Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sachidananda Kar

Tragedy

2.5  

Sachidananda Kar

Tragedy

ଘରକୁ ଫେରି ନ ଥିଲା ଝିଅ

ଘରକୁ ଫେରି ନ ଥିଲା ଝିଅ

2 mins
853


ଝିଅର ବୟସ ବଢୁଥିଲା । ଧୀରେ ଧୀରେ ବଡ ହେଉଥିଲା ଝିଅ । ମା' ସବୁଦିନେ ନଡ଼ିଆ ତେଲ ମାଖି ତା'ର ଯେଉଁ ଚୁଟି ସବୁର ଯତ୍ନ ନେଉଥିଲେ ସେସବୁ ଲମ୍ବି ଅଣ୍ଟା ପର୍ଯ୍ୟନ୍ତ ଚାଲି ଆସିଥିଲା । ବେଶ୍ ପୂରିଲା ପୂରିଲା ଲାଗୁଥିଲା ତା'ର ମୁହଁ ।ଆଖି ଦୁଇଟା ଧୀରେ ଧୀରେ କଥାକୁହା ଆଖି ହୋଇ ଯାଇଥିଲା ।ଦେହର ରଙ୍ଗ ଆଗଠାରୁ ଯଥେଷ୍ଟ ଅଧିକ ସଫା ଦିଶୁଥିଲା ।

ପାଞ୍ଚ ଫୁଟରୁ ଦୁଇ ତିନି ଇଞ୍ଚ ଅଧିକ ହୋଇଥିଲା ତା'ର ଉଚ୍ଚତା ।ଛାତି କହି ଦେଉଥିଲା ଝିଅଟା ବଡ଼ ହେଲାଣି ।ଏବଂ ଏହା ମା'ର ମୁଣ୍ଡ ଭିତରକୁ ଗୋଟେ ଦୁଶ୍ଚିନ୍ତା ଡାକି ଆଣୁଥିଲା ।

- ତତେ ଏଣିକି ଅନ୍ତର୍ବାସ ପିନ୍ଧିବାକୁ ହେବ । ବଜାରରୁ ପ୍ରଥମ କରି ତା' ପାଇଁ ତାହା କିଣି ଆଣି ତାକୁ ଦେଉଦେଉ କହିଲେ ତା'ର ମା' । ମା' ହାତରୁ ଅନ୍ତର୍ବାସ ନେଉନେଉ ଟିକେ ମୁର୍କି ହସିଲା ଝିଅ ।

ମା' କହିଲେ - ତୁ ବଡ଼ ହେଲୁଣି ।ତତେ ମୋର କେତେଟା କଥା କହିବାର ଅଛି ।

-  କ'ଣ କହିବ କୁହ  । କହିଲା ଝିଅଟି ।

ମା' କହିଲେ -  ତୁ କଲେଜ ଯାଉଛୁ ।କଲେଜ ସାରି ତତେ ପୁଣି କୋଚିଂ ସେଣ୍ଟର ଯିବାକୁ ପଡୁଛି ।

ଝିଅ କହିଲା - ମା' , ତୁମେ ଏତେ ବ୍ୟସ୍ତ ହୋଇପଡୁଛ କାହିଁକି ? ମୁଁ ଏକା ନୁହେଁ, ମୋ ପରି କେତେ ଝିଅ ଯାଉଛନ୍ତି ।

ମା' କହିଲେ – ହଁ ଯେ,ହେଲେ ତତେ କେତେଟା କଥା ନ କହିଲେ ମତେ ଆଦୌ ଶାନ୍ତି ଲାଗିବ ନାହିଁ । ଆଜିକାଲି ଦୁନିଆକୁ ଦେଖି ମୁଁ କ'ଣ ନିଶ୍ଚିନ୍ତ ରହିପାରୁଛି !

- କ'ଣ କହିବ କୁହ ତେବେ । କହିଲା ଝିଅଟି ।

ମା' କହିଲେ - କେତେବେଳେ କେଉଁଠି କିଏ କେଉଁ ଝିଅ ବିରୋଧରେ ଷଡଯନ୍ତ୍ର କରୁଛି ତାହା କହି ହେବନି ।ତେଣୁ ମୋର କହିବାର କଥା ତୁ ସବୁବେଳେ ସତର୍କ ରହିଥିବୁ ।ଲୋଭ ରଖିବୁନି କି ପଦ୍ମ ତୋଳିବାକୁ ପୋଖରୀରେ ପଶିବୁନି ।ସବୁବେଳେ ନିଜ ବାଟରେ ଥିବୁ । ମା'ର କଥା ସବୁ ଶୁଣି ସାରିବା ପରେ ଝିଅଟି ଗୋଟେ ଦୀର୍ଘଶ୍ବାସ ମାରିଲା ।ପରେ କହିଲା - ମା' ତୁମେ ବ୍ୟସ୍ତ ହୁଅନି ।ମୁଁ ପରା ବଡ଼ ହେଲିଣି ।  ମା' ଚୁପ୍ ରହିଲେ  । ମନେମନେ ନିଜ ଭିତରକୁ ଦମ୍ଭ ଆଣିଲେ  ।

କିଛି ଦିନ ଗଲା ।

ଦିନେ ସଂଜ ଗଡିଲା ରାତି ହେଲା ।ଘରକୁ ଫେରି ନଥିଲା ଝିଅ ।ବ୍ୟସ୍ତ ହେଉଥିଲେ ମା' ।ଯେତେଥର ଚେଷ୍ଟା କଲେ ବି ତା'ର ମୋବାଇଲ ରିଂ ରିଂ ହୋଇ କଟି ଯାଉଥିଲା । ରାତି ଘଣ୍ଟାରେ ନଅଟା ବାଜିବାକୁ ଯାଉଥିଲା ।ଝିଅ ଆସି ଘରେ ପହଞ୍ଚିଲା ।ତା'ର ଚୁଟି ସବୁ ଅଡ଼ୁଆ ତଡୁଆ ହୋଇଥିଲା ।ଡ୍ରେସ ଚିରିଥିଲା ।ରକ୍ତ ଲାଗିଥିଲା ସେଥିରେ ।ଗାଲରେ କାମୁଡା ଚିହ୍ନ ଦିଶୁଥିଲା । ତାକୁ ଏପରି ଅବସ୍ଥାରେ ଦେଖି ମା' ବିସ୍ମିତ ହୋଇଗଲେ ।ମନେମନେ ଡରିଗଲେ । କିଛି ପଚାରିବା ଆଗରୁ ଝିଅ କହିଲା - ସେମାନେ ମୋ ଠାରୁ ମୋବାଇଲ ଛଡେଇନେଲେ,ମା' ।ସମସ୍ତେ ମିଶି ମୋ ସର୍ବସ୍ବ ଲୁଟିନେଲେ ।

- ସଂଜ ଆଗରୁ ତୋର ଘରକୁ ଫେରିବାର ଥିଲା ।ସେଦିନ ତତେ ସବୁ କହିଥିଲି,ହେଲେ ଏହି କଥାଟି କହି ପାରିନଥିଲି ।ତୋର ଏଇ ସ୍ବାଧୀନତା ନାହିଁ, ମା'  । ମୁଁ ଦୁଃଖିତା ।  ଅନୁତାପ କଲେ ମା'। ସର୍ବସ୍ବ ହରାଇଥିବା ଦୁଃଖରେ ଗୋଟେ ନିଷ୍ଫଳ କାନ୍ଦ କାନ୍ଦୁଥିଲା ଝିଅଟି।

ଝିଅଟିଏ - - - - - କେବେ ପାଇବ ଏ ସ୍ବାଧୀନତା ? ? ?


Rate this content
Log in

Similar oriya story from Tragedy