Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଅବୋଲକରା କାହାଣୀ - ୨୧
ଅବୋଲକରା କାହାଣୀ - ୨୧
★★★★★

© ଓଡିଆ ଶିଶୁ ଗପ

Classics

3 Minutes   7.6K    13


Content Ranking

ପାଷାଣ ବୋହୂ - ୧

ଦେଶର ନାମ ପୁଣ୍ୟ ଇଣ୍ଡିଆ ବର୍ଷ । ଏହି ଦେଶରେ କାଶୀ ନାମରେ ଏକ ପବିତ୍ର ସ୍ଥାନ ଥିଲା । ଉପଦେଷ୍ଟା ଓ ବୋଲକରା ଦୁହେଁ ସେହି ପୁଣ୍ୟ ସ୍ଥାନ ଦର୍ଶନ କରିବା ନିମନ୍ତେ ପୁଣ୍ୟ ଗଙ୍ଗା ନଦୀର କୂଳେ କୂଳେ ଚାଲିଲେ । ଏମିତି ଅନେକ ଦୂର ଚାଲିଯିବା ପରେ ଉପଦେଷ୍ଟା କହିଲେ –

ରହ ବୋଲକରା କଥା ମୋ ଶୁଣ

ପୁଣ୍ୟତୀର୍ଥ ପୁଣି ଏ କାଶୀ ଜାଣ

ଗଙ୍ଗା କୂଳ ଠାରୁ ପବିତ୍ର ନାହିଁ

ପବିତ୍ର ଜଳର ହସ୍ତରେ ନେଇ

ମୁଣ୍ଡରେ ଲଗାଅ ହୋଇ ହରଷେ

ଏଥୁ ପାପ ଯାଏ ହୋଇ ସବଂଶେ ।

ରହିଯା, ଆମେ ଅଳ୍ପ ସମୟ ଲାଗି ଏଠାରେ ବିଶ୍ରାମ ନେଇ ପୁଣି ଆଗକୁ ଚାଲିବା । ଆଗରେ ଅଛି ଆହୁରି ଅନେକ ତୀର୍ଥ ମଠ ମନ୍ଦିର । ସେଠାରେ ଆମେ ପାନ୍ଥଶାଳା ଆଦି ଦେଖିବା । ଏହା କହି ଚତୁର ବ୍ୟଙ୍ଗ କଥାକାର ସେହି ଗଙ୍ଗା କୂଳରେ ଥିବା ଏକ ବଟ ବୃକ୍ଷ ମୂଳରେ ବସି ପଡିଲେ । ଅବୋଲକରା କହିଲା – ମହାନୁଭବ ମହାପ୍ରଭୁ, ଆପଣଙ୍କ ପାଖରେ ଗଣ୍ଠିଲି ରଖିଲି । ଆପଣେ ଏଠାରେ ବସି ଥକ୍କା ମେଂଟାଉ ଥାଆନ୍ତୁ । ମୁଁ ଏହି ଆଖ ପାଖର ଦର୍ଶନୀୟ ସ୍ଥାନ ମାନ ବୁଲି ଦେଖୁଛି ।

ବ୍ୟଙ୍ଗ କଥାକାର ସେଠାରେ ବସି ଥକ୍କା ମେଂଟାଇଲେ । ବୋଲକରା ସେହି ଗଙ୍ଗା ନଦୀର କୂଳେ କୂଳେ ଆଗକୁ ଗଲା । ଅଳ୍ପ କେତେ ବାଟ ଯାଇଛି ଅବୋଲକରା ସବୁ ସ୍ଥାନକୁ ଦେଖୁଥିବା ମଧ୍ୟରେ ତା’ର ଦୃଷ୍ଟିକୁ ଏମିତି ଏକ ଦୃଶ୍ୟ ଆସିଲା ଯେ ସେ ଓ ତା’ର ଆଖି ସେହିଠାରେ ଲାଗି ଗଲା ।

ପଥ ପ୍ରାନ୍ତରେ ସୁନ୍ଦର ମନ୍ଦିର ଗୋଟିଏ । ସେହି ମନ୍ଦିର ମଧ୍ୟରେ ଛୋଟ କୁନି ବୋହୂଟିଏ ନିଜର ଓଢଣା ଟାଣି ବସିବାର ଏକ ନାରୀ ମୂର୍ତ୍ତି ସେ ଅବୋଲକରା ଦେଖିଲା । ପୁଣି ସେହି ନାରୀ ମୂର୍ତ୍ତି ନିକଟରେ ଘାଟକୁ ଯେଉଁ ନାରୀ ମାନେ ସ୍ନାନ କରିବାକୁ ଆସୁଛନ୍ତି, ସେମାନେ ସେମାନଙ୍କ ସ୍ନାନ ସାରି ସେହି ମନ୍ଦିର ନିକଟକୁ ଯାଉଛନ୍ତି । ସେ ନାରୀ ମୂର୍ତ୍ତିକୁ ପ୍ରଣାମ କରୁଛନ୍ତି । ଧୂପ ଦୀପ ପୁଷ୍ପାଦି ଦେଇ ନୈବେଦ୍ୟ କରୁ ଛନ୍ତି ।

ଅବୋଲକରା ଭାବିଲା – ରାଧା, ପାର୍ବତୀ, ସୀତା, ସାବିତ୍ରୀ, କାଳୀ, ଦଶଭୂଜା ଆଉ ଅଷ୍ଟଚଣ୍ଡୀ ପରେ ଅନେକ ଦେବୀଙ୍କର ପୂଜା ପାଇବାର ସେ ଦେଖିଥିଲେ । ଏବେ ସେ ଏକ ଦେବୀଙ୍କର ମୂର୍ତ୍ତି ଦେଖୁଛି ।

ଅବୋଲକରାର ମନରେ ଏମିତି ଅନେକ ପ୍ରଶ୍ନ ଆସିବାରୁ ଅବୋଲକରା ସେହିଠାରୁ ଫେରି ଆସି ଦେଖିଲା ବ୍ୟଙ୍ଗ କଥାକାର ପାନ ଭାଙ୍ଗି ବସିଛନ୍ତି । ବୋଲକରା କହିଲା –

ଦେଖିଲି ମହାନୁଭବ ଅପୂର୍ବ କଥା

ବସି ଅଛି ବୋହୂ ହୋଇ ଅବସ୍ଥା ।

ଆସନ୍ତି ଯେ ନାରୀ କରନ୍ତି ସ୍ନାନ

ପୂଜା କରୁଛନ୍ତି ଦେଇ ଚନ୍ଦନ ।

ଏମିତି ଦେବୀଙ୍କୁ ଦେଖି ନଥିଲି

ଦେଖିବା ପରେ ମୁଁ ଏବେ ଚିନ୍ତିଲି ।

କୁହନ୍ତୁ ମହାନୁଭବ ଏହାର ଗୁଣ

ଶୁଣିବା ପାଇଁକି ହୋଇଛି ମନ ।

ସୁନ୍ଦର ଛୋଟିଆ ମନ୍ଦିରଟିଏ । ମନ୍ଦିର ମଧ୍ୟରେ ପାଷାଣରେ ଗଢା କୁନି ବୋହୂଟିଏ ବସିଛି । ସେଠାରେ ସ୍ତ୍ରୀ ଲୋକ ମାନେ ଯେ ଗଙ୍ଗା ସ୍ନାନ କରୁଛନ୍ତି ସେମାନେ ସେମାନଙ୍କ ସ୍ନାନ ସାରି ସେହି ମନ୍ଦିରକୁ ଆସୁଛନ୍ତି । ପାଷାଣର କୁନି ବୋହୂକୁ ଧୂପ, ଦୀପ, ଫୁଲ, ଚନ୍ଦନ ଦେଇ ପୂଜା କରୁଛନ୍ତି । ଏମିତି ଦେବୀ ତ ମୁଁ କୌଣସି ସ୍ଥାନରେ କେବେ ବି ଦେଖି ନଥିଲି । ଆପଣ କିନ୍ତୁ ଏ ଦେବୀଙ୍କର ସବୁ କଥା କହିବେ । ତାହା ନହେଲେ ମୋର ତୀର୍ଥ କରିବା ଏହି ଠାରୁ ଶେଷ ହେବ । ମୁଁ ମୋ ବାଟରେ ଯିବି । ଆପଣେ ମହାନୁଭବ ଆପଣଙ୍କର ତୀର୍ଥ କରୁ ଥିବେ ।

ବୋଲକରା ଠାରୁ ଏ କଥା ଶୁଣିବା ମାତ୍ରେ ଚତୁର କଥାକାର କହିଲେ – ହଉ ହେଲା ଆ ଏଠାରେ ବସି ପଡ । ମୁଁ ତୋତେ ଏବେ ସେହି ପାଷାଣ ବୋହୂର କୀର୍ତି ଶୁଣାଇବି । ବୋଲକରା ଏବେ ଆନନ୍ଦ ମନରେ ଉପଦେଷ୍ଟାଙ୍କ ପାଖକୁ ଆଉ ଖଣ୍ଡିଏ କମ୍ବଳ ପକାଇ ନିଜେ ବସି ପଡିଲା । କଥାକାର କହିଲେ ଏହି ପୁଣ୍ୟ ଭୂମି ଇଣ୍ଡିଆ ବର୍ଷରେ ଗୋଟିଏ ରାଜ୍ୟ ଥିଲା । ସେ ରାଜ୍ୟର ଯେ ରାଜା ଥିଲେ ସେ ପୃଥିବୀର ସବୁ ରାଜାଙ୍କ ଠାରୁ ବଡ ଯୋଦ୍ଧା ଥିଲେ । ଶକ୍ତିରେ କେହି ତାଙ୍କୁ ପରାଜୟ କରି ପାରୁ ନଥିଲେ । ସେଥି ଲାଗି ସେ ରାଜ୍ୟର ନାମ ଥିଲା ଅଯୋଧ୍ୟା । ସେହି ଅଯୋଧ୍ୟାରେ ଜଣେ ପୁଣ୍ୟବନ୍ତ ରାଜା ଥିଲେ । ସେ ରାଜାଙ୍କ ନାମ ଥିଲା ହରିଶ୍ଚନ୍ଦ୍ର । ସେ ଖୁବ୍ ଦାନୀ ଥିଲେ । ତାଙ୍କୁ ଯିଏ ଯେତେବେଳେ ଯାହା ପ୍ରାର୍ଥନା କଲା ତାହା ସେ ସଙ୍ଗେ ସଙ୍ଗେ ତାଙ୍କୁ ଦାନ କରି ଦେଉ ଥିଲେ । ତାଙ୍କ ପ୍ରଜା ମାନଙ୍କୁ ସେ ନିଜ ପୁଅ ପରି ଦେଖୁ ଥିଲେ । ତାଙ୍କ ରାଜ୍ୟରେ କେହି ଉପାସରେ ରହୁ ନଥିଲେ । ଦାନା କନାର ଅଭାବ ମଧ୍ୟ ସେ ରାଜ୍ୟରେ ନଥିଲା । ସେହି ରାଜାଙ୍କର ରାଣୀ ଥିଲେ ଶବ୍ୟା । ରୋହିତ ନାମକ ଗୋଟିଏ ମାତ୍ର ପୁଅକୁ ଧରି ସେ ରାଜା ରାଣୀ ତାଙ୍କ ରାଜ୍ୟକୁ ଚଳାଉ ଥିଲେ ।

କାଶୀ ଦେବୀ ଶବ୍ୟା

Rate the content


Originality
Flow
Language
Cover design

Comments

Post

Some text some message..