Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ପୋଷ୍ଟମର୍ଟମ୍
ପୋଷ୍ଟମର୍ଟମ୍
★★★★★

© Soumya Shubhadarshinee

Others

6 Minutes   7.5K    16


Content Ranking

ସମୟ ଗୋଟେ ମୁଠା ପବନ । କେବେ ଇଡି ଯିବ ଜାଣେନା କେହି। ତେଣୁ ଶୋଷି ନେବାହିଁ ଜୀବନ।.......

★★★★★

ଶବାଗାର କେମିତି ଯାଏ ଜୀବନ୍ତ ମଣିଷ ? ହଁ , ଯାଏ ବେଳେବେଳେ ମୃତ ମଣିଷର ସନ୍ଧାନରେ, ହଜିଗଲେ କେହି ଆତ୍ମୀୟ ଅନିଶ୍ଚିତ ଅନ୍ଧକାର ଭିତରେ ଅନିର୍ଦ୍ଧିଷ୍ଟ କାଳ ପାଇଁ।

ଖୁବ୍ ଜୋରରେ ଜାବୁଡି ଧରିଥିଲା ଚିନ୍ମୟୀ ସୁମନ୍ତର ହାତକୁ। ନହେଲେ ଗୋଟେ ପାଦଯାଇ ପାରିନଥାନ୍ତା। ଏମିତି ସମୟରେ କେହି କ'ଣ ଆୟତ୍ତରେ ରହିପାରେ। ଗୋଟେ ଅଗ୍ନି ପାରାବାର ଲଙ୍ଘି ବାକୁ ଜଣେ କ'ଣ ଏକାକୀ ଯାଇ ପାରେ ??

ଡ୍ୟୁଟି ନର୍ସ ସାଥିରେ ବାଟ କଢେଇ ନେଇ ପହଞ୍ଚେଇ ଦେଲା ନର୍କର ଦ୍ୱାର ଦେଶରେ। ଯେଉଁଠି ଅମା ଅନ୍ଧକାରର ଅୟମାରମ୍ଭ, ସମ୍ଭାବନାର ମୃତ୍ୟୁ , ସଜୀବ ସତ୍ତାର ବିଲୁପ୍ତି। ସେଇଟା ହିଁ ପରିଚୟ ଶବାଗାରର।

ପ୍ରଥମେ ନିଜ କାମ ସାରିଦେଲା ନର୍ସ । ଧରେଇ ଦେଲା ମୃତ୍ୟୁପତ୍ର ଯେଉଁଥିରେ ସୁସ୍ପଷ୍ଟ ଅକ୍ଷରରେ ଲେଖା ଥିଲା ' ଆଭାସ ମିଶ୍ର' ଆଉ ଜୀବିତ ନାହାଁନ୍ତି। ତା' ସହ ଗୋଟେ ସିଲ୍ଡ୍ ପ୍ୟାକେଟ ଭିତରେ ପର୍ସ, ଟିକେଟ, ମୋବାଇଲ୍।

**********

-- " ତୁମେ ନିଜକୁ କ'ଣ ଭାବୁଛ ଶୁଣେ। ଗୋଟେ ସମାଜ ସେବୀକା ? ନିଜ ଘରକୁ ସମ୍ଭାଳ ଆଗ ପରେ ବାହାର କଥା ।"...

--" କାହିଁକି ଆଭାସ , ତୁମେ କ'ଣ ଏକଚାଟିଆ ଅଧିକାର ପାଇଛ ମନମାନି କରିବାକୁ ? କ୍ଲବ, ପବ୍, ମିଟିଂ , ଟୁର୍ ସବୁ ସ୍ବେଚ୍ଛା ରେ କେବଳ ତୁମେ କରିବ , ଆଉ ମୁଁ ଇଚ୍ଛା କରି ଅରଫାନେଜ୍ ବି ଯିବିନି ?"

-- " କାହିଁକି ଯିବ ସେଠିକୁ ଚିନୁ , କ'ଣ କାମ । ତୁମ କାରନାମା ଶୁଭୁଛି ହେଲା। "

-- " ଛି ! ହାଓ ଚିପ୍ , ଆଭାସ ମୁହଁ ସମ୍ଭାଳି କଥା କୁହ। ତୁମେ କ'ଣ ଶୁଣିଲ?? ନା ନା ଆଜି ସମାଧାନ ହେବ ଏଇ କଥାର।"

ପ୍ରବଳ ଝଗଡା କରି ଝଡ଼ ଭଳି ଘରୁ ବାହାରିଗଲା ଆଭାସ। ସ୍ତ୍ରୀ ହେଇ ଟିକେ ସଂଭ୍ରମ ନାହିଁ ଚିନୁର। ବୁଲୁଛି କ'ଣନା ସୋସିଆଲ୍ ସର୍ଭିସ୍। ଠିକ ଜଣା ତା' ଉଦ୍ଦେଶ୍ୟ ଘରେ ରହୁନି ଆଜିକାଲି ମନ। ସେ ତ ନିଜ ଚାକିରୀର ବାଧ୍ୟତାରେ ବୁଲୁଛି । କିନ୍ତୁ ଚିନୁ କାହିଁକି। ଉଦ୍ଧତ ଆଉ ଉଶୃଙ୍ଖଳ ଆଜିର ସ୍ତ୍ରୀ........

ଚିନୁ ବି ଭୟଙ୍କର କ୍ରୋଧରେ ଥରେ ବି ଫୋନ୍ କଲାନି। ଆଭାସ ଚାଲିଗଲେ କଲିକତା ଗୋଟେ କନ୍ଫରେନ୍ସରେ। ଗୋଟେ ଆବଦ୍ଧ ଅଭିମାନରେ ରହିଗଲା ଚିନ୍ମୟୀ। ଖୁବ୍ କାନ୍ଦିଲା ଆଉ ଶୋଇଗଲା।

***********

--" ହ୍ୟାଲୋ , ଆପଣ କେହି ଆଭାସ ମିଶ୍ର ଙ୍କୁ ଜାଣନ୍ତି ମ୍ୟାମ୍?"

ସକାଳୁ ଗୋଟେ ଅଜଣା ଫୋନରେ ଏଇ ପ୍ରଶ୍ନ ବିଚଳିତ କରିଦେଲା ଚିନ୍ମୟୀକୁ।

-'' ହଁ , ଜାଣେ ସେ ମୋ ମିଷ୍ଟର କୁହନ୍ତୁ କ'ଣ ହେଲା?"

--" ଦେଖନ୍ତୁ ଆଜି ସକାଳ ସେ ଥୁବା ଟ୍ରେନ ଦୁର୍ଘଟଣା ଗ୍ରସ୍ତ। ସେ ଆଉ ନାହାନ୍ତି।"

ନିଦ ଭାଙ୍ଗିଗଲା ଚିନ୍ମୟୀର , ବିରକ୍ତ ବି ହେଲା ବେକାର ଲୋକ ଡ଼ରେଇବାକୁ ଏମିତି ବାହାନା କରୁଛନ୍ତି ଭାବି କହିଲା," ଷ୍ଟପ୍ ଇଟ୍ ,ଆଭାସ ମୋତେ ଆଉ ହଇରାଣ କରନି। "

କିନ୍ତୁ ଏବେବି ସେଇ ଭଦ୍ରବ୍ୟକ୍ତି କହୁଥିଲେ ସେଇ ନିର୍ଦ୍ଧିଷ୍ଟ ଟ୍ରେନ ଦୁର୍ଘଟଣା ଗ୍ରସ୍ତ ହେଇଛି।

ଟିଭି ଖୋଲି ଦେଖିଲା ସେ ପ୍ରକୃତରେ ଫଳକନୁମା ଏକ୍ସପ୍ରେସ ଦୁର୍ଘଟଣା ଗ୍ରସ୍ତ ଆଉ ଅନେକ ଯାତ୍ରୀ ମୃତ ହତ। ପାଦ ତଳୁ ମାଟି ଖସିଗଲା। ବସିଗଲା ସ୍ଥାଣୁ ହେଇ ଚିନ୍ମୟୀ।

କଥାବି ହେଇନି ସେ କାଲିଠୁ। କେତେ ନିଷ୍ଠୁର ହେଇଗଲା ସେ , ଜି ଜଣା ଥିଲା ସେଇ ଝଗଡା ଶେଷ ଝଗଡା ଥିଲା। ଓଃ! ଆଭାସ ତୁମେ ଫେରିଆସ।

ଫୋନ୍ ହଁ ଫୋନ୍ କଲା ସେ କାଳେ ସବୁ ଠିକ ଥିବ। କିନ୍ତୁ ନା' ଫୋନ୍ ଅଚଳ ଥିଲା। ନିରୁତ୍ତର ମୃତଯନ୍ତ୍ର କିନ୍ତୁ ଦେଇଦେଲା ଅଘଟଣର ସୂଚନା।

************

ଗୋଟି ଗୋଟି କରି ସବୁ ଜିନିଷ ଦେଖି ସିନାକ୍ତ କରିବାକୁ ହେବ ଲାସଟା ଆଭାସର କି ନୁହେଁ। ଦୁର୍ଘଟଣାରେ ଶରୀର ଅଧାରୁ ଅଧିକ ଜଳି ଯାଇଛି। ଚେହେରା ଦେଖି ଚିହ୍ନିବା ଅସମ୍ଭବ।

ଘଡି ଟିକୁ ଦେଖୁଥିଲା ଚିନୁ ,

ସୁନ୍ଦର ଟାଇଟାନ୍ ରାଗା ସିରିଜ୍ ର ପେୟାର ଘଡି କିଣି ଥିଲେ ସେ ଦୁହେଁ ତାଙ୍କ ପ୍ରଥମ ଅନିଭରସରି ରେ। ନିଜ ହାତରେ ସେଇ ଘଡିର ଯୋଡି ଆଉ କେମିତିି ପିନ୍ଧିବ ଚିନୁ???

ପର୍ସ ଖୋଲି ଦେଖେଇଲା ନର୍ସ । ହଁ ଆଭାସ ଆଉ ଚିନ୍ମୟୀର ଯୁଗଳ ଫୋଟୋ। ଯେବେ ନୂଆ ବାହାଘର ପରେ ଯାଇଥିଲେ ଶିମଳା ସେଇଠି ଉଠେଇ ଥିଲେ। କେତେ ସୁନ୍ଦର ହସନ୍ତ ଚେହେରା ଆଭାସର , ଓଃ!!

ପୁଣି ଅଛି ସେଇ ଛୋଟ ଶ୍ରୀ ଯନ୍ତ୍ରଟି । ଚିନ୍ମୟୀ ଜିଦ କରି କିଣେଇ ଥିଲା , ଆଉ ନିଜେ ରଖି କହିଥିଲା " ଏଇଟା ମୋର ବିଶ୍ୱାସ , ରଖ ପ୍ଲିଜ ମୋ ପାଇଁ ନୁହେଁ ଆମ ପାଇଁ। ସକଳ ସମୃଦ୍ଧିର ପ୍ରତୀକ ଏଇ ଯନ୍ତ୍ର ତୁମ ସୁରକ୍ଷା କରିବ।"

ସେଇଟି ନିଜେ ସୁରକ୍ଷିତ ରହିଛି କିନ୍ତୁ ଆଭାସ!!

ଥିଲା ସେ ପର୍ସରେ ଛୋଟ ଗୋଟେ ଜରି ପ୍ୟାକେଟ ଭିତରେ ଟଙ୍କାକିଆ କଏନ୍ ଟେ। ହଁ ସେଇଟି ଦେଇଥିଲା ଗୋଟେ କିନ୍ନର। ଚିନୁ ଶୁଣି ଥିଲା କିନ୍ନର ମାନେ କେବେ ଦିଅନ୍ତି ନାହିଁ ପଇସା। କାରଣ ସେଥିରେ ଥାଏ ଈଶ୍ୱରଙ୍କ ବିଶେଷ ଆଶୀର୍ବାଦ। ଯଦି କେବେ ମିଳେ ଟଙ୍କାଟିଏ ତାଙ୍କଠୁ ସେଇଟା ସୌଭାଗ୍ୟ ଆଣେ। ସେଇ ଟଙ୍କା ଖର୍ଚ୍ଚ କରିବାର ନୁହେଁ। ସାଇତି ଥିଲା ଚିନୁ ସେଇଟି ଅଭି ପର୍ସ ରେ। ଆଜି କିନ୍ତୁ ବିଶ୍ୱାସ ତୁଟି ଗଲା । ମିଛ କୁହନ୍ତି ସଭିଏଁ କାହିଁ ସେ ସୌଭାଗ୍ୟ??......

ଆହୁରି ଥିଲା କ୍ରେଡିଟ୍ କାର୍ଡ, ଆଧାର କାର୍ଡ, ପ୍ୟାନ୍ କାର୍ଡ । ସବୁ ଅଭାସଙ୍କର ସନ୍ତକ।

ସୁମନ୍ତ ଆଉ ଦେଖି ପାରିଲା ନାହିଁ , ଭୋ ଭୋ କି କାନ୍ଦି ଲୋଟି ଗଲା ନିଜ ସବୁଠୁ ଭଲ ବନ୍ଧୁର ଏଇ ଚରମ ବିପର୍ଯ୍ୟୟ ବେଳାରେ। ନାହିଁ ଆଉ ଆଭାସ ସବୁ ସାମଗ୍ରୀ ତା'ର ପ୍ରମାଣିତ ହେଇଗଲା।

ଚିନ୍ମୟୀ କିନ୍ତୁ ପ୍ରତିକ୍ରିୟା ବିହୀନ। କିଛି କହୁନି। ସ୍ଥାଣୁ ହେଇ ବସିଛି କେବଳ। ଦେଖୁଛି ସେଇ ନିର୍ଜୀବ ବସ୍ତୁ ମାନଙ୍କୁ ନିରିଖେଇ ବାରମ୍ବାର ବାରମ୍ବାର ।

ସୁମନ୍ତ ହଲେଇଲା ଚିନୁକୁ ଖୁବ୍ ଜୋରରେ। ''ଚିନୁ ଦେଖ ଅଭି ନାହିଁ , ସତରେ ନାହିଁ ଆଉ ।''

କିନ୍ତୁ ନିର୍ଲିପ୍ତ ଥିଲା ଚିନୁ ଉଁ କି ଚୁଁ କହିଲା ନାହିଁ। ତା' ବ୍ୟବହାର ଅସଙ୍ଗତ ଥିଲା। କାନ୍ଦୁ କାନ୍ଦିବା ଜରୁରୀ ଖୁବ୍ ନଚେତ ପାଗଳ ହେଇଯିବ ଚିନୁ।

ହଁ ମଣିଷ ବେଳେବେଳେ ଏମିତି ମାନସିକ ଭାରସାମ୍ୟ ହରେଇ ବସେ। ଏମିତି ଗୋଟେ ଭୟଙ୍କର ସତ୍ୟକୁ ସମ୍ନା କରିବାର ଶକ୍ତି ଜୁଟେଇ ନପାରି ପାଗଳ ହେଇଯାଏ । ସେଇ ନିଷ୍ଠୁର ସତ୍ୟକୁ ଭୁଲିବାର ଅପଚେଷ୍ଟା ରେ ଭୁଲିଯାଏ ନିଜର ଅସ୍ତିତ୍ୱ।

ସୁମନ୍ତ ଶତ ଚେଷ୍ଟା ପରେ ବି ଚିନୁ ପ୍ରକୃତିସ୍ଥ ହେଲା ନାହିଁ। ଟିକେ ବି କାନ୍ଦିଲା ନାହିଁ। ଇଞ୍ଚେ ଘୁଞ୍ଚିଲା ନାହିଁ ସେ ଶବାଗାର ଭିତରୁ। ସେଠି ସେମିତି ବସି ରହିଲା କେବଳ।

***********

ରିଙ୍ଗ ହେଉଥିଲା ସୁମନ୍ତର ଫୋନ୍ । ଗୋଟେ ଅଜଣା ନମ୍ବର ଥିଲା ସ୍କ୍ରିନରେ। ସୁମନ୍ତ ଫୋନ୍ ଆଟେଣ୍ଟ କରିବାର ମାନସିକ ସ୍ଥିତିରେ ନଥିଲା ଟିକେବି। ଯେଉଁ ଭୟଙ୍କର ବିପର୍ଯ୍ୟୟରେ ଅଛି ସେ ,ସେଇ ମୁହୂର୍ତ୍ତରେ ଫୋନ୍ ରେ ଗପିବାର ସ୍ପୃହା ନଥିଲା।

କାଟି ଦେଲା ସେ ଫୋନ୍ ଆଉ ଚିନୁକୁ ପ୍ରକୃତିସ୍ଥ କରିବାର ଅପଚେଷ୍ଟା କଲା ବଡ଼ ବିକଳ ଭାବେ।

ପୁଣି ସେଇ ନମ୍ବରରୁ କଲ୍ । ବିରକ୍ତ କରୁଥିଲା ସୁମନ୍ତକୁ, କିନ୍ତୁ କଥା ହେଇଯିବାକୁ ପଡିବ , ହୁଏତ କିଛି ଆବଶ୍ୟକୀୟ ଖବର ମିଳିଯିବ। ଫୋନ ଉଠେଇଲା ସେ । ଆଉ ନିଜ କାନକୁ ବିଶ୍ୱାସ କଲାନାହିଁ। *ଆଭାସ ହଁ ଆଭାସ ଥିଲା ଲାଇନ ରେ।*

କହୁଥିଲା ଚୋରି ହେଇଯାଇଛି ତାର ବ୍ୟାଗ ଆଉ ସବୁ ଆସବାବପତ୍ର। ମୋବାଇଲ୍ , ଘଣ୍ଟା, ପର୍ସ ସବୁକିଛି। ଟ୍ରେନ ପାଇଁ ପ୍ରତୀକ୍ଷା ଗୃହରେ ଜଗି ଥିବା ବେଳେ କେହି ଜଣେ ଦୁର୍ବୁତ୍ତ କରିଛି ଏ କାମ।

ଆନନ୍ଦ ଅଧୀର ହେଇଗଲା ସୁମନ୍ତ।

"ତୁ ତୁ କେଉଁଠି ?

-"ଆରେ ମୁଁ ଘରେ , କିନ୍ତୁ ଚିନୁ କାଇଁ? ଯିବା ବେଳେ ଝଗଡା କରିଥିଲି ଭୟ ଲାଗୁଛି କିଛି ଅଘଟଣ କରିଦେଇନି ତ?''

--'' ଆରେ ପାଗଳା ତୁ ଆ ଶୀଘ୍ର କଲିକତା ଏଠି ହସ୍ପିଟାଲରେ ଚିନୁ ।''

--'' ହସ୍ପିଟାଲରେ କାହିଁକି ?"

ବ୍ୟସ୍ତତା ଆଭାସ ସ୍ୱରରେ।

କିନ୍ତୁ କିଛି କହିଲା ନାହିଁ ସୁମନ୍ତ କେବଳ ଶୀଘ୍ର ଆସିବା ଛଡା। କିଛି ବୁଝିପାରୁ ନଥିଲା କିନ୍ତୁ ଅସମ୍ଭବ ଭାବେ ବ୍ୟସ୍ତତା ଭରିଗଲା ଆଉ ପ୍ଲାଇଟ୍ ରେ ଧାଇଁଲା ଚିନୁ ପାଖକୁ। ହୃଦସ୍ପନ୍ଦନ ଦ୍ରୁତ ହେଉଥିଲା ଆଉ ମନ ଅସ୍ଥିର ହେଉଥିଲା। ଭାବୁଥିଲା ସେ କେତେ ଭୟଙ୍କର ଝଗଡା କରିଥିଲା ସେ ଓଃ!!

ଯେଉଁ ଚିନୁ ସହ ପ୍ରତିଦିନ ଝଗଡା କରୁଛି ସେ ସେଇ ଚିନୁ ପୁଣି କେମିତି କରୁଛି ଏତେ ବ୍ୟତିବ୍ୟସ୍ତ ସତେ ବୁଝି ପାରୁ ନଥିଲା ସେ। କିନ୍ତୁ ଏତକ ଜଣାପଡିଯାଇଥିଲା ଚିନୁ ଜରୁରୀ ହଁ ଖୁବ୍ ଜରୁରୀ!!

ଦୃଶ୍ୟାନ୍ତର ହେଇଗଲେ ବ୍ୟତିବ୍ୟସ୍ତ କରିଦେଇ ପାରେ ତାକୁ ଭୟଙ୍କର ଭାବରେ।

**********

ପହଞ୍ଚି ଗଲା ସେ ସେଇ ଶବାଗାରରେ ଯେଉଁଠି ସେ ମୃତ ବୋଲି ଘୋଷିତ ହେଇସାରିଛି। ତାକୁ ଦେଖି ସୁମନ୍ତ କୁଣ୍ଢେଇ ପକେଇଲା । କାନ୍ଦିଲା ଖୁବ୍ ଜୋରେ ଆଉ ବାନ୍ଧି ନେଲା ନିଜ ବାହୁ ବେଷ୍ଟନୀରେ ନିବିଡ଼ ଭାବେ।

- " ତୁ ଅଛୁ ଅଭି , ଶୁଣ ଏମାନେ କହିଦେଲେ ତୁ ନାହୁଁ। ଏଇଠି ଶୋଇଛୁ ନିର୍ଜୀବ ହେଇ। ଦେଖ ତୋ ପର୍ସ, ଘଣ୍ଟା। ଆମେ ବି ସେଇଆ ଭାବିଲୁରେ। "

ବାଚାଳ ପରି ଗପୁଥିଲା ସୁମନ୍ତ । ବୁଝିଗଲା ଅଭି ସବୁ ଘଟଣା । ଓଃ କି ଭୟଙ୍କର ସମ୍ବାଦ। ଜୀବନ୍ତ ମଣିଷ ଟେ ମୃତ ଘୋଷିତ ହେଇସାରିଛି।ସତରେ ତା'ର ବ୍ୟାଗ ଚୋରି ଯିବା ଗୋଟେ ଆଶୀର୍ବାଦ ଥିଲା ସେଥିପାଇଁ ତ ସେ ଯାଇପାରିଲା ନାହିଁ ଆଉ .......

ଆଭାସ ଯେବେ ଦେଖିଲା ଚିନୁକୁ କିଛି ବୁଝି ପାରିଲା ନାହିଁମ ଚିନୁ କିଛି କହୁନି କାହିଁକି ? କ'ଣ ଏବେବି ରାଗିଛି??

ସୁମନ୍ତ ଜଣେଇଲା ଚିନୁ ମାନସିକ ଚାପରେ ଏମିତି ହେଇଯାଇଛି। ସେ କାନ୍ଦିବା ଜରୁରୀ ଖୁବ୍ ଜରୁରୀ। ନହେଲେ ପାଗଳ ହେଇଯିବ ସେ। "ତୁ କିଛି କର ଅଭି , ବହୁତ ଭଲ ପାଏ ସେ ତୋତେ। ତୋ ଅନୁପସ୍ଥିତିର ଯନ୍ତ୍ରଣା ସହି ନପାରି ପଥର ହେଇଯାଇଛି।"

ଅଭି ଚିନୁର ହାତ ଧରି କହିଲା " ମୁଁ ଅଛି ଚିନୁ ଦେଖ ଟିକେ ପ୍ଲିଜ। କିଛି ତ କହ କିଛି ନହେଲା ନାହିଁ ଗାଳିଦେ । "

ଚିନୁର ହାତ ଦୁଇଟା ଧରି ନିଜ ଗାଲରେ ଚଟକଣି ମାରିଲା ଅଭି ଆଉ କହିଲା"ଦେଖ ମୁଁ ଠିକ ଅଛି , ମାର ମୋତେ ତୋ ସହ ଏତେ ଝଗଡା କରିଥିଲି ବୋଲି ଦେ ଦଣ୍ଡ।।''

କିଛି ବିଶେଷ ଥିଲା ସେଇ ସ୍ପର୍ଶ , ହଠାତ୍ କାନ୍ଦି ଉଠିଲା ଚିନୁ। ଖୁବ୍ ଚିତ୍କାର କରି କାନ୍ଦିଲା ଅଭିକୁ ନିଜ ଦେହରେ ଜଡେଇ ହୃଦୟ ବିଦାରକ ସ୍ୱରରେ । କାନ୍ଦି କାନ୍ଦି ଚେତାଶୂନ୍ୟ ହେଇଗଲା।

ଡାକ୍ତର , ନର୍ସ ଦ୍ରୁତ ଗତିରେ ନେଇଗଲେ ତାକୁ ଏମରଜେନ୍ସି ୱାର୍ଡ। ଆଭାସ ଆଉ ସୁମନ୍ତ ଅନୁସରଣ କଲେ। ଡ଼ାକ୍ତର ଜଣେଇଦେଲେ କିଛି ଭୟ ନାହିଁ । ଚେତା ଫେରି ଆସିଲେ ପୁଣି ପୂର୍ବବତ ନର୍ମାଲ ହେଇଯିବ ଚିନୁ। ତୀବ୍ର ମାନସିକ ଧକ୍କା ଫଳରେ କେବଳ ବେହୋସ ହେଇଯାଇଛି।

ହସ୍ପିଟାଲର ବେଞ୍ଚରେ ବସି ଅନୁଶୀଳନ କରୁଥିଲା ଆଭାସ। ଜୀବନର ଆୟୁଷ କେତେ?? ଯଦି ତା ବ୍ୟାଗ ଚୋରି ହେଇନଥାନ୍ତା? ତେବେ ହୁଏତ ସେଇ ଶବାଗାର ଭିତରେ ଥାନ୍ତା ସେ ନିଜେ। ଜୀବନ ସଭିଙ୍କୁ ତ ଦିଏନି ଏମିତି ଦ୍ଵିତୀୟ ସୁଯୋଗ!

କେତେ ରୁକ୍ଷ ଭାବେ କହି ଦେଇ ଯାଇଥିଲା ସେ ମରିଯିବ ଏମିତି ସବୁବେଳେ ଚିନୁ ସହ ମନୋମାଳିନ୍ୟ ସହି ପାରିବିନି। ଏ ଜୀବନ ଆଉ ଜିଇଁ ବାର ଇଚ୍ଛା ନାହିଁ। କିନ୍ତୁ ଏବେ ଅନୁଭବ କରୁଥିଲା ଜୀବନ କାହାକୁ ବୁଝାଏ।

ଏତେ ସ୍ୱଳ୍ପ ଅସ୍ଥାୟୀ ଜୀବନର ପ୍ରତି ମୁହୂର୍ତ୍ତ କେତେ ମୂଲ୍ୟବାନ ସତେ। ସେଇ ମହାର୍ଘ୍ୟ ମୁହୂର୍ତ୍ତ ସବୁ ତିକ୍ତତା ଭିତରେ ନୁହେଁ ସୌହାର୍ଦ୍ଦ୍ୟ ଭିତରେ ଭୋଗି ବାର ପ୍ରଚେଷ୍ଟା ହେବା ଉଚିତ। ଜୀବନର ପୋଷ୍ଟମର୍ଟମ୍ ଏଇ ନିର୍ଯାସ ଦେଉଥିଲା ଜୀଇଁବାର

ସୁଯୋଗ ଅଳିକ।

*ସୌମ୍ୟା*

ପବନ ସମ୍ଭାବନା ଝଗଡା

Rate the content


Originality
Flow
Language
Cover design

Comments

Post

Some text some message..