Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Subrat Kumar Muduli

Others

3  

Subrat Kumar Muduli

Others

ଅଦେଖା ଲୁହ

ଅଦେଖା ଲୁହ

1 min
7.5K


ଭାରି ଭଲ ହେଲା ସେମାନେ ବିନା ଯୌତୁକରେ ବାହାଘର କରିବେ ବୋଲି ରାଜି ହେଲେ । ଯା’ ହେଉ ଏତେ ବଡ ଓଜନଟା ଟିକେ ହାଲୁକା ଲାଗୁଥିଲା ଗରିବ ଚାଷୀ ମୋହନକୁ । ତଥାପି ତ ନିଜ ଖୁସି ମୁତାବକ ଝିଅ ରାଣୀକୁ କିଛି ଦବାକୁ ହବ ତେଣୁ ସେ ପନ୍ଦର ଦିନ ଆଗରୁ ବିକି ସାରିଥିଲା ତା’ର ରଙ୍ଗମାଟିଆ ଦୋଫସଲି ସୁନାଥାଳି ଜମି ମାଣକ । ଆଜି ନିର୍ବନ୍ଧ ଥିଲା ଦାଣ୍ଡ ସୁନ୍ଦର ରୀତି ଅନୁଯାୟୀ ସେ ଚର୍ଚ୍ଚାରେ କୋଉଥିରେ କମ କରିନଥିଲା । ବରଘର ଲୋକଙ୍କ ମୁହଁରୁ ନିଜ ଝିଅର ପ୍ରଶଂସା ବିଷୟରେ ଶୁଣିବା ପରେ ମନେ ମନେ କୁରୁଳି ଉଠୁଥିଲା ମୋହନ । ସବୁ ସରିବା ପରେ ନିଜର ସ୍ଥିତି ଅନୁଯାୟୀ ଭଲଲୋକିକୁ ଡାକି ସତୁରୀ ହଜାର ଟଙ୍କା ଦେଲା ସେ ହେଲେ ଏ କ’ଣ ବରପିତା ଏଣୁ ତେଣୁ କଥା ବୁଲାଇ ଲକ୍ଷେ ଟଙ୍କାରେ କଥା ଛିଡାଇବାକୁ କହୁଥିଲା ଭଲଲୋକିକୁ । ଶେଷରେ କଥା ପହଞ୍ଚିଲା ମୋହନ ପାଖରେ ବିଚରା ଭାଙ୍ଗି ପଡିଲା ଦୋମୁହାଁ ଲୋକଙ୍କ ସହ ନିଜ ଝିଅର ସାରା ଜୀବନ କାଟିବା କଥା ଭାବି । ବେଳକୁ କଥା ବଢିଲା ମୋହନ ନେହୁରା ହେଉଥିଲା, ବରଘର ପକ୍ଷରୁ ଲୋକଙ୍କ ଭିଡରେ କେହି ଜଣେ କହୁଥିଲା ............ଏମିତିକା ଛୋଟ ଲୋକ ଜାଣିଥିଲେ ଆମେ ଜମା ବନ୍ଧୁ ବାନ୍ଧିନଥାଆନ୍ତୁ କ’ଣ ଅଛି ୟା ପାଖରେ । ଝିଅ ରାଣୀ ଆଗକୁ ଆସିଲା ମଥା ଟେକି ସମସ୍ତଙ୍କୁ କହିଲା .........ହଁ ଅଛି ଆମ ଘରର ସ୍ଵତନ୍ତ୍ର ସଂସ୍କାର ଆଉ ଦୁଃଖକୁ ସହିବାର ଦୁର୍ବାର ଶକ୍ତି କିନ୍ତୁ ଆଉ ନୁହେଁ । ସମସ୍ତେ ଲଜ୍ଜାରେ ତଳକୁ ଚାହିଁଥିଲେ ଝିଅଟି ବେଦମ ହସୁଥିଲା ନିର୍ବନ୍ଧ ଶଙ୍ଖା ଦୁଇଟିକୁ ତୁଟେଇ ଦେଇ, ଖାଲି ଯାହା କେତେ ବେଳୁ ଆଖିରେ ଟଳମଳ ହେଉଥିଲା ବଡଲୋକି ପଣିଆକୁ ଅଟ୍ଟହାସ୍ୟ କରୁଥିବା ତା’ର ଦୁଇବୁନ୍ଦା ଆଦେଖା ଲୁହ ।


Rate this content
Log in