Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଧ୍ରୂବସତ୍ୟ ଜୀବନ ଧ୍ରୁପଦର
ଧ୍ରୂବସତ୍ୟ ଜୀବନ ଧ୍ରୁପଦର
★★★★★

© Artatran Mishra

Others

7 Minutes   2.8K    8


Content Ranking

କେମିତି କ'ଣ କଲେ କଷ୍ଟ ହବନି; ଦେହକୁ ଲାଗିବନି; ଆରାମ୍ ରେ କାମ ହେଇ ଯିବ ? ଅନେକ୍ ଲୋକଂକ ଦୟନୀୟ ଅବସ୍ଥା ଦେଖିଦେଖି ମୋ ମନରେ ଭାରି ଡ଼ର ପଶି ଯାଇଥିଲା | ଦିନାକେତେ ଖୁବ୍ ଚ଼ିନ୍ତାରେ ରହିଲି |

ଘର ବଡ଼, ଅଫିସ୍ ବଡ଼, ଯୁଆଡ଼େ ଗଲେ ବଡ଼ ବଡ଼ ଲୋକଂକ ସଂଗେ ମେଳ-ମେଳାପ | ଘରେ ଏସି, ଗାଡ଼ିରେ ଏସି, ଅଫିସ୍ ରେ ଏସି, ଟ୍ରେନ୍ ରେ ଏସି, ପ୍ଲେନ୍ ରେ ଏସି; ଫାଇପ୍ ଷ୍ଟାର ହୋଟେଲ୍ ଛଡ଼ା ମନ ମାନେ ନାହିଁ| କେତେ ଲଗଜୁରୀ | ସେଇ ଅନୁସାରେ ଚ଼ିନ୍ତା କରିବାକୁ ପଡ଼ିବ ନା | ଏରିଗେରି ଭଳିଆ ହେଲେ କ'ଣ ଚ଼ଳିବ? ଦିନ ରାତି ଚ଼ିନ୍ତା କରିକରି ଅନ୍ତ ପାଇଲିନି | କ'ଣ କଲେ ଠିକ୍ ହବ? କେମିତି କଲେ ଠିକ୍ ହବ? କାହାକୁ ପଚ଼ାରିବି? କାହା ଠୁଁ' ସହ୍ଲା ନେବି? ସମସ୍ତଂକୁ କହିହବନି | ଯାହାକୁ ତାହାକୁ କହିଲେ, ପ୍ରଘଟ କରିଦେବେ | ଟିକିଏ ବଡ଼ପୋଜିସନ୍ ବାଲା କାହାର ଟୁଁ'କରି କ'ଣ ହେଲେ ଲୋକେ ଡୋଲ ବଜେଇ ହଇଚ଼ଇ କରି ଭାରି ଟିସିମିରି କରନ୍ତି | ସିକଚ଼ାଲିଆ ପାଜି ଯେତକ ! ଛି !

ଶେଷକୁ ମନସ୍ଥ କଲି ମୋର ଅନ୍ତରଂଗ ସାଂଗ ବିଖ୍ୟାତ ଜୀବ- ବିଗ୍ୟାନ ବ୍ୟାଖାତା ଡକ୍ଟର ଫରନାଡ଼େସ୍ କୁ ଡ଼ାକି ଆଲୋଚ଼ନା କରିବି | ଆଉ କାହାକୁ କହିଲେ ବିପଦ |

ସେଦିନ ଶୁକ୍ରବାର | ଶନିବାର, ରବିବାର ଛୁଟି | ମନଟା ଭଲ ଥାଏ ଆଜି ଦିନଟା ଅଫସିଆ ବାବୁ ମାନଂକର | ଡ଼ାକିଲି ସାଂଗ ଫରନାଡ଼େସ୍ କୁ | ଭାବିଲି ଆଜି ମୁଡ଼୍ ରେ ଥିବ | ସନ୍ଧ୍ୟା ଆଠ|କୁ ସେ ଆସିଲା | ଉଇକ୍-ଏଣ୍ଡର ନାଲି ପାଣି ପିଆ ନାଲି ନାଲି ଆଖି | ଭାବିଲି, "ବା!' ଖୁବ୍ ମୁଡ଼୍ ରେ ଅଛି | ସୁବର୍ଣ ସୁଯୋଗ | "

"ଆ,ଆ, ବସ୍, ବସ୍ | ଗୁଡ଼୍ ଇଭିନିଂଗ ଭାଇ | କ'ଣ ଖବର? ଆଜିକାଲି କ'ଣ ଦେଖା ନାହିଁ?, ମୁଁ ଉତଫୁଲିଆ ଖୁସିଟେ ହେଇ କହିଲି | "ଆରେ, ବିଜି ସବୁବେଳେ | ଏ ନୁଆ ଡ଼ାଇରେକ୍ଟର ଟା ଜଏନ୍ କଲା ଠାରୁ କାମ କରେଇ କରେଇ ମାରି ସାରିଲାଣ | କ୍ଲାସ୍ ପରେ କ୍ଲାସ୍ | ପ୍ରୋଜେକ୍ଟ ଉପରେ ପ୍ରୋଜେକ୍ଟ | ରିସର୍ଚ଼ ପରେ ରିସର୍ଚ | କେତେ ଆଉ ବୁଡ଼ା କାଳେ ଖଟିବି ! କାଲି ଛୁଟିଟାରେ ବି ଡ଼ାକିଥିଲା | ମୁଁ କହିଲି ଓ୍ବିକ୍ୱଏଣ୍ଡରେ ମୋର ବାହାରକୁ ଯିବା ଅଛି | ମୁକ୍ତି ମିଳିଲା ଦି' ଦିନ | ଆଇ ଓ୍ବିଲ୍ ଏନଜୟ୍ | କହ, କହ କାଇଁ ଏତେ ବିକଳିଆହେଇ ଡ଼ାକିଲୁ? କ'ଣ ବିଲାତି ଅଛି ନା' କ'ଣ? ", ଏକା ନିଶ୍ବାସରେ କହିଗଲା ସେ |

"ବଡ଼ ଚ଼ିନ୍ତାରେ ପଡ଼ିଚ଼ି ଭାଇ | ଭାରି ସମ୍ବେଦନଶୀଳ କଥା | କାହାକୁ ନକହିବୁ ଯଦି କହିବି |", ଚ଼ୁପ୍ ଚ଼ୁପ୍ କରି କହିଲି ମୁଁ |"କ'ଣ କିରେ! କ'ଣ ବୁଡ଼ା କାଳେ ପୁଣି ଇଉନିଭରସିଟି ଟାଇମ୍ ପରି ପ୍ରେମ କଲୁ ନା କ'ଣ ?", କହିଲା ଫରନାଡ଼େସ୍ ତା'ର ସବୁବେଳର ମଜାକିଆ ଷ୍ଟାଇଲରେ | ଉପରେ ଫ୍ରାଇଡ଼େ ଇଭିନିଂର ଦୁଇ ପେଗ୍ ମାରି ଦେଇଚ଼ି ତ | ତା' କଥାରେ ବାଟୁଳି ବାଜ଼ୁନି | ଆଖିଦୁଇଟି ତା'ର ଟଳ ମଟଳ ହଉଚ଼ି | ଭାବିଲି ଏତିକିବେଳେ ଡ଼ିସକସନ୍ ଟା କରିଦେଲେ, ତା'ର ସଜେସନ୍ ଟା ବି ମିଳିବ, ଆଉ କାଲିକି ବି ତା'ର ମନେ ନଥିବ କ'ଣ କଥାବାର୍ତ୍ତା ହେଲା |

"ଭାଇ, କାଲି ମୁନସିପାଲିଟି ଶ୍ମଶାନ ଘାଟ ଯାଇଥିଲି ଜଣେ କଲିଗସ୍ଂକ ବାପାଂକୁ ପୋଡ଼ିବାକୁ | କାଠ ଗଣ୍ଡି ଲଦି ତା'ଭିତରେ ଯେମିତି ତାଂକ ଗଣ୍ଡି, ମୁଣ୍ଡ ମୋଡି ମୋଡ଼ି ନିଆଁ ଧରେଇ ପୋଡ଼ିଲେ, ମତେ ଭାରି ଡ଼ର ଲାଗିଲା | ବାପା ପାଇଁ ପୁଅ ପୁଣି ସ୍ନେହରେ ଚ଼ନ୍ଦନଲକାଠ, ଘିଅ ଟିଣେ, ଗୋଲାପ ଫୁଲ ପୁଳେ, କର୍ପୁର କିଲେ ପକାଇଥିଲା ଲହଲହ ଯୁଇରେ | ହେଲେ ପୋଡ଼ା ମଣିଷଟା କି ବାସେ | ଖାଲି ମନ ସନ୍ତୁଷ୍ଟ ହବାକଥା କ'ଣ ନା ବାପକୁ ଚ଼ନ୍ଦନ, କର୍ପୁରରେ ପୋଡ଼ିଲା ଯୋଗ୍ୟ ପୁଅ | ସରକାରୀ ପୋଡ଼ିବା ଲୋକଟା କେଂଚ଼ୁଥାଏ ଦେହ ସାରା ଲୁହା ଗୋବରେ ଜଳନ୍ତା କାଠ ଗୁଡ଼ିକୁ ଉପରେ ମଡ଼େଇ ମଡ଼େଇ, ଯେମିତି ବୁଡ଼ା ଜଲଦି ଜଳି ଯାଏ | ଆଉ ଗୋଟେ ଆସି ଥୁଆ ହେଲାଣି ତ | ଏଇଟି ଜଲଦି ସରିଲେ, ସେଇଟିକି ଧରିବ | ନହେଲେ, ସେ କାମଟି ଅନ୍ୟ କିଏ ନେଇଯିବ | ଦି' ପଇସା ତା'ର ଗଲା | ଗୋଡ଼ ଦି'ଟା ମୋଡ଼ି ଯାକି ଦେଲା ହୁ ହୁ ହେଇ ଜଳୁଥିବା କାଠ ଗଣ୍ଡିଟି ଭିତରେ | ଦେହ ସାରା ଏତେ ଚ଼ିଆଁ, ଏତେ ନିଆଁ ! ହାଡ଼ ଫୁଟୁଥାଏ ଡୋ, ଡ଼ା | ମାଲ ଭାଇ ମାନେ କହୁଥାନ୍ତି, "ହେଇ ମୁଣ୍ଡ ଫୁଟିଲା |" ନା ବାବା ନା, ମୁଁ ଏମିତି ଜଳିବିନି ଡ଼େଥ୍ ପରେ | ଆଉ ଜଣେ ବନ୍ଧୁର ମା' ମରିଗଲେ | ସାଂଗଟିର ବେସି ସମୟ ନଥିଲା | ବିଚ଼ରା ମା'ର କାମ ଜଲଦି କଲେ ତା'ର କାନଡ଼ା ଓ୍ବାପସ୍ ଯିବାର ଥିଲା | ସେ ମା'କୁ ମୁନସିପାଲିଟିର ଇଲେକଟ୍ରିକ୍ ଚ଼ୁଲାକୁ ନେଇଗଲା | ଦି' ମିନିଟ୍ ରେ ଫୁସ୍, ପାଉଁସ | ମୋ' ଡ଼େଥ୍ ରେ ମୁଁ ଏମତି କଲବଲ ହେଇ ପୋଡ଼ି ଯିବାକୁ ଚ଼ାହୁଁନି | କ'ଣ କରିବି କହିଲୁ | ମୁଁ ଲେଖି ରଖିବିଯେ ମୁଁ ମଲା ପରେ ମତେ ଏମିତି ନିର୍ମମ ଭାବେ ପୋଡ଼ିବେନି ବୋଲି | ମୁଁ ତତେ ଏଇ ସକାସେ ଡାକିଚ଼ି | ମତେ ବୁଦ୍ଧି ଦେ' | ମଲା ପରେ କେମିତି ଆରାମ୍ ରେ, ଲଗଜୁରୀରେ ମୋ କାମଟା ହବ କହିଲୁ "

ଠୋ' ଠୋ' ହୋଇ ହସିଲା ବନ୍ଧୁ ଫରନାଡ଼େସ୍ | କହିଲା, "ଏଇ ଗୋଟେ କଥାରେ ଏତେ ଟେନସନ୍! ଆମ ମଲା ଲୋକଂକ ପରି ତୁ ଡେଥ୍ ପରେ କବର ସ୍ଥାନ୍ ପୋତି ହବାର ବ୍ୟବସ୍ଥା କରି ଯାଉନୁ | ନିଆଁ, ଧୁଆଁରେ ଜଳିଜଳି ହନ୍ତସନ୍ତ ହବାର ଚ଼ାନସ୍ ନଥିବ | ମୁଁ କହିଲି, "ହେ, ଗାତ ଭିତରେ ମାଟି ଭରି ଭରି ପୋତି ଦେଲେ ମୋ ଶ୍ବାସ ରୂଦ୍ଧ ହୋଇଯିବ | ସେଇଟା ଚ଼ଳିବନି | ତା'ଛଡ଼ା, ମାଟି ତଳେ ଖୁବ୍ ଗରମ ଲାଗିବ | ଜିଆଲାଳ, ପୋକ, ଯୋକ ଇତ୍ୟାଦି ବି ଖାଇଯିବେ | ନା', ବାବା ନା' ତୁ ଆଉ କ'ଣ କହ |

" କହି ଯିବୁନି ତୋ' ଘର ବାଲାଂକୁ ପାହାଡ଼ ଉପରେ ତୋ ଡ଼େଡ଼୍ ବଡ଼ି ରଖିଦେବେ ପାର୍ସୀ ମାନଂକ ପରି |" ଫରନାଡ଼େସ୍ କହିଲା | ମୋ ଆଖି ଠିଆ ହୋଇଗଲା | "ହେ, ଯା'ବେ, ତୁ କ'ଣ ଚ଼ାହୁଁଚ଼ୁ ମୋ ଆଖି, କାନ, ନାକ, ମୁହଁ, ପୁରା ବଡଡିକୁ ଖୁମ୍ପି ଖୁମ୍ପି କୁଆ, ଶାଗୁଣା ଖାଇ ଯା'ନ୍ତୁ! କଂକାଳଟିଏ ହୋଇ ଶୋଇଥାଏଁ ମୁଁ ପାହାଡଡ଼ୁଂଗର ଉପରେ ? ଛେନା ସାଇନ୍ଟିଷ୍ଟ ହେଇଚ଼ୁ ତୁ !

"କହି ଯାଉନୁ ତତେ ପାଣିରେ ଭସେଇ ଦେବେ ପୂଜା ପରେ ଦେବ,ଦେବୀଂକୁ ବିସର୍ଜନ ଦେଲା ପରି, ନା ପୋଡି ହବାର ଭୟ ନା ପୋତା ହବାର ଭୟ ନା ଚ଼ିଲ, ଶାଗୁଣା ଖାଇବାର ଭୟ |" ଆଖିରେ ଆସିଗଲା ସେଦୃଶ୍ୟ ସବୁ କେମିତି କେତେ ଆଦରରେ ଭକ୍ତ ମାନେ ଗଣେଶ, ସରସ୍ବତୀ, ଦୁର୍ଗା, କାଳୀ, ଖୁଦୁରୁକୁଣୀ, ଲକ୍ଷ୍ମୀ, କାର୍ତ୍ତିକେୟ ଇତ୍ୟାଦିଂକୁ କେତେ ଆଦରରେ ଡ଼ୋଲ, ପେଁ'କାଳୀ, ତୁରୀ, ଭେରୀ, ଡ଼ିଜେ ବଜେଇ ଆଣି ପୂଜା କରନ୍ତି ମହା ଆଡ଼ମ୍ବରରେ, ଆଉ ପୂଜା ସରିଲା ମାତ୍ରେ ପୁଣି ଡ଼ିଜେ ବଜ଼େଇ, ମାତାଲ ନାଚ଼ ନାଚ଼ି ଗଡ଼ିଆ, ପୋଖରୀ କି ନଇ ରେ ଫୋପାଡ଼ି ଦିଅନ୍ତି | ଏମିତି ସେମାନେ ପଡ଼ିଥା'ନ୍ତି ଯେ, ଦେଖିଲେ ଦୟା ଲାଗେ | ଗୋଡ଼, ହାତ, ମୁଣ୍ଡ, ଗଣ୍ଡି ସବୁ ଅଲଗା, ଅଲଗା |ତାଂକ ଅସ୍ତ୍ର, ଶସ୍ତ୍ର ଗୁଡ଼ିକ ଓ ଦୁଷ୍ମନ୍ ରାକ୍ଷସ ଗୁଡ଼ିକ ବି ତାଂକ ସଂଗେ ପଡ଼ି ଥା'ନ୍ତି | ଛି, ଛି | ଦେବ, ଦେବୀଂକର ଯଦି ଏ ଅବସ୍ଥା, ତା'ହେଲେ ମୋର କ'ଣ ହବ? "ନା, ନା ମୁଁ ପାଣିରେ ଫୋପଡ଼ା ହେବିନି | ମାଛ, କୁମ୍ଭୀରଂକ ମୁହଁରେ ପଡ଼ିବାକୁ ମୋ' ମା' ମତେ ଜନ୍ମ କରିଚ଼ି ନା' କ'ଣ ! ତୁ ଆଉ କ'ଣ କହ |", ଅଣ ନିଶ୍ବାସୀ ହେଇ କହିଲି ମୁଁ |

"ତାହେଲେ ତୁ ମୋଟେ ମ'ର ନା | ନା ଜଳିବାକୁ ପଡଡିବ, ନା ପୋତା ହବା ଦରକାର୍ ନା ପାହାଡ଼ରେ ଶୁଖି କଂକାଳ ହବୁ ନା ପାଣିରେ ଫୋପଡ଼ାହବୁ | " ଆଖି ଟଳଟଳ କରିକହିଲାସେ | ମୁଁ ଭାବିଲି ସେମତି କେମତି ହବ | ମରିବାକୁ ତ ପଡ଼ିବ | ସେଥିରୁ ତ ଛାଡ଼୍ ନାହିଁ | ତା'ହେଲେ ମୁଁ କ'ଣ କରିବି? ନମରି ପାରଲେତ ସବୁଠୁଁ ବଡ଼ିଆ | ହେଲେ ଜନ୍ମ ହେଲେ ତ ମୃତ୍ବୁ ନିଶ୍ଚୟ | ମୁଁ କ'ଣ ଅମର? ମନେପଡ଼ିଲା ମହାଭାରତରେ ବନବାସ ସମୟରେ ପାଣ୍ଡବ ଜ୍ବୋଷ୍ଠ ଯୁଧୀଷ୍ଟିର ଓ ଯକ୍ଷଂକ କଥୋପକଥନ, ଯେଉଁଠି ଯୁଧୀଷ୍ଟିର କହଥିଲେ ଦୁନିଆର ସବୁଠୁଁ ବଡ଼ ଆଶ୍ଚର୍ଯ୍ବ ଏଇକି ଜନ୍ମ ହେଲେ ମୃତ୍ବୁ ନିଶ୍ଚିତ ଜାଣିବା ପରେ ବ କୌଣସି ମଣିଷ ବିଶ୍ବାସ କରେନି ସେ ଦିନେ ମରିବ ବୋଲି | ଏହାହିଁ ଧ୍ରୁବ ସତ୍ୟ ଜୀବନ ଧ୍ରୁପଦର |

"ସତେରେ, ମଣିଷ ଅମର ହୋଇଥିଲେ କେତେ ଭଲ ହୋଇଥା'ନ୍ତା!" ପୁଣି ଭାବିଲି, "ସବୁ ଲୋକେ ଯଦି ସବୁଦିନ ପାଇଁ ବଂଚ଼ି ରହୁ ଥା'ନ୍ତେ, ପୃଥିବୀ ତ କିଲିବିଲିଆ ଜେଗାଟିଏ ହୋଇ ଯା'ନ୍ତା | ସେ ଯାହା ହେଉ, ମତେ ଚ଼ୁପ୍ ଚ଼ାପ୍ ବଂଚ଼େଇ ରଖ ପ୍ରଭୁ |", ମନେ ମନେ ଭଗବାନଂକୁ ଡାକିଲି | ତାଂକ ଛଡ଼ା ଏ ଅସମ୍ଭବ କାମ କିଏ କରିବ? "ମତେ ଯେମିତି ଡ଼ହକ ନିଆଁରେ ଜଳି ଯିବାକୁ ନପଡ଼େ, ମତେ ଯେମିତି ମାଟିତଳେ ସମାଧୀ ନବାକୁ ନପଡ଼େ କାନ୍ଥ ଭିତରେ ଆନାରକଲିର ସମାଧୀ ପରି, ମତେ ଯେ'ମିତି ପାଣିରେ ସଲୀଳ ସମାଧୀ ନବାକୁ ନପଡ଼େ ଟାଇଟାନୀକ୍ ପରି, ମତେ ଯେମିତି ଚଡ଼େଇ ଖୁମ୍ପିଖୁମ୍ପି ନ'ଖାନ୍ତି ଦାନା ଖାଇଲା ପରି| ମତେ ଚ଼ିର ବଂଚ଼େଇ ରଖ ପ୍ରଭୁ, ମତେ ଅମର କରିଦିଅ ପ୍ରଭୁ, ମତେ ଚ଼ିରଂଜୀବି କରିଦିଅ ଗୋସେଇଁ | ମତେ ମରିବାକୁ ଦିଅନି ତ୍ରେତିଶକୋଟି ଦେବ, ଦେବୀ ଗଣ | ଯାହା କହିବ, ତା' କରିବି | ମତେ, ମୋ' ପରିବାରକୁ ଛାଡ଼ି ଦିଅ | ଆଉ ଯାହାକୁ ନେଲେ ନିଅ ତୁମ ଉପର ଆଡ଼େ | ତୁମ ଭଜନ, ଯଶ, କୀର୍ତ୍ତନ ଗାଉଥିବି | "

ଆଖି ମାଡ଼ିମାଡ଼ି ପଡ଼ୁଥିବା ଅବସ୍ଥାରେ ବନ୍ଧୁ ଫରନାଡ଼େସ୍ ପୁଣି ପୂର୍ବପରି ଠୋ' ଠୋ' ହୋଇ ହସିହସି କହିଲା, "ମଣିଷ ଦେହେ ଜନ୍ମ ହୋଇ, ଦେବତା ହୋଇଲେ ମରଇ | " ମତେ ଭାରି ରାଗ ଲାଗିଲା | କହଲି, "ଶଳା ସାଇଣ୍ଚିଷ୍ଟ ! ବାହାରେ ଏଠୁ | ଏଇ ସକାସେ ତତେ ଡ଼ାକିଥିଲି? | ମୋ ଘରେ ମାଛ, ଚ଼ିକେନ କଡ଼ମଡ଼କରି ମୋରି ଅହିତକଥା କହିବୁ? " ଟଳ ଟଳ ହୋଇ ଡ଼ରିମରି ଫରନାଡ଼େସ୍ ଚ଼ାଲିଗଲା | ମୁଁ ବଡ଼ ଚ଼ିନ୍ତାରେ ପଡ଼ିଗଲି |

"କ'ଣ ଆଜି ଉଠିବନି କି? ସକାଳ ଆ'ଠେ ହେଲାଣି | ଆଜି ପରା ତୁମ ନୁଆ କଲେଜ୍ ରେ ପରୀକ୍ଷା ଡ଼ିଉଟି ଅଛି ନ'ଟାରେ | ତିନିଟା ଜେଗାରୁ ତ ବାହାରହେଲେଣି, ଏ କଲେଜିଟିରୁ ବି ତଡ଼ା ଖାଇବ ନା' କ'ଣ ?", ପ୍ରିୟେ ଘରଣୀ ମୋର ପ୍ରେମ ପୁର୍ଣ ଭଂଗିମାରେ ମତେ କହୁଥିଲେ ମୋ ଶାନ୍ତ, ସରଳ ଶୋଇଲା ମୁହଁରେ ଗରଗର ହୋଇପାଣି ଛିଂଚ଼ାଡ଼ୁ ଛିଂଚ଼ାଡ଼ୁ | କାଲି ସନ୍ଧ୍ୟାରୁ ମଶାଣୀରେ ଚ଼କ୍ରବର୍ତ୍ତୀ ମଉସାଂକୁ ପୋଡ଼ି ଆସି ଶୋଇଚ଼ ଯେ, ଶୋଇଚ଼ |

ମୁଁ ଉଠି ପଡ଼ିଲି ଧାଉଁ କରି | ସାଡ଼େ ଆଠଟା ଭିତରେ କଲେଜରେ ରିପୋର୍ଟ ଲକଲେ ନିଅଁସିଆ ପ୍ରିନସିପାଲଟା ଚ଼ାକିରୀ ଖାଇ ଦବ | ମୁଣ୍ଡ ଜାଡ଼ିଦେଲି, ଆଖି ମକଚ଼ି ଦେଲି, ଗୋଡ, ହାତ ଫରକଟା କରି ଦୀର୍ଘ ଶ୍ବାସଟିଏ ନେଲି | କି କିମ୍ଭୂତକାର୍ ସ୍ବପ୍ନରେ ବାବା ! ଫଟାଫଟ୍ ନିତ୍ୟ କର୍ମ ସାରି ବଜାଜ୍ ସ୍କୁଟର୍ ଟି ଷ୍ଟାର୍ଟ କରି ଦଉଡ଼ିଲି | ପରୀକ୍ଷା ଡ଼ିଉଟି ସାରି ଷ୍ଟାଫ ରୁମ୍ ରେ ଧଡ଼୍ କରି ଆସି ବସିଗଲି | ଜୀବ ବିଗ୍ୟାନି ଫରନାଡେସ୍ ସନସନି ଭାଷଣ ଦଉଥିଲା, "ଭେନଜୁଏଲାର ଜଣେ ସାଇଁଟିଷ୍ଟ ମଣିଷକୁ ଅମର କରିବାର ଉପାୟରେ ପ୍ରବଳ ଲାଗିଚ଼ନ୍ତି | " ମୁଁ ମନେ ମନେ ଭାବିଲି, "ଆଉ ବୃଥା ସ୍ବପ୍ନ ଦେଖିବିନି | ମୋ ଚ଼ାକରୀଟି ରହୁ ଠିକ୍ ଠାକ୍ |"

ଷ୍ଟାଫ ରୁମ୍ ପାଖ କଲେଜ୍ କ୍ୟାନଟିନ୍ ରୁ ରୋଷେଇଆ ଚ଼ୁଳିଆ ପଣ୍ଡିତ ଗାଧୋଇ ସାରି, ଚ଼ିତା ଚ଼ଇତନ କରି ଭାଗବତ ବୋଲୁଥିଲେ, "ମଣିଷ ଦେହେ ଜନ୍ମ ହୋଇ, ଦେବତା ହୋଇଲେ ମରଇ |" ରାଗ ଗରଗର ହୋଇ ମୁଁ ଫିଲ୍ଡ ଆଡ଼େ ଚ଼ାଲିଗଲି | ଓହୋ, କିଛି ଲୋକେ କୋକୋଇ ରେ କାହାକୁ ଜଣେ ଧରି ଚ଼ାଲିଥିଲେ ପାଖ ମଶାଣୀ ଆଡ଼େ ଗାଇ ଗାଇ ସେଇ ଡ଼ରାବନା ଗୀତ, "ରାମ ନମ ସତ୍ୟ ହେ, ରାମ ନାମ୍ ସତ୍ୟ ହେ | "ଲୋକେ ରଖେଇ ଥୋଇ ଦେବେନି ନା' କ'ଣ ! କାନରେ ଆଂଗୁଠି ପୁରେଇ ମୁଁ ବସି ପଡ଼ିଲି ବିଶାଳ ଅଶ୍ବସ୍ଥ ମୂଳରେ ଉପାୟ ଖୋଜିବାକୁ ଡ଼ିଲକସ୍, ସୁପର୍ ଡ଼ିଲକସ୍, ଏକଜେକୁଇଟିଭ କି ଫାଇପ୍ ଷ୍ଟାର ଲଗଜୁରୀରେ ମରିବା ଉପରାନ୍ତ କ୍ରିୟା-କର୍ମ କରିବାକୁ |

ଲୁମ୍ବିନୀର ବିଶାଳ ବୋଧୀଦ୍ରୁମ ପରି ଅଶ୍ବସ୍ଥ ଗଛଟି ମତେ ଯେମିତି କହୁଥିଲା, "ତୁମେ ଅଜର, ଅମର ଦେବଦତ୍ତ ବୋଧିସତ୍ତ୍ବ | नैनं छिन्दन्ति शस्त्राणि नैनं दहति पावकः । न चैनं क्लेदयन्त्यापो न शोषयति मारुतः"|

ଧ୍ରୂବସତ୍ୟ ଆରାମ୍ ଶ୍ମଶାନ

Rate the content


Originality
Flow
Language
Cover design

Comments

Post

Some text some message..