Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Krupasindhu Mishra

Classics

3  

Krupasindhu Mishra

Classics

ମହାଭାରତ (୫୨)

ମହାଭାରତ (୫୨)

2 mins
7.3K


ମହାଭାରତ (୫୨)

ବ୍ୟାସ ଦ୍ରୁପଦଙ୍କୁ ପ୍ରବୋଧନା ଦେଇ ଧୈର୍ଯ୍ୟ ଧରିବାକୁ କହିଲେ । ସେ କହିଲେ, ”ଏହି ବିବାହ ସହିତ ପାଞ୍ଚାଳୀର ପୂର୍ବଜନ୍ମର ସମ୍ପର୍କ ଅଛି । କହୁଛି ଶୁଣ, ତୁମର ସଂଶୟ ଦୂର ହୋଇ ବ୍ୟସ୍ତତା  ଅପସରି ଯିବ । ଦଧିଚୀଙ୍କ ଅସ୍ଥିରେ ବଜ୍ର ତିଆରି ହେଲା । ତାହା ପ୍ରୟୋଗ କରି ତତ୍କାଳୀନ ଇନ୍ଦ୍ର ‘ଅସ୍କନ୍ଦ’ ବୃତ୍ରକୁ ମାରିଦେଲେ । ବୃତ୍ରର ପିତା କୃଷ୍ଣାଙ୍କୁର ଋଷି, ଦେବର୍ଷି ନାରଦଙ୍କଠାରୁ ଏ ଖବର ପାଇଲେ । ସେ କ୍ରୋଧ ଜର୍ଜରିତ ହୋଇ ଇନ୍ଦ୍ରଙ୍କୁ ଧ୍ବଂସ କରିବାର ପ୍ରତିଜ୍ଞା ନେଇ ସ୍ୱର୍ଗ ଯାତ୍ରା କଲେ । ନାରଦ ସେ ଖବର ଶୀଘ୍ର ଇନ୍ଦ୍ରଙ୍କ ନିକଟରେ ପହଂଚାଇ ଦେଲେ । ଇନ୍ଦ୍ର ନିଜର ଆତ୍ମାକୁ ପାଂଚ ଭାଗ କରି, ଗୋଟିଏ ଭାଗ ଧର୍ମ ଦେବ, ଦ୍ଵିତୀୟ ଭାଗ ବାୟୁ ଦେବ, ତୃତୀୟଟି ଶୂନ୍ୟ ମଣ୍ଡଳରେ ସ୍ଥାପିଲେ । ସେଇଭଳି ଚତୁର୍ଥ ଓ ପଞ୍ଚମ ଭାଗ ଅଶ୍ବିନୀ କୁମାରଙ୍କ ଠାରେ ରଖିଦେଇ କେବଳ ଶରୀରଟି ଧରି ବସିରହିଲେ । ଋଷି କୃଷ୍ଣାଙ୍କୁର ସ୍ଵର୍ଗରେ ପହଞ୍ଚି ଇନ୍ଦ୍ରଙ୍କର ଶରୀରଟିକୁ ଜାଳି ଦେଇ ନିଜେ ଇନ୍ଦ୍ରପଦ ଧାରଣ କରି ସ୍ୱର୍ଗର ସିଂହାସନରେ ବସିଗଲେ । କାଳକ୍ରମେ ସ୍ଵର୍ଗରେ ଅରାଜକତା ଦେଖାଗଲା । ମୁନିଋଷି ଲୋକ । ତପସ୍ୟା କରିବା ତାଙ୍କର କାମ । ସେ ଇନ୍ଦ୍ର ହୋଇ ସ୍ୱର୍ଗ ଶାସନ କେମିତି କରିପାରିଥାନ୍ତେ ? ସେ ନିଜେ ଯାଇ ବ୍ରହ୍ମାଙ୍କୁ ଇନ୍ଦ୍ରପଦ ପରିତ୍ୟାଗ କରି ତପସ୍ୟା କରିବାକୁ ଯିବାର ଅଭିଳାଷ ଜଣାଇଲେ । ବ୍ରହ୍ମା ପାଉଁଶ ହୋଇ ପଡିଥିବା ଇନ୍ଦ୍ରଙ୍କର ଶରୀରକୁ ଜୀବନ୍ୟାସ ଦେଇ ପୁନର୍ବାର ତାଙ୍କୁ ସ୍ୱର୍ଗର ସିଂହାସନରେ ବସାଇଲେ । ଏଣେ ଶଚୀଦେବୀ ସ୍ୱର୍ଗରୁ ପଳାଇ ଯାଇ ଏକ ଅରଣ୍ୟରେ ବସି କାନ୍ଦୁଥାନ୍ତି । ଘଟଣାକ୍ରମେ ହରପାର୍ବତୀ ସେହି ଅରଣ୍ୟ ଦେଇ ଯାଉଥାନ୍ତି । ଇନ୍ଦ୍ରାଣୀଙ୍କର କ୍ରନ୍ଦନ ପାର୍ବତୀଙ୍କର ହୃଦୟକୁ ଦୟା ବିଗଳିତ କରି ଦେଲା । ସେ ଶିବଙ୍କୁ ଦୁଃଖିନୀ ନାରୀଟିର ଦୁଃଖ ଦୂର କରିବାକୁ ଅନୁରୋଧ କଲେ । ଭୋଳାନାଥ ଯାଚି ବର ଦେବା ସପକ୍ଷରେ ନ ଥିଲେ । ପାର୍ବତୀ କିନ୍ତୁ ଜଣେ ଦୁଃଖିନୀ ନାରୀକୁ ଅସହାୟ ଅବସ୍ଥାରେ ଆଉ ଜଣେ ନାରୀ ଛାଡି ଦେଇ ଯାଇ ପାରିବନି ବୋଲି କହି ଶଚୀଙ୍କ ନିକଟକୁ ଗଲେ ଓ ତାଙ୍କ ବିଷାଦର କାରଣ ପଚାରିଲେ ।”  

(କ୍ରମଶଃ)  

 


Rate this content
Log in

Similar oriya story from Classics