ଦୀନବନ୍ଧୁ କୃପାସିନ୍ଧୁ
ଦୀନବନ୍ଧୁ କୃପାସିନ୍ଧୁ
ରାତି ପାହିଲେ ଶ୍ରୀକ୍ଷେତ୍ର ଯିବି ବୋଲି ମନସ୍ଥ କଲି । ମୋର ପୂର୍ବ ପ୍ରସ୍ତୁତି ଅନୁସାରେ ।ମୁଁ ସଠିକ୍ ସମୟରେ ରେଳ ରହଣି ପାସେଞ୍ଜର ହଲ୍ ନିକଟରେ ପହଞ୍ଚି ରେଳ ଗାଡିକୁ ଅପେକ୍ଷା କରିଥାଏ !! ଠିକ୍ ଏ ସମୟରେ ପୁରୀ ଅନଗୁଳ ଲୋକାଲ(ସ୍ଥାନୀୟ)ରେଳଗାଡିଟି ଆସି ପହଞ୍ଚିଲା ! ମୁଁ ରେଳ ଗାଡିରେ ଚଢି ଏକ ଭଲ ଝରକା ପାର୍ଶ୍ଵ ଅକ୍ତିଆର କରି ଉପବେଶନ କଲି !! ମୋ ପାଖକୁ ଲାଗି ଆଉ ଦୁଇ ଜଣ ଅପରିଚିତ ନଵ ଦମ୍ପତି ଉପବେଶନ କରିଥିଲେ !!
ରେଳ ଗାଡିଟି ଦ୍ରୁତ ଗତିରେ ଗନ୍ତବ୍ୟ ପଥକୁ ଅଗ୍ରସର ହେଉଥାଏ !! ସେଇ ନଵ ଦମ୍ପତିଙ୍କ ମଧ୍ୟରେ ସାମାନ୍ୟ ମନୋମାଳିନ୍ୟ ଥିବାର ମୋର ହୃଦ୍ ବୋଧ ହେଉ ଥାଏ । କାହିଁକି ନା ତାଙ୍କ ମୁଖ ମଣ୍ଡଳରେ ହସର ଚିହ୍ନ ବର୍ଣ୍ଣର ସାମାନ୍ୟତମ ଆଭାସ ମିଳୁ ନ ଥିଲା ! କଥା ଛଳରେ ମୁଁ ସେମାନଙ୍କୁ କହିଲି ଆପଣ କେଉଁଠି କି ଯିବେ ସାର୍ ?
ଅତି କ୍ଷୀଣ ସ୍ୱରରେ ଉତ୍ତର ମିଳିଲା ପୁରୀ ! ମୁଁ କହିଲି କଣ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରିଵାକୁ ଯାଉଛନ୍ତି ? ଉତ୍ତର ମିଳିଲା ନାଁ'ଅତି ଉଚସ୍ୱରରେ । ନାରୀ କଣ୍ଠ ସ୍ୱରରେ । ମୁଁ ନିଜକୁ ସଂକୋଚ ମନେ କରି ଚୁପ୍ ଚାପ ବସିଗଲି । ଭାବିଲି ମୋ ପ୍ରଶ୍ନ ପଚାରିବାଟା ବୋଧେ ଭୁଲ୍ ହୋଇଗଲା !!
ଯେହେତୁ ମୁଁ ଅପରିଚିତ ଲୋକ ସେମାନେ ମୋ ସହିତ ଗପିବା ପାଇଁ ଚାହୁଁ ନଥିଲେ ବୋଧ ହୁଏ ? ଯେହେତୁ ମୋର ନିରବତା ଦୀର୍ଘ ସମୟ ଯାରି ରହିଲା । ସେଇ ନଵ ବଧୂଟି କହିଲା ଆପଣଙ୍କ ପ୍ରଭୁଙ୍କ ଦର୍ଶନ ପାଇଁ ଯାଉଛନ୍ତି କି ସାର୍ ? ମୁଁ ଉଦବେଳିତ ହୋଇ ହଁ ଭରିଲି !
ଆଉ କହିଲି ତୁମେ କଣ ପୁରୀ ସତରେ ଯାଉନ ମାଆ ?
ନଵ ବଧୂର ଆଖିରେ ଲୁହ ଛଳ ଛଳ ହୋଇଗଲା !!
ତା'ର ଅନିଚ୍ଛା ସତ୍ୱେ ସେ ତା'ର ଦୁଃଖର କଥାକୁ ପରିପ୍ରକାଶ କରିବାକୁ ବାଧ୍ୟ ହେଲା ପରି ମନେ ହେଉଥାଏ। ସେ ଯାହା ହେଉନା କାହିଁକି ନୀରବ ହୋଇ ବସିଥିବା ସ୍ଵାମୀ ଦେବଙ୍କୁ ଅତିକ୍ରମ କରି ଦୁଃଖ ପେଡ଼ିର କହାଣୀଟିକୁ ପରିପ୍ରକାଶ ଅତି ସହଜରେ କରିଦେଲା !!
କହିଲା ସାର୍ ମୁଁ ପୁରୀ ସହରର ଝିଅ । ପିଲା ଦିନୁ କାଳିଆକୁ ଦେଖି ଦେଖି ଦେହ ସୁହା ହୋଇ ଗଲାଣି । ତାକୁ ଡାକି ଡାକି ଭଲ ଘର ଭଲ ବର ପାଇଥିଲି । ହେଲ କାଳିଆ କପଟ କଲା । ସହି ପାରିଲାନି ଛଅ ମାସରେ ବିଧଵା ହେଲି । ସେ ରକ୍ତ କର୍କଟ ରୋଗରେ ପୀଡ଼ିତ ଥିଲେ !
ଯେହେତୁ ମୁଁ ନୂଆବୋହୂଟା ଜୀବନ ମୋର ଦୁର୍ବିସହ ହୋଇଯିବ । ସେଥିପାଇଁ ଅନୁକମ୍ପାର ବରଷା ହେଲା । ଶାଶୁ ଶଶୁର ସ୍ଥିର କଲେ ଘର ବୋହୂ ଘରେ ରହିବ ତେଣୁ ମୋ ଦିଅରଙ୍କୁ ପୁନଃ ବିବାହ କଲି !! ତଥାପି କାଳିଆ ସହ୍ୟ କରି ପାରିଲନି ପୁଣି କପଟ କଲା ମୋ ପତି ଦେବ ମିଛ ମାମଲାରେ ଫଶି କାରାଗାରକୁ ଗଲେ । ସେଠୁ ମୁକୁଳି କି ଆସିବା ପରେ ।ସରକାରୀ ଚାକିରୀ ଚଳିଗଲା । ଏତେ ଦୁଃଖ ଦେଲା ପରେ ଆଉ କାହିଁକି ତା'ଦରବାରକୁ ଯିବି ? ପିଲା ଦିନୁ ଡାକି ଡାକି ଏଇ ସବୁ ଫଳଦେଇ ମୋତେ ଯିଏ କଳଙ୍କିନୀ ସଜାଇଲା । ତା'ପାଖରେ ଆଉ କି ସରାଗ ମୋର । ମୁଁ ଏ ସବୁ ଘଟଣା ପରେ ଯେତେ ଥର ପୁରୀ ଯାଇଛି ବାପ ଘରକୁ ଯାଇନି ତା ଶ୍ରୀ ମନ୍ଦିରକୁ ଅଭିମାନରେ ଆଉ ରାଗରେ !
ଏସବୁ କଥା ଶୁଣିବା ପରେ ମୁଁ କହିଲି ମାଆ ତୁ ଆଉ ଅଭିମାନ ନ କରି ଆଜି ମୋ ସାଥିରେ ଚାଲେ । ତୋର ସେଇ ପରିଚିତ କଳା କାହ୍ନା ପାଖକୁ । ସେ ନିଶ୍ଚୟ ତୋର ସବୁ ଦୁଃଖ ହରଣ କରିବ ଆଉ ତୋତେ ଜୀବନରେ କେବେ ଦୁଃଖ ଦେବନି ! ମୁଁ ତୋ ପାଇଁ ତା' ଆଗେ ଗୁହାରି କରିବି । ଆଜି ପରା ତା'ର ରଥ ଯାତ୍ରା । ତା ରଥ ଦଉଡି ଛୁଇଁ ଦେଲେ ସବୁ ପାପ ଉଭେଇ ଯିବ । ସେ ପରା ଦୀନ ବନ୍ଧୁ ଆଉ କୃପାସିନ୍ଧୁ । ଦୁଃଖି ଜନର ଦୁଃଖ ହରଣ କରେ !କୃପା ଦୃଷ୍ଟିରେ ଥରେ ଚାହିଁଦେଲେ ଫୁଲର ବରଷା ହୁଏ ।
ତୁ ଆଜିଠୁ ମୋ ଝିଅ ଆଉ ମୁଁ ତୋ'ର ବାପ । ମୋତେ ତୋ ଅଭିମାନ ଭଙ୍ଗ କରିବାକୁ ଜଗତ ପତି ତୋ ସାଥିରେ ସମ୍ପର୍କ ଯୋଡିଦେଲେ ଲୋ ମାଆ !!
ଝିଅଟି ମୋ ପାଦ ସ୍ପର୍ଶ କରି ମୋତେ ପ୍ରଣାମ କଲା ଏବଂ ବାପା ବୋଲି ସମ୍ବୋଧନ କରି ଡାକି ଆଖିରୁ ଲୁହ ଝରାଇ ମୋ କଥାରେ ସମ୍ମତି ପ୍ରକାଶ କରି । ଉଭୟ ସ୍ଵାମୀ ସ୍ତ୍ରୀ ରେଳ ଷ୍ଟେସନରୁ ଓହ୍ଲାଇ ଶ୍ରୀ ମନ୍ଦିର ଅଭିମୁଖେ ଅଗ୍ରସର ହେଲେ !
ସଦା ନନ୍ଦ ସାହୁ ।
କାରାକର୍ମଚାରୀ । କେନ୍ଦ୍ରୀୟ କାରାଗାର । କଟକ । ଚୌଦ୍ୱାର ।
email -mrssahoo1977@gmail.com
ଫୋନ୍ -9777361178