ବା..ଶା
ବା..ଶା
ଚିହ୍ନି ପାରିଲେ..?
ନାଇଁ..!!!
ଇଏ..ପା.." ବା..ଶା "
ମାନେ "ବାଦ୍ ଶାହା"
ଆରେ ଭୁଲିଗଲେ..?
ଆପଣ ହିଁ ତ ଦିନେ କହିଥିଲେ ..
ଏ...ହେ..ୟାକୁ କାହିଁକି ଆଣିଲେ ପାଳିବେ
ବୋଲି..ଏତେ ଛୋଟରୁ..
ମା ଟିକୁ କେତେ ଖୋଜୁଥିବ..?
ବହେ..ହସିଲି..ସତ କହିଲେ ଆପଣ..
ଏଇ ତା ମା କୁ ଖୋଜୁଥିଲା ବୋଲି ତ ନେଇଆସିଲି..। ତା ମା ଉପରେ କୋଉ ଅଜଣା ଗାଡି ଚଢି ଯାଇଥିଲା..ବିଚରା ଭୋକ ବିକଳରେ
ଏଣେ ତେଣେ ଖୋଜି ହଉଥିଲା..ନିଜ ମା କୁ ବୁଲେରୋ ଅଟକେଇଲି..ତାକୁ କୋଳେଇ ନେଇ ଗାଡି ଭିତରକୁ ଆସି ବସିଲି..ଧର୍ମ ପତ୍ନୀ ଚମିକି ଉଠି ପାଟିକଲେ ହେଇ..ତୁମେ ଜାଣିଛ..? ପାଳି ପୋଷିବ ବୋଲି ତୁମେ କାହାକୁ ଉଠେଇ ନେଇ ଆସିଲ..ପାଲଟା ପ୍ରଶ୍ନ କଲି ତୁମେ ଜାଣିଛ ଅଗ୍ନି ଆଉ ଦଶ ଦିଗପାଳଙ୍କୁ ସାକ୍ଷୀ ରଖି ତୁମେ ବେଦି ଉପରେ ଦିନେ କାହା ହାତ ଧରିଦେଲ..
ଏଇ..ଜାଣିଛ ନା ତୁମର ଏଇ ସୁନ୍ଦର ମନୋଲୋଭା କଥାରେ ତ ତୁମ ସହ ବାନ୍ଧି ହେଇଗଲି ମୁଁ ଜନ୍ମ.ଜନ୍ମ.ପାଇଁ ..
ଲାଜ ଆଉ ଅଭିମାନ ମିଶା ଏକଅତ୍ମ ତୃପ୍ତିରେ ସିଏ ମୋ ବୁକୁରେ ମୁଣ୍ତ ରଖି ଜୀବନ କୁ ଆଉ ଟିକେ ଗଭୀର ଭାବେ ଅନୁଭବ କରିବାର ଭାବନାରେ ବୁଡି ଯାଉ ଥିଲେ..ଗାଡି କ୍ରମଶଃ ଗତି କରୁଥିଲା ଘର ଅଭିମୁଖେ.. ଆଉ ମୋ ବା..ଶା ..ମୋ ଲଏନ୍ ମୋ ସହିତ ପ୍ରଥମ ଟକ୍କର୍ ଦେବା ଯୋଜନା ରେ ଥିଲା..।
ସେଇ ଦିନୁ ତା ବାପ ମାଁ ଅମେ..
ସେ ଆମିଷକୁ ଘୃଣାକରେ ତାର ପ୍ରିୟ...ଖାଦ୍ୟ.. ଘିଅ ଖିର ଦହି..। ବଦ ହଜମ୍ ରେ ଘାସ ବି ଖାଏ ମୋ ନଜର ପଡିଗଲେ ଲାଙ୍ଗୁଳ ଜାକି ଚୁପ୍ ଚାପ୍ ଚାଲି ଆଇବ..
କାହିଁକି ନା ଶେର୍ କଭି ଘାସ୍ ନେଇ ଖାତା..ମୋର ପ୍ରଥମ ଲେସନ୍..
ଯୋଉ ମାନେ ଶେର୍ ଦିଲ୍ ସେମାଙ୍କୁ ଲାଙ୍ଗୁଳ ହଲେଇ ସ୍ବାଗତ କରିବ..ଆଉ ଯାହା ଆତ୍ମାରେ କୁଟ କଳ୍ପନା ଭରି ରହି ଥିବ ଚୋର ଡକାୟତଙ୍କ ପରି ଲୁଙ୍ଗୁ ଲାଙ୍ଗ ଦୋ ଦୋ ପାଞ୍ଚ ହେଉଥିବ ନା.. ତାଙ୍କୁ ଦେଖିଲେ ଜଳନ୍ତା ଆଖିରେ ଚାହିଁ ହାନ୍ତ ବାହାର କରି ମୁନିଆଁ ନଖରେ ଜମିକୁ ରାମ୍ପୁଡିବା ଆରମ୍ଭ କରିଦେବ..ବାସ୍ ଅାଗନ୍ତୁକର ପିଳେହି ପାଣି ।
ଏମିତିରେ ଅନେକେ ଫେରି ଯାଇଛନ୍ତି ମୋ ଦୁଆର ମୁହଁରୁ ସେମାଙ୍କ ପାଖରେ ମୋର ବି କିଛି ଆବଶ୍ୟକତା ନାହିଁ..।
ଛଡନ୍ତୁ ସେ କଥା ବା..ଶା କୁ ନେଇ ଆପଣଙ୍କର କେବେ କିଛି ସମସ୍ୟା ନାହିଁ...
ଆପଣ ହସିଦେଇ ବିଦାୟ ନେଲେବି ମନେ ମନେ ଭାବୁଥିଲେ ସୁଧୁ ପାଗଳ ଶଳା..!!!
ହସିଲି..ଆପଣ ଭାବିବେ ମୋ ମନ କଥା ଆପଣ କେମିତି ଜାଣିଲେ..? ଏଇ ତ ଚମତ୍କାର ଭଗବାନ୍ ଙ୍କର ସିଏ ମୋତେ ଆଉ କିଛି ଦେଇନଥିଲେ ବି ଅନ୍ତତଃ ଏଇ ଜେରକ୍କ ନଜରଟା ଦେଇଛନ୍ତି ଯାହା ଦ୍ବରା କାନ୍ଥ ଭେଦ କରି ମୁଁ ସବୁ ଦେଖି ପରେ..ମାନେ କାହା ହୃଦୟରେ କଣ ଚାଲିଛି କିଏ ମୋତେ ଗାଳି ଦଉଛି କିଏ ଖୁସି ହଉଛି କିଏ ଦୁଃଖରେ ଅଛି କାହାକୁ ଭୋକ ହେଲାଣି ଇତ୍ୟାଦି ଇତ୍ୟାଦି ସବୁ ଠିକ୍ ଠିକ୍ ଜାଣି ହେଇଯାଏ..
ଆପଣ ଦି ଟା କଥା ଭାବିଲେ ସେଥିରୁ ଦିତୀୟ ଟି ଶଳା..ମୋର ତ କେହି ଭଉଣୀ ନାହାଁନ୍ତି ନୋହିଲେ ଆପଣଙ୍କ ଭଳି ଜଣେ ଭଦ୍ର ଲୋକ କୁ ଭାଇ କି ଜିଜୁ ଡାକିବାରେ ମୋର କୌଣସି ଅପତ୍ତି ନଥିଲା....ଏକା କଥା ଏବେ ବି ତ ଆପଣଙ୍କ ସ୍ତ୍ରୀ କୁ ମୋ ନିଜ ଭଉଣୀ ଠୁ ବଳି ମୁଁ ଭାବେ..।
ଦ୍ବିତୀୟ କଥା ପାଗଳ..
ହା...ହା...ହା.. ଭାଇ ଆପଣ ବି ଶେଷରେ..
ଠିକ୍ ଭାବିଲେ..ମୁଁ ସତରେ ଯଦି ଏମିତି ପାଗଳ ହେଇ ନଥାନ୍ତି ଜାଣିଛନ୍ତି କଣ ହେଇ ଥାଆନ୍ତା..?
ସର୍ବ ପ୍ରଥମେ..ମୋ ସ୍ତ୍ରୀ ଟି ମୋ ମୁଣ୍ତ ଉପରେ ଚଢି କଥା ବାର୍ତ୍ତା କରୁଥାନ୍ତା..ମୋ ଶାଶୁ ଶ୍ବଶୁର ଶାଳୀ ଶଳା ଙ୍କ ହୁକୁମ୍ ରେ ଚାଲିଥାନ୍ତା ମୋ ଘର..।
ମୋ ସ୍ତ୍ରୀ ...ତୁମେ ମୋ ଜନ୍ମ ଜନ୍ମର ଦେବତା ବଦଳରେ କହୁଥାନ୍ତା ତୁମ ହାତ ଧରି ମୋ ଜୀବନ ନର୍କ ହେଇଗଲା..ଜାଞ୍ଚ....କେତେ କେତେ ଇଞ୍ଜିନିୟର ଡାକ୍ତର ପ୍ରସ୍ତାବ..ମୋ ବୋପା ଘର ଏମିତି ..ମୋର ନା ଲେଡିଟା ସୁନା ଥିଲା...ମୁଁ କାହାକୁ ମୋ ଜୀବନରେ ଆଖି ଉଠେଈ କେବେ ..ଜାଣିଛ 1008 ପ୍ରସ୍ଥାବ..ଆସିଥିଲା..ମୋ..
ଦୁନିଆଁ ଦିନେ ପାଗଳ ହଉଥିଲା ମୋ ରୁପ ରେ...
ମୋର ଦୁର୍ଭାଗ୍ୟ ଦେଖ ମୁଁ ତୁମ ଘରକୁ ବୋହୁ ହେଈ ଆସିଲି..
ଆଉ ମୋ ବାପ ମା..ପଡିଶା କୁଡିଆ ଘରେ..ଧୋତି ଆଉ ପଣତରେ ଲୁହ ପୋଛି ଭାଗ୍ୟ ଭଗବାନ୍ ଙ୍କୁ ନିନ୍ଦା କରୁଥା ଆନ୍ତେ..ପୁଅ ମୋର ମା କୁ ଫୁସୁଲେଇ ପଇସା ନେଇ ଆୱାରା ଗର୍ଦି କରୁଥାନ୍ତା ଆଉ ମୋ କଲେଜ ପଢୁଆ ଝିଅ ରାତି ଅଧରେ ଏଣ୍ତୋଏଡ୍ ମୋବାଇଲ୍ ରେ କୋଉ ଅଜଣା ପୁଅ ସହିତ ଚାଟ୍ କରୁଥାଆନ୍ତା..।
ମୋ ଘର ପାଲଟି ଯାଇଥାନ୍ତା ନର୍କ ଆଉ ମୁଁ ସେଠି ମାଧିଆ..ଏଈ ସମସ୍ତଙ୍କୁ ଡରି ଡରି.. ଡାଲି ଖାଇବୁ ହଁ..ଭାତ ଖାଇବୁ ହଁ ହେଇ ମନେ ମନେ ବଡ୍ ବଡ୍ ହେଇ ଗାଳି ଦଉ ଦଉ କୋଉ ଦିନ ପାଗଳ ହେଇ ଯାଆନ୍ତି । କିଏ କାହିଁ ବନେଇ ଦବ ତା ଆଗରୁ ନିଜେ ବନିଗଲେ କ୍ଷତି କଣ..ହାଁ..?
ଜାଣିଛନ୍ତି ଜଣକୁ ପାଗଳ ସଜେଇ ବାକୁ ଏ ଦୁନିଆଁ ଟା କେମିତି ପାଗଳ ହୁଏ..।
ପ୍ରତ୍ୟକ କଥାରେ ଲକ୍ଷ୍ମଣ ରେଖା ନଟାଣି କମ୍ପର୍ମାଇଜ୍ ମାଇଣ୍ତେଡ୍ ହେଲେ ପରିଣାମ ଏମିତି ହୁଏ..ଭଲ କଥା ଟିଏ ଶୁଣନ୍ତୁ.. ପିଲା ବେଳେ ଗୁରୁ କହିଥିବା ଗୋଟେ ସାଧାରଣ ଗୁରୁ ଜ୍ଞାନ ମୋ ଜୀବନକୁ ସ୍ବର୍ଗ ବନେଇ ଦେଲା..।
ସେଇ ପ୍ରାତଃ ସ୍ମରଣୀୟ ଗୁରୁ କହିଥିଲେ ବାବୁରେ ଜୀବନରେ ଧଣ୍ତ ଭଳି ଏତେ ଦୁର୍ବଳ ମନା ହବୁନି.. ଯୋଉଥି ପାଇଁ ଲୋକେ ଛିଗୁଲେଇ ପଥର ଛେଚି
ତୋ ମୁଣ୍ତକୁ ଛେଚେରା କରିଦେବେ..ନାଗ ଭଳି ଏତେ ଭୟଙ୍କର ବି ହବୁନି ଯାହାକୁ ଲୋକେ ଡରିବେ ଆଉ ଜୀବନ ଏକା ବେଳେକେ ନିସଙ୍ଗ ହେଇଯିବ..
ହୁଁ..ନାଗଭଳି ଭୟଙ୍କର ଫଣା ଓ ଗର୍ଜନରେ ଆତ୍ମ ରକ୍ଷା କରୁଥିବୁ..ଧଣ୍ତ ଭଳି ହୃଦୟକୁ ଥଣ୍ତା ରଖି ସମସ୍ତ ଙ୍କ ହୃଦୟ ଚିହ୍ମି ସମ୍ବଦନଶୀଳ ହେବୁ..
ତେବେ ଯାଇ ସଂସାର ରେ ଭଲରେ ରହିବୁ..
ଆପଣ ଜାଣିଛନ୍ତି ମୋ ସ୍ତ୍ରୀ ଙ୍କର ଗଭାରେ ସେଇ ଯୋଉ ଗଜରା ହାର ଆପଣ ଦେଖୁଛନ୍ତି ତାକୁ ମୁଁ ହିଁ ତ ବାନ୍ଧି ଦେଇଥାଏ ସବୁଦିନ୍..ଏମିତି ଆହୁରି ଅନେକ କଥା ଅଛି ଆମ ଭିତରେ .. ଆପଣଙ୍କୁ ସେ ସବୁ କହିବାରେ ମୋର କିଛି ଆପତ୍ତି ନାହିଁ କିନ୍ତି ଏଇଠି ଏଇ ଫେସ୍ ବୁକ୍ ରେ ଏମିତି କହିବା ମୁଁ ସମିଚିନ ମନେ କରୁନି ..ସେଇ ଯୋଉ କଥା କହୁ ନଥିଲି କି.. ହଁ ସେଇ ମାଧିଆ ମାନେ ସ୍ଥାନ କାଳ ପାତ୍ର ଭୁଲି ଯାଆନ୍ତି ବୋଲି । ଯୋଉଥି ପାଇଁ ଆପଣଙ୍କ ଜୀବନର ମୁଲ୍ୟବାନ୍ ଅଧ ଘଣ୍ଟାରୁ ବେଶି ମୁଁ ସାରି ଦେଲିଣି..। ଭୁଲି ଗଲେ କି କେତେ ବେଳୁ ଚାଲିଛି ଏଇ କଥା..?
ଅାଃ..ହଉ ତଥାପି ଭଲ ଲାଗିଲା ମୋ ହୃଦର କିଛି ଖୋଲା କଥା ଆପଣଙ୍କୁ କହି ଥିବାରୁ..ଭଲରେ ବସିକି ଭାବନ୍ତୁ..
ଠିକ୍ ଲାଗୁଛି ତ ଆପଣ ବାରମ୍ବାର ଆସିବେ ଆଉ ଏମିତି ଆନେକ କଥା ହେବା ନାଇଁ ଯଦି ମନରେ ଦ୍ବନ୍ଦ..
ତ ମୋତେ ଲାଗୁନି ଆପଣ ମୋ ଗେଟ୍ ଖୋଲି ଆଉ ମୋ ଘରକୁ ପଶି ପାରିବେ.. କାହିଁକି ନା ବା..ଶା.. ଏଥର
ଆପଣଙ୍କୁ ଜଳନ୍ତା ଆଖିରେ ଅନେଇବ ଦାନ୍ତ ବାହାର କରି ଭୁକିବ ନଖରେ ଜମିକୁ ଭୟଙ୍କର ଭାବେରେ ରାମ୍ପୁଡିବା ଆରମ୍ଭ କରିବ..
ହଉ ..ବହୁତ୍ ଭଲ ଲାଗିଲା ଅାପଣଙ୍କ ସହିତ କଥା ହେଇକି..
ରହିଲି ସାର୍ ..
ନମସ୍କାର..
॥ ଜୟ ଜଗନ୍ନାଥ ॥
bhabani charan mishra
mohana ( gajapati )
9438187739