ଗଲା କଥା - ଭାଗ ପ୍ରଥମ
ଗଲା କଥା - ଭାଗ ପ୍ରଥମ
ପିଲାଦିନର କଥା। ଅଜୟକୁ ଆଠ ବର୍ଷ ।ତୃତୀୟ ଶ୍ରେଣୀରେ ପଡୁଥିଲା । ପିଲା ବେଳୁ ଜିଦଖୋର ।ବାପା ମାଙ୍କକଥା ମାନେନାହିଁ ।ସାଙ୍ଗମାନଙ୍କପ୍ରତି ସହଯୋଗକରିବାପାଇଁ ଆଗେଇ ଆସେ।ଭଲଖାଇବା ଭଲପିନ୍ଧିବା ତାର ସଉକ।ଚଂଚଳ ମନକିନ୍ତୁ ମନୁଆ । ମନ ଲାଗିଲେ ସବୁ କରିଦେବ ।ବେଳେ କିଛି ଶୁଣିବ ନାହିଁ । ତାର ବଡଭାଇ କୁ ଭୟ କରେ । ବଡ଼ଭାଇ ମଧ୍ୟ ସୁଯୋଗ ନେଇ ତାକୁ କାମରେ ଲଗାଏ ।ବିଲରେ ଖଟାଏ ,ପୋଖରୀରୁ ଜାଲ ଧରି ମାଛ ମାରେ । ଅଜୟ ସାପକୁ ଦେଖିଲେ ଭୟ କରେ।ପାଣିରେ ଧଣ୍ଡ ଥାନ୍ତି,କାଠି ଜାଲରେ କେବେ କେମିତି ଧଣ୍ଡ ପଡିଗଲେ ଭୟଲାଗେ ।ସତେଯେମିତି ସେ ଜୀବନକୁ ପାଣିଛଡ଼େଇ ଦେଇଛି।ମନେମନେ ବଡଭାଇ ର ତାପ୍ରତି ନିର୍ଯାତନାକୁନେଇ ତା ମନରେ ପ୍ରତିକିୟା ଆସେ। କାହାକୁ କିଛି କାହାପରେନାହିଁ।କାରଣହେଲା ସମସ୍ତେ ବଡ଼ଭାକୁ ବିଶ୍ୱାସକରନ୍ତି।
ବଡ଼ଭାଇ ମଧ୍ୟ ରାତିରେ ତାକୁ ପାଠପଢ଼ାନ୍ତି ।ଗଣିତ ବୁଝିବାବେଳେ ରାଗ ସୁଜାନ୍ତି ।ଚାପୁଡ଼ା ଗାଳି ଦିଅନ୍ତି। କ୍ରମେ ପାଠପଢିବାକୁ ତା ମନରେ ଭୟ ଆସିଲା । ପଢିବାକୁ ହେବ ସ୍କୁଲ ଯିବାକୁ ହେବ ଅନିଚ୍ଛାସତ୍ୟେ କରିବାକୁ ବାଧ୍ୟ ହୁଏ । ଶିଶୁ ମନରେ ଆଘାତ ବାଜିଲେ ସରିଲା ।ପରବର୍ତ୍ତୀ ଜୀବନକୁ ପ୍ରଭାବ ପକାଏ । ଜୀବନ ପାଇଁ ଆଲୋକ ।ଶିକ୍ଷାପ୍ରତି ପିଲାବେଳୁ ବିରାଗ ଆସିବାର ଗୋଟିଏ ମୁଖ୍ୟ କାରଣ ବିଦ୍ୟା ଶିଖିବା ବେଳେ ପିଲାଙ୍କୁ ଭୟକରାଇ ପାଠ ଆଦାୟ କରିବା ।ଭୁଲକୁ ସୁଧାରି ଠିକ କରିବାକୁ ଶିକ୍ଷକର ଦକ୍ଷତା ଦେଖାଯାଏ ।ପାଠ ପଡେଇବା ବ୍ୟକ୍ତିଟି ଶିଶୁ ମନକୁ ଛୁଇଁ ପଢ଼େଇ ପାରିଲେ ଭବିଷ୍ୟତରେ ଶିଶୁ ଅଧିକା ଜାଣିବାକୁ ଆଗ୍ରହ ପ୍ରକାଶ କରେ।
କ୍ରମଶଃ ...ଭାଗ - ୨