Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Pradipta Sundar Rath

Others

3  

Pradipta Sundar Rath

Others

ମୋ ବାପା ହିଁ ମୋ ସଂପତି

ମୋ ବାପା ହିଁ ମୋ ସଂପତି

2 mins
531


ସଂପତ୍ତିର ଭାଗବଣ୍ଟା ଚାଲିଥାଏ ।ସମସ୍ତେ ଜାଣିଛନ୍ତି ବଡ ଭାଇ ବହୁତ ସରଳ । ଏଣୁ ସାନ ଦି ଭାଇ ନିଜେ ଅଧିକ ନେଇ କେମିତି ବଡ ଭାଇକୁ କମ୍ ଭାଗ ଦେବେ ସେପରି ଯୋଜନା କରୁଛନ୍ତି । ଗାଁର 4ବା 5 ଜଣ ବସିଛନ୍ତି । ସାନ ଦିଭାଇ କିପରି 3 ଜଣଙ୍କ ଭିତରେ ବଣ୍ଟାଯିବ ସେ ନେଇ ନିଜ ପ୍ରସ୍ତାବ ରଖୁଛନ୍ତି । ଏହି ସମୟରେ ବଡ ଭାଇ କୁ ପଚାରିବାରୁ ସେ ସମସ୍ତଙ୍କୁ ହାତ ଯୋଡି କହିଲେ । ଦୟାକରି ଆପଣମାନେ ଏତିକି କରିବେ । ସବୁ ସମ୍ପତ୍ତି ମୁ ମୋର ଦୁଇ ଭାଇଙ୍କୁ ଦେଇ ତା ପ୍ରତିବଦଳରେ ମୁ ମୋ ବାପା ମାଆଙ୍କୁ ମୋ ପାଖରେ ରଖିବାକୁ ଚାହୁଁଛି । କିନ୍ତୁ ଗୋଟିଏ ସର୍ତ୍ତ ରେ ..ନା ମୁ କେବେ ବି ସେ ସମ୍ପତ୍ତି ନେବା ପାଇଁ କହିବି ନା ମୋ ଭାଇ ମାନେ ମୋ ବାପାଙ୍କ ସହ କେବେ କଥା ହେବେ । ।ଅନ୍ବ ଭାଇମାନେ..ବହୁତ ଖୁସି ..ଯା ହେଉ ସଂପତି ଆମର ..ଆଉ ବୁଢ଼ାବୁଢ଼ୀ ଙ୍କ ଚିନ୍ତା ବି ନାହିଁ ।

ବଡ ଭାଇ ବାପାଙ୍କୁ ନେଇ ନିଜ ପାଖରେ ରଖିଲା ..ବାପାଙ୍କର ବି ମନ ଦୁଃଖ ସାନପୁଅ ମାନେ ବଡ ପୁଅ କୁ ଠକିଦେଲେ । ସେମାନଙ୍କ ବାପା ଜଣେ ସେ ଅଞ୍ଚଳର ବଡ ବ୍ୟବସାୟୀ ଥିଲେ । ଅନେକ ସଂପତ୍ତି। ଅଧିକାର କରିଥିଲେ ନିଜ ବୁଦ୍ଧି ଓ ପରିଶ୍ରମ ବଳରେ । ସେ ନିଜର ବଡ ପୁଅକୁ ତାର ବେପାରରେ ସାହାଯ୍ୟ କଲେ । ବଡ ଭାଇ ଟି ନିଜର ବୁଦ୍ଧି ଓ ବାପାଙ୍କର ବୁଦ୍ଧି କୁ ମିଶାଇ ନିଜର ବ୍ୟବସାୟୀ ରେ ଅନେକ ଉନ୍ନତି କରିଲେ । ବାସ୍ କିଛି ବର୍ଷ ରେ ସେ ସେ ଅଞ୍ଚଳର ଜଣେ ଧନୀ ବ୍ୟକ୍ତିଙ୍କ ଭିତରେ ପରିଚିତ ହେଲେ ..।ଏପଟେ ସାନ ଦୁଇ ଭାଇ । ପୁଣିଥରେ ସେ ସଂପତି କୁ ନେଇ କଳିଗୋଳ କରି ଜଣେ ଜଣଙ୍କ ଉପରେ କେସ୍ କରିଥିଲେ ..ବାସ୍ ନିଜର ବାକିତକ ସଂପତି ବି ସେମାନେ ହରାଇଦେଇଥିଲେ ଏହି କଳିକାଳରେ । ଏବେ ସେମାନେ ବଡ ଭାଇର ଏତେ ଉନ୍ନତି ଦେଖି ଆସିଥିଲେ ପୁଣି ସାଙ୍ଗହୋଇ ରହିବା ପାଇଁ । କିନ୍ତୁ ବାସ୍ ସଂପତି ଭାଗବଣ୍ଟା ସମୟର ସେ ଗୋଟିଏ ସର୍ତ୍ତ ପାଇଁ ସେମାନେ ବଡ ଭାଇର କି ବାପାଙ୍କ ସାମ୍ନା କୁ ଯାଇ ପାରୁନଥିଲେ । କିନ୍ତୁ ବଡ ଭାଇ ନିଜର ସାନଭାଇମାନଙ୍କୁ ସାହାଯ୍ଯ କରିବା ପାଇଁ ଆଗେଇଆସିଥିଲେ । ଆଉ ଗୋଟିଏ କଥା କହିଥିଲେ ..-“ତୁମେମାନେ ଭୁଲିଗଲ ଯେ ଏସବୁ ସଂପତି ସେ ବାପା ବନେଇଛନ୍ତି । ସେ ଚାହିଁଲେ ଆହୁରି ଅନେକ ଏପରି ସଂପତି କରିପାରିବେ କିନ୍ତୁ । ଏସବୁ ସଂପତ୍ତି ମିଶିଗଲେ ବି ଆଉ ଗୋଟେ ବାପାଙ୍କୁ ଆଣିପାରିବ ନି । ମୁ ସେଦିନ ବି କହୁଥିଲି ..ଆଉ ଆଜି ବି କହୁଛି ମୋ ବାପା ହିଁ ମୋ ସଂପତ୍ତି..।


Rate this content
Log in