Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ବୋଉର ପଣତକାନି
ବୋଉର ପଣତକାନି
★★★★★

© Prasant Kumar Nath

Abstract Tragedy Others

2 Minutes   7.2K    17


Content Ranking

ଦୁନିଆଁରେ ସମସ୍ତେ ସବୁକିଛି ଭୁଲି ଯାଇ ପାରନ୍ତି କିନ୍ତୁ ମା'ର ମମତାକୁ ଭୁଲି ହୁଏନା । ବୋଉ ପଣତ କାନିର ମିଠା ପରଶ କଣ କେହି ଭୁଲି ପାରିବ । ଦେହରୁ ଟିକେ ଝାଳ ବୋହିଗଲେ ବୋଉ ନିଜର ପଣତ କାନିରେ ପୋଛି ଦେଇଥାଏ । ଆଖିରେ କିଛି ପଡିଗଲେ ସେହି ପଣତ କାନିରେ ଆଫା କରିଦିଏ । ଝୁଣ୍ଟି ପଡିଲେ ସେହି ପଣତ କାନିରେ ଦେହରୁ ଧୂଳି ଝଡିଦିଏ । ସିତ ଲାଗିଲେ ସେହି ପଣତ କାନିରେ ଦେହକୁ ଘୋଡେଇ ଦିଏ । ଖାଇ ସରିଲେ ପଣତ କାନିରେ ମୁହଁ ପୋଛି ଦିଏ । ପିଲାଟି ବେଳକୁ ସେହି ପଣତ କାନିରେ ହିଁ ମୋହ ଲାଗି ରହିଥାଏ ।

ବୋଉର ପରଶ, ବୋଉ ହାତରନ୍ଧା,ବୋଉର ସେନେହ ବୋଳା କଥା ,ଆଉ ବୋଉର ମମତା ନା କିଏ ଭୁଲିଛି ନା ଭୁଲି ପାରିବ । ସେମିତି ବିବେକ ମଧ୍ୟ ବହୁତ ଭଲ ପାଉଥିଲା ତାର ବୋଉକୁ । ଯୁଆଡେ ଗଲେବି ଘରକୁ ଫେରିଲେ ପ୍ରଥମେ ଧାଇଁ ଯାଉଥିଲା ବୋଉ ପାଖକୁ । ବୋଉର କୋଳରେ ଟିକେ ମୁଣ୍ଡ ରଖି ସୋଇ ପଡୁଥିଲା । ଆଉ ତାକୁ ଲାଗୁଥିଲା ଯେମିତି ଦୁନିଆଁ ଯାକର ଖୁସି ଆସି ତା ହାତରେ ଧର ଦେଉଛି । 

ଏତେ ବଡ଼ ହେଲେବି ସବୁବେଳେ ବୋଉ ବୋଉ ହେଉଥିଲା । ଯେଉଁଥି ପାଇଁ ରୁପା (ତାର ଭଉଣୀ) ତାକୁ ଚିଡାଉଥିଲା ଏବେ ସିନା ବୋଉ ବୋଉ ହେଉଛୁ । ଯେତେବେଳେ ବାହା ହେବୁ ମୁଁ ଦେଖିବି ଯେ କେତେ ବୋଉ ବୋଉ ହେବୁ  । 

ପାଠ ପଢା ସରି ଯାଇଥିଲେବି ବୋଉକୁ ଛାଡି କୁଆଡେ ବାହାରକୁ ଯଉନଥିଲା । ତାକୁ ଲାଗୁଥିଲା ତା ବୋଉକୁ ଛାଡି ସେ ରହି ପାରିବନି । କିନ୍ତୁ ଗାଁରେ କଣ ବା ସେ କରିବ । ତାର ସାଙ୍ଗ ମନେ ବାହାରେ ରହି କେତେ ରୋଜଗାର କରୁଛନ୍ତି । ଗାଁ ଲୋକମାନେ ମଧ୍ୟ ତାକୁ ଆକ୍ଷେପ କରି କହୁଛନ୍ତି । ତାର ବୋଉ ମଧ୍ୟ କେତେ ବୁଝାଉଥିଲେ । ଆରେ ତୁ କେତେଦିନ ଏମିତି ମୋ ପିଛା ଧରିଥିବୁ । ଏତେ ବଡ଼ ହେଲୁଣି ଏବେତ ମୋ ପିଛା ଛାଡିଦେ । ମୋର ଯଦି କିଛି ହୋଇଯାଏ ତୁ ପୁଣି ଏକଲା ରହିବୁ ତ ।

  ତାର ଜଣେ ସାଙ୍ଗ ବାଙ୍ଗାଲୋରରେ ରହୁଥିଲା। ତାକୁ କହିଲା ବାଙ୍ଗାଲୋର ଯିବାକୁ । ଇଛା ନଥିଲେବି ତା ସହ ବାଙ୍ଗାଲୋର ବାହାରିଲା । ତାର ଭଉଣୀ ତାର ସବୁ ଜିନିଷ ପତ୍ର ଯତ୍ନର ସହିତ ଅଟ୍ଟାଚର ରଖିଦେଲା । ବିବେକ କିନ୍ତୁ ଭାବୁଥାଏ ବୋଉକୁ ଛାଡି କେମିତି ରହିବ । ବୋଉ ହାତର ମୁଣ୍ଡ ଆଉଁସା ନପାଇଲେ ତାକୁ ନିଦ ହୁଏନି । ବୋଉ ପଣତ କାନିରେ ମୁହଁ ନପୋଛିଲେ ତାକୁ ଭଲ ଲାଗେନି । 

  ସାଙ୍ଗ ସହିତ ବାଙ୍ଗାଲୋର ଗଲା । ଫୋନ କରି ବୋଉ ସହିତ କଥା ହୁଏ ବେଳେ ବେଳେ କାନ୍ଦି ପକାଏ ମଧ୍ୟ । ଏପଟେ ବୋଉକୁ ମଧ୍ୟ କିଛି ଭଲ ଲାଗୁନଥିଲା । ଭାବୁଥିଲା ପିଲାଟା ଖାଉଥିବକି ନାହିଁ । କେମିତି ରହୁଥିବ କଣ କରୁଥିବ ଏମିତି ନନା ପ୍ରକାର ଚିନ୍ତା ଆସୁଥିଲା ତାର ମୁଣ୍ଡକୁ ।

  ସେଦିନ ବୋଉ ତାର ମାମୁଁ ଘରକୁ ଯିବାକୁ ବାହାରିଲେ । ବକ୍ସ ଖୋଲି ଶାଢ଼ୀ ଖୋଜିଲେ । ସେଥିରେ ଗୋଟେ ଶାଢ଼ୀ ପାଇଲେନି । ସବୁ ଖେଳେଇ ଖାଲେଇ ଖୋଜିଲେ । ସେତିକିବେଳେ ବିବେକ ଫୋନ କରିଥିଲା। ପଚାରିଲା ବୋଉ କଣ କରୁଛୁ ? ବୋଉ କହିଲା ଗୋଟେ ଶାଢ଼ୀ ଖୋଜୁଛି କୋଉଠି ପାଉନି । ବିବେକ ଚୁପ କିଛି ସମୟ ଚୁପ ହୋଇଗଲା । ଆଉ କହିଲା, ବୋଉଲୋ ମୁଁ ସେହି ଶାଢ଼ୀଟି ମୋ ସାଥିରେ ନେଇ ଆସିଛି । ତୋର ପଣତ ଛୁଆଁ ନପାଇଲେ ପରା ମୋର ଆଖିକୁ ନିଦ ଆସେନି । ସେହି ଶାଢ଼ୀଟି ପରା ମୋର ଆସରା। ତା ଛଡା ମୋ ପାଖରେ ବଞ୍ଚିବାକୁ ଆଉ କଣ ରାହା ଅଛି ଯେ । ବୋଉର ଆଖିରୁ ଝରି ଯାଉଥିଲା ଧାର ଧାର ହୋଇ ଲୁହ। 

ବୋଉ ବିବେକ ପଣତ

Rate the content


Originality
Flow
Language
Cover design

Comments

Post

Some text some message..