Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Children

2  

ଓଡ଼ିଆ ଗଳ୍ପ ଓ କବିତା - ୧

Children

ଜହ୍ନମାମୁଁ -31

ଜହ୍ନମାମୁଁ -31

4 mins
7.6K


ପତିବ୍ରତା 2

କିନ୍ତୁ ଶାନ୍ତା ଶାଶୁଶ୍ୱଶୁରଙ୍କ କଥା ଅସ୍ୱୀକାର କରି କହିଲା, “ଆପଣମାନେ ଗୁରୁଜନ । ଆପଣଙ୍କ କଥା ଶୁଣିବା ମଧ୍ୟ ମୋର ଧର୍ମ । କିନ୍ତୁ ମୋର ସ୍ୱାମୀ ମୋ ପାଇଁ ହେଲେ ଦେବତା । ତେଣୁ ତାଙ୍କରି ସେବା କରି ମୁଁ ପତିବ୍ରତ୍ୟ ଧର୍ମ ପାଳନ କରୁଛି । ତାହାହିଁ ମୋ ପାଇଁ ସବୁକିଛି ।”

କିଛି ଦିନ ପରେ ଧୀର ଅସୁସ୍ଥ ହୋଇ ଶଯ୍ୟାଶାୟୀ ହୋଇ ପଡିଲା । ବୈଦ୍ୟ ତାକୁ ପରୀକ୍ଷା କରି କହିଲେ, “ନଷ୍ଟଚରିତ୍ର ଯୋଗୁଁ ସେ ଆଜି ଏପରି ଭୟଙ୍କର ରୋଗ ଭୋଗୁଛି । ଏଠାରେ କୌଣସି ଔଷଧ ବି କାମ କରି ପାରିବ ନାହିଁ । ତେଣୁ ସେ ତା’ ସାରାଜୀବନ ସେହିପରି ନିଷ୍କର୍ମା ହୋଇ ପଡି ରହିବ ।”

ସ୍ୱାମୀର ଏପରି ଅବସ୍ଥା ଦେଖି ଶାନ୍ତା ଆଦୌ କାତର ହେଲା ନାହିଁ । ତା’ର ତା’ ସ୍ୱାମୀ ପାଇଁ ଟିକିଏ ହେଲେ ବି ଘୃଣା ଭାବ ନଥିଲା । ସେ ନିଜ ଜୀବନ ଦେଇ ତା’ର ସେବା କରିବାରେ ଲାଗିଥାଏ । ଧୀରର ବାପମା ସାଧୁସନ୍ୟାସୀ ଦେଖିଲେ ତାଙ୍କୁ ସେ ପୁଅର ଜୀବନ ରକ୍ଷା ପାଇଁ ପ୍ରାର୍ଥନା କରୁଥା’ନ୍ତି ।

ଦିନେ ଜଣେ ସାଧୁ ତାଙ୍କୁ କହିଲେ, “ତୁମର ବୋହୂ ଯଦି ପତିବ୍ରତା ହୋଇଥିବ, ତେବେ ତୁମର ପୁଅ ବଂଚିପାରିବ ହିମଗିରି ନିକଟରେହିଁ ଜଙ୍ଗଲଟିଏ ଅଛି । ସେଥିରେ ଏକ ସରୋବର ଅଛି । ସେହି ସରୋବର ତଟରେ ଥିବା ଆମ୍ବଗଛର ଚେର ଦ୍ୱାରା ସେ ଭଲ ହୋଇଯାଇ ପାରିବ । ସରୋବରର ନାମ ରାମକୃପା ।”

ଧୀରର ପିତା କହିଲେ, “ମୋ ବୋହୂ ଯେ ମହାପତିବ୍ରତା ଏଥିରେ ତ କୌଣସି ସନ୍ଦେହ ନାହିଁ । ମୁଁ ନିଜେ ଯାଇ ଗଛର ଚେର ନେଇ ଆସିବି ।”

ସାଧୁ ଅଳ୍ପ ହସି କହିଲେ, “ତୁମକୁ ଯିବାକୁ ହେବ ନାହିଁ । ବୋହୂ ନିଜେ ଗୋଟିଏ ଟୋକେଇରେ ତା’ର ସ୍ୱାମୀକୁ ମୁଣ୍ଡରେ ମୁଣ୍ଡାଇ ନେଇ ସେହି ରାମକୃପା ସରୋବରକୁ ଯିବ । ସେଠାରେ ଜଣେ ସାଧୁ ତପସ୍ୟାରେ ବସିଥା’ନ୍ତି । ତାଙ୍କରି ସାଧନା ପ୍ରଭାବରେ ସରୋବର ତୀରରେ ଥିବା ଆମ୍ବଗଛର ଚେର ଏପରି ମହାନ୍ ଗୁଣ ପ୍ରାପ୍ତ କରିଛି । ତା’ପରେ ବୋହୁ ନିଜେ ସେହି ସାଧୁଙ୍କୁ ଭକ୍ତି ସହ ପ୍ରାର୍ଥନା କରିବା ପରେ ଆମ୍ବଗଛର କିଛି ଚେର କାଟି ଆଣିବ । ସେହି ଚେରକୁ ଧୀର ଚୋବାଇ ଖାଇଲେ ସେ ଧୀରେ ଧୀରେ ସୁସ୍ଥ ହୋଇଯିବ ।”

ସାଧୁଙ୍କ କଥା ଶାନ୍ତାକୁ କୁହାଗଲା । ସେ ତତ୍କ୍ଷଣାତ୍ ଧୀରକୁ ଟୋକେଇଟିରେ ମୁଣ୍ଡାଇ ଜଙ୍ଗଲକୁ ଚାଲିଗଲା । କିଛିବାଟ ଯିବା ପରେ ସେ ଆଉ ଚାଲି ପାରିଲା ନାହିଁ । କୌଣସି ସ୍ଥାନରେ ଝୁଂଟି ସେ ପଡିଗଲା । ଟୋକେଇ ମଧ୍ୟ ପଡିଗଲା । ସେ ଭଗବାନଙ୍କୁ ପ୍ରାର୍ଥନା କରି କହିଲା, “ହେ, ଭଗବାନ୍, ମୁଁ ଯଦି ପତିବ୍ରତା ହୋଇଥିବି, ତେବେ ମୋ ସ୍ୱାମୀ ସମସ୍ତ ବିପଦ ମଧ୍ୟରେ ସୁରକ୍ଷିତ ହୋଇ ରହିବେ ।”

କିଛି ସମୟ ପରେ ଶାନ୍ତା ଆଖି ଖୋଲି ଦେଖିଲା ଧୀର ପଡିଯାଇ ମଧ୍ୟ ଅକ୍ଷତ ଅବସ୍ଥାରେ ଅଛି । ତା’ପରେ ଧୀର କହିଲା, “ମୋ ତଂଟି ଶୁଖି ଯାଉଛି, କିଛି ଆଖୁରସ ଖାଇବାକୁ ଇଚ୍ଛା ହେଉଛି ।”

ଶାନ୍ତା ଚତୁର୍ଦ୍ଦିଗକୁ ଚାହିଁ ଦେଖିଲା ଯେ ଜଙ୍ଗଲରେ ଯେଉଁଠି ସେ ପଡିଗଲା ତାହାହିଁ ସେହି ସ୍ଥାନ ଯେଉଁଠାକୁ କି ସେ ଏତେ ଦୂରରୁ ଆସିଛି । ସୁନ୍ଦର ରାମକୃପା ସରୋବର ଓ ତା’ କୂଳରେ ଏକ ବିରାଟ ଫଳଭରା ଆମ୍ବଗଛ । ସେ ଛୁରୀଟିଏ ଧରି ଗଛ ପାଖକୁ ଯାଇ ଆମ୍ବଟିଏ କାଟିଲା । ବସନ୍ତଋତୁ ନୁହେଁ ଅଥଚ ଏତେ ଆମ୍ବ ଫଳିଛି । ଆମ୍ବଟି ହାତରେ ଧରିଛି, ଦେଖିଲା ତତ୍କ୍ଷଣାତ୍ ତାହା ଏକ ସୁନାର ଗିନା ହୋଇଗଲା ଓ ଗିନା ମଧ୍ୟରେ ସୁନ୍ଦର ଆଖୁରସ ମଧ୍ୟ ଭରିଗଲା । ସେ ସେହି ରସ ଧୀରକୁ ପିଆଇଲା । ତା’ପରେ କୁଠାର ଧରି ଗଛର ଚେର କାଟିବାକୁ ସେ ବାହାରିଲା । ମାତ୍ର ଚେର କାଟିବା ପୂର୍ବରୁ ପଛରୁ ଯେମିତି କିଏ କହିଲା, “ରୁହ” ।

ଶାନ୍ତା ପଛକୁ ଚାହିଁ ଦେଖିଲା ଜଣେ ସାଧୁ । ସେ କହିଲେ, “ଫଳରେ ଭରା ଗଛଟିକୁ କାଟିବାକୁ ଯାଉଛ? ତୁମେ କିଏ? ଜାଣିନାହଁ କି ଏହା ଏକ ଘୋର୍ ଅପରାଧ? ଏପରି କାମ କାହିଁକି କରୁଛ?”

ଶାନ୍ତା ସବୁକିଛି ତାଙ୍କୁ ଆମୁଳଚୂଳ ବର୍ଣ୍ଣନା କଲା । ତା’ପରେ ସାଧୁ କହିଲେ, “ମୁଁ ହେଲି ଗଛତଳେ ତପସ୍ୟା କରୁଥିବା ସେହି ସାଧୁ, ମୋ ତପସ୍ୟା ପ୍ରଭାବରୁ ବୃକ୍ଷଟି ଏପରି ମହାନ୍ ଗୁଣ ଲାଭ କରିପାରିଛି । ମୋର ବିରୋଧ କରି ଓ ମୋତେ କିଛି ନ କହି ବୃକ୍ଷକୁ ସ୍ପର୍ଶ କରିପାରିବ ନାହିଁ ।”

ତା’ପରେ ଶାନ୍ତା ଦେଖିଲା ତା’ ହାତରୁ କୁଠାରଟି ଉଡିଯାଇ ତଳେ ପଡିଲା ଓ ସାଧୁ ହସିଲେ । ତା’ପରେ ଶାନ୍ତା ସେହି ସାଧୁଙ୍କର ପାଦରେ ପ୍ରଣାମ କରି କହିଲା, “ଆପଣ ଯଦି ସାଧୁ ଓ ଆପଣଙ୍କର ଯଦି ତପସ୍ୟା ଶକ୍ତି ଅଛି, ତେବେ ମୋ ସ୍ୱାମୀଙ୍କୁ ସୁସ୍ଥ କରି ଦିଅନ୍ତୁ, ନହେଲେ ମୋ ରାସ୍ତାରେ ବାଧା ସୃଷ୍ଟି କରନ୍ତୁ ନାହିଁ ।”

ତପସ୍ୱୀ ଗମ୍ଭୀର ହୋଇ କହିଲେ, “ତୁମର ସ୍ୱାମୀ ଜଣେ ପାପୀ ଲୋକ । ସେ ଏବେ ନିଜର ପାପଫଳ ଭୋଗ କରୁଛି । ତାକୁ ମୁଁ କ’ଣ ଭଗବାନ୍ ମଧ୍ୟ ଚାହିଁଲେ ବଂଚାଇ ପାରିବେ ନାହିଁ ।”

ଶାନ୍ତା ଦୃଢ ସ୍ୱରରେ କହିଲା, “କିନ୍ତୁ ମୁଁ ଯଦି ପତିବ୍ରତା ହୋଇଥାଏ, ତେବେ ଭଗବାନ ମୋ କାର୍ଯ୍ୟରେ ସାଫଲ୍ୟ ଆଣିବା ପାଇଁ ନିଶ୍ଚୟ ମୋତେ ସହାୟତା କରିବେ ।” ଏତିକି କହି ସେ କୁଠାର ଧରି ପୁଣି ଗଛପାଖକୁ ଯାଇ ଚେର କାଟିଲା । ସାଧୁ ତାକୁ ପ୍ରଭାବିତ କରିବାକୁ ନାନା ମନ୍ତ୍ର ପଢିଲେ । କିନ୍ତୁ କୌଣସି ଲାଭ ହେଲା ନାହିଁ ।

ଶାନ୍ତା ଆମ୍ବଗଛରୁ ଚେର ଆଣି ଧୀରକୁ ଦେଲା । ଧୀର ତାହା ଖାଇବା ମାତ୍ରେ ସୁସ୍ଥ ହୋଇଗଲା । ତା’ପରେ ସେ ଦୁହେଁ ତପସ୍ୱୀଙ୍କୁ ପ୍ରଣାମ କରି ସେଠାରୁ ଫେରି ଆସିଲେ ।

ଜଣେ ସାଧାରଣ ସ୍ତ୍ରୀ ପାଖରେ ହାରିଯାଇ ତପସ୍ୱୀ ଦୁଃଖରେ ଭୂମି ଉପରେ ପଡିଗଲେ ।

ବେତାଳ ରାଜାଙ୍କୁ କାହାଣୀଟି ଶୁଣାଇବା ପରେ କହିଲା, “ଧୀର ତା’ ବାପମାଙ୍କ କଥା ଶୁଣିଲା ନାହିଁ ଓ ଅନେକ ବଦଭ୍ୟାସ ସବୁର ଶୀକାର ହୋଇଗଲା । ସ୍ୱାସ୍ଥ୍ୟ ଖରାପ ହୋଇ ଯାଇ ମୃତ୍ୟୁର କବଳରେ ସେ ପଡିବାକୁ ଯାଉଥିଲା; ସେପରି, ଦୁଶ୍ଚରିତ୍ର ଓ ଲମ୍ପଟ, ଲୋକକୁ ବଂଚାଇବାକୁ ଯାଇ ଶାନ୍ତା ସେହି ମହାନ୍ ଗଛଟିକୁ କାଟିବାକୁ ଗଲା । ତପସ୍ୱୀ ତ ନିଃସ୍ୱାର୍ଥ ଥିଲେ; ସେ ତ ମୋକ୍ଷ ପାଇଁ ତପସ୍ୟା କରୁଥିଲେ, ଜଣେ ସାଧାରଣ ସ୍ତ୍ରୀ ପାଖରେ, ତାଙ୍କ ତପସ୍ୟାଶକ୍ତି କାହିଁକି ବିଫଳ ହୋଇଗଲା? ଏହା ବିଧିର ବିଧାନ ନା ଏପରି କିଛି ଅନ୍ତର୍ନିହିତ ସତ୍ୟ ଅଛି ଯାହା ମଣିଷର ସୁବୁଦ୍ଧିର ବାହାରେ? ମୋର ଏହି ସନ୍ଦେହ ଦୂର କର । ଉତ୍ତର ଜାଣିକି ବି ତମେ ଯଦି ମୌନ ରହିବ ତେବେ ତୁମର ଶିର ସ୍କନ୍ଧଚ୍ୟୁତ ହେବ ।”

ବିକ୍ରମାର୍କ କହିଲେ, “ଶାନ୍ତାର ପତିବ୍ରତା ଧର୍ମ ଅତ୍ୟନ୍ତ ନିଷ୍ଠା ଓ ନିଃସ୍ୱାର୍ଥରେ ପୂର୍ଣ୍ଣ । ସେପରି ଧର୍ମ ସମ୍ମୁଖରେ କେହିବି ତିଷ୍ଠି ପାରିବେ ନାହିଁ । ସେ ସାଧାରଣ ସ୍ତ୍ରୀ ହୋଇ ନିଃସ୍ୱାର୍ଥ କାମ କଲା, କିନ୍ତୁ ମୋକ୍ଷ ପାଇଁ ତପସ୍ୟା କରୁଥିବା ସାଧୁ ସ୍ୱାର୍ଥର ଅଧିନ ହୋଇ ଗଛଟି ପାଇଁ ନାନା ମନ୍ତ୍ର ଉଚ୍ଚାରଣ କଲେ, କିନ୍ତୁ ସତୀନାରୀର ନିଷ୍ଠା ନିକଟରେ ତାହା ଯମାରୁ କାମ କଲାନାହିଁ । ଜଣେ ନିଜେ ମୋକ୍ଷ ପ୍ରାପ୍ତ କଲେ ତଦ୍ୱାରା ଅନ୍ୟର ବା ପୃଥିବୀର ବିଶେଷ କ’ଣ ଉପକାର ହେଲା । ତାଙ୍କର ଅନ୍ୟକୁ ସହାୟତା କରିବା ଉଚିତ୍; କିନ୍ତୁ ତା’ ପରିବର୍ତ୍ତେ ସେ ବରଂ ଅନ୍ୟକୁ କଷ୍ଟ ଦେଉଛନ୍ତି । ଅନ୍ତତଃ ଯେଉଁ ଗଛ ପ୍ରତି ତାଙ୍କର ମାୟା ବା ଯେଉଁ ଗଛର ମହାନ୍ ଶକ୍ତି ତାଙ୍କ ତପୋବଳରୁ ହୋଇଛି; ତାକୁ ତ ଥରେ ବଂଚାଇବା ତାଙ୍କର ଉଚିତ୍ । ତାହା ମଧ୍ୟ ସେ କଲେ ନାହିଁ, କେବଳ ଶାନ୍ତାକୁ ଗାଳି ଦେଲେ ଗଛ ପ୍ରତି ସେ ଆସକ୍ତ । କିନ୍ତୁ ଅନ୍ୟର ମଙ୍ଗଳ ପାଇଁ କିଛି କରୁ ନାହାଁନ୍ତି ।” ବିକ୍ରମାର୍କଙ୍କର ମୌନ ଭଙ୍ଗ ହୁଅନ୍ତେ ବେତାଳ ପୁଣି ପୂର୍ବୋକ୍ତ ବୃକ୍ଷରେ ଯାଇ ଶବ ସହିତ ଝୁଲି ପଡିଲା ।





Rate this content
Log in

Similar oriya story from Children