Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Children

2  

ଓଡ଼ିଆ ଗଳ୍ପ ଓ କବିତା - ୩

Children

କିଏ ତା'ର ବାପା

କିଏ ତା'ର ବାପା

2 mins
7.5K


ଡକ୍ଟର ଲକ୍ଷ୍ମୀକାନ୍ତ ଖୁଣ୍ଟିଆ

କାଶୀ ନଗରୀରେ ହରିଦତ୍ତ ନାମରେ ବ୍ରାହ୍ମଣଟିଏ ରହୁଥିଲା l ‘ଲୀଳା ‘ ନାମରେ ତା’ର ଗୋଟିଏ ସୁନ୍ଦରୀ ଝିଅଥିଲା l ଦିନେ ରାତିରେ ଲୀଳା ସୋଇଥିଲା ବେଳେ କାହାର ଚାପା ସ୍ଵର ଶୁଣି ତାକୁ ତା’ର ପରିଚୟ ପଚାରିଲା l ଚୋରଟି କହିଲା, ‘’ ମୋତେ ଜଣେ ଜଗୁଆଳି ଦେଖିଦେଲା l ମୁଁ ଏଠାକୁ ଆସୁଛି , କିଛି ସମୟରେ ଚାଲିଯିବି l ‘’ ଏତିକି ବେଳେ ଜଗୁଆଳିର ପାଟି ଶୁଣାଗଲା l ଲୀଳା ତା’ର କଥାକୁ ବିଶ୍ଵାସ କଳା ଓ ତାକୁ ନିଜ ପାଖରେ ରଖିଲା l

ଚୋରଟି କିଛି ଦିନ ରହି ସେଠାରୁ ଚାଲିଗଲା l ଏହାପରେ ଚୋରଟି ଅନ୍ୟଦିନେ ଜଗୁଆଳି ହାତରେ ଧରାପଡ଼ି ଫାଶୀ ପାଇଲା l ସେ ଖବର ପାଇ ଲୀଳା ଦୁଃଖରେ ଭାଙ୍ଗି ପଡ଼ିଲା l କାରଣ ସେତେବେଳକୁ ଲୀଳା ଗର୍ଭବତୀ ଥିଲା l ହେଲେ ଏତିକି ବେଳେ ଲୀଳା ଅନ୍ୟଆଡ଼େ ବିଭାହୋଇ ଚାଲିଗଲା l ଠିକ୍ ସମୟରେ ତା’ର ପୁଅଟିଏ ଜନ୍ମ ହେଲା l ପ୍ରକୃଟତରେ ପୁଅଟିର ବାପା ସେହି ଚୋରଥିଲା l ପୁଅଟି ଯୁବକ ହେଲାପରେ ତା’ର ବାପା ମରିଗଲା l କିଛିଦିନ ଗଲାପରେ ‘ଲୀଳା ‘ ର ମଧ୍ୟ ମୃତ୍ୟୁ ହୋଇଗଲା l

ପୁଅଟି ବଡ଼ ହୋଇ ପିତୃପକ୍ଷ ଅମାବାସ୍ୟାରେ ଫଲ୍ଗୁ ନଦୀରେ ପିଣ୍ଡଦାନ କରିବାକୁ ଗଲା l ନଇକୂଳରେ ବସି ପିଣ୍ଡ ଦେଲାବେଳେ ହଠାତ୍ ତିନୋଟି ହାତ ବାହାରକୁ ଆସି ପିଣ୍ଡପାଇଁ ହାତ ହଲାଇଲେ l ଏକାବେଳେ ତିନୋଟି ହାତ ପିଣ୍ଡ ମାଗୁଥିବାରୁ ସେ ଖୁବ୍ ଆଶ୍ଚର୍ଯ୍ୟ ହେଲା ଲ ଏହି ସମୟରେ ଗୋଟିଏ ହାତ ଥାଇ କହିଲା ‘’ ମୁଁ ତୋର ମାଆ l ‘’ ପୁଅଟି ସଙ୍ଗେ ସଙ୍ଗେ ତାଙ୍କୁ ପିଣ୍ଡ ଦେଲା l ଏହାପରେ ଆରଦୁଇଟି ହାତ ଜଣଜଣ ହୋଇ କହିଲେ ‘ମୁଁ ତୋର ବାପା ‘ l ସେ ଦୁଇ ଜଣ କିପରି ବା ତା;ର ବାପା ହେବେ ? ପୁଅଟି ଟିକେ ଆଶ୍ଚର୍ଯ୍ୟ ହେଲା l ହାତ ଦୁଇଟି ନିଜର ପରିଚୟ ଦେଇ ପୁଅକୁ ସବୁ କହିଦେଲେ l ବିଚରା ପୁଅଟି ଏବେ କାହାକୁ ପିଣ୍ଡ ଦେବ, ଜମା ଠିକ୍ କରିପାରିଲା ନାହିଁ l

ବେତାଳ କହିଲା – ରାଜା ! ତୁମେ ବିଚାର କରି କୁହ, ସେ କାହାକୁ ପିଣ୍ଡଦାନ କରିବ ? ଆଉ କାହାକୁ ନିଜର ବାପା ବୋଲି ଗ୍ରହଣ କରିବ ?

ରାଜା ବିକ୍ରମାଦିତ୍ୟ କିଛି ସମୟ ଭବିଲାପରେ କହିଲେ,’’ ଶୁଣ ବେତାଳ ! ଖାଲି ଜନ୍ମ ଦେଇ ପକାଇଲେ କେହି ଅନ୍ୟର ପିତାମାତା ହୋଇଯାଏ ନାହିଁ l ଯିଏ ଶିଶୁକୁ ଲାଳନ ପାଳନ କରି ବଢାଇଲା, ସେ ହିଁ ତା’ର ବାପା ହୋଇପାରିବ l ଏଣୁ ସେ ସେହି ତୃତୀୟ ହାତକୁ ପିଣ୍ଡଦାନ କରିବା ଠିକ୍ ହେବ l କାରଣ ତୃତୀୟ ହାତଟି ତା’ର ପ୍ରକୃତ ବାପା l ‘’

ବେତାଳ ଟିକେ ନୀରବ ରହି କହିଲା – ‘’ ତୁମର ଏ ବିଚାର ସଂପୂର୍ଣ୍ଣ ଠିକ୍ l ‘’ ଏତିକିବେଳେ ବେତାଳ କାନ୍ଧରୁ ଖସିଯାଇ ସେହି ଗଛରେ ପୁଣି ଥରେ ଓହଳି ପଡ଼ିଲା l


Rate this content
Log in

Similar oriya story from Children