Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bichitra Biswal

Inspirational

3  

Bichitra Biswal

Inspirational

ସ୍ୱାଧୀନତାର ଇଜ୍ଜତ

ସ୍ୱାଧୀନତାର ଇଜ୍ଜତ

2 mins
7.6K


ସ୍ୱାଧୀନତା ଦିବସ ପାଖେଇ ଆସୁଥିଲା। ଫେସବୁକ, ହ୍ଵାଟସଆପ ସବୁଠି ସ୍ୱାଧୀନତା ଦିବସର ଆଗୁଆ ମେସେଜ ଆସିବା ଆରମ୍ଭ ହୋଇଯାଇଥିଲା। ସ୍କୁଲ, କଲେଜ ମାନଙ୍କରେ ଛାତ୍ର ଛାତ୍ରୀମାନେ ଦିନକୁ ଦୁଇ ଟାଇମ ପ୍ୟାରେଡ଼ ଅଭ୍ୟାସ କରୁଥିଲେ। ସମସ୍ତେ ବେଶ ଉତ୍ସାହିତ ଥିଲେ ସ୍ୱାଧୀନତା ଦିବସକୁ ନେଇ।

ସ୍ୱାଧୀନତା ଦିବସର ପୂର୍ବ ଦିନ ମୁହଁସଞ୍ଜ ବେଳଟାରେ ସୁପ୍ରଭା ଫେରୁଥିଲା ବଜାରରୁ, ଘର ପାଇଁ ଆବଶ୍ୟକୀୟ ସଉଦା ପତ୍ର ଆଣି। ଯୁବ ବିଧାୟକଙ୍କ ରାତ୍ର ଭୋଜିର ଦାୟିତ୍ୱରେ ଥିବା ଖାସ ଟୋକା ମାନଙ୍କର ଛଞ୍ଚାଣ ଦୃଷ୍ଟିରେ ପଡିଗଲା ସେ। ସୁପ୍ରଭାକୁ ଉଠେଇ ନେଇଗଲେ ସେମାନେ ବିଧାୟକଙ୍କ ଏକାନ୍ତ ଫାର୍ମ ହାଉସକୁ। ତା'ପରେ ଯାହା ହେଲା, ତାହା ପ୍ରତିଦିନ ଖବରକାଗଜର ପୃଷ୍ଠା ମଣ୍ଡନ କରୁଥିବା ଘଟଣା ପରି ଗୋଟେ ଘଟଣା। ବିଧାୟକ ଓ ତାଙ୍କ ଟୋକାମାନେ ଭୋଜି କରିଦେଲେ ସୁପ୍ରଭାକୁ।

ସକାଳକୁ ଅନେକ ସ୍ଥାନରେ ଉଡୁଥିଲା ସ୍ୱାଧୀନତା ଦିବସର ତ୍ରିରଙ୍ଗା ପତାକା। ଶୁଭୁଥିଲା ଜନଗଣ ମନ ଗୀତ।

ସୁପ୍ରଭା ନିଜକୁ ପ୍ରସ୍ତୁତ କଲା ଥାନାକୁ ଯାଇ ଦୁର୍ବୁତ୍ତ ମାନଙ୍କ ବିରୁଦ୍ଧରେ ଅଭିଯୋଗ କରିବା ପାଇଁ। କାହାକୁ କିଛି ନକହି ଘରୁ ବାହାରି ଆସିଲା ସୁପ୍ରଭା। ତା ଭଉଣୀ ବି ତା ସହିତ ଆସିବ ବୋଲି କହୁଥିଲା। ଏକ ଅସହାୟ ଚାହାଣୀରେ ତାକୁ ଦେଖିଲା ସୁପ୍ରଭା ଓ ଚଟାପଟ ବାହାରକୁ ବାହାରି ଆସି ଥାନା ଦିଗରେ ପାଦ ବଢ଼େଇଲା। ହଠାତ ତା ଆଖିରେ ପଡ଼ିଲା ଫରଫର ହୋଇ ଉଡୁଥିବା ସ୍ୱାଧୀନତା ଦିବସର ତ୍ରିରଙ୍ଗା ପତାକା। କାନରେ ଗୁଞ୍ଜରିତ ହେଲା ପାଖ ସ୍କୁଲରୁ ଭାସି ଆସୁଥିବା ଜନଗଣ ମନ ଗୀତ। ମନେ ପଡ଼ିଗଲା ତାର ଜେଜେ କହୁଥିବା ତାଙ୍କ ଅଙ୍ଗେଲିଭା ସ୍ୱାଧୀନତା ସଂଗ୍ରାମର ଯନ୍ତ୍ରଣାଦାୟକ କାହାଣୀ। ଥାନା ଦିଗରେ ବଢୁଥିବା ତା ପାଦ ଯୋଡିକ ଅଟକିଗଲା ସେଇଠି। ଚାହିଁରହିଲା କ୍ଷଣେ ସେ ତ୍ରିରଙ୍ଗା ପତାକାକୁ। ସ୍ୱାଧୀନତା ଦିବସ ପରି ପବିତ୍ର ଓ ଉତ୍ସବମୁଖର ଦିନରେ ତା ଧର୍ଷଣ କଥା ଉଠେଇ 'ସ୍ୱାଧୀନତା'ର ଇଜ୍ଜତକୁ ରାସ୍ତାରେ ନିଲାମ କରିବାକୁ ଚାହିଁଲାନି ସେ। ପ୍ରକୃତରେ କ'ଣ ବା ମିଳିବ ସେଥିରୁ! ଶାସକ ଦଳ କହିବେ ବିରୋଧୀଙ୍କ ଷଡ଼ଯନ୍ତ୍ର ଓ ବିରୋଧୀ କହିବେ ଶାସକ ଦଳଙ୍କ ଦ୍ଵାରା ସ୍ୱାଧୀନତାର ଧର୍ଷଣ। ମେଡିଆଵାଲା ଦିନ ରାତି ଚିତ୍କାର କରିବେ, ସ୍ୱାଧୀନତାର ଗଣଧର୍ଷଣ। କେତେ ବେଜ୍ଜିତ ହେବ ସ୍ୱାଧୀନତା ସତେ! ତା'ଠୁ ଢେର ଭଲ ନିଜେ ଚୁପ ରହିଯିବା। ଉଡୁଥାଉ ତ୍ରିରଙ୍ଗା। ଟେକ ଥାଉ ସ୍ୱାଧୀନତାର। ନିଜକୁ ନିଜେ କହିଲା ସୁପ୍ରଭା ଓ ଫେରି ପଡିଲା ଘର ଦିଗରେ।


Rate this content
Log in

Similar oriya story from Inspirational