Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡିଆ ଶିଶୁ ଗପ

Children Inspirational

2  

ଓଡିଆ ଶିଶୁ ଗପ

Children Inspirational

ଗଧର ବୁଦ୍ଧି

ଗଧର ବୁଦ୍ଧି

1 min
7.4K


ସମୁଦ୍ର କୂଳରେ ତ ଲୁଣ ଭାରି ଶସ୍ତାରେ ମିଳେ । ତେଣୁ ଜଣେ ବଣିକ ଲୁଣ ବସ୍ତା ଗଧ ପିଠିରେ ଲଦି ସମୁଦ୍ର କୂଳରୁ ସହରକୁ ଆଣିଲା । ସେ ଲୁଣ ବସ୍ତା ବହୁତ ଓଜନ ଥିବାରୁ ଏଣେ ଏ ଗଧକୁ ଭାରି କଷ୍ଟ ହେଲା । ନଈ କୂଳରେ ଚାଲୁ ଚାଲୁ ଭାର ସମ୍ଭାଳି ନପାରି ଗଧର ଗୋଡ ହଠାତ୍ ଖସିଗଲା ଏବଂ ସେ ନଈରେ ପଡିଗଲା । ଫଳରେ ପାଣିରେ ପଡି ଲୁଣ କିଛି ମିଳାଇଗଲା ଏବଂ ସେଥିରେ ଭାର ଟିକେ ହାଲୁକା ହୋଇଯିବାରୁ ଗଧକୁ ବି ବେଶ୍ ଆରାମ ମିଳିଲା । ଆଉ ଦିନେ ସେ ବଣିକ ଗଧ ପିଠିରେ ଲୁଣା ବସ୍ତା ଲଦି ସେହିବାଟେ ଆଣୁଥିଲା । ଗଧ ଯେମିତି ନଈ ପାଖକୁ ଆସିଛି, ସେ ଜାଣି ଶୁଣି ନଈରେ ପଡିଗଲା ଏବଂ ସେ ପାଣିରେ ଗୁଡିଏ ଲୁଣ ମିଳାଇ ଯିବାରୁ ଗଧର ଭାର ବି କିଛି କମ୍ ହୋଇଗଲା; କିନ୍ତୁ ସେ ବଣିକ ଏଥର ଗଧର ଦୁଷ୍ଟାମୀ ଠିକ୍ ଜାଣିପାରିଲା । ଥରେ ସେ ଗଧକୁ ବୁଦ୍ଧି ଶିଖାଇବାକୁ ଯାଇ ବଣିକ ଗଧ ପିଠିରେ ଲୁଣ ନ ଲଦି ସୋଲବିଡା କିଛି ଲଦି ଦେଲା । ଗଧ ଯେମିତି ନଈ ପାଖକୁ ଆସିଲା, ପୁଣି ଜାଣିଶୁଣି ପାଣିରେ ପଡିଗଲା । ପାଣିରେ ପଡି ସେ ସୋଲଯାକ ପାଣି ଶୋଷିନେଲା; ତେଣୁ ବିଡାଟି ବହୁତ ଓଜନିଆ ହୋଇଗଲା । ଏଥର ଗଧ ବହୁତ କଷ୍ଟରେ ସେଇ ଅଧିକ ଓଜନିଆ ଭାର ବୋହି ସହରକୁ ଆଣିବାକୁ ବାଧ୍ୟ ହେଲା ।

ସବୁବେଳେ ଲୋକଙ୍କୁ ଠକି ହେବ ନାହିଁ ।


Rate this content
Log in

Similar oriya story from Children