Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଜହ୍ନମାମୁଁ -142
ଜହ୍ନମାମୁଁ -142
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୧

Children

3 Minutes   7.4K    13


Content Ranking

ପରିବର୍ତ୍ତନ -୨

“ବୁଢା ଅସୁସ୍ଥ? ମୁଁ ତ ଜାଣି ନଥିଲି । ଯାଇ ଦେଖେ ।”

ହାର ଚୋରି ହୋଇଯାଇଥିବା ଉପରେ ଜୟସିଂହର ସ୍ତ୍ରୀର ବିଶେଷ ଗୁରୁତ୍ୱ ନଦେଇ ତା’ ସମ୍ପର୍କିୟ ଅଜା ବୁଢାର ଅସୁଖ କଥା ଶୁଣି ବିଚଳିତ ହୋଇ ସେ ବୁଢାକୁ ଦେଖିବା ସକାଶେ ବାହାରି ଗଲା ।

ତେଣେ କୁମାରବାବୁ ଘୋଡାଶାଳରୁ ଘରକୁ ଫେରିବା ବାଟରେ ଦେଖିଲେ ଜଣେ ଅପରିଚିତା ମହିଳା ତାଙ୍କ ଘର ପଛ ବାଟ ଦେଇ ଚାଲିଗଲେ । ସେ ଛୋଟେଇ ଛୋଟେଇ ଘର ଭିତରେ ପଶିବା ମାତ୍ରେ ବସୁମତି ଆଖି ଛଳ ଛଳ କରି କହିଲା, “ମୋର ଭୁଲ୍ ହୋଇଛି । ତୁମେ ବାଟରେ ପଡିଯାଇ ଗୋଡରେ ଆଘାତ ପାଇଛ, ସେ ପ୍ରତି ଦୃଷ୍ଟି ନଦେଇ ମୁଁ ପ୍ରଥମେ ଉପହାର କଥା ଭାବିଲି! ତୁମେ ଘରୁ ବାହାରିଗଲା ବେଳେ ମୋ ବାନ୍ଧବୀ ପଛପଟ ଦେଇ ଘରକୁ ଆସୁଥିଲା । ତମେ ଛୋଟେଇ ଚାଲିବା କଥା ଲକ୍ଷ୍ୟ କରି ସେ ମୋତେ କହିଲା, ଅଥଚ ମୁଁ ତାହା ଜାଣି ନଥିଲି!”

ବସୁମତିର ଏଭଳି ଅନୁଶୋଚନା ଦେଖି କୁମାରବାବୁ ବହୁତ ଖୁସି ହେଲେ ।

ସକାଳେ ସେ ପିଣ୍ଡାରେ ବସି ଜୟସିଂହକୁ ଅପେକ୍ଷା କରୁଛନ୍ତି, ଦେଖିଲେ ଗତକାଲି ସହରରେ ଯେଉଁ ଗହଣା ଦୋକାନରୁ ସେ ହାରଟି କିଣିଥିଲେ, ସେ ଦୋକାନର ମାଲିକ ଆସୁଛନ୍ତି ।”

କୁମାରବାବୁ ଉଠି ପଡି ପଚାରିଲେ “ନମସ୍କାର, ଆପଣ କେମିତି ଏଆଡେ?”

“ଆରେ କୁମାରବାବୁ, ଆପଣ ଯେମିତି ଭଲ ମଣିଷ, ମୋ କର୍ମଚାରୀଟି ମଧ୍ୟ ସେମିତି ଜଣେ ଭୋଳା ମଣିଷ । ଆପଣ ହାର ପସନ୍ଦ କରି ସାରି ଟଙ୍କା ଦେଇ ଖାଲି ବାକ୍ସଟି ଉଠାଇ ଆଣି ଚାଲି ଆସିଲେ, ମାତ୍ର ହାରଟି ବାହାରେ ରହିଗଲା! ରାତିରେ ଦୋକାନ ବନ୍ଦ କରିବା ପୂର୍ବରୁ ସବୁ ରଖାରଖି କରିବା ବେଳେ ଏହା ଜଣା ପଡିଲା! ଆପଣ କେମିତି କିଛି ନ ଜାଣିଲା ପରି ବସିଥିଲେ? କ’ଣ ବାକ୍ସଟି ଖୋଲି ଦେଖି ନାହାଁନ୍ତି?”

କୁମାରବାବୁ ଆନନ୍ଦିତ ହେବା ସଙ୍ଗେ ସଙ୍ଗେ କାଶୀରାମକୁ ଭୁଲ୍ ସନ୍ଦେହ କରିଥିବାରୁ ଭୀଷଣ ଦୁଃଖିତ ହେଲେ । ଦୋକାନୀ ବିଦାୟ ନେଇଯିବା ଉତାରୁ ସେ ଜୟସିଂହକୁ ଡାକିବାକୁ ଯାଉଛନ୍ତି, ଜୟସିଂହ ସେଠାରେ ଆସି ପହଁଚିଗଲା ।

କୁମାରବାବୁ ଉତ୍କଣ୍ଠିତ ଭାବରେ ପଚାରିଲେ “ଜୟସିଂହ, ବଡ ଭୁଲ୍ ହୋଇଗଲା । ହାର ବାସ୍ତବିକ ମୁଁ ସହରରେ ସେ ଗହଣା ଦୋକାନରେହିଁ ଛାଡି ଆସିଥିଲି । କାଶୀରାମର ଏଥିରେ କିଛିବି ଦୋଷ ନାହିଁ । ତମେ ତାକୁ କ’ଣ କହିଲ? ସେ ବା କ’ଣ କହିଲା?”

ଜୟସିଂହ ହସି ହସି କହିଲା “ବାବୁ, ତାକୁ କିଛି କୁହା ହୋଇନାହିଁ । କିନ୍ତୁ ଆପଣ ମୋତେ ସେକଥା କହି ମୋର ବହୁତ ଲାଭ କରାଇ ଦେଲେ!”

“ମାନେ?”

ଜୟସିଂହ କହିଲା “ମୁଁ ଯାଇ ମୋ ସ୍ତ୍ରୀକୁ ସେକଥା କହିବା ମାତ୍ରେ ସେ ବୁଢା ଅଜା ଘରକୁ ବାହାରିଗଲା । ସେଠାରେ ଯାଇ ଦେଖିବା ବେଳକୁ ବୁଢା ସହ କାଶୀରାମ ଝଗଡା କରୁଛି । ସେ ବୁଢାର ତ ନିଜର ବୋଲି କେହି ନାହିଁ । କାଶୀରାମର ଜିଗର ବୁଢା ତା’ର ଧନସମ୍ପତ୍ତି ତା’ ନାମରେ ଲେଖି ଦେଉ । ସେ କାଗଜ ପ୍ରସ୍ତୁତ କରି ଆଣିଥାଏ । ବୁଢା କିନ୍ତୁ ସେଥିରେ ରାଜି ନ ହେବାରୁ ସେ ବୁଢାକୁ ଗାଳିଗୁଲଜ ଦେଇ ପଳାଇଗଲା । ବୁଢାର କ’ଣ ମନ ହେଲା କେଜାଣି, ସେ ସଙ୍ଗେ ସଙ୍ଗେ ମୋ ସ୍ତ୍ରୀକୁ ତା’ର ସବୁ ସମ୍ପତ୍ତି ଦେବାକୁ ଠିକ୍ କଲା । ମୋ ସ୍ତ୍ରୀ ଅବଶ୍ୟ ବୁଢାକୁ ବହୁତ ଭକ୍ତି କରୁଥାଏ ଓ ବୁଢା ବି ତାକୁ ସ୍ନେହ କରୁଥାଏ । କିନ୍ତୁ ବୁଢାର ଯେ ସବୁ ସମ୍ପତ୍ତି ଆମକୁ ମିଳିବ, ଏହା ଆମେ କେବେବି କଳ୍ପନା କରି ନଥିଲୁ । ବୁଢା ଆଜି କାଗଜପତ୍ର କରୁଛି । ଆମକୁ ଯାଇ ତାହାରି ଘରେ ରହିବାକୁ ହେବ ।”

କୁମାରବାବୁ ପଚାରିଲେ “ବୁଢା ବହୁତ ରଖିଛି କିରେ?”

ଜୟସିଂହ ଅଳ୍ପ ଲାଜ କରି କହିଲା, “ହଜୁର୍, ତିରିଶ ହଜାର ଟଙ୍କା ପୋତି ରଖିଥିଲା । ଘରଦ୍ୱାର ତ ଅଛି । ଭାବୁଛି କିଛି ବେପାର କରିବି । ଆପଣ ଖାଲି ବୁଦ୍ଧି ଦେଲେ ହେଲା ।”

କୁମାରବାବୁ କହିଲେ “ଜରୁର୍, ଜରୁର୍!” “ହାର ଚୋରି ଭ୍ରମ ଯୋଗୁଁ ମୋ ସ୍ତ୍ରୀ ବସୁମତିର ମନ ବି ବଦଳି ଗଲା ।”

ବେଳ ଥାଉଁ ଥାଉଁ –

ପ୍ରାଚୀନ କାଳରେ ଜଣେ ସୌଦାଗର ନାଗପତନମ ନଗରୀରେ ଥିଲେ । ସେ ଦେଶ ବିଦେଶରେ ବାଣିଜ୍ୟ କରି ପ୍ରଭୁତ ଅର୍ଥ ଉପାର୍ଜନ କରିଥିଲେ । ତେବେ ସେ କୌଣସି ଦାନଧ୍ୟାନରେ କିଛି ଖର୍ଚ୍ଚ କରିବାର କେହି କେବେ ହେଲେବି ଜାଣି ନଥିଲେ । ଥରେ ଥରେ କଥା ପଡିଲେ ସେ କହୁଥିଲେ, “ଦାନଧର୍ମ କରିବାର ସମୟ କ’ଣ ଚାଲି ଯାଉଛି?”

ଦିନେ ନଗରୀର ପ୍ରାଚୀନ ଶିବମନ୍ଦିରର ପୂଜକ ଆସି ତାଙ୍କୁ ଭେଟି କହିଲେ, “ମହାଶୟ, ମନ୍ଦିର ମରାମତୀ କାମ ଜରୁରୀ ହୋଇ ପଡିଲାଣି । ସେଥିପାଇଁ ଏକ ସହସ୍ର ସ୍ୱର୍ଣ୍ଣମୁଦ୍ରା ଖର୍ଚ୍ଚ ହେବ । ଅବଶ୍ୟ ତାହା ବହୁତ ବଡ ପରିମାଣ । ତେବେ ଆପଣ ପ୍ରବେଶ ତୋରଣଟି ପୁରାପୁରି ନୂଆ କରି ଦେବାର ଖର୍ଚ୍ଚ ତୁଲାଇଲେ ଭାରି ଭଲ ହୁଅନ୍ତା ।”

ସୌଦାଗର ପଚାରିଲେ “କେତେ ଖର୍ଚ୍ଚ ହେବ?” ତହୁଁ ପୂଜକ ଉତ୍ତର ଦେଲେ “ଶହେ ସ୍ୱର୍ଣ୍ଣ ମୁଦ୍ରା ।” ସୌଦାଗର ତାଙ୍କୁ ସଙ୍ଗେ ସଙ୍ଗେ ସେତକ ମୁଦ୍ରା ଧରାଇ ଦେଲେ ।

ଠିକ୍ ସେତିକିବେଳେ ଜଣେ କର୍ମଚାରୀ ଆସି ଖବର ଦେଲା କି ତାଙ୍କର ଗୋଟିଏ ପଣ୍ୟବାହୀ ଜାହାଜ ଡୁବି ଯାଇଛି । ତତ୍କ୍ଷଣାତ୍ ସୌଦାଗର ସେହି ପୂଜକଙ୍କ ହାତରୁ ମୁଦ୍ରାତକ ଝିଙ୍କି ନେଲେ । ପୂଜକ ବୁଝିଲେ ଏ ବିପଦ ବେଳେ ଦାନ କରିବା ତାଙ୍କ ପକ୍ଷରେ ଏକଦମ୍ ଅସମ୍ଭବ । କିନ୍ତୁ ସୌଦାଗର ଏକ ସହସ୍ର ସ୍ୱର୍ଣ୍ଣମୁଦ୍ରା ଥିବା ଥଳିଟିଏ ତାଙ୍କୁ ଦେଇ କହିଲେ, “ବିଧାତା ସୁଚାଇ ଦେଲା କି ଶକ୍ତି ଥାଉଁ ଥାଉଁ ଦାନ ନକଲେ ସେ ସୁଯୋଗ ଭବିଷ୍ୟତରେ ଆଉ ମୋଟେ ନ ଆସିପାରେ!”

ଜୟସିଂହ ସମ୍ପର୍କିୟ ବୁଢା

Rate the content


Originality
Flow
Language
Cover design

Comments

Post

Some text some message..