Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଅବୋଲକରା କାହାଣୀ - ୧୮
ଅବୋଲକରା କାହାଣୀ - ୧୮
★★★★★

© ଓଡିଆ ଶିଶୁ ଗପ

Children

4 Minutes   7.7K    15


Content Ranking

ସୁନ୍ଦରୀ ଗଣିକା - ୨

ସୌଦାଗର ଦେଖିବାକୁ ମଦନଙ୍କ ପରି ସୁନ୍ଦର । ଦିନକର କଥା ତାଙ୍କର ସେହି ସୁନ୍ଦର ରୂପ ଦେଖି ଏକ ସୁନ୍ଦରୀ ଗଣିକା ତାଙ୍କର ପ୍ରେମରେ ପଡି ଗଲା । ଗଣିକା ତା’ର ଆକର୍ଷଣୀୟ ସୁନ୍ଦର ରୂପରେ ସୌଦାଗରଙ୍କର ମନକୁ ଜିଣି ତାଙ୍କୁ ଖୁବ୍ ପାଖକୁ ନେଇ ଗଲା । ନାଚ, ଗୀତ ଦ୍ୱାରା ତାଙ୍କୁ ମୋହିତ କଲା । ଏମିତି ଏକ ଦୁର୍ଯୋଗ ବେଳ ଆସିଲାଯେ ସୌଦାଗରଙ୍କର ଧନ ଦୌଲତ ସବୁ ଚାଲି ଗଲା । ସମସ୍ତେ ତାଙ୍କୁ ହତଭାଗ୍ୟ ସୌଦାଗର ଭାବରେ ପରିଚିତ କଲେ । କିନ୍ତୁ ସୁନ୍ଦରୀ ଗଣିକା ମାନସୀ ସୌଦାଗରଙ୍କର ମନକୁ ନିଜ ଆୟତରେ ରଖିବା ଲାଗି ପ୍ରତି ଦିନ ସୌଦାଗରଙ୍କୁ ଗୋଟିଏ ଗୋଟିଏ ସୁବର୍ଣ୍ଣ ଓ ହୀରା ପ୍ରଦାନ କରୁଥିଲା । ଏହା ପରେ ସୌଦାଗର ଗରିବ ହୋଇଯିବା ଯୋଗୁଁ ଗଣିକା ସୌଦାଗରକୁ ନିଜ ଧନରେ କୋଠା ବାଡି ନିର୍ମାଣ କରାଇ ଦେଲା ।

ଗଣିକା ମାନସୀ ସମସ୍ତ ଦିଗରୁ ସୌଦାଗରଙ୍କର ମନକୁ ଜିଣିଲା । ଠିକ୍ ସେମିତି ସୌଦାଗର ମଧ୍ୟ ତାଙ୍କ ଆଗ ଭାର୍ଯ୍ୟା ମାନଙ୍କୁ ଭୁଲି ଗଣିକା ପ୍ରେମରେ ପଡି ସଦା ସର୍ବଦା ସେହି ଗଣିକା ସହିତ ରହିବାକୁ ଭଲ ପାଇଲେ, ସେଥି ଲାଗି ଗଣିକା ମାନସୀ ସଦା ସର୍ବଦା ସୌଦାଗରଙ୍କର ନୂଆ ଉଆସକୁ ଯିବା ଆସିବା ମଧ୍ୟ କଲା । ସୌଦାଗରଙ୍କର ସବୁ ଭାର୍ଯ୍ୟାଙ୍କ ନାମରେ ଲଗେଇ ଜୁଟେଇ ବହୁ ମିଛ କଥା କହିଲା । ଏମିତି ହେଲା ଯେ ଯେଉଁ ସାନ ଭାର୍ଯ୍ୟାକୁ ସୌଦାଗର ନିଜ ଜୀବନ ଦେଇ ଭଲ ପାଉ ଥିଲେ ସେ ସୌଦାଗର ତାଙ୍କ ସାନ ଭାର୍ଯ୍ୟା ଅମତିକୁ ମଧ୍ୟ ଆଉ ଭଲ ପାଇଲେ ନାହିଁ । ତା’ଛଡା ଗଣିକା ଜାଣି ଥିଲା ଯେ ସୌଦାଗରଙ୍କର ତାଙ୍କ ସାନ ଭାର୍ଯ୍ୟା ଉପରେ ବେଶୀ ମୁଅଁସ । ତେଣୁ ସତ ମିଛ କହି ସେ ଗଣିକା ସବା ଆଗେ ସାନ ଭାର୍ଯ୍ୟାଙ୍କ ପାଖରୁ ସୌଦାଗରଙ୍କୁ ଦୂରେଇ ଦେଲା ।

ସାନ ଭାର୍ଯ୍ୟା ଅମତି କିନ୍ତୁ ଧର୍ମ ପ୍ରାଣା ଥିବାରୁ ସେ ଗୋପନରେ ସନ୍ତୋଷୀ ମାଆଙ୍କର ସେବା ଆରାଧନା କରୁ ଥାଏ । ଗୋପନେ ଗୋପନେ ଏ କଥା ଗଣିକା ଜାଣି ପାରି ସୌଦାଗରଙ୍କୁ କୁହନ୍ତେ ସୌଦାଗର ତାଙ୍କ ସାନ ଭାର୍ଯ୍ୟାକୁ ଦଣ୍ଡ ଦେଇ ନିଜ ଉଆସରୁ ବାହାର କରି ଦେଲା । କାରଣ ଏହା ସୌଦାଗରଙ୍କ ଲାଗି ବିନାଶ କାଳେ ବିପରୀତ ବୁଦ୍ଧି ।

ଏଥୁ ଅନ୍ତେ ସାନ ଭାର୍ଯ୍ୟା ଅମତି ଓ ସୌଦାଗରର ଅନ୍ୟ ଭାର୍ଯ୍ୟା ସେହି ସୌଦାଗରର ଉଆସ ପରିତ୍ୟାଗ କରି ଚାଲି ଗଲେ । ସାଙ୍ଗରେ ସାତଟି ଯାକ ପିଲାଙ୍କୁ ମଧ୍ୟ ସେମାନେ ନେଇ ଯାଇ ଥିଲେ । ସେମାନେ କିଛି ଦିନ ଏହି ପରି ବୁଲି ବୁଲି ଚଳିଲେ । ସାନ ଭାର୍ଯ୍ୟାଙ୍କ ପ୍ରତି ସନ୍ତୋଷୀ ମାଆଙ୍କର ଦୟା ହେବାରୁ ଜଣେ ବଙ୍ଗାଳୁଣୀ ସାଥିରେ ତାର ଦିନେ ସାକ୍ଷାତ ହେଲା । ସେ ବଙ୍ଗାଳୁଣୀ ପୁଣି ଅନ୍ନପୂର୍ଣ୍ଣାଙ୍କର ଉପାସନା କରି ଅନେକ ଧନ ସଂଚୟ କରିଥିଲା । କିନ୍ତୁ ଭାଗ୍ୟର ବିଡମ୍ବନା ବଙ୍ଗାଳୁଣୀର ଅମାପ ଧନ ଥିଲେ କ’ଣ ହେବ ଖାଇବା ଲାଗି ତା’ର ପୁଅ ଝିଅ କିମ୍ବା ସ୍ୱାମୀ ଏପରି କେହି ନଥିଲେ । ଏହି ପରି ଏକା ଏକା ଘରେ ବସି ବସି ସେ ବୁଢୀ ହୋଇ ଗଲା । ଏମିତି କିଛି ଦିନ ସେହି ବୁଢୀ ପାଖରେ ରହି ସାନ ଭାର୍ଯ୍ୟା ଅମତି ତା’ର ମନ ଲଗାଇ ଖୁବ୍ ସେବା କଲା । ବୁଢୀ ଅଳ୍ପ ଦିନ ରହି ମରି ଯିବା ଆଗରୁ ସାନ ଭାର୍ଯ୍ୟାକୁ କହିଲା – ଆଲୋ ଝିଅ ଅମତି, ମୋର ତ ପୁଅ ନାହିଁ କି ଝିଅ ମଧ୍ୟ ନାହିଁ । ମୋର ମରିବା ବେଳ ହେଲା, ତୁ ମୋତେ ନିଜର ଝିଅ ଠାରୁ ବଳି ଅଧିକ ସେବା କଲୁ । ଆଜି ଠାରୁ ଏ ସବୁ ଧନ ତୁ ଭୋଗ କରିବୁ ।

ଏହା ପରେ ବୁଢୀ ମରିଗଲା । ସାନ ଭାର୍ଯ୍ୟା ଅମତି ବୁଢୀର ଶୁଦ୍ଧି କ୍ରିୟା କଲା । ସେହି ଧନରେ ସେ ତା ଛୁଆ ମାନଙ୍କୁ ମଣିଷ ମଧ୍ୟ କଲା । ଆଉ ସେହି ଠାରେ ସନ୍ତୋଷୀ ମାଆଙ୍କର ପୂଜା ବ୍ରତ କଲା ।

ସାନ ଭାର୍ଯ୍ୟାର ଭାଗ୍ୟ ଦେଖ । ଯୋଗକୁ କାଶୀ ରାଜ୍ୟର ରାଜାଙ୍କର ଦେହାନ୍ତ ହୋଇ ଗଲା । ହାତୀ ସୁନା କଳସ ଢାଳିବା ପରି ଅମତିର ବଡ ପୁଅ ସେହି ରାଜ୍ୟର ରାଜା ହେଲା । ସେହି ରାଜ ଉଆସରେ ଯେତେ ଦାସ ଦାସୀ ଥିଲେ ସେମାନେ ସମସ୍ତେ ଆସି ରାଜାଙ୍କର ମାଆ ଅମତିର ସେବା ଯତ୍ନ କଲେ । ସେପଟେ ସନ୍ତୋଷୀ ମାଆଙ୍କର କ୍ରୋଧିତ ଦୃଷ୍ଟି ସୌଦାଗର ଉପରେ ପଡିଲା । ସୌଦାଗର ରୋଗ ଶଯ୍ୟାରେ ପଡି ଅସୁସ୍ଥ ହେଲେ । ଚୋର ମାନେ ସୌଦାଗରର ଉଆସରେ ପଶି ସବୁ ଧନ ବୋହି ନେଲେ । ଗଣିକା ଆଉ ଯାହା କିଛି ଧନ ଥିଲା ତାହା ଧରି ସେଠାରୁ ପଳାଇଲା । ଏହା ପରେ ଦରିଦ୍ର ସୌଦାଗରର ଗଛ ତଳ ହେଲା ଆଶ୍ରୟ ସ୍ଥଳ ।

ବିପରୀତ ବୁଦ୍ଧି ବିନାଶ କାଳ । ଧନ ଗର୍ବରେ ନିଜର ପିଲା ଛୁଆଙ୍କ ମୁଖକୁ ନଚାହିଁ ସୌଦାଗର ସେ ଗଣିକା ପଛରେ ଧାଇଁଲେ । ସେ ସୌଦାଗର ଜଣକ ମଧ୍ୟ ବିନା ଦୋଷରେ ତାଙ୍କ ସ୍ତ୍ରୀ ମାନଙ୍କୁ ଘରୁ ତଡିଦେଲେ । ଆଜି ସେ ସର୍ବସ୍ୱ ହରାଇ ଦାଣ୍ଡର ଭିକାରି ହେଲେ ।

ସାନ ରାଣୀର ପୁଅ ତ ରାଜା ହୋଇଥିଲା । ସେ ଏ ସମ୍ବାଦ ପାଇ ଆସି ତାଙ୍କ ପିତାଙ୍କୁ ପ୍ରଣାମ କଲା । ସୌଦାଗରର ଅନ୍ୟ ପୁଅ ଝିଅ ମାନେ ଆସି ତାଙ୍କ ପିତାଙ୍କୁ ରାଜ ଉଆସକୁ ନେଇ ଗଲେ ।

ଉପରୋକ୍ତ ସମସ୍ତ ବିଷୟ ଅବଗତ ହେବା ପରେ ରାଜାଙ୍କ ମୁଣ୍ଡରେ ଗୋଟିଏ କଥା ପଶିଲା । ବିପରୀତ ବୁଦ୍ଧି ବିନାଶର କାଳ ହେଲା ବୋଲି ଜାଣି ପାରି ରାଜା ତାଙ୍କର ନବ ନିର୍ମିତ ଧର୍ମଶାଳାଠାରେ ଏକ ସ୍ତମ୍ବ ନିର୍ମାଣ କରି ରାଜ୍ୟର ସମସ୍ତ ପ୍ରଜାଙ୍କର ଅବଗତ ନିମନ୍ତେ ସେହି ବାକ୍ୟଟିକୁ ଖୋଦିତ କରି ଦେଲେ । ଯେତେବେଳେ ଯେଉଁ ବାଟୋଇ ସେହି ପଥରେ ଯାଆନ୍ତି ସମସ୍ତେ ସେହି ବାକ୍ୟଟିକୁ ପାଠ କରି ନିଜର ଜମୁ ଥିବା ଅଧର୍ମ ପଥରୁ ଦୂରେଇ ରୁହନ୍ତି ।

କଥାଟି ଅବୋଲକରାର ମନକୁ ବେଶ୍ ପାଇ ଗଲା । ସେ ହସି ହସି କହିଲା ଆପଣେ ଗୋସାଇଁ ସିନା କଥାଟାର ଅସଲ ମର୍ମକୁ ବୁଝି ଥିଲେ ବୋଲି ମୋତେ ବୁଝାଇ ଦେଲେ, ହେଲେ ସେଠାରେ ତ ଏହାର ଉତ୍ତର ମୋତେ କେହି ଦେଇ ପାରିଲେ ନାହିଁ । ହେ ମହାନୁଭବ ଆପଣଙ୍କୁ ମୋର କୋଟିଏ ଜୁହାର । ଏଥର ମୁହଁ ହାତ ଧୁଅନ୍ତୁ । ଖାଇ ବସିବା ।

ସୌଦାଗର ମଦନ ସୁନ୍ଦରୀ

Rate the content


Originality
Flow
Language
Cover design

Comments

Post

Some text some message..