Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଡର
ଡର
★★★★★

© Kulamani Sarangi

Horror

3 Minutes   7.2K    24


Content Ranking

ଉଣେଇଶ ଚଉଷଠି ମସିହା କଥା।ସେତେବେଳେ ଖଣ୍ଡପଡାର ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ଚାରିପାଖ ପ୍ରାୟ ନିର୍ଜନ ଥିଲା।ସ୍କୁଲକୁ ମୁହଁକରି ଠିଆହେଲେ, ପଛପଟେ ହରିଜନ ସାଇର ବାରିପଟେ ଥିବା ପୋଖରୀ ଓ ବିଲବାଡିର ଇଲାକା;ବାଁପଟେ ମେଘନାଦ ପାଚେରୀ ଘେରା ଜେଲ୍;ଡାହାଣପଟେ ବିସ୍ତୃତ ଖେଳ ପଡିଆ ଏବଂ ସ୍କୁଲର ପଛପଟେ ଜନ ମାନବ ଶୂନ୍ୟ ଅଞ୍ଚଳ ତଥା ରାଜାଙ୍କ ନାଗେନା ଫଳ ବଗିଚା । ସ୍କୁଲକୁ ଘେରି ରହିଥିବା ପାଚେରୀ ଭିତରେ ଛାତ୍ରାବାସ ଓ ଛାତ୍ରାବାସକୁ ଲାଗି ପରିଚାଳକଙ୍କ ବାସଗୃହ।

ବାମଦେବ ସେ ସମୟରେ ନବମ ଶ୍ରେଣୀର ଛାତ୍ର। ଛାତ୍ରାବାସର ପରିଚାଳକ ତଥା ପ୍ରବୀଣ ଇଁରାଜୀ ଶିକ୍ଷକ ଲୋକନାଥ ସାର୍, ବାମଦେବର କୁଟୁମ୍ବ ଲେଖା କକେଇ। ବାମଦେବର ବାପା ମଧ୍ୟ ସେହି ବିଦ୍ୟାଳୟର ବୟୋବୃଦ୍ଧ ଶିକ୍ଷକ। ତାଙ୍କୁ ସମସ୍ତେ ବୁଢା ସାର୍ ବୋଲି ଡାକନ୍ତି।ବୁଢା ସାରଙ୍କ ପୁଅ ହୋଇଥିବାରୁ ବାମଦେବକୁ ବେଳେ ବେଳେ ସାଙ୍ଗ ସାଥିମାନେ ବୁଢାପିଲା ବୋଲି ଡାକନ୍ତି।ବାପା ଓ କକେଇଙ୍କ ଛତ୍ରଛାୟା ତଳେ ରହି ବାମଦେବର ଟିକିଏ ଆତ୍ମବଡିମା ବଢି ଯାଇଥିଲା। କିନ୍ତୁ ଇଁରାଜୀରେ ଦୁର୍ବଳ ଥିବାରୁ ଶ୍ରେଣୀରେ ବେଳେ ବେଳେ ତାକୁ ଅପମାନିଆଁ ଲାଗୁଥିଲା। ସେ ବର୍ଷ ଖରାଛୁଟିରେ ଇଁରାଜୀ ବ୍ୟାକରଣ ଓ ଅନୁବାଦ ବହିଟି ପୁରା ଘୋରିଦେଇ, ବାମ ଇଁରାଜୀରେ ଟାଣୁଆ ହେଇଗଲା । ଇଁରାଜୀ କ୍ଳାସରେ ସବୁବେଳେ ଚୁପଚାପ୍ ବସୁଥିବା ବାମ ,ଶ୍ରେଣୀରେ ଠୋ ଠା ଉତ୍ତର ଦେଇ ଜ୍ଞାନୀ ପାଲଟି ଗଲା ଆଉ କଲର୍ ଟେକି ଆଗ ଧାଡିରେ ବସିଲା।

ଇଁରାଜୀରେ ଅବଲ ନମ୍ବର ରଖୁଥିବା ମୟାଙ୍କ ସାଙ୍ଗେ ସେ ଶିଙ୍ଘ ଲଢେଇଲା। ଦିନେ ଲୋକନାଥ ସାର୍ ଡାଫୋଡିଲସ୍ କବିତାଟିକୁ ବୁଝାଇବାକୁ କହିବାରୁ ବାମ ଫେଲ୍ ମାରିଲା। ମୟାଙ୍କ ଅବଲୀଳା କ୍ରମେ କବିତାଟିର ଅର୍ଥ କରିଦେଇ ହେୟଜ୍ଞାନ ଦୃଷ୍ଟିରେ ବାମକୁ କଣେଇଁ ଚାହିଁଲା। ବାମକୁ ଅପମାନ ଲାଗିଲା। ଭାବିଲା "ନାଃ ଆଜିଠୁ କବିତା ଗୁଡିକର ଅର୍ଥ କକେଇଙ୍କଠାରୁ ବୁଝି ପ୍ରସ୍ତୁତ ହେଇ ଶ୍ରେଣୀକୁ ଆସିବାକୁ ପଡିବ।"

ସେ ଦିନ ସଂଧ୍ୟାବେଳେ ବାମ, ଲୋକନାଥ ସାରଙ୍କ ପାଖକୁ ପାଠ ବୁଝିବାକୁ ଗଲା।

ରତ ରତ ସଞ୍ଜବେଳୁ ଆସିଥିଲେ ମଧ୍ୟ ପାଠ ବୁଝା ସରୁ ସରୁ ରାତି ଆଠ।ଶୀତ ଦିନ। ଅଧରାତି ପରି ଲାଗୁଚି।କୃଷ୍ଣପକ୍ଷ। ନିର୍ଜନ ରାସ୍ତାରେ ବାମ କେମିତି ଫେରିବ,ଜାଣି ପାରୁନଥାଏ। ପିଲାଦିନୁ ମନରେ ଭୂତ ଭୟ ଥାଏ। କିନ୍ତୁ ମୁହଁ ହୁରୁଡାଟା। କହେ "ମୁଁ ଭୂତ ଫୁତ ଡରେନି।"

ବେଶି ଭୟ ତାର ,ସ୍କୁଲ୍ ସାମ୍ନାରେ,ରାସ୍ତା ଆରପାଖେ ଥିବା ବୁଢା ନିମ୍ବ ଗଛକୁ;ତା ତଳେ ପଡିଥିବା ଭଙ୍ଗା ମାଠିଆ,ନାଲିକନା ଗୁଡା ସିନ୍ଦୁରବୋଳା କୁଡୁଆ,ସରା ଆଉ ଘଡିକୁ। ଗଛରେ କେଉଁକାଳରୁ ପିଟା ହେଇଚି ଅଡୁଆ ବାଳ ଉପରେ ଲୁହାକଣ୍ଟା। କହନ୍ତି,'ଜାନୀ ଭୂତ କିଳିଚି। 'କିଛି ଦୂରରେ ,ବିଲ ଭିତରେ,ଯୋଗିଆ ହରିଜନର ବେକେ ଉଚ୍ଚର ସମାଧି । ଚୁନ ବୋଳା ହେଇଥିବାରୁ ଅନ୍ଧାର ଭିତରେ ବି ଧଳାବାଳ ଜଟିଆ ଭୂତ ବସିଲାପରି ଲାଗୁଚି।

ମନ କଥା ଜାଣିଲାପରି ଲୋକନାଥ ସାର୍ କହିଲେ 'କିରେ ବାମ,ଡର ଲାଗିବ କିରେ? ହଷ୍ଟେଲରୁ ପିଲା ଦିଜଣ ପଠେଇବି ତୋ ସାଙ୍ଗରେ? 'ମୁହଁ ହୁରୁଡା ବାମଦେବ କହିଲା "ନାଁ କକେଇ,ମତେ କିଛି ଡର ଭୟ ନାହିଁ।

ଆଜିକାଲିପରି ସେ ସମୟରେ ରାସ୍ତାରେ ବିଜୁଳି ଆଲୁଅ ନଥିଲା। ସ୍କୁଲ ପରିସରରୁ ବାହାରି ଆସିବାପରେ ବାମର ଛାତି ଧଡ ଧଡ ହେଲା। ରକ୍ତ ସଂଚାଳନର ବେଗ ବଢିଗଲା। ଛାତି ଭିତରେ ଦୁମ୍ ଦୁମ୍ ହାତୁଡି ପିଟିଲାପରି ଲାଗିଲା।କୃଷ୍ଣ ପକ୍ଷ। କିଟି କିଟି ଅନ୍ଧାର। ହାତରେ ଟର୍ଚ୍ଚ କି ଲଣ୍ଠନ୍ ନାହିଁ। ଦିଦିନ ତଳେ କୁନ୍ଦୁରା ସାଇର ଜଣକୁ ଏଇଠି ସାପ କାମୁଡିଥିଲା। ନିମ ଗଛ ପାଖରେ ପହଞ୍ଚିଲା ବେଳକୁ ବାମଦେବର ଦେହରେ ସତେବା ଜୀବନ ନାହିଁ। ଗାୟତ୍ରୀ ମନ୍ତ୍ର ମନେ ପକେଇବାକୁ ଚେଷ୍ଟାକଲା। ମନେ ପଡୁନି। ଲାଗିଲା ପଛରେ କିଏ ଜଣେ ଆସୁଚି। ପଛକୁ ଫେରି ଚାହିଁବାର ସାହସ ନାହିଁ। ସାରଙ୍କ ପାଖରେ ସିନା ମୁହଁ ଫୁଟାଣି;ଏବେ କିନ୍ତୁ ପିଛୱାଡା କଞ୍ଚାପାଣି।

ବାଁ ପଟକୁ ଥିବା ସ୍କୁଲ ପଡିଆକୁ ଚାହିଁଲା ବାମଦେବ। ଇଲୋ ବୋଉଲୋ ! ଦୂରରୁ ଗୋଟାଏ ନିଆଁହୁଳା ମାଡି ଆସିଲାପରି ଲାଗିଲା। "ଜକ" କଥା ସେ ଆଗରୁ ଶୁଣିଥିଲା। ଜକ ,ନିଆଁହୁଳା ହେଇ ଦି'ଗୋଡ ସନ୍ଧିରେ ପଶିଗଲେ,ମୃତ୍ୟୁ ନିଶ୍ଚିତ। ସାହାସକରି ମାଡିବସିଲେ,ସୁନାମୁଣ୍ଡାରେ ପରିଣତ ହେଇଯାଏ ଜକ।

ଜକକୁ ମାଡିବସିବାର ସାହସ ତାର ନଥିଲା।

ପୁଣି ଭାବିଲା'ଗୁହଚରୀ' ନୁହେଁତ? ଶୁଣିଥିଲା ସ୍ତ୍ରୀଲୋକ ଗୁହଚରୀ,ଲଙ୍ଗଳା ହେଇ,ଉପରକୁ ଗୋଡଟେକି ଗୁହ ଚରୁଥାନ୍ତି। ପାଟିରୁ ନିଆଁ ବାହାରୁଥାଏ। ଯିଏ ତାଙ୍କ ହାବୁଡେ ପଡେ,ତାକୁ ତଣ୍ଟିଚିପି ମାରିଦିଅନ୍ତି।

ଦିହ,ମୁଣ୍ଡ ତାର ଶୀତେଇ ଉଠିଲା। "ମାଆ ଲୋ ଖାଇଲା" ବୋଲି ଚିତ୍କାର କରି ,ବୋତାମଛିଡା ଖାକି ହାଫପ୍ୟାଣ୍ଟକୁ ସମ୍ଭାଳି,ସେଫ୍ଟିପିନମରା ହାୱାଇ ଚପଲକୁ ହାତରେ ଧରି,ପ୍ରାଣବିକଳରେ ଘରକୁ ଦଉଡିଲା ବାମ। ଏତେ ସତ୍ତ୍ବେ ମଧ୍ୟ,ହାୱାଇ ଚପଲ ହଳକ ସେ ଛାଡିନି। ଘରେ ପହଞ୍ଚି ବେହୋସ। ଆଠଦିନ ଜରରେ ପଡିଲା। ଘଟଣାଟି ସ୍କୁଲରେ ବିଜୁଳି ବେଗରେ ବ୍ୟାପି ଯାଇଥିଲା।

ଘଟଣାର ପରଦିନ ଲୋକନାଥ ସାର୍ ଏବଂ ଖେଳସାର୍ ଅନୁଧ୍ୟାନ କରିବାକୁ ଖେଳ ପଡିଆ ଭିତରକୁ ଗଲେ।ପଡିଆର ପୂର୍ବ କୋଣରେ ଗଦାଏ ପାଉଁଶ ଦେଖିବାକୁ ମିଳିଲା। ରାତିରେ କିଏ ନଡା ଜାଳି ନିଆଁ ପୋଉଁ ଥିଲା ପରା।

ବାମଦେବ ଇଁରାଜୀ ଭୂତ

Rate the content


Originality
Flow
Language
Cover design

Comments

Post

Some text some message..