାୟା ତୁଟାଇ

ଖାଇବା ପିଇବା ଗଣ୍ଡେ ପାଇ ଖୁସିରେ ରହିଥାଏ ମନ୍ତ୍ରୀ ବାବୁଙ୍କ ଘରେ।

ସକାଳୁ ସକାଳୁ ସଫା ସୁତର ହୋଇ, କୋଠା ଭିତରକୁ କାମ ପାଇଁ ଗଲା। ଆସିବା ଦିନୁ ବୋହୁମା କେବେ ହସିବା ସେ ଦେଖିନି। ତୁଳି ରେ କାଟି ଦେବା ପରି ରୂପ ବୋହୁମାଙ୍କ ର। ଗରୀବ ଘର ବୋଲି ମନ୍ତ୍ରୀ ଘର ହେତୁ ବାପାମା ଟେକି ଦେଇଛନ୍ତି ମନ୍ତ୍ରୀଙ୍କ ପୁଅ ପାଗଳ ହେଲେବି। ଏ ଘରେ ହସଖୁସି ନ ଥାଏ କହିଲେ ଚଳେ। ନିଜେ ବି ତ ସେ ଦୁଃଖିନୀ ଟିଏ,ତେଣୁ ତାକୁ ଫରକ ପଡେନି। ବୋହୁମା ପାଦ ଘୋଷାରି ଘୋଷାରି ଆସୁଥାନ୍ତି। ମା ଦୟାଳୁ ସିନା ଟିକେ ଅଚାଲାଖ ,ସେ କେବେଠୁ ଠଉରେଇ ସାରିଛି, ବଡ ଘର ବଡ ଗୁମର କଥା। ସେ ପତର ଗୋଟା କାମରେ ଅଛି, ତୋଟା ମୂଲ ରେ ତାର ଯା ଆସ କ'ଣ?

ଉପରୁ ବଡ ମା ପ୍ରଥମ ଥର ପାଇଁ ଖୁସିରେ ପାଟି କରି କହୁଥିଲେ କୁସୁମୀ ଲୋ ବାହାଦୁର୍ ,ଗାଡି ଡ୍ରାଇଭର ସନା, ଗୁନା, ରୋଷେଇଆ ନନା, ମାଳି ଚନ୍ଦନ ସମସ୍ତଙ୍କୁ ମିଠା ଆଉ ଫଳ ଦେଇଆ ବାହର ପୋର୍ଟିକ ପାଖକୁ ଯାଇ, ମୁଁ ନାତି କି ନାତୁଣୀ ଦେଖିବି। ବୋହୁମାଙ୍କ ଛୁଆ ହେବା ଶୁଣି କୁସୁମୀ ମୁଣ୍ଡ ଗୋଳମାଳ ଧରିଲା କାରଣ ପୁଅତ ପାଖାପାଖି ଅକ୍ଷମ। କାମ ଚାପରେ ମନ ଭିତରେ ଉଙ୍କି ମାରୁଥିବା ପ୍ରଶ୍ନ ସେମିତି ନିଜ ଯାଗାରେ ରହିଗଲା। ସବୁ ପୁରୁଷ ଲୋକଙ୍କୁ ପ୍ରାୟ ମନ୍ତ୍ରୀ ବାବୁଙ୍କ ଭିତର ଘର ମନା। ଯିଏ ଆସନ୍ତି ସେବା ଦେଇ ବାହାରେ ବାହାରେ ରୁହନ୍ତି। କେବଳ କୁସୁମୀ ଘର ଭିତର ସେବାରେ ଏଇ ଦି ଚାରି ମାସ ହେବ ରହିଛି।

ମିଠା ବଣ୍ଟା ବେଳେ ବେଳେ ବୋହୁ ମା ଆଖିକି ଅନେଇଲା

କୁସୁମୀ, ଛଳ ଛଳ ଆଖିରେ ଛିଡା ହୋଇଥାନ୍ତି ବୋହୁମା।କଣ ପାଇଁ ଡ୍ରାଇଭର ଗୁନା ଭିତରକୁ ପଶି ଆସିଲା। ବୋହୂ ମାଙ୍କ

ମୁହଁ ଉଜ୍ଜଳି ଉଠିଲା।

କୁସୁମୀର ଆଜି ଅଧିକା କାମ ଥିଲା, ମା'ଙ୍କୁ ଘଷା

ମୋଡା କରି ଆସିଲା। ଇଛା ହେଉଥାଏ, ବୋହୁମା ଟାକୁ ଟିକେ

ମୋଡା ଘଷା କରି ଦିଅନ୍ତାକି, କିନ୍ତୁ ବୋହୂ ମାଙ୍କ ବଖରାକୁ ଯିବା ମନା।

ତେଣୁ ବାଡିପଟ ତା ବଖରାକୁ ଶୋଇବାକୁ ଆସିଲା। ନିଦ ଲାଗିଗଲା କୁସୁମୀକୁ ଚଟକିନା। ପୁଣି ସେଇ ଉପର ମହଲାରୁ ରାତି ଅଧିଆ ଶବ୍ଦ।

କୁସୁମୀ ଆଉ ସମ୍ଭାଳି ପାରିଲାନି, ପଛ ପାଖେ ଏକ ମୋଡା ସିଡି ଉପର ମହଲାକୁ ଯାଇଛି। କୁସୁମୀ ଧିରେ ଧିରେ ସେ ସିଡିରେ ଉଠିଲା, ଠିକ୍ ଶବ୍ଦ ଆସୁଥିବା ଝରକାରୁ ଯେତେବେଳେ ଦେଖିଲା ତା ପାଦ ଥଣ୍ଡା ହୋଇ ପଥର ପାଲଟି ଗଲା। ସାନବାବୁ ବୋହୁମାଙ୍କ ସାଂଗେ, ଛି ଛି। ବୋହୁମା କାକୁତି ବିନତି ସତ୍ବେ ବୋହୁମାଙ୍କ ଶରୀର କୁ ନେଇ ଖେଳୁଛନ୍ତି । ତାଙ୍କ ପାଟିରେ କଣ ବନ୍ଧା ଯାଇଛି। କଲିଜା ତାର ଖିନ୍-ଭିନ୍ନ ହୋଇ ଗଲା। ଲଥ୍ କିନା ବସି ପଡ଼ିଲା। କେତେବେଳେ କୁସୁମୀ ନିଜ ବଖରାକୁ ଆସିଲା ତାକୁ ଜଣା ନାହିଁ। ନିଜ ବଖରାରେ ଆସି ଛଟପଟ ହେଲା ଓ ପୁଣି ଠାକୁରଙ୍କୁ ଧନ୍ୟବାଦ ଦେଲା ତାକୁ ଅସୁନ୍ଦରୀ କରି ଥିବାରୁ।

କାମକୁତ ଯିବାକୁ ପଡିବ। ସୁଅ ମୁହଁରେ ପତର ସିଏ। ଘର ଭିତରେ ପଶିଲା କାମ ପାଇଁ। ଆଗ ବୋହୁମାଙ୍କ ଉପରେ ନଜର ପଡ଼ିଲା । ବୋହୁ ମା ପାଦ ଘୋଷାରି ଘୋଷାରି ଉପରୁ ଓଲ୍ହାଉ ଥିଲେ। କୁସୁମୀକୁ ଦେଖି କହିଲେ କୁସୁମୀଲୋ ମୋତେ କୁଆଡ଼େ ନେଇ ଯା, ନହେଲେ କେଉଁଠୁ ବିଷ ଟିକେ ଆଣିଦେ। କୁସୁମୀ ତ କାଲି ରାତିରେ ସବୁ ଦେଖି ଜାଣି ପାରିଛି, ଦୁଃଖରେ ଭାଙ୍ଗି ପଡି କ'ଣ କହିବାକୁ ଯାଉଥିଲା ହଠାତ୍ ମନ୍ତ୍ରୀ ବାବୁଙ୍କ ପାଟି ଶୁଭିଲା। ବାବୁ ଟୁର୍ ରେ ଯାଇଥିଲେ। ମନ୍ତ୍ରୀବାବୁ ନଥିଲା ବେଳେ ଘରେ କମ ଗହଳି ଥାଏ। ବାବୁ ଟୁର୍ ରୁ କେତେ ଫଳ ପେଟି ପେଟି, ରାବିଡି ମିଠା, ନୁଆ ଶାଢୀ, ଦେଶୀ କୁକୁଡା ଇତ୍ୟାଦି ଗଦା ଗଦା ଆଣିଛନ୍ତି। କିଏ ମୁଠେ ପାଉନି ଏଠି ଖାଇବା ଗଦା ଏପରି ଯେ ସେଥିରେ ହାତ ବାଜିବା ଆଗରୁ ପୁଣି ଗଦା ମରା ହେଉଛି। ଗୁନା ଡ୍ରାଇଭର ଭାଇଟି ଭାରୀ ଭଲ ପିଲାଟିଏ। ସବୁ ଜିନିଷ ଗାଡିରୁ ଆଣି ଚୁପ୍ ଚାପ୍ ଯଥା ସ୍ଥାନରେ ସଜାଡୁଥିଲା। କିନ୍ତୁ ଏପଟ ସେପଟ ହୋଇ କାହାକୁ ଖୋଜୁଥିଲା ବୋଧେ। କୁସୁମୀ ବି ଲକ୍ଷ କରିଛି ଗୁନୁକୁ ଦେଖିଲେ ବୋହୁମାଙ୍କ ଆଖି ଉଜ୍ଜ୍ୱଳ ହୋଇଉଠେ। ଆଜି ବିଲ୍ କୁଲ ସମୟ ପାଇଲାନି କୁସୁମୀ। ରାତିରେ ଏକ ରକମ ଭୋଜି କହିଲେ ଚଳେ। ମାଙ୍କୁ ଘଷାମୋଡ଼ା ପରେ, ସାହାସ ଜୁଟେଇ କହିଲା ମା ବୋହୁମାଙ୍କୁ ଟିକିଏ ତେଲ ଘଷି ଦେବାକୁ ଯିବିକି? ଚୁପ୍ ଚାପ୍ ପଳା ଶୋଇବାକୁ ,ବାବୁ ଜାଣିଲେ ରାଗିବେ।

ବାଧ୍ୟ ହୋଇ ଶୋଇ ବାକୁଆସିଲା। ବୋହୂ ମାଙ୍କ ଦୁଃଖରେ ଫାଟି ପଡୁଥିବା ମୁହଁ ଟି, ଛଳ ଛଳ ଆଖି କୁସୁମୀ ଆଖିରେ ଭାସି ଉଠୁଥିଲା। ନିଦ ଆସୁନି। ପୁଣି ସେହି ରାତିଅଧିଆ ଶବ୍ଦ। କୁସୁମୀ ଜାଣିଛି ଏଥିରେ ମୁଣ୍ଡ ପୁରାଇ ଧରା ପଡିଲା ମାନେ, ମରଣ ମୁହଁକୁ ଜିବ। ତଥାପି ସିଡି ଦେଇ ଶବ୍ଦ

ଆସୁଥିବା ବୋହୁମାଙ୍କ ବଖରା ଆଡକୁ ଉଠିଲା।

ଏ କଣ ମନ୍ତ୍ରୀ ବାବୁ। ବୋହୁମାଙ୍କ ଶେଯରେ?? ନିଜ ଆଖିକୁ ବିଶ୍ୱାସ ହେଲାନି। ପୁଅ ହେଲେ ଅବିବାହିତ, ପୁଣି ବାପ।

ବୋହୁମାଙ୍କ ପାଟିରେ କ'ଣ ଭିଡା ହୋଇଛି। ମନ୍ତ୍ରୀ ବାବୁ

ଧଇସଇଁ ହୋଇ ବୋହୁମାଙ୍କ ଶରୀର ସଂଗେ ଖେଳିଚାଲିଛନ୍ତି। ଆଜି ପୁଣି ଠାକୁରଙ୍କୁ ଧନ୍ୟବାଦ ଦେଲା ତାକୁ ଅସୁନ୍ଦରୀ କରି ଥିବାରୁ।

ମା କଣ ଦେଖିବେ? ନାତି ନା ସାବତ ପୁଅ।ଶୁଣିଥିଲା ପାଲାରେ ଥରେ ବଂଶରକ୍ଷା ପାଇଁ ଅମ୍ବିକା ଓ ଅମ୍ବାଳିକା ଙ୍କୁ ବିବଶ କରାଯାଇଥିଲା, ଇଛା ଵିରୁଦ୍ଧରେ ଦେଢଶୁର ସହ ଶାରୀରିକ ସମ୍ପର୍କ ରଖିବାକୁ। ସବୁବେଳେ ସ୍ତ୍ରୀ ହିଁ ବଳି ଚଢେ। କାହିଁକି?????

ସେତ କେଉଁ ଯୁଗ କଥା ତା ପୁଣି ବଂଶରକ୍ଷା ପାଇଁ। ଏମାନେ ବାପ ପୁଅ କଣ କରୁଛନ୍ତି,?? ଘର ବାହାରେ କେଉଁ

ଯୌନଦାସୀ କି ଅନ୍ୟ କାହା ପାଖକୁ ନ ଯାଇ ,ବଡ ପୁଅର ମୋହର ଲଗା ସ୍ତ୍ରୀକୁ ପାଶବିକ ଅତ୍ୟାଚାର କରି ଚାଲିଛନ୍ତି ନିଜର ଦୈହିକ କ୍ଷୁଧା ମେଣ୍ଟାଇବାକୁ ।

କୁସୁମୀ ମୁଣ୍ଡରେ କିଛି ଆଉ ପଶୁ ନଥିଲା। ଧରା ପଡିଲେ ମରିବ ସିନା, ଏ ନର୍କ କୁଣ୍ଡ ରୁ ଡ୍ରାଇଭର ଗୁନା ସହିତ

ବୋହୁମାଙ୍କୁ ଯେମିତି ହେଉ ଉଦ୍ଧାର କରିବ, ଏ ରାତିଅଧିଆ ପ୍ରତିଞା ନେଇ ବିଂଛଣାରେ ପଡି ରହିଲା। 🙏🙏

ପରିଶ୍ରମ ଅସୁନ୍ଦରୀ ନର୍କ

Rate the content


Originality
Flow
Language
Cover design

Comments

Post

Some text some message..