Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ବିକ୍ରମ ବେତାଳ - ୫୭
ବିକ୍ରମ ବେତାଳ - ୫୭
★★★★★

© ଓଡିଆ ଶିଶୁ ଗପ

Children

1 Minutes   7.6K    24


Content Ranking

ଚତୁରୀ ରମଣୀ

ପ୍ରଥମ ପ୍ରହରେ ମୌନାବତୀ କଥା କହି ମୌନ ହେଲା । ରାଜା ବିକ୍ରମାଦିତ୍ୟ ବେତାଳଙ୍କୁ ଡାକି ନିରୋଳାରେ କହିଲେ – ମୁଁ ଯାହା ପ୍ରଶ୍ନ କରିବି ତୁମ୍ଭେ ଓଲଟା ଉତ୍ତର ଦେବ । ବର୍ତ୍ତମାନ ତୁମ୍ଭେ ଘଟ ମଧ୍ୟରେ ରୁହ । ରାଜା ଦାସୀମାନଙ୍କୁ ଡାକି ଘଟକୁ ପ୍ରଶ୍ନ କଲେ । ରାଜା ବିକ୍ରମାଦିତ୍ୟ ଘଟକୁ କହିଲେ ତୁମ୍ଭର ଜେମା ମୌନ ଅଛନ୍ତି । ମୁଁ ଯାହା ପଚାରିବି ବିଚାର କରି ତା’ର ଉତ୍ତର ଦେବ ।

ଜଣେ ଧନିକ ବୈଶ୍ୟର ପାଂଚଗୋଟି ପୁତ୍ରଥିଲେ ସାନ ବୋହୂ ନିତି ଲୁଚି ଛପି କରି ପର ପୁରୁଷରେ ପ୍ରୀତିକରେ । ଦିନେ ତା’ର ସ୍ୱାମୀ ଘର କିଳିଦେଇ ଗଲା । ପରେ ସେ ଯାଇ ଜାର ପୁରୁଷ ସଙ୍ଗରେ ପ୍ରୀତି କଲା । ଘର କବାଟ କିଳାଦେଖି କବାଟ ଖୋଲିବାକୁ ଡାକିଲା । ତା’ର ସ୍ୱାମୀ କେବେ ଦ୍ୱାର ଖୋଲିଲା ନାହିଁ । ସେ ଚତୁରୀ ରମଣୀ ପୋଖରୀ କୂଳକୁ ଯାଇ ଜଳକୁ ଢେଲା ଫୋପାଡିଲା । ଜଳରେ ବୁଡି ମଲା ଭାବି ତା’ର ପୁରୁଷ କବାଟ ଖୋଲି ଧାଇଁଲା । ଦ୍ୱାରଖୋଲା ଦେଖି ସେ ଚତୁରୀ ନାରୀ ଘର ଭିତରକୁ ପଶିଗଲା । ତା’ ସ୍ୱାମୀ ସେ ନାରୀକୁ ପୋଖରୀ କୂଳରେ ନପାଇ ଘରକୁ ଫେରିଲା । ଗୃହକୁ ଫେରି ଦେଖିଲା ତା’ର ସ୍ତ୍ରୀ ନାହିଁ । ସ୍ୱାମୀ ତା’ର ସ୍ତ୍ରୀକୁ କହିଲା ତୁମ୍ଭେ ଏତେ ଲମ୍ପଟୀ । କେଉଁ ସ୍ୱାମୀ ସଙ୍ଗରେ ଯାଇ ପ୍ରତୀ କରୁଛ । ଦୁହେଁ କଳି ଲାଗିଯିବାରୁ ପଡିଶା ଲୋକେ ଆସିଲେ । ତା’ର ସ୍ତ୍ରୀକୁ କିଛି ନକହି ସେ ପୁରୁଷକୁ ନିନ୍ଦା କଲେ । ଘଟଣାରୁ ପ୍ରକୃତରେ କିଏ ଚତୁର ପୁରୁଷ କି ନାରୀ । ଘଟସ୍ଥିତ ବେତାଳ କହିଲା ପୁରୁଷ ଅଧିକ ଚତୁର ତେଣୁ ଦ୍ୱାର କିଳିଯାଏ । ଏ ଅନ୍ୟାୟ କଥା ମୌନାବତୀ ସହ୍ୟକରି ନପାରି କହିଲା ନାରୀ ଅଧିକ ଚତୁରୀ । ଦାସୀମାନେ ଥିଲେ ଦ୍ୱିତୀୟ ପ୍ରହରେ ମୌନାବତୀ କଥା ଶୁଣିଲେ ।

ମୌନାବତୀ ମୌନ ବେତାଳ

Rate the content


Originality
Flow
Language
Cover design

Comments

Post

Some text some message..