Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Suryasnatta Das

Fantasy Others

1.9  

Suryasnatta Das

Fantasy Others

ଚିତ୍ରକର ଓ ପ୍ରଜାପତି

ଚିତ୍ରକର ଓ ପ୍ରଜାପତି

2 mins
7.3K


ଚିତ୍ରକର ଜଣକ ଦୀର୍ଘ କୋଡିଏ ବର୍ଷର ଦିନ ରାତି ମେହେନତ୍ ପରେ ଚିତ୍ରଟିକୁ ସମ୍ପୂର୍ଣ୍ଣ କଲେ । ଚିତ୍ରଟିର ମୁଖ୍ୟ ଆକର୍ଷଣ ଥିଲା ଫୁଲ ଉପରେ ବସିଥିବା ଗୋଟିଏ ପ୍ରଜାପତି । ବିଲକୁଲ୍ ଜୀବନ୍ତ ମନେହେଉଥିବା ସେ ପ୍ରଜାପତିକୁ ଦେଖିଲେ ଲାଗୁଥିଲା ସତେ ଯେପରି ସେ କୈାଣସି ମୁହୂର୍ତ୍ତରେ କାନଭାସରୁ ବାହାରି ଆସି ରୁମସାରା ଉଡିବୁଲିବ ।ନିରନ୍ତର ପ୍ରଚେଷ୍ଟା ପରେ ଜନ୍ମିତ ଚିତ୍ରଟି ତାଙ୍କର ଜୀବନ ସାରାର ପ୍ରତିଭା,କାରିଗରିତା ତଥା ନିରଳସ ସାଧନାର ଶ୍ରେଷ୍ଠତମ ନମୁନା ଥିଲା । ହଁ, ବୋଧହୁଏ ଶେଷତମ ବି । କାହିଁକି ନା ବୟସର ଶେଷ ପାହାଚରେ ପହଞ୍ଚିଥିଵା ଚିତ୍ରକରଙ୍କ ପକ୍ଷେ ଥରଥର ହାତ ଓ କ୍ଷୀଣ ଦୃଷ୍ଟିଶକ୍ତି ନେଇ ଅଧିକ ଚିତ୍ରକରିବା ସମ୍ଭବ ନଥିଲା । ତେବେ ଚିତ୍ରକର ଜଣକ ବହୁତ ଖୁସି ଥିଲେ,କାରଣ ତାଙ୍କର ସ୍ଵପ୍ନ ଆଜି ସାର୍ଥକ ହୋଇଛି । ତାଙ୍କର ହାତ,କାନଭାସ୍,ରଙ୍ଗତୂଳୀ ସମସ୍ତେ ଧନ୍ୟ ହୋଇଛନ୍ତି ।

ଚିତ୍ରଟିର ସନ୍ଦର୍ଶନରେ ଆଖି ତୃପ୍ତ ହୋଇଛି,ମନ ଆନନ୍ଦରେ ନାଚି ଉଠିଛି। ମାତ୍ର ଏ କଣ? ଚିତ୍ରଟିରେ ପ୍ରଜାପତି ଡେଣା ଥରିଉଠିଛି । ଚାହୁଁଚାହୁଁ କାନଭାସରୁ ବାହାରି ଆସି ପ୍ରଜାପତିଟି ରୁମସାରା ଉଡିବୁଲିଛି । ଏ ପେଣ୍ଟିଂରୁ ସେ ପେଣ୍ଟିଂ,ଏ କାନ୍ଥରୁ ସେ କାନ୍ଥ, ଏପଟରୁ ସେପଟ ଘୂରିଘୂରି ଥକିଯାଇ ଚିତ୍ର ଶିଳ୍ପୀଙ୍କ କାନ୍ଧ ଉପରେ ବସି ପଡ଼ିଛି । ଏଥର କିଂକତ୍ତଵ୍ୟମୂଢ ହୋଇ ଦର୍ଶକ ସାଜି ଥିବା ଚିତ୍ରକରଙ୍କ ଆଶ୍ଚର୍ଯ୍ୟ ଭଙ୍ଗ ହେଲା । ସେ ଥରେ ପ୍ରଜାପତି ଓ ଥରେ ପେଣ୍ଟିଂକୁ ଚାହିଁଲେ । ପ୍ରଜାପତି ଥିବା ସ୍ଥାନରେ ସୃଷ୍ଟି ହୋଇଯାଇଥିଲା ବିରାଟ ଗୋଟିଏ ଶୂନ୍ୟସ୍ଥାନ । ପ୍ରଜାପତି ବିନା ଚିତ୍ରଟି ସତେ ଯେପରି ତାଙ୍କର ସମଗ୍ର ସାଧନାକୁ ଉପହାସ କରୁଥିଲା । ପ୍ରଜାପତିଟି ମୁଣ୍ଡ ହଲାଇ କାନଭାସ ଭିତରକୁ ଯିବା ପାଇଁ ମନାକଲା । ମୁକ୍ତିର ସ୍ଵାଦ ପାଇସାରିବା ପରେ ପୁନର୍ବାର ବନ୍ଧନ ମଧ୍ୟକୁ ପ୍ରବେଶ ତା ପାଇଁ ନିଶ୍ଚିତ ରୂପେ କଷ୍ଟସାଧ୍ୟ; ବୋଧହୁଏ ସମସ୍ତଙ୍କ ପାଇଁ ।

      ଏଥର ଚିତ୍ରକରଙ୍କ ପାଳି । ସେ ପୁଣି ଥରେ ପେଣ୍ଟିଂକୁ ଓ ପ୍ରଜାପତିକୁ ଚାହିଁଲେ । କାନ୍ଧରେ ବସିଥିବା ପ୍ରଜାପତିକୁ ଥରେ ଆଉଁସିଦେଇ ସେ ଯାଇ ଝରକା ଖୋଲିଦେଲେ। ଘର ଭିତରକୁ ପଶିଆସିଲା ଦଲକାଏ ପବନ ।ଏଥର ଅଳ୍ପ ହସି ଚିତ୍ରକର ଜଣକ ପ୍ରଜାପତିକୁ କହିଲେ,"ଯା ଉଡିଯା । ଏ ରାସ୍ତା ତୋ ପାଇଁ ଖୋଲା । ଦେଖ୍ ବାହାରର ଖରା,କାକର,ପବନ ସବୁ ତୋର ଆମନ୍ତ୍ରଣ ଲାଗି ପ୍ରସ୍ତୁତ । ଯା ବିଳମ୍ବ କରନି । ନହେଲେ ହୁଏତ କାନଭାସର ଫୁଲ ପୁନର୍ବାର ତତେ ତା ପାଖକୁ ଟାଣିନେବ ।     

      ସଜଳ ଆଖିରେ ଚାହିଁଲା ପ୍ରଜାପତି । କହିଲା,"ମୁଁ ଚାଲିଗଲେ ତମ ଚିତ୍ରଟିର ମୂଲ୍ୟ ଅନେକ କମିଯିବ । ତମ ଦୀର୍ଘ ବର୍ଷର ପ୍ରୟାସ ବ୍ୟର୍ଥ ଯିବ । ତୁମ ସ୍ଵପ୍ନ ଅଧୁରା ରହିଯିବ । ଦୁନିଆଁ ଜଣେ ଅନନ୍ୟ ଶିଳ୍ପୀଙ୍କର ସୁନ୍ଦର ଚିତ୍ର ଦେଖିବାରୁ ବଞ୍ଚିତ ହେବ । ମୋତେ କିପରି ଚାଲିଯିବାକୁ କହୁଛ?"

       ଏଥର ପାଳିଥିଲା ଚିତ୍ରକରଙ୍କର । ସେ ଅଳ୍ପ ହସି ପ୍ରଜାପତିଟିକୁ ପୁଣି ଆଉଁଶି ଦେଇ କହିଲେ,"ତୁ ଚିନ୍ତା କରନି । ତୁ ପରା ମୋ ସନ୍ତାନ ।" ବାସ୍ ଏହି ପଦଟି ପରେ ଆଉ ଅଧିକ କିଛି କହିବା ବା ପଚାରିବାର ଆବଶ୍ୟକତା ନଥିଲା ।

ସୂର୍ୟ୍ୟସ୍ନାତା ଦାସ

ଵାଲେଶ୍ବର ।

Email ID: Suryasnatta@gmail.com

Ph-9853316746


Rate this content
Log in

Similar oriya story from Fantasy