Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ମାୟା
ମାୟା
★★★★★

© Ram Prasad Bisoi

Fantasy Inspirational

3 Minutes   7.2K    12


Content Ranking

ମାୟା ଅନ୍ଧାର ଓ ଆଲୋକର ଚରିତ୍ର ନୁହେଁ,ସନ୍ଧ୍ୟା ନଇଁଲେ ନିଜକୁ ସଜାଡିବାକୁ ପଡେ ମୁହଁରେ,ଓଠରେ ରଙ୍ଗ ବୋଳି ,ଅନ୍ଧାରକୁ ତାର ଭୟ ନାହିଁ । ସେ ତ କେବେଠାରୁ ବନି ସାରିଛି ଅଭିସାରିକା ଅନେକ ଆସନ୍ତି ଓ ଚାଲି ଯାଆନ୍ତି। କିଛି ଟଙ୍କା ବିନିମୟରେ ତାକୁ ସବୁକିଛି କରିବାକୁ ପଡ଼େ। କିଏ ? ସିଗାରେଟର ଚେଙ୍କା ଲଗାଏ, ତ କିଏ ? ତ ଓଠକୁ କାମୁଡି ରକ୍ତାକ୍ତ କରିଦିଏ, ଗୋରା ତକ ତକ ଦେହରେ ନଖ ବିଦାରଣ ଚିହ୍ନ ସେ ତ ସହଜେ ବାରି ହୋଇଯାଏ । ରାତ୍ରିର ଶେଷ ପ୍ରହର ପର୍ଯ୍ୟନ୍ତ ସବୁ ସହିବାକୁ ପଡେ । ବେଳେବେଳେ ନିଜକୁ ଏମିତି ରୂପେ ପରିବେଷଣ କରିବାକୁ ପଡେ ଯେ ସତେ ଯେମିତି ଏକ ଲଙ୍ଗଳା ଫୁଙ୍ଗୁଳା ଯନ୍ତ୍ର,ବିକଟ ଶବ୍ଧ କରି ଚାଲିଛି, ଯାହା ଶ୍ରୁତିକଟୁ । 

ଏଇତ ଶୋଇଥିଲା କିନ୍ତୁ ନିଦ ଭାଙ୍ଗି ଗଲା ସ୍ଵପ୍ନ ବି ତାର ଛାଡୁ ନାହିଁ ପିଛା । ସବୁ ଦିନେ ସେଇ ଏକ ସ୍ଵପ୍ନ କିଛି ଧୂସର ଚେହେରା, ତା ମାଁର ବିକଟ ଚିତ୍କାର,ବାପାଙ୍କ ଗୁଳିବିଦ୍ଧ ଶରୀର, ପାଞ୍ଚ ବର୍ଷୀୟ ଭାଇଟିର ଗଳାଚିପି ହତ୍ୟା , ମାଁର ସେଇ ଶେଷ କଥା ଦି ପଦ ଦୌଡ଼ି ଚାଲି ଯାଆ,ମାୟା ।  କି ବିଭତ୍ସ ସେ ଦୃଶ୍ୟ ।  ଧର୍ମ ନାମେ ଗଣ ହତ୍ୟା,ଲୁଣ୍ଠନ,ଧର୍ଷଣ ପରେ ହତ୍ୟା ନିରୀହ ନାରୀ ଓ କନ୍ୟା ଯିଏ ବଞ୍ଚିଯାଏ ସେଇ ଶିଶୁ ଯଦି କନ୍ୟାଟି ହୋଇଥାଏ, କେବେ ସେମାନେ ଚିନ୍ତା କରିଛନ୍ତି ସମାଜରେ ତା ଅବସ୍ଥା । ମାୟା କିନ୍ତୁ ହାରି ନି ,ସେ ଦିନୁ ଦୌଡ଼ି ଚାଲିଛି, ଅନ୍ତହୀନ ସେ ଦୌଡ ଏ ଯାବତ ଚାଲିଛି । 

ସ୍ମୃତି କଣ ? ସତରେ କେବେ ମରି ଯାଏନି, ହଜିବାର ନାମ ନିଏ ନାହଁ । ଏମିତି ଜୀବନକୁ ହନ୍ତସନ୍ତ କରି ଚାଲିଥାଏ । ଭଲ ହୋଇ ନ ଥାନ୍ତା ଯଦି ମଣିଷ ପାଖରେ ସବୁ ଅଘଟଣ ଓ ଲୁହ ନ ଥାନ୍ତା, ବୋଧେ ଏ ତଫାତ ତାକୁ ତା ଅସ୍ତିତ୍ଵର ପରିଚୟ ମିଳି ନ ଥାନ୍ତା ।  ନ ହେଲେ ସେ କଣ ଭୁଲି ଯାଆନ୍ତା ନି ଜଣେ କେହି ଅଛି,ତା ଭାଗ୍ୟକୁ ନିୟନ୍ତ୍ରଣ କରିବାକୁ। ଏମିତି ଅତୀତ ସବୁଦିନେ ତାକୁ କ୍ଷତାକ୍ତ କରି ଚାଲିଥିବ ଆଉ ଚାଲିଛି । ସେ କେଜାଣି କେଉଁ ପାପ କରିଥିଲା।

   ମାମିନା ମାଉସୀ ତାକୁ ଝିଅ କରି ରଖିଛି । ସକାଳୁ ନିତି କ୍ଷୀର ଗିଲାସ ସହ ତା ବିଛଣା ପାଖରେ ପହଞ୍ଚିଯାଏ । ସୋରିଷ ତେଲ ଓ ହଳଦିରେ ଦେହ ସାରା ମାଖିଦିଏ କହେ ଝିଅ, ଦେଖିବୁ ଦିନେ ଜଣେ କେହି ଆସି ପହଞ୍ଚିବ, ତତେ ଏ ନର୍କରୁ ଉଧାର କରିବ । ମୁଁ ,ମାଁ ହୋଇ ବିଦା କରିବି । ତୋ ପିଲାମାନଙ୍କ ସହ ମୋ ବଳକା ଦିନ ସବୁ କାଟିଦେବି । ତୋର ବି ଫେରି ଆସିବ, ହସିଲା ପୁରିଲା ଦିନ । କେଜାଣି କେବେ ଆସିବ ସେ ଦିନ ।

ଆଶା ଟିକକ ନେଇ କାଟିବାକୁ ପଡିବ ତ ଜୀବନ। 

ଆଶା ହିଁ ତ ଜୀବନ, ଜୀବନ ହିଁ ଆଶା।

ଆଜି ଦଶହରା, ଏଇତ କିଛି ଦିନ ତଳେ ବାଲୁ ମହାରଣା ମାଁଙ୍କ ମୃଣ୍ୟୟ ମୁର୍ତ୍ତି ଗଢିବାକୁ,ତା ଦାଣ୍ଡରୁ ମାଟି ଖୋଳି ନେଇଥିଲା। ମାମିନା ମାଉସିକୁ ପଚାରିଲି ମାଁଙ୍କ ମୂର୍ତ୍ତି ଗଢିବାକୁ ଆମ ଦାଣ୍ଡର ମାଟି, କଣ ହେବ? ଆମେ ପରା ବାରାଙ୍ଗନା,ଅପବିତ୍ର, ପୁଣି ମାଁଙ୍କ ପୂଜାରେ ଆମ ଘର ଦାଣ୍ଡ ମାଟି । 

ମାଉସୀ କହିଲା, ଆଲୋ ମାୟା ଆମେ ପରା ମୋହିନୀ କନ୍ୟା, ଆଉ ମାଁ ଭୂବନ ମୋହିନୀ।

ଆମ ରୂପ ଯୌବନ ଷୋଳ ଶିଙ୍ଗାରକୁ ନେଇ ମାଁଙ୍କ ମୂର୍ତ୍ତି ଗଢାହୁଏ । 

ଶିଳ୍ପୀର କଳ୍ପନାରେ ଆମ ସୁନ୍ଦରତା କୁଆଡେ ଫୁଟି ଉଠେ। ମାଁଙ୍କ ସେଇ ରୂପ ଦେଖି ଯେଉଁ ପୁରୁଷ ମୋହିତ ହେବ, ସେ କେବେ ବି ପାଇବନି ମୁକ୍ତି,ତା ଦାନବତ୍ୱ ସେମିତି ତା ପାଖରେ ରହିଯିବ ।  ଚଊଷଠି ଯୋନିରେ ତା ପାପକୁ ସେ ଭୋଗ କରିବାକୁ ପଡିବ। ଯିଏ ଭକ୍ତି,ପ୍ରେମ, ବାତ୍ସଲ୍ୟରେ ।  ମାଁଙ୍କୁ ଡାକିବ, ତାର ସକଳ ଦୂର୍ଗତି ନାଶନ ହେବ। ପଚାରିଲା,ମାୟା,ତା ହେଲେ ଆମେ କଣ ? ଏ ନର୍କରୁ ଉଦ୍ଧାର ପାଇବାନି କେବେ।

ମାଉସୀ କହିଲା, ମାଲୋ ଆମେ ସବୁ ପଙ୍କରୁଜାତ ପଦ୍ମ । ଆଶା ସବୁ ଆମର ପଦ୍ମପତ୍ରେ ହସୁଥିବା କାଚକେନ୍ଦୁ ପାଣି, ଚନ୍ଦ୍ର ଆଲୋକରେ ହସି ଚାଲିଥିବା ମିଥ୍ୟା ପ୍ରହେଳିକା। ଅନ୍ଧାର ରାତ୍ରିର ମାୟା । ମାଁ କିନ୍ତୁ ଯୋଗମାୟା। ଆମେ ସବୁ ଯୋଗିନୀ ମାୟା।  ନର୍କଗାମୀ ପୁରୁଷଙ୍କୁ ସଂସାର ବନ୍ଧନରେ ବାନ୍ଧି ରଖି ପାରୁଥିବା ...ମାୟା ।

କାଶ୍ୟପ,

ରାମ ପ୍ରସାଦ ବିଷୋଇ,

ନ୍ୟୁ କଲୋନୀ, ରାୟଗଡା । 

ମୋ ୯୪୩୭୨୩୪୪୭୩

ମାୟା ମୂର୍ତ୍ତୀ ବାରଙ୍ଗନା

Rate the content


Originality
Flow
Language
Cover design

Comments

Post

Some text some message..