Dipti lekha Mishra

Others


5.0  

Dipti lekha Mishra

Others


ବିବାହ ସ୍ମୃୃୃତି

ବିବାହ ସ୍ମୃୃୃତି

4 mins 449 4 mins 449

ମୋ ଆଖି ଖରାପ ହୋଈଗଲା ମୋତେ ଯେତେବେଳେ ଏକ ବର୍ଷ ହୋଇଥିଲା ।ମୋ ନନା ଅସହାୟ ନ ଥିଲେ ବି ଅପାଠୁଆ ଯୋଗୁଁ ଡରୁଥାନ୍ତି କୋଉଠି କାହାକୁ କେମିତି ନିଜ ଛୁଆର ଆଖି ଦେଖାଈ ଭଲ କରିବେ ?କିନ୍ତୁ ମୋ ବଡ ବାପାମାନେ ନନାଙ୍କୁ ସାହାସ ଦେଈ କହିଲେ ଡରେନି ଆମେ ସେ କଥା ବୁଝିବୁ ।ଆଖି ଦୁଇଟି ଅପରେସନ୍ କରାଈ ମୋ ପାଠପଢା କଥା ବୁଝାବୁଝି କରି ବହୁତ ସ୍ନେହ ଆଦରରେ ରଖିଲେ ।ମୋ ବୟସର ଦୋଷ କି ମୋ ମୁର୍ଖପଣିଆ ଜାଣିନି ତଥାପି ଦୁଷ୍ଟାମି ଆରମ୍ଭ ହୋଈଗଲା ଯୁକ୍ତ ଦୁଈ ପଢିବାବେଳକୁ ।

ହୁଅନ୍ତା କି ନ ହୁଅନ୍ତା ବାପା ମାନେ ଭାରୀ କପଟିଆ ଥିଲେ ।ଉପର ମନରେ ସ୍ନେହଶ୍ରଦ୍ଧା ଦେଖାଉଥିଲେ ।ମୋ ବାହାଘର କମ୍ ପାଠୁଆ ପିଲା, ଗାଁରେ ପୁଣି କରିବାକୁ ଚାହିଁଲେ ।

ଏଣୁ ମୋ ମନ ବି ପରିବର୍ତ୍ତନ ହେବାରେ ଲାଗିଲା ।ଠିକ୍ ସେ ସମୟରେ ଆମେ ରହୁଥିବା ଉପର ଘରକୁ ଗୋଟିଏ ପରିବାର ଭଡାରେ ଆସିଲେ ।ତାଙ୍କ ବଡପୁଅ ସହ ପ୍ରେମ ହେଲା ମୋ ବଡ ଭଉଣୀର କିନ୍ତୁ ସେ ପିଲା ଭଲ ପାଉଥିଲେ ମୋତେ ।କହିପାରୁନଥିଲେ ଯେ ସେ ମୋତେ ଏତେ ଭଲ ପାଉଛନ୍ତି ।ଏମିତି କିଛିଦିନ ପରେ ସାହିରେ ଏକ ବାଘ ଅଚାନକ ପଶିଗଲା ।ସେଦିନ ସମସ୍ତେ ଦାଣ୍ତକୁ ଗଲେ ବାଘ ଦେଖିବାକୁ ।ମୁଁ କିନ୍ତୁ ବାସନ ଧୋଉଥିଲି ଏଣୁ ମୋ ସହ କଥା ହେବା ସୁଯୋଗ ପାଈଲେ ମୋତେ ଭଲ ପାଉଥିବା ମଣିଷଟି ।ଅପେରା ହେବ ମୁଁ ହିରୋ ହେବି କହିଲେ ।ମୁଁ ପଚାରିଲି ହିରୋଈନ୍ କିଏ ?କହିଲେ ହିରୋଈନ୍ ତୁ ହେବୂ କି ?ମୋର ବି ହୄୄୄୄଦ୍ ସ୍ପନ୍ଦନ ବଢିବାରେ ଲାଗିଲା ।ସତେ ଯେମିତି ଭଲପାଈବା ବୀଜ ମୋ ଦେହେ ବୁଣି ହୋଈଗଲା ଆଉ କହୁ କହୁ କହିଦେଲି ଭାବି କି କହିବି ।

ପ୍ରତିଦିନ ପଚାରିଲେ କଣ ଭାବିଲୂ କହୁନୁ ।ବାରମ୍ବାର ଶୁଣି ଶୁଣି ହଁ କରିଦେଲି ଦିନେ ।ବହୁତ ଭଲ ପାଇଲି ।ଲୁଚିଛପି ଦେଖା କରିଲି ।ଆସ୍ତେ ଆସ୍ତେ ପ୍ରେମର ବୀଜ ବୄୄୄୄହତ ବୃକ୍ଷର ରୂପ ନେଲା ।ସମସ୍ତେ ଘରେ ଜାଣିଗଲେ ବୋଧେ ଏଣୁ ତରତର ହେଉଥାନ୍ତି ବାହାଘର କରିବାକୁ।ମୁଁ ନିଜକୁ ବହୁତ ଥର ପ୍ରଶ୍ନ କରୁଥିଲି ଠିକ୍ କରିଛି ତ ଭଲ ପାଈ ନା ଭୂଲ୍ କରି ଚାଲିଛି ।କିନ୍ତୁ ବଡବାପା ମାଆ ଙ୍କ ନିଷ୍ଠୁର ହୄୄଦୟ ଅବିଚାର ମୋତେ ବାରମ୍ବାର କହୁଥିଲା ଡରେନି ଠିକ୍ କରୁଛୁ ।ଯୁକ୍ତ ତିନି ପରୀକ୍ଷା ସରିବା ପରେ ଫିଲୋସଫି ଅନର୍ସ୍ ରେ ଟପ୍ପର ହୋଈଥିବାରୁ ମୋତେ ସୁଯୋଗ ମିଳିଲା ଜବାବ ଦେବାକୁ ଯେ ବାହା ହେବି ଯଦି ପାଠୁଆ ପିଲାକୁ ।କିନ୍ତୁ ଆମ କୂଳରେ ପ୍ରଥା ଥିଲା ଅଜାତିରେ ବାହା ହେଲେ ନିଆଁ ପାଣି ବନ୍ଦ ।ମୋ ନନା ବଉକୁ କଷ୍ଟ ହେବ ଭାବି ଡରୁଥିଲି ତଥାପି ନିଷ୍ପତ୍ତିରୁ ଓହରିପାରୁନଥିଲି ବରଂ ଆହୁରି ଦୃଢ ହେଉଥିଲା ମନ ବିବେକର ଶକ୍ତି ।

ଦିନେ ବହୁତ ଲାଂଚ ଦେଖାଈଲେ ଯେ ସେ ପିଲାକୁ ଭଲ ପାନି ବାହା ହେବାକୁ ଜିଦ୍ କରନି ।ତୋ ନାଁରେ ଲକ୍ଷ ଲକ୍ଷ ଟଙ୍କା ବାନ୍ଧିବୁ କିନ୍ତୁ ସେ ପିଲାକୁ ବାହା ହେବୁନି ଆମ ଈଛାରେ ହେବୁ ।ମୁଁ ନ ଡରି ରୋକ୍ ଠୋକ୍ ମନା କରିଦେଲି କି ମୁଁ ସେ ପିଲାକୁ ହିଁ ବାହା ହେବି ।ସମସ୍ତେ ରାଗି କରି ମୋତେ ବାଡାପିଟା ବି କରିଦେଲେ ତଥାପି ଡରିଲିନି ।ସେ ଦିନ ଓଡିଶା ବନ୍ଦ ଥିବାରୁ ବସ୍ ଚଳାଚଳ ବି ହେଉନଥିଲା ।ଗାଁ ରେ ଲେନ୍ ଫୋନ୍ କୁ ଫୋନ୍ କରି ମୋ ଭାଈ ଭଉଣୀ ନନାଙ୍କୁ ସବୁ କଥା କହିଲେ ।ନନା କହିଲେ ଠିକ୍ ଅଛି ମୋ ପିଲାକୁ ମୁଁ ଆଣିଦେବି ।ବହୁତ ସହିଲି ଆଉ ସହି ନ ପାରି ଘରୁ ବାହାରକୁ ଚାଲିଗଲି ।ନନା ବଉ ଡରିଗଲେ ।ତୁହାକୁ ତୁହା ଫୋନ୍ କରି ପଚାରୁଥାନ୍ତି ନନା ଭଉଣୀକୁ କି ନାନୀ ଫେରିଲା କି ?ମୁଁ କିନ୍ତୁ ସେ ପୁଅ କୁ ପଚାରିବାକୁ ଯାଈଥିଲି କଣ କରିବି ଏଥର ।ସମସ୍ତେ ତ ଜାଣିଗଲେଣି ।ଏଣେ ବଡ ବଉମା ସାନ ବଉମା କହୁଛନ୍ତି ଘରେ ସିଏ ରହିବ ନ ହେଲେ ଆମେ ରହିବି ।ମୋ ପିଲାମାନେ ବି ଖରାପ ହୋଈଯିବେ ନୋହିଲେ ।କେବେଠୁ ଯେ ତାଙ୍କ ପିଲାମାନେ କେତେ କୀର୍ତ୍ତୀ କଲେଣି ସେ କଥା ବଉମା କୁ ଜଣା ନଥିଲା ।

ଘରକୁ ଫେରିଲାବେଳକୁ ମୋ ଭଉଣି ଭାଈ ଖୋଜିବାକୁ ମୋତୂ ବାହାରିଯାଈଛନ୍ତି ।ବଉ ଗାଁରୁ ଅଟୋ ଭଡା କରି ଆସିଥିଲା ମୋତେ ନେଈକି ଚାଲିଯିବାକୁ ।କିଛି ସମୟ ଯାଏଁ ବ୍ୟସ୍ତ ହେଉଥିଲା ବଉ ମୋ ପିଲା ଦିଟା କୁଆଡେ ଗଲେ କହି ।କିନ୍ତୁ ଦୁହିଁଙ୍କ ଆସିବା ଦେଖି ବଉ ,ମୁଁ,ଭାଇ,ଭଉଣୀ ସବୁ ଗାଁକୁ ଗଲୂ ।

ନନା ବହୁତ କାନ୍ଦିଲେ ଛୋଟପିଲାମାନେ କାନ୍ଦିଲା ଭଳି ।ସହିହେଉନଥିଏ ସେ କାନ୍ଦ ସ୍ବର ।ନନା କହିଲେ ଝିଅ କେତେ ବଡ ଭୂଲ୍ କରିଦେଲୁ ।ତୋତେ ପାଠ ପଢାଈ ଭୂଲ୍ କଲି ।ସମସ୍ତଙ୍କୁ ଧୋକା ଦେଲୁ ଆଜି ।କୁଆଡେ ଆତ୍ମହତ୍ୟା କରିଦେବି ଭାବି ଡରିଯାଉଥିଲେ ।ଏପଟେ ଗାଁରେ ନିଆଁପାଣି ବନ୍ଦ କଥା ଭାବି ଥରୁଥିଲେ ବରଡା ପତ୍ର ଥରିବା ଭଳି ।ଶେଷରେ ନିଷ୍ପତ୍ତି ନେଲେ ସେ ଯାହା ହେଉ ବାହା କରିବି ତୋର ସେ ପିଲା ସହ ।ଧନ ନାହିଁ ଜନ ଅଧିକ ।କେରାଣ୍ତି ମାଛଟି ତୋତେ କେମିତି ମିଳିଲା ?ଏମିତି ନାନା କଥା ଶୁଣାଉଥିଲେ ବାପାମାନେ ।

ତଥାପି ନନା ମୋର ଖାତିର ନ କରି ବାହାଘର ପାଈଁ ଦୄୄୄୄୄଢ ହେଲେ ।ସେ ପୁଅଟିକୁ ଡାକେ କହିଲେ ।ଡାକିଲି ଦିନେ ।ନନା ସେ ପୁଅକୁ ଦେଖି ଭାରୁ ଖୁସି ହୋଈଗଲେ ।କହିଲେ ମୋ ଝିଅ ତ ରାଜକୁମାର ଟି ବାଛିଚି ସେ ଯାହା ହେଊ ମୁଁ ସହିବି ।

ବାପା ମାନଙ୍କ କପଟ ଆହୁର ବଢିବାରେଲାଗିଲା ।ନନା କୁ ସାହାଯ୍ୟର ହାତ ବଢାଈନଥିଲେ କେହି ।ନନା ଭାରୀ ଚିନ୍ତାରେ ।ଜ୍ବୋଈଁକୁ ମୁଦି ପାଟ ଲୁନା ଗାଡି ଦେବାକୁ ଭାବିଲେ ।କିନ୍ତୁ ମାମୁଁ ଶ୍ବଶୁର ଆଉ ଅନ୍ୟମାନେ କହିଲେ ବାଈକ୍ କିଣି ଦିଅ ଯଦି ଗାଡି ଦେବାକୁ ଚାହୁଁଛ ।ନନା ଘରକୁ ଆସି ମୁଣ୍ତରେ ହାତ ଦେଈ ବସିଲେ ।ଘର ବିକିଦେଲେ ।ସେ ଟଙ୍କା ବଡବାପା ପ୍ଲାନ୍ ରେ ନେଈଗଲେ ।ଆଉ ଗୋଟିଏ ଘର ଓ ଜାଗା ବିକି ମୋ ବାହାଘର କଲେ ।କିନ୍ତୁ ମୋ ଦୁର୍ଭାଗ୍ୟ ଯେ ଅଜାତିରେ ବାହାଘର ହେଲା କହି ମୋ ମାମୁଁମାନେ ଆସିନଥିଲେ ।ବଉଳ ପାଟ ପିନ୍ଧିବାର ସ୍ବପ୍ନ ଆଜିଯାଏଁ ଅଧା ରହିଗଲା ।କାରଣ ସେ ଲୁଗା ମାମୁଁ ଘରୁ ଆସନ୍ତା ।

ସମସ୍ତଙ୍କ ଆଶୀର୍ବାଦରୁ ବାହାଘର ଭଲରେ ହୋଇଥିଲା ହେଲେ ଅତି ନିକଟ ସଂପର୍କୀୟମାନେ ମୋ ନନାଙ୍କୁ ଭୋଜିଭାତରେ ଡାକିନଥିଲେ ।ଏ ଅନ୍ଧ ଚିନ୍ତାଧାରା ଏତେ କଷ୍ଟଦାୟକ କେବଳ ମୋ ନନାଙ୍କୁ ହିଁ ଜଣା ।

କିଛିଦିନ ପରେ ମୋ ଭଉଣିର ବାହାଘର ବି ଠିକ୍ ହେଲା ଆମ ଜାତି ପିଲା ସହ ।କିନ୍ତୁ ନନାଙ୍କୁ ବଉକୁ ଯିବା ମନା ଥିଲା ।ଆଜି ବି ସେଦିନ ମନେ ପଡିଲେ ଆଖିରୁ ଲୁହ ନ ବାହାରି ଲହୁ ଝରି ପଡୁଛି ।ଏ ଅନ୍ଧ ସମାଜକୁ କିଏ ବୁଝାଈବ ?


Rate this content
Originality
Flow
Language
Cover Design