Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rashmi Ranjan Nayak

Fantasy

5.0  

Rashmi Ranjan Nayak

Fantasy

ମୁଁ ଜଣେ ଲେଖକ

ମୁଁ ଜଣେ ଲେଖକ

1 min
356


କେତେବେଳେ ପ୍ରକୃତିର ସୌନ୍ଦର୍ଯ୍ୟ ପ୍ରତି ଆକର୍ଷିତ ହୋଇ ଯାଏ ତ କେତେବେଳେ ଭୟଙ୍କର ରୂପ ଧାରଣ କରିଥିବା ସମୁଦ୍ର କୂଳରେ ଭୟବିତ ହୋଇ ,କେତେବେଳେ ବିଶ୍ୱାସ ଅବିଶ୍ୱାସର ଭାଷା ବୁଝିବା ପାଇଁ ତ କେତେବେଳେ ମଣିଷତ୍ଵର ସନ୍ଧାନ ପାଇବା ପାଇଁ,ସେ ପ୍ରେମ ସମ୍ପର୍କ ପାଇଁ ତ କେତେବେଳେ ପ୍ରତାରଣାର କଷ୍ଟକୁ ବଖାଣିବା ପାଇଁ ବାସ ଧଳା ରଙ୍ଗର କାଗଜରେ ମନରେ ଆସିଥିବା ଏକ ଝଡ଼କୁ ଶବ୍ଦ ମାନଙ୍କର ଭିଡ ଭିତରୁ କିଛି ବାଛି ସ୍ଥାନ ଦେଇଦିଏ କେବଳ।କେତେବେଳେ ଆଙ୍କି ପାରେ ସେମାନଙ୍କର ପ୍ରକୃତ ଆକାରକୁ ତ କେତେବେଳେ ହାତ ମୋର ଧରାଶାୟୀ ହୋଇଯାଏ।ମନ ହାରିଯାଇ ସତ କିନ୍ତୁ ଲେଖା ଅସମ୍ପୂର୍ଣ୍ଣ ରହି ନଥାଏ ।


ବଦଳୁ ଥିବା ସମୟକୁ ନେଇ ଲେଖା ମୋର ବଦଳେ ନାହିଁ।ନାଁ ମୁଁ ବଦଳେ ନାଁ ମୋ ଲେଖା।ବେଳେବେଳେ କଷ୍ଟ ହୁଏ ଛାତି ଥରିଉଠେ ଆଖିରୁ ଧାର ଧାର ଲୁହ ବାହାରି ଆସେ କାରଣ ଲେଖିବାର କାରଣ ମଧ୍ୟ କିଛି ସତ କାହାଣୀ ହୋଇଥାଏ କିଛି ଅନୁଭୂତି ହୋଇଥାଏ।ଜଣେ ଲେଖକ ଭାବେ ମୁଁ ଲେଖେ କାହାଣୀ ସବୁ ଆରମ୍ଭ ଓ ଶେଷ ତାହାତ ସତ କିନ୍ତୁ ଏମିତି କିଛି କାହାଣୀ ମଧ୍ୟ ଥାଏ ଯାହାର ଆରମ୍ଭ ତ ଜଣା ଥାଏ ମାତ୍ର ଶେଷ ତାର ଦୂର ସମୁଦ୍ରର ଆକାର ପରି ହୋଇଥାଏ।


ବାସ୍ତବରେ ମୁଁ ଯେ କିଏ ମୋର ପରିଚୟ କଣ ମୁଁ ଜାଣେନା କିନ୍ତୁ ଜଣେ ଲେଖକ କଥା ଆସିଲେ ମତେ ଭାରି ଖୁସି ଲାଗେ।କାରଣ ଜୀବନର ଏମିତି କିଛି କାହାଣୀ ଥାଏ ଯାହାକୁ ଲୋକ କେବଳ କାହାଣୀ ଭାବି ପଢ଼ିଥାନ୍ତି ମାତ୍ର ସତ ଭାବି ନୁହେଁ ତେଣୁ କିଛି ଅକୁହା କଥାକୁ କହିଦିଏ ବାସ ଏକ ଲେଖକର ପରିଚୟ ନେଇ।ଏ ଜୀବନର ରାସ୍ତାକୁ ଚାଲୁଛି ଏବଂ ଚାଲିବି ମଧ୍ୟ ଏକ ଲେଖକର ପରିଚୟ ନେଇ।କାରଣ ମୁଁ ଜଣେ ଲେଖକ।


Rate this content
Log in

Similar oriya story from Fantasy