Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kamal Kumar Dash

Others

2  

Kamal Kumar Dash

Others

ଫୋର ଷ୍ଟ୍ରୋକ

ଫୋର ଷ୍ଟ୍ରୋକ

2 mins
493


ଫୋର ଷ୍ଟ୍ରୋକ

ମୋର ଗୋଟେ ସାଙ୍ଗ ଥିଲା ନାଁ ବବ୍ଲୁ । କଲେଜ ପରେ ବହୁତ ଚାକିରୀ ଖୋଜିଲା ହେଲେ ମିଳିଲାନି । ଛୋଟ ମୋଟ କଣ୍ଟ୍ରାକ୍ଟର କାମ ଆରମ୍ଭ କଲା । ପାଖ କଲେଜରେ କିଛି କାମ କଣ୍ଟ୍ରାକ୍ଟ ନେଇ କଲା । ଅଳ୍ପ କାମ ନିଜେ କରୁଥିଲା ଓ ଅଧିକ ହେଲେ କିଛି ଲୋକ ନେଇ କରୁଥିଲା । କଲେଜରେ ସବୁବେଳେ କିଛିନା କିଛି କାମ ତାକୁ ମିଳିଯାଉଥିଲା । ତେଣୁ ଯେତେବେଳେ ପଚାରିଲେ କହେ କଲେଜ ଯାଉଛି । ସମସ୍ତେ ଭାବିଲେ ସେ ବୋଧେ କଲେଜରେ ଲେକଚର ଚାକିରୀ କରୁଛି । କିଛିଦିନ ପରେ ସେ ବି କହି ବୁଲିଲା ମୁଁ

କଲେଜରେ ଲେକଚର ଚାକିରୀ କରୁଛି । ତାର ଫୋର ଷ୍ଟ୍ରୋକ ପ୍ରତି ବହୁତ ଲୋଭ ଥିଲା । ସବୁବେଳେ କହୁଥିଲା ଚାକିରୀ କଲେ ପଇସା ରଖି ଗୋଟେ ଭଲ ଫୋର ଷ୍ଟ୍ରୋକ ବାଇକ କିଣିବ ।

କଲେଜରେ ଲେକଚର ଚାକିରୀ କରୁଛି ଶୁଣି ତା ପାଇଁ ବିବାହ ପ୍ରସ୍ତାବ ଆସିଲା । ସେ କହିଲା ଫୋର ଷ୍ଟ୍ରୋକ ବାଇକ ଦେଲେ ବାହାଘର ହେବ । ଝିଅ ଦେଖା ହେଲା । ତା ପରେ ବବ୍ଲୁ ର ମା ପୁଅ ଲେକଚର ଚାକିରୀ କରୁଛି କହି ,ଝିଅ ବାପା କୁଂ ବାଇକ ଦେବା କୁ କହିଲେ । ବହୁତ କଷ୍ଟରେ ଝିଅ ବାପା ରାଜି ହେଲେ । ତାକୁଁ ଫୋର ଷ୍ଟ୍ରୋକ

ବାଇକ ପାଇଁ ଟଙ୍କା ଯୋଗାଡ଼ କରିବାକୁ ବହୁତ କଷ୍ଟ କରିବାକୁ ପଡିଲା । ଏସବୁ ଦେଖି ଝିଅ କହିଲା ବାପା ଏତେ ଲୋନ କରନି ,ବାହାଘର ଭାଙ୍ଗି ଦିଅ । ହେଲେ ଝିଅ ବାପା ଶୁଣିଲେନି ବବଲୁର ବାହାଘର ହୋଇଗଲା ।

ବାହାଘର ପରେ କିଛିଦିନ ଖୁସିରେ ଗଡ଼ିଗଲା । ଦିନେ ବବ୍ଲୁ ର ଚାକିରୀ କଥା ତା ସ୍ତ୍ରୀକୁ ଜଣ ପଡିଗଲା । ସେ ତା ଶାଶୁ ସାଥିରେ ବହୁତ କଳି ଲଗାଇଲା । ବବ୍ଲୁ ଆସିଲା ପରେ ତାକୁ ସବୁକଥା ପଚାରିଲା ସେ ଗୋଲ ମୋଲ ଜବାବ ଦେଲା ସେ ବହୁତ ରାଗି ଗଲା ଝାଡ଼ୁରେ ବବଲୁ କୁ ଫୋର ଷ୍ଟ୍ରୋକ ଦେଲା ଓ ଘର ଚଡି ଚାଲିଗଲା । ଗଲା ବେଳେ କହିଗଲା ଶାଶୁଜୀ କୋର୍ଟ ରେ ଦେଖା ହେବ ଓ ମିଛ କହିବାର ସଜ୍ଜା ମୁଁ ତୁମକୁ ଦେବି ।


Rate this content
Log in