Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଓଡ଼ିଆ ଗଳ୍ପ ଓ କବିତା - ୩

Children

2  

ଓଡ଼ିଆ ଗଳ୍ପ ଓ କବିତା - ୩

Children

ସଫଳତାର ରହସ୍ୟ

ସଫଳତାର ରହସ୍ୟ

2 mins
7.0K


ଡକ୍ଟର ଲକ୍ଷ୍ମୀକାନ୍ତ ଖୁଣ୍ଟିଆ

ଉଜ୍ଜୟିନୀରେ ବାସୁଦେବ ଶର୍ମା ନାମରେ ଜଣେ ବ୍ରାହ୍ମଣ ରହୁଥିଲେ l ତାଙ୍କର ଗୁଣାକର ବୋଲି ପୁଅଟିଏ ଥିଲା l କୁସଙ୍ଗରେ ପଡ଼ି ଗୁଣାକର ଜୁଆଖେଳି ଖେଳି ସବୁ ଧନ ସମ୍ପତି ହରାଇଦେଲା l ବିଚରା ଗୁଣାକର ଏଣେତେଣେ ବୁଲି ବୁଲି ଶେଷରେ ଗୋଟିଏ ମସାଣି ପାଖରେ ପହଞ୍ଚିଲା l ଗୋଟିଏ ଯୋଗୀ ଜଳନ୍ତା ଯୋୟ ପାଖରେ ବସିଥିବାର ଦେଖି ସେ ତାକୁ କିଛି ଖାଇବାକୁ ମାଗିଲା l ଯୋଗୀଟି ତାକୁ ଗୋଟିଏ ମଣିଷ ଖପୁରୀରେ ଖାଇବାକୁ ଦେଲା l ହେଲେ ସେ ସେପରି ଖାଇ ପାରିବ ନାହିଁ ବୋଲି କହିଲା l

ଏହାପରେ ଯୋଗୀଟି ଜଣେ ପରମ ସୁନ୍ଦରୀ ଯୋଗିନୀକୁ ଡକାଇ ତାକୁ ଖାଇବାକୁ ଦେବାକୁ କହିଲା l ଯୋଗିନୀ ତାକୁ ନିଜ ପାଖରେ ରଖି ଖାଇବାକୁ ଦେଲା l ଗୁଣକାର ତା’ର ରୂପରେ ମୁଗ୍ଧ ହୋଇ ତା’ ପାଖରେ ରହିଗଲା l କିଛିଦିନ ପରେ ସେହି ଯୋଗିନୀ କେଉଁଆଡ଼େ ଚାଲିଗଲା l

ସେହି ଯୋଗିନୀକୁ ପାଇବାପାଇଁ ଗୁଣାକାର ଯୋଗୀକୁ ଖୁବ୍ ଅନୁରୋଧ କଲା l ସେ ତାକୁ ସାଧନାର ବାଟବଟାଇ ଦେଲା l ବହୁତ ଦିନ ଧରି ସାଧନା କଲାପରେ ମଧ୍ୟ ଯୋଗିନୀ ଆସିଲା ନାହିଁ l ଏକଥା ଯାଇ ଗୁଣାକର ଯୋଗୀକୁ ଜଣାଇଲା l ତା’ର ସାଧନାରେ ସିଦ୍ଧି ନଆସିବାର କାରଣ ପଚାରିଲା l ଯୋଗୀ ଆହୁରି କଠୋର ସାଧନ କରିବାର ବାଟ ତାକୁ ବତାଇ ଦେଲେ l ତା’ପରେ ସେ ସେହି ଯୋଗୀର ନିର୍ଦ୍ଧେଶରେ ଜୁଇ ପାଖରେ ବସି କଠୋର ସାଧନା କଲା l ତଥାପି ଯୋଗିନୀର ଦେଖା ମିଳିଲା ନାହିଁ l ମନ ଦୁଃଖରେ ସେ ସେହି ଯୋଗୀକୁ କହିବାରୁ ତାକୁ ଗୋଇଠାଟାଏ ମାରି ସେଠାରୁ ତଡ଼ି ଦେଲା l ଯୋଗୀଠାରୁ ମାଡ଼ଖାଇ ଗୁଣାକାର ଚାଲିଗଲା l

ବିଚରା ଯୋଗୀର ଭୟରେ ସେହି ମସାଣି ଛାଡ଼ି ଚାଲିଗଲା l କିଛିବାଟ ଗଲାପରେ ସେ କୂଅକୁ ଡେଇଁ ପ୍ରାଣ ହରାଇ ଦେଲା l

କାହାଣୀ କହିସାରି ବେତାଳ କହିଲା – ‘’ ଗୁଣାକରର ମୃତ୍ୟୁ ପାଇଁ ସେହି ଯୋଗୀ ଦଣ୍ଡ ପାଇବ ନାହିଁ ? ଗୁଣାକାର ଯେତେ ସାଧନା କାଲେ ମଧ୍ୟ ଯୋଗିନୀ ଆସିଲା ନାହିଁ କାହିଁକି ?’’

ବିକ୍ରମାଦିତ୍ୟ କହିଲେ,’’ସବୁ ଦୋଷ ଗୁଣାକରର l ଚଞ୍ଚଳତା ମଣିଷର ସବୁଠାରୁ ବଡ଼ ଦୁର୍ଗୁଣ l ଏହାଦ୍ବାରା ମନୁଷ୍ୟ ତା’ ଜୀବନରେ ସଫଳ ହୋଇପାରିବ ନାହିଁ l ଗୁଣାକର ନିଜର ଏହି ଚଞ୍ଚଳତା ଗୁଣରୁ ହିଁ ଅସଫଳ ହେଲା l ସେ ସେହି ଯୋଗିନୀକୁ ଉପଭୋଗ କରିବାରେ ଧ୍ୟାନ ରଖିଲା l ତେଣୁ ତା’ର ସାଧନା ପୂର୍ଣ୍ଣ ହୋଇପାରିଲା ନାହିଁ l ଯେ କୌଣସି କାର୍ଯ୍ୟ ହେଉ, ମନୁଷ୍ୟର ଏକାଗ୍ରତା ସବୁଠୁ ଆଗେ ଦରକାର l ମନ ଚଞ୍ଚଳ ରହିଲେ ମନୁଷ୍ୟ ସଫଳ ହୋଇପାରେ ନାହିଁ l ଏହା ହିଁ ଏହାର ମୁଖ୍ୟ କାରଣ l ‘’

ବିକ୍ରମାଦିତ୍ୟଙ୍କର କଥା ଶୁଣି ବେତାଳ ଡିଆଁଟାଏ ମାରି ସେଠାରୁ ଚାଲିଗଲା l ଆଉ ପୂର୍ବପରି ସେହି ଗଛଡାଳରେ ଓହଳି ରହିଲା l


Rate this content
Log in

Similar oriya story from Children