Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arabinda Acharya

Crime Tragedy Others

2  

Arabinda Acharya

Crime Tragedy Others

ବିଚାର କରନ୍ତୁ ଦୋଷ କାହାର

ବିଚାର କରନ୍ତୁ ଦୋଷ କାହାର

3 mins
7.1K


ମୁଁ ଜଣେ ରିପୋର୍ଟର , ମୁଁ ସାଂପ୍ରତିକ ଘଟଣା କୁ ନେଇ ପ୍ରତି ଗୋଷ୍ଠୀ ର ବ୍ୟକ୍ତି ଙ୍କ ସହ ମିଶିଥାଏ ଆଉ ସେମାନଙ୍କ ଠାରୁ କିଛି ମତାମତ ସଂଗ୍ରହ କରିଥାଏ | ସେସବୁକୁ ଏଠି ଉପସ୍ଥାପନ କରେ | ତାକୁ ପଢି ଆପଣ ନିଜ ବିଚାର ରଖିବେ ବୋଲି ଆଶା ଓ ବିଶ୍ବାସ ,

( ଆଜି ର ଆଲୋଚନା ଏକ ସମ୍ବେଦନଶୀଳ ଘଟଣା କୁ ନେଇ ....ଘଟଣା ଟି ହେଲା , ଛୋଟ ଛୋଟ ସ୍କୁଲ ବାଳିକା ମାନଙ୍କ ଉପରେ ହେଉଥିବା ଦୁଷ୍କର୍ମ ସମ୍ପର୍କରେ )

ମୋର ପ୍ରଥମ ଟାର୍ଗେଟ ସେଇ ନୃଶଂସ ଲୋକ ଯିଏ ଏପରି ଘଟଣା କୁ ଘଟେଇଛି :

ପ୍ରଶ୍ନ : ତୁମେ ଏପରି କର୍ମ କରିବାକୁ ନିଜ ମାନବିକତା କୁ ଜଳାଞ୍ଜଳି ଦେଇଦେଲ ? କାହିଁକି ଏମିତି କଲ ?

ଉତ୍ତର : ଆଜ୍ଞା ! ବହୁତ ବଡ ଭୁଲ ହେଇଗଲା ! ମୁଁ ପାପୀ ! ମୋତେ ମୃତୁଦଣ୍ଡ ମିଳିବା ଜରୁରୀ | ମୁଁ ବି ତ ମଣିଷ , ମୋର ବି ତ ଇଚ୍ଛା ଅଛି , କିନ୍ତୁ ମୁଁ ମୋ ନିଜକୁ ଆଉ ମୋ ବିବେକ କୁ ନିଜ ଆୟତ୍ତ ରେ ରଖିପାରିଲିନି | ଗରିବ ଘରେ ମୋ ଜନ୍ମ | ଛୋଟବେଳୁ ବାପା ଙ୍କୁ ଦେଖିନି | ମା ପରଘରେ କାମକରି ପେଟପୋଷେ | ମୋତେ ବି ଛୋଟବେଳୁ ହୋଟେଲ ରେ କାମରେ ଲଗେଇ ଦେଇଥିଲା | ପାଠ ପଢିନି | ସେଇ ହୋଟେଲ ରେ କାମ କଲା ବେଳେ କେତେ କେତେ ପ୍ରକାର ଲୋକ ଙ୍କ ସହିତ ଦେଖା ହୁଏ | ଖରାପ ସାଙ୍ଗ ବି ମିଳିଲେ |ତାଙ୍କ ସାଙ୍ଗରେ ପଡି ମଦ,ନିଶା ସବୁ ଶିଖିଲି | ମୋବାଇଲ ରେ ଖରାପ ଭିଡ଼ିଓ ଦେଖିବା ବି ଅଭ୍ୟାସ ରେ ପଡିଗଲା | କିଛି କିଛି ପଇସା ମିଳିଲେ ବେଳେବେଳେ ମନଖୁସି କରିବାକୁ ବେଶ୍ୟାଳୟ କୁ ବି ଗଲି | ସେଥିପାଇଁ ପୋଲିସ ହାଜତରେ ବି ପସିଛି | କିନ୍ତୁ ପଇସା ନେଇ ଛାଡିଦିଆନ୍ତି | ଏମିତି ଏମିତି ଅପରାଧ କରିବାକୁ ସାହସ ବଢିଗଲା | ମିଛ କହି , ନିଜକୁ ଭଲ ବୋଲି ପରିଚୟ ଦେଇ ଅନ୍ୟ ସହର ରେ ଆସି ଏଇ ସ୍କୁଲ ରେ ରହିଲି | କେହି ଜାଣିପାରିଲେନି | କିନ୍ତୁ ଆଜ୍ଞା , ମନର ଭୋକ କୁଆଡେ ଯିବ ? ଥରେ ଖରାପ ବାଟ ଧରିଲେ ସେ ବାଟ ଆଉ ଛଡେନି | ମଦ , ଜୁଆ , ମାଇକିନିଆ ଧନ୍ଦା ରେ ଫସିଗଲି | ସବୁବେଳେ ପଇସା ଅଭାବ ରହିଲା | ତେଣୁ ନିଜ ଦେହ ର ଭୋକ ଆଉ ବେଶ୍ୟାଳୟକୁ ଯାଇ ମେଣ୍ଟେଇବା ସମ୍ଭବ ହେଲାନି | ଆଉ ଏଇ ମୋବାଇଲ ରେ ଯୌ ଭିଡ଼ିଓ ସବୁ ଛାଡୁଛନ୍ତି , ତାକୁ ଦେଖୁ ଦେଖୁ ତ ଦେହ କଣ ହେଇଯାଉଛି | ସ୍ତ୍ରୀ ନାହି | ବାହା କିଏ ହବ ? ଏମିତି ରେ ଯୁଆଡେ ଯିବୁ ସବୁଆଡେ ଲାଙ୍ଗଳା ଝିଅ ଙ୍କ ଫଟ | ରାସ୍ତା ରେ ବି ଅଧ ଲଙ୍ଗୁଳି ମାଇକିନିଆ | ଏସବୁ ଦେଖି ଦେଖି ........ଏମିତି ଭୁଲ କରିବସିଲି ..........

ମୋତେ ମାରିଦିଅନ୍ତୁ ......ମୁଁ ବଞ୍ଚିବାକୁ ଚାହେଁନି ........

(ଅରବିନ୍ଦ ଆଚାର୍ଯ୍ୟ )

 


Rate this content
Log in

Similar oriya story from Crime