Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics Romance

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics Romance

ଫେରାର ଫଗୁଣ

ଫେରାର ଫଗୁଣ

2 mins
7.3K


ଚାରିଆଡେ ସମୁଦ୍ରର ଚିତ୍କାର । ଉପରେ ଅର୍ଦ୍ଧ ଚକ୍ରର ଶାଳୀନତା । ପଛରେ କାଁଭାଁ ଲୋକଙ୍କର ଫୁସୁରୁ ଫୁସୁରୁ କଥା । ପାଖରେ ସ୍ମୃତିର କେତେକ ଜୀବନ୍ତ ଚରିତ୍ର ଘୂରି ବୁଲୁଥାଏ । ବାଲୁକା ଶିଳ୍ପର ପ୍ରତ୍ୟକଟି କଳାର ମାଧୁର୍ଯ୍ୟ କଥା କହୁଥାନ୍ତି । ତୁ ତୋର କ୍ୟାନନ ଡି 60 କ୍ୟାମେରାରେ ଫଟୋ ଉଠାଉଥାଊ । ହେଲେ ତୋ ଆଜନତାରେ ମୁଁ ବ ଗୋଟେ ଫଟୋ ଉଠାଇଥିଲି , ଯାହା ଆଜି ଯାଏ ମୋ ପାଖରେ ଅଛି ।

ପ୍ରତି ବର୍ଷ ତୋ ସ୍ମୃତିରେ ଅସରାଏ ରଙ୍ଗ ବୋଲି ହୁଏ । ତୁ ତ କହିଥିଲୁ ଯେବେ ତୋ କଥା ମାନେ ପଡିବ , ଆଖି ବନ୍ଦ କରି ଏକ ଦୀର୍ଘ ନିଶ୍ଵାସ ନେବାପାଇଁ । ଚାରିଆଡେ ଆଜି ରଙ୍ଗର ମହୋତ୍ସବ । ଫଗୁଣର ଫଗୁରେ ସମସ୍ତେ ରଙ୍ଗୀନ । ପ୍ରେମରେ ତୁ ବି ରଙ୍ଗ ବୋଲିହେଇଥିବୁ ଦୁନିଆରା କୌଣସି କୋଣରେ । ହେଲେ ମୁଁ ...।

ତୋ ଆଖିରେ ଥିଲା ଅନେକ ଅକୁହା କଥା । ତୋ କୋଳରେ ମୁଣ୍ଡ ରଖି ମୁ ଶୋଇଥିଲି । ଆଉ ତୁ ମୋ ମୁଣ୍ଡକୁ ଆଉଁସିଷି ଆଉଁଷି ଗେଲ କରୁଥିଲୁ । ମୋ ଅଜାଣତରେ ସେଦିନ ତୋ କୋଳରେ ବହୁତ ସମୟ ସୋଇପଡିଥିଲି । ହୁଏତ ଏମିତି ନିଶ୍ଚିନ୍ତ ନିଦରେ କୋଉଦିନ ସୋଇନଥିଲି । ତୁ ସେଦିନ କାନହିଥିଲୁ ମୋ ଉଠିବ ଯାଏ । ସେଦିନ ଆମେ ବହୁତସାର ଗପିଥିଲେ । ତୋ ଆଖି ଭିତରେ ନାଚି ଉଠୁଥିଲା ଆମ ପୁରୁଣା କଥା । ତୁ ହିଁ ତ ମୋତେ ଲେଖିବାକୁ ପ୍ରେରଣା ଦେଇଛୁ । ତୁ ମୋର ଅନେକ ଲେଖା ପଢିଛୁ । ହୁଏତ ସେଇ ଲେଖା ଭିତରେ ଅନେକଠାରେ ନିଜକୁ ଖିଜିଛୁ , ତୁ ନକହିଲେ ବି ମୁ ଅତି ସହଜରେ ଠଉରେଇ ପରେ । ସେ ହାସରେ ଭାରି ରହିଥିଲା ତୋ ଅଛପା ବଯସର ଦୁଷ୍ଟାମି , ଯାହା ଦେଖି ମୁ ତୋତେ ଭଲପାଇବା ଆରମ୍ଭ କରିଥିଲି । ତୋ ଓଠରେ ଥିଲା ଏକ ନିୟାରା ମାଦକତା, ଯାହା ମୋତେ ସବୁବେଳେ ଲାଞ୍ଛିତ କରେ । ତଥାପି ବହୁତ ଦୂରରେ ଥାଇବି ସେହି ପ୍ରତି ମୁହୂର୍ତର ଛବିଗୁଡକୁ ସହଜରେ ହଜମ କରିପାରୁନି । ସେହି ଫଗୁଣ ଆଉ ଏଇ ଫଗୁଣ ଭିତରେ ଅନେକ ତଫାତ । ସିଏ ତ କେବେଠାରୁ ପଳାତକ ଘୋଷିତ ହୋଇସାରିଛି । ଆଉ ଇଏ ତ ସେଲଫିଶ ଟା ..।

ସମ୍ପର୍କ ଅମୂଲ୍ୟ ଚିଜଟିଏ । କେବେ କେବେ ନରହିଲେ ବି ସ୍ମୃତିରେ ମସଗୁଲ ହୋଇ ଲେଉଟି ଆସେ ଆଉ .... ପୁଣିଥରେ ସତେଜ କରିଦିଏ ସେ ପୁରୁଣା ସ୍ମୃତିକୁ …. ଧଡସକିନା ନିଦ ଭଙ୍ଗୀଳ ଆଉ ମନେପଡିଗଲା ତନୟା !!!


Rate this content
Log in

Similar oriya story from Classics