Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଶ୍ରୀମାନ ମାଡୁଆ

Abstract

2  

ଶ୍ରୀମାନ ମାଡୁଆ

Abstract

କଟକରେ ମକର

କଟକରେ ମକର

4 mins
411


କାଲି ଗଲା 10 ତାରିଖ । କଟକ ରେ ଘରେ ଘରେ ନଟେଇ ପୂଜା ହେଲା । ଗୁଡି ଗୋଲର ମାନେ ସବୁ ସକାଳୁ ଗାଧେଇ ପାଧେଇ ସୂତ ପୁତ ଭାବେ ମନ୍ଦିରରେ ତିଳକ ମାରି ନଟେଇ ପୂଜା କଲେ। କାଲି ରାତି ସୁଦ୍ଧା ସୁତା ବତୁରା କାମଟା ସାରିଯାଇଥିବ । ଆଜି ପାଗ ଖରାଟିଆ ହେଇଛି ସୁତା ଶୁଖିବ । ଆଜି ବେସି କାମ କାଚ ଗୁଣ୍ଡ ହେବ। ବୟସ୍କ ଗୋଲର ଙ୍କ ଆଜି ଭାରି ଡିମାଣ୍ଡ । ପାନ ବିଡି ଚା ରେ ଆପ୍ୟାୟିତ କରି କାଚ ଗୁଣ୍ଡ ତାଙ୍କୁ ଦେଖେଇବେ। ଗୁଣ୍ଡ ରେ ହାତ ମାରି କହିଦେବେ ଆଉ ପାଲିସ ହେବ ନା ଏତିକି । ଗୁଡି ତ ସମସ୍ତେ ଉଡେଇଦେବେ ।କିନ୍ତୁ ମାଁଞ୍ଜା କେବଳ ଅଭିଜ୍ଞ ଲୋକ ହିଁ ପାରିବ । ଆଉ ମାଂଜା ର ସବୁଠୁ ମୁଖ୍ୟ ହେଲା କାଚ ଗୁଣ୍ଡ ଓ ସୁତା ରେ ପାଲିସ ଧରିବା । କେବଳ ବାର ଲାଇଟ କାଚ ହେଲା ସର୍ବୋଉତ୍ତମ । ଅନ୍ୟ ଲାଇଟ କି ବୋତଲ କାଚ କେବଳ ଭାଗ ମାପ ଠିକ କରିବା ପାଇଁ ମିଶାହେବ । ସେଥିପାଇଁ ଯେତେ ଲୋକ ଙ୍କ ଘର ବାହାରେ ସବୁ ଇଲେକ୍ଟ୍ରିକ ବଲବ ଲାଗିଥିଲା ଆଜି ସକାଳୁ ଉଭାନ ହେଇଯାଇଛି । ଅବଶ୍ୟ ମୋ ଭଳି କିଛି ଜାଣିବା ଲୋକ ଆଗରୁ ପହଞ୍ଚ ଜାଗାରେ ଲାଗିଥିବା ସବୁ ଵଲଵ ଖୋଲି ଦେଇଛନ୍ତି।


ଗଲା କାଲି କାଚ ଗୁଣ୍ଡ ତିଆରି ସରିଯାଇଥିଲା । ରେଜା ଟା କାଚକୁ ବହେ ଛେଚିଛି । ଗୁଣ୍ଡ ଠିକ ହେଲା ଭଳି ଲଗୁଛି । ଆଜି ଅଠା ରନ୍ଧା ହେବ ଆଉ ମାଞ୍ଜା ପଡିବା କଥା । ଶିରିସ ଅଠା, ଅରାରୁଟ, ନୂଆ ମାଟି ହାଣ୍ଡି, ସୁତା କାଲିଠୁ କିଣା ସରିଛି । black horse ବ୍ରାଣ୍ଡ ର ସୁତା ଆଉ ଅସୁନି ।ପୁରା ଚୌଧୁରୀ ବଜ଼ାର ଘାଣ୍ଟିଲି ସବୁ ଆଡେ ଚାଇନା ସୁତା । ସରକାର ସେ ସୁତା ର ବିକ୍ରିକୁ ନିଷିଦ୍ଧ କରିଛନ୍ତି ତଥାପି ବଜ଼ାରରେ ସୁତା ବେଧଡକ ବିକ୍ରି ଚାଲିଛି । ଏଇ ଚାଇନା ସୁତା ଯୋଗୁ କେତେ ଯେ ଜୀବନ ଗଲାଣି ତଥାପି ଲୋକ ମାନୁନାହାନ୍ତି ।  

କାଲି ରାତିରୁ ମାଟି ହାଣ୍ଡିଟା ପାଣିରେ ବୁଡ଼େଇ ଥିଲି । ନହେଲେ ଅଠା ରାନ୍ଧିଲା ବେଳକୁ ପାଣି ସବୁ ଶୋଷି ନେବ । ଅଠା ବେସି ବହଳିଆ କି ବେଶୀ ପାଣିଆ ହେବ ନାହିଁ । ପ୍ରଥମେ ତିନିଟା ଇଟା ରଖି ଚୁଲି କରାହେବ । କିରାସିନି ଦିଆସିଲି ପାଞ୍ଚ ବିଡା ହୋମ କାଠ ଆଉ ଚାରି ପାଞ୍ଚ ମଗ ପାଣି ହାତ ପାଖରେ ରଖିବା ପରେ ହାଣ୍ଡି ଚୁଲିରେ ବସିବ । ପାଣି ନଖ ଉଷୁମ ହେବା ପରେ ସିରିଷ ଖଣ୍ଡ ପକା ହେବ । ସିରିଷ ଖଣ୍ଡ ଟିକେ ବତୁରୀ ଗଲାପରେ କାଠିରେ ତାକୁ ଅନବରତ ଘାଣ୍ଟିବାକୁ ପଡିବ । ମଝିରେ ମଝିରେ ଭାତ ରାନ୍ଧିଲା ବେଳେ ଭାତ ଚିପି ଦେଖିଲା ଭଳି ଅଠା କୁ ପରୀକ୍ଷା କରୁଥିବ ଆଉ ଆବଶ୍ୟକତା ଅନୁସାରେ ପାଣି ଦେଉଥିବ । ଶେଷରେ ଅରାରୁଟ ପକେଇ ଘାଣ୍ଟିବ । ଅଠା ଦର ପାଣିଆ ଥିବା ବେଳେ ଚୁଲିରୁ ଓଲହି ଦେବ । 

ଏପଟେ ମଞ୍ଜା ଦେବା ପାଇଁ ଅତି କମରେ ଛ ଜଣ ଦରକାର ଯେଉଁ ନିମନ୍ତ୍ରିତ ବନ୍ଧୁ ମାନଙ୍କୁ ଏଥିପାଇଁ ଡକା ହେଇଥିବ ସେମାନଙ୍କୁ ଚା ଜଳଖିଆ ଦେଇ ବସେଇଥିବ ଯଦି କିଏ ପଳେଇଲା ତେବେ କଥା ସରିଲା । ଅଠା ଥଣ୍ଡା ହେବା ପୂର୍ବରୁ କାମ ଆରମ୍ଭ ହେବା ଦରକାର । ଏବେତ ପ୍ରଚୁର ପାନ, ଜଣ ପିଛା ଗୋଟେ ଲେଖା ମିନେରାଲ ପାଣି ବୋତଲ ଆଉ ଡିଜେ ସାଉଣ୍ଡ ବକ୍ସ ନଥିଲେ ଲୋକ ମିଳୁନହାନ୍ତି । ଅଠା ପାଗେଇ ଆସିଲାଣି ରହୁଛି । ପରେ ଆଉ ସବୁ କହିବି ।


କାଲି ତ ମାଞ୍ଜା କାମଟା ଦିନ ବେଳା ଭଲରେ ଭଲରେ ସରିଗଲା ।ସନ୍ଧ୍ୟା ରେ ପେଟି ବାନ୍ଧିବା ପୁଅ କୁ ଶିଖେଇଲି । କିଛି ସମୟ ପରେ କହିଲା ବାବା ଥାଉ ତୁମେ ପେଟି ବାନ୍ଧି ଦିଅ ମୁଁ ଗୁଡି ଉଡେଇବି । ଏ ପେଟି ବାନ୍ଧିବା ଟା ବୋରିଂ କାମ। ଆରେ ବିଛା ମନ୍ତ୍ର ନ ଜାଣି ସାପ ଗାତରେ ହାତ ପୁରେଇବୁ । ଆଗ ପେଟି ବାନ୍ଧେ ତାପରେ ଝାଡ଼ିଦେବୁ ତା ପରେ ନଟେଇ ଧରିବୁ। ଦୂରରୁ ତା ପ୍ରିୟ ମାମା ଚିହିଁକି ଆସି କହିଲେ କାହିଁ ତମେ କଣ ସବୁ ବେଳେ ବ୍ୟାଟିଂ କରୁଥିବ ଆଉ ମୋ ପୁଅ ଖାଲି ବଲ ଗୋଟଉଥିବ । ଏଥର ତୁମେ ବଲ ପକାଅ ମୋ ପୁଅ ବ୍ୟାଟିଂ କରିବ । ମନେ ମନେ ଭାବିଲି ବାହାରେ ଏତେ ଲୋକ ମୋ କଥା ଶୁଣୁଛନ୍ତି ଅଥଚ ଘରେ ମୋ କଥା ର କିଛି ବି ଭାଲ୍ୟୁ ନାହିଁ । ଏଠି ମା ଯେଶନ କୁ ପୁଅ ତେଶନ । ଠିକ ଅଛି ତୁମ ପୁଅ ନଟେଇ ଧରୁ ଆଉ ତୁମେ ଗୁଡି ଝାଡ଼ି ଦିଅ ମୁଁ ଚାଲିଲି । ସନ୍ଧ୍ୟା ପାଇଲାଣି ମା ପୁଅଙ୍କ ଗୁଡି ଉଡା ଚାଲିଛି ।ଅଧା ଗୁଡି ଚିରିଗଲା ପଛେ ଗୋଟେ ବି ଦଶ ଫୁଟ ଉପରକୁ ଟପିଲା ନାହିଁ । କିଛି ସମୟ ପରେ ମା ପୁଅ ଛାତ ଉପରୁ ତଳକୁ ଆସିଲେ ପଚାରିଲି କଣ ଗୁଡି ଉଡା ସରିଲା କହିଲେ ଆଉ ଗୋଟାଏ ଦିନରେ ମୋ ପୁଅ ପୁରା ଉଡେଇଦେଵ । ମୁଁ କହିଲି ହଁ ଆଜି ର ଟ୍ରେନିଂ ରେ ତ ଅଧା ଗୁଡି ଚିରିଛ କାଲିର ଟ୍ରେନିଂ ରେ ବାକି ତକ ବି ଚିରି ଦିଅ । ତା ପରେ ମକର ଦିନ ଖାଲି ନଟେଇ ଧରି ଛାତ ରେ ବୁଲିବ ।

-- ହଁ ତୁମେ ଯୋଉ ଦାମିକା ଗୁଡି ଆଣିଥିଲ ନା ଧରୁ ଧରୁ ଚିରିଯାଉଛି । କେମିତିକା ବାପ କେଜାଣି । ଗୋଟାଏ ବୋଲି ପୁଅ ତା ପାଇଁ ଦିଟଙ୍କା ଅଧିକା ଖର୍ଚ୍ଚ କରିବାକୁ ହାତ କେମିତି ଅଟକି ଯାଏ କେଜାଣି । କୋଉଠୁ ଶସ୍ତା ରେ ପାଇଥିବ ବୋଧେ ପୁଳାଏ ନେଇଆସିଛ । 

ମୁଁ ବିରକ୍ତ ହୋଇ କହିଲି ତୁମେ ମା ପୁଅ ଏଠି ଗୁଡି ଉଡାଅ ମୁଁ ପୁରୀ ଚାଲିଲି । ସେଠି ମକର ଚାଉଳ କୁ ଭାଙ୍ଗ ପଣା ମୋତେ ଅନେଇଛି । ମୋ କଥା ସରିଛି କି ନାହିଁ ଶ୍ରୀମତୀ କହିଲେ ତିନି ଦିନ ତ ଛୁଟି ମୁଁ କଣ ଘର ଭିତରେ ଏକୁଟିଆ ଖଟି ଖଟି ମରୁଥିବି ଚାଲ ଆମେ ବି ତମ ସାଙ୍ଗରେ ଯିବା । ଏ ଧନ ତୋ ନଟେଇ ବ୍ୟାଗ ରେ ପୁରା ସେଠି ସମୁଦ୍ର ବାଲିରେ ବେଶି ପବନ, ଗୁଡି ଭଲ ଉଡିବ । ମୁଁ ଯାଏ ପିଲାଙ୍କ ସାର୍ଟ ପ୍ୟାଣ୍ଟ ଆଉ ମୋ ଲୁଗାପଟା ସବୁ ବ୍ୟାଗ ରେ ରଖେ କାଲି ସକାଳୁ ସକାଳୁ ଯେମିତି ବହାରିଯିବା । ତା ପରେ ମୋ ଆଡ଼କୁ ଅନେଇ ପଚାରିଲେ ତୁମେ ତ ଚା ପିଇନ । ରୁହ ମୁଁ ଆଗ ପ୍ୟାକିଙ୍ଗ ଟା କରିଦିଏ ତା ପରେ ଚା କରିଦେବି । ନହେଲେ ସବୁ ଗୋଳ ମାଳ ହେଇଯିବ ଡ୍ରେସ ପଟା ନେଇଥିବି ଦାନ୍ତ ଘସା ବ୍ରସ ନବାକୁ ଭୁଲିଯିବି ।


Rate this content
Log in

Similar oriya story from Abstract