Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pallabi Das

Others

3  

Pallabi Das

Others

ମୋ ସାନ ଭାଇ

ମୋ ସାନ ଭାଇ

5 mins
697


ଭୋର୍ ତିନିଟା ହବ ପ୍ରାୟ , ଟ୍ରେନ ମାଡ଼ି ଚାଲିଛି ଧିମା ଗତିରେ ଭୁବନେଶ୍ବର ଅଭିମୁଖେ |

ମନରେ କୌତୁହଳ ବଢ଼ି ଚାଲିଛି ସାନ ଭାଇକୁ ଦେଖିବାକୁ ପ୍ରାୟ ଦୁଇ ବର୍ଷ ପରେ |

ଟ୍ରେନ ପ୍ରାୟ ଭୋର୍ 3.15 ରେ ପହଞ୍ଚିଥିଲା ଭୁବନେଶ୍ବରରେ , ମୋ ସହରକୁ ଯିବାକୁ ଟ୍ରେନ ପ୍ରାୟ ତିନି ଘଣ୍ଟା ପରେ ଥିଲା ତେଣୁ ମୁଁ ବସି ଥିଲି ଦ୍ଵିତୀୟ ଶ୍ରେଣୀ ଅପେକ୍ଷା ଗୃହରେ |

ଭାଇର ଟ୍ରେନ ପହଁଞ୍ଚିବାକୁ ଆହୁରି ବୋହୁତ୍ ସମୟ ଥିଲା | ଭାଇ ଫୋନ୍ କରି କହିଗଲା - "ଅପା, ମୋ ପାଇଁ ଅପେକ୍ଷା କରିବୁନି ତୁ ଚାଲିଯିବୁ ଘରକୁ" | ସେ ଫୋନ୍ ରଖିବା ପରେ ମୁଁ ସେଇ ଅପେକ୍ଷା ଗୃହ ଭିତରେ ମୋ ବସିବା ପାଇଁ ଗୋଟେ ସିଟ ଖୋଜି ଆରାମରେ ବସି ଯାଇଥିଲି | ଆଖ ପାଖ ଆଖି ବୁଲେଇ ଦେଖି ଦେଲି ଲୋକମାନଙ୍କୁ | କିଏ ଘୁଙ୍ଗୁଡ଼ିର ଗର୍ଜନରେ ପାଖ ଲୋକଙ୍କୁ ଶୁଆଇ ଦଉନି ତ ଆଉ କୋଉଠି ମେଳ ହୋଇ ବସି ବୁଢୀମାନଙ୍କ ଗପ ଚାଲିଛି, ତା ଭିତରେ ମଝିରେ ମଝିରେ କୁନି ଶିଶୁମାନଙ୍କ କାନ୍ଦିବା ସ୍ଵର | ମୋ ପାଖରେ ବସିଥିବା ବୃଦ୍ଧମାନଙ୍କ ଗପ ଆରମ୍ଭ ହୋଇଯାଇଥିଲା | ମୋ ଆଖି ସିଧା ପ୍ରବେଶ ଦ୍ୱାରକୁ ଚାତକ ପରି ଅନେଇ ରହିଥିଲା କାଳେ କେତେବେଳେ ମୋ ଭାଇ ଆସିଯିବ, କାଳେ ସେ ମତେ ମିଛ କହୁଥିବ ପହଁଚିନି ବୋଲି କିନ୍ତୁ ମୋ ପୂର୍ବରୁ ପହଁଚି ଯାଇଥିବ |

ଏମିତି କେତେ କ'ଣ ସବୁ ମୁଣ୍ଡ କୁ ଆସୁଥାଏ | ତା ଦୁଷ୍ଟାମି ସବୁ ମନେ ପଡ଼ୁଥାଏ, କେମିତି ସେ ମୋ ରାଗ ର ଶିକାର ହୁଏ ତା ଦୁଷ୍ଟାମି ପାଇଁ |

ଏବେ ବି ମନେ ପଡୁଛି , ଆମେ ଦିଟା ଛୁଆ ଥିଲୁ ସେ ଦ୍ଵିତୀୟ ଆଉ ମୁଁ ତୃତୀୟ ପଢୁଥିଲି ଜଣେ ମାମୁଁଙ୍କ ବାହାଘର ପାଇଁ ଅଜାଘର ଗାଁ କୁ ଯାଇଥିଲୁ I ମାଆ ବାପା ମୋର କାମରେ ବ୍ୟସ୍ତ ଥିଲେ ଆଉ ମୁଁ ଜଗିଥିଲି ମୋ ଦୁଷ୍ଟ ଭାଇକୁ | ପାତି ମାଙ୍କଡ଼ ଠାରୁ ବି ଅଧିକା ବଦମାସି ତାର | କେତେ ବେଳେ କୋଉ ଗଛରେ ଲଟକି ଥିବ ତ କେତେ ବେଳେ ବଡ଼ ଖୋଲା କୂଅ ଭିତରକୁ ଡୁଙ୍ଗୁ ଥିବ ମାଛ, କଇଁଛ ଦେଖିବାକୁ ଆଉ ବେଳେ ବେଳେ ବଡ଼ ଟ୍ରକ ଆଉ ଟ୍ରାକ୍ଟର ପଛରେ ଦୌଡୁଥିବ | ସେଦିନ ତାର ଜିଦ୍ ଥିଲା ବରଯାତ୍ରୀ ଯିବାକୁ ଆଉ ମାଆ ମନା କରିଥିଲା | ସେ ଚୁପ୍ ଚାପ୍ ଯାଇ ଗାଡ଼ିରେ ବସି ଯାଇଥିଲା ବାକି ଭାଇ ଭଉଣୀମାନଙ୍କ ସହ | ଯେତେ ଡାକିଲେ ବି ବାହାରୁ ନଥିଲା ଗାଡି ଭିତରୁ ମୁଁ ଯାଇଥିଲି ତାକୁ ଗାଡିରୁ ଘୋଷାରିକି ବାହାର କରିବାକୁ | ଡ଼ାକି ଡ଼ାକି ଥକି ଯାଉଥିଲି ପଛେ ସେ ବାହାରୁ ନଥିଲା ମୁଣ୍ଡ ଟା ହଲେଇ ନା ନା ହଉଥିଲା, "ହଉ ଯା" ବୋଲି କହି ରାଗରେ ଗାଡ଼ିର ଡୋର୍ ଟା ବାଡ଼େଇ ଦେଇଥିଲି | ହଠାତ୍ ତା ଚଲେଇବା ସ୍ଵର ରେ ପଛକୁ ଫେରି ଡୋର୍ ଟା ଖୋଲି ଦେଖିଲା ବେଳକୁ ମୁଁ ମୋ ଅଜାଣତରେ ତା ମୁଣ୍ଡ ରୁ ଫାଳେ ମାଂସ ଉଡେଇ ଦେଇଥିଲି |

ଆଜି ଯାଏ ବି ଜାଣି ପାରିଲିନି ସେ ମୁଣ୍ଡ ଟା ଆସିଲା କେମିତି

ଡୋର୍ ପାଖକୁ | ତାର ସେ ମୁଣ୍ଡର ଖଣ୍ଡିଆଟା ତା ତୃତୀୟ ନେତ୍ର ବୋଲି ସେ ଭାବେ | 😀

ଛୁଆ ଦିନୁ ତାର ଆଦତ ଥିଲା ଟିକେ କ'ଣ ହେଲେ ବଡ ପାଟିରେ କାନ୍ଦିବା ଆରମ୍ଭ କରିଦିଏ, ସେଦିନ ମୁଁ କାନ୍ଦିଥିଲି ତା ମୁଣ୍ଡ ରୁ ବାହାରୁଥିବା ରକ୍ତ କୁ ଦେଖି | ନିଜକୁ ଧିକ୍କାର କରୁଥିଲା, କ'ଣ କଲି ମୁଁ, ମୋ ଭାଇ ର ମୁଣ୍ଡ ଫଟେଇ ଦେଲି | ଏମିତି ଭିତରେ ଦୌଡ଼ି ଯାଇ ମାଆକୁ ଡ଼ାକି ଆଣିଥିଲି ତା ମୁଣ୍ଡର ଡ୍ରେସିଂ କରିବାକୁ | ମାଆ ଆସିଲା, ଦୁଲ୍ ଦୁଲ୍ କୁଟି ଦେଲା ଦିଟା କେମିତି ହେଲା ପଚାରି | ମୁଁ ତା ପୂର୍ବରୁ ମୋ ଭାଇ ର ଗୋଡ଼ ଧରି କହିଥିଲି - "ମାମା କୁ କିଛି କହିବୁନି ତୁ ଯାହା କାମ କରିବାକୁ କହିବୁ ମୁଁ ତୋ କାମ ସବୁ କରିଦେବି" | ମାଆକୁ ସେ କିଛି କହି ନଥିଲା, ମତେ ମାଡ ଖାଇବାରୁ ବଞ୍ଚେଇ ଦେଇଥିଲା ନିଜେ ମୋ ଭାଗ ର ମାଡ ଖାଇ ଦେଇଥିଲା କିନ୍ତୁ ତା ପରେ ସବୁ ବେଳେ ମାମା କୁ କହିଦେବି କହି ଡରେଇବା ଆରମ୍ଭ କରିଦେଇଥିଲା |

ବୋହୁତ୍ ବର୍ଷ ଯାଏ ସେ କହି ନଥିଲା କେବେ |

ଆଉ ଦିନକର ଘଟଣା ଦିଜଣ ପୁଣି ଝଗଡା କରୁଥିଲୁ, ମୋ ହାତରେ ଘରର ତାଲା ଆସିଯାଇଥିଲା ସେଟା ତା ଉପରକୁ ଫୋପାଡ଼ି ଦେଇଥିଲି | ପୁଣି ଥରେ ମୁଣ୍ଡ ଖଣ୍ଡିଆ କରିଥିଲି ତାର ଆଖି ଉପରକୁ ଭ୍ରୂଲତା ଫାଳେ ଉଡ଼ି ଯାଇଥିଲା | ନିଜକୁ ମାରି ଦବାକୁ ଇଛା ହଉଥିଲା, ପୁଣି ଥରେ ମୋ ଭାଇର କି ଦସା କରୁଛି ନିଜ ହାତରେ ବୋଲି |

ପୁଣି କାନ୍ଦି କି ଗୋଡ ଧରି କାକୁତି ମିନତି କରିଥିଲି ମାଆକୁ ନ କହିବାକୁ | ସେ କହି ନଥିଲା କିନ୍ତୁ ସବୁ ବେଳେ ଟିକେ କଥାରେ blackmail କରେ କହି ଦେବି ବୋଲି |

ଗୋଟେ ପରେ ଗୋଟେ ବର୍ଷ ବିତି ଚାଲିଥିଲା ତା ଦୁଷ୍ଟାମି ରେ ସେ ବେଳେ ବେଳେ ମତେ ସାଙ୍ଗ କରି ମାଡ ଖୁଆଇ ଦଉ ଥିଲା |

ମୁଁ ପ୍ରାୟ ସପ୍ତମ ଶ୍ରେଣୀ ରେ ପଢୁଥିଲି, ଦିନେ ସ୍କୁଲରୁ ଜଲଦି ଫେରି ଟିଭି ଆଗରେ ବସି ରହିଲି, ଖାଇବାକୁ ଭୁଲି ଯାଇଥିଲି | ମାଆ ଦିନ ତିନିଟା ରେ ସ୍କୁଲରୁ ଫେରି ନଖାଇଥିବାକୁ ମତେ ପିଟିବା ଆରମ୍ଭ କରି ଦେଇଥିଲା | ରାଗରେ ପିଠା କାଡିକାରେ ହାତକୁ ପିଟି ଦେଇଥିଲା ଆଉ ମୋ ଆଙ୍ଗୁଠି ଗଣ୍ଠି ପାଖରୁ ଫାଳେ ଉଡ଼ି ଯାଇଥିଲା |

ରକ୍ତ ବୋହୁତ୍ ବାହାରୁ ଥିଲା ମୁଁ ଲୁଚେଇ ଲୁଚେଇ କାମ କରିବାକୁ ଚେଷ୍ଟା କରୁଥିଲି | ମାଆ ଖାଇବା ବାଢ଼ି ଡ଼ାକିଲା ବସି ଖାଇବାକୁ | ହାତ ଧୋଇବା ବେଳେ ରକ୍ତ କୁ ଧୋଉଥିଲି | ଭାଇ ହଠାତ୍ ଆସି ଯାଇଥିଲା, ହାତଟା ଦେଖି ଚଲେଇବା ଆରମ୍ଭ କରିଦେଲା, ମନା କରି ଚାଲିଥିଲି ମାମାକୁ କିଛି କହନି ବୋଲି ତଥାବି ଶୁଣି ନଥିଲା ହାତ କୁ ଘୋଷାରି ନେଇ ଠିଆ କରେଇ ଦେଇଥିଲା ମାଆ ଆଗରେ ଆଉ ଚିଲାଉ ଥିଲା - "ଦେଖ ମାମା ତୁ ଅପା ର ହାତ କ'ଣ କରିଛୁ" | ମାଆ ମୋର ଅଧା ଖାଇବାରୁ ଉଠି ମତେ ପୁଣି ଗାଳି ଗୁଲଜ କରିଥିଲା ଆଉ ମୋ ସାନ ଭାଇ, ମୋ ଢ଼ାଲ ବନି ଭଉଣୀ ପାଇଁ ମାଆ ସହ ଝଗଡା କରୁଥିଲା | ଜଣେ ମାମୁଁ ଆସିଥିଲେ , ମତେ ନେଇ ଯାଇଥିଲେ ଡାକ୍ତରଖାନା ସେଠି ମୋ ହାତ ସିଲେଇ ହୋଇଥିଲା | ବୋହୁତ୍ ଦିନ ଯାଏ ମାଆ କୁ ସମସ୍ତେ ଗାଳି କରିଥିଲେ ସେ ଖଣ୍ଡିଆ ପାଇଁ | ଆଉ ଭାଇ ମୋର ବେଳେ ବେଳେ ମୋ ହାତକୁ କଷ୍ଟ ନହଉ ବୋଲି ମୋ କାମ କରିବାକୁ ଚେଷ୍ଟା କରିଥିଲା | ସେବେ ପ୍ରଥମ ଥର ପାଇଁ ଦେଖିଥିଲି ମୋ ପାଇଁ ଥିବା ତା ସ୍ନେହ ଆଉ ଚିନ୍ତା |

ଆଉ ଦିନକର ଘଟଣା, ମାଆ ଯାଇଥିଲା ରୋଗ ଶଯ୍ୟାରେ ପଡିଥିବା ଆଇ ମାଆର ସେବା କରିବାକୁ ମୁଁ ଆଉ ଭାଇ ଘରେ ଏକା ଥିଲୁ | ମତେ ଭିଷଣ ଜ୍ଵର ହୋଇଥାଏ ସେଥିରେ ମୁଁ ସବୁ କାମ କରି ଚାଲିଥିଲି ,ରୋଷେଇ ସାରି, ବୁଲା କୁକୁରମାନଙ୍କୁ ଖାଇବାକୁ ଦେଇ ଭାଇ କୁ ଖାଇବାକୁ ଦେବା ପରେ ମୋର ଆଉ ଶକ୍ତି ନଥିଲା ବସି ନିଜେ ଖାଇବାକୁ | ମୁଁ ବିଛଣାରେ ପଡ଼ି ଯାଇଥିଲି ଦୁର୍ବଳ ପରି | ଭାଇ ଥାଳିରେ ଖାଇବା ପରସି , ମୋ କଡ଼ରେ ଆସି ବସି ଯାଇଥିଲା | ମତେ ତା ହାତରେ ସେଦିନ ପ୍ରଥମ ଥର ପାଇଁ ଖୁଆଇ ଦେଇଥିଲା ଆଉ ମୋ ଆଖି ରୁ ଧାର ଧାର ହୋଇ ଗରମ ଲୁହ ସବୁ ବାହାରି ଯାଇଥିଲା | କେବେ କିଏ ଗାଳିଦେଲେ କି ମନ ଦୁଃଖ ହେଲେ ଲୁଚି କରି କାନ୍ଦି ପକାଏ | ଥରେ ନୁହଁ ଅନେକ ଥର ସେ ମୋ ଲୁହ ପୋଛି ଦେଇଛି ଆଉ ବୁଝେଇ ଦିଏ ତା ପରିଭାଷାରେ |

ଧୀରେ ଧୀରେ ବଡ ହବା ସହ ତାକୁ ମୁଁ ଅଲଗା ଅଲଗା ରୁପରେ ଦେଖି ଚାଲିଛି | କେବେ ସେ ମୋର ମାଆ ବନି ଯାଉଚି ତ କେବେ ମୋ ବାପା ପୁଣି କେବେ ମୋ ଭାଇ ତ କେବେ ମୋ ସାଙ୍ଗ, ସବୁ ରୁପରେ ସେ ମତେ ନିଆରା ଲାଗୁଛି | ବେଳେ ବେଳେ ମତେ ଅକାଟ କରି କେତେ କ'ଣ କହି ଯାଉଛି |

ଏତେ ସବୁ ଭାବନା ଭିତରେ ମୁଁ ଆସି ମୋ ଘରେ ପହଁଚି ଯାଇଥିଲି ଆଉ ଅପେକ୍ଷା କରିଥିଲି ମୋ ସାନ ଭାଇକୁ |

ଭାଇ ଆସି ପହଁଚି ଥିଲା ଖରା ବେଳେ, ମତେ ଦୁଇ ବର୍ଷ ପରେ ଦେଖି କୁଣ୍ଢେଇ ପକେଇ ମାରିବା ଆରମ୍ଭ କରିଦେଲା ଖୁସିରେ | ସେ ବୋହୁତ୍ ଦୁର୍ବଳ ଦିଶୁଥିଲା, ତଥାବି ସେଥିରେ ତା ବ୍ୟଙ୍ଗ ପ୍ରକୃତିରେ ସମସ୍ତଙ୍କୁ ଖୁସି କରିବାକୁ ଚେଷ୍ଟା କରୁଥିଲା | କେହି କେବେ ଆକଳନ କରିପାରିବେନି ତା ସ୍ନେହ, ଭଲ ପାଇବାକୁ କାରଣ ସେ ମୁହଁ ରେ କିଛି ପ୍ରକାଶ କରେନି କାମ ରେ କରିକି ଦେଖେଇଦିଏ |

କେହି ବୁଝି ନଥିଲେ କାହିଁକି ସେ ଏତେ କମ୍ ବୟସ ରୁ ଚାକିରି କରିବାକୁ ବାହାରକୁ ଚାଲିଯାଇଥିଲା କିନ୍ତୁ ମୁଁ ବୁଝି ପାରିଥିଲି |

ଭାଇ ମୋର ପୁଣି ଥରେ ପଢିବାକୁ ବାହାରୁଛି, ଆଉ ମୁଁ ମୋ ମନ କୁ ଦୃଢ଼ କରିଦେଇଛି, ପୁଣି ଥରେ ତା ସାହସ ବନି ତାକୁ ଠିକ୍ ରାସ୍ତା ଦେଖେଇବାକୁ |

ଆଜି ମୁଁ ନିଜ ଭିତରେ ଅନୁଭବ କରୁଛି ଚଞ୍ଚଳ ଆଉ ତତ୍ପରତା ନିଜର ଉନ୍ନତି ସହ ଭାଇ ର ଉନ୍ନତି ପାଇଁ | ଏକା ଏକା କେମିତି ଆଗକୁ ବଢ଼ିଯିବି ଯ, ଯେବେ ମୋ ଭାଇ ମୋ ସାଥିରେ ନଥିବ |


Rate this content
Log in