Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanjit Sahoo

Inspirational

2  

Prasanjit Sahoo

Inspirational

ପହିଲି ବର୍ଷା ଆଉ ଚାଷୀ କଥା

ପହିଲି ବର୍ଷା ଆଉ ଚାଷୀ କଥା

2 mins
7.6K


;- ହେ.......ବାପା....... ସନାରେ........ ;- ଦେଖରେ ତୋ ବାପା କୁଆଡେ ଗଲା ? ଡାକରେ ବାପ ତାକୁ । ବାହାରେ ଘଡଘଡି ବିଜୁଳି ଗର୍ଜନ କରୁଛି । ;- ହେଇ ଦେଖ ..... ବତାସିଆ ପବନ ବହିଲାଣି । ;- ହଁ ଲୋ ବୋଉ ..... ମୁଁ ଦେଖୁଛି .... ;- ବାଆ........ବାଆ ......ଲୋ....... ମେଘ ଆଇଲାଣି ପରା ..... ଜୋରରେ ଡାକିଲା ସନା । ;- ହଁ ......ସନା ..... ମୁଁ ଖଳାରେ ଅଛି ।ମୁଗ ଗୁଡାକ। ଟିକେ ଘୋଡେଇ ଦିଏ । ;- ଇଲୋ ବାଆ ହେଇ ଦେଖ୍........ ଆମ ଚାଳକୁ ପବନ ଉଡେଇନବ ବୋଧେ ;- ତୁ ଗୋଟେ କ'ଣ କର. ବାଆ........ ;- କିଲୋ ସନା ମା ...... ସେ ରିଲିଫ୍ ପାଲ ଟା ଆଣିଲୁ । ଚାଳରେ ଘୋଡେଇ ଦିଏ । ;- ହେଇଟି ବାଆ ..... ବୋଉକୁ ଭୀଷଣ ଜର ।ତାତିରେ ଖଇ ଫୁଟୁଛି । ;- ହେ ସନା ମା.... ତୋର କ'ଣ ହେଇଛି କିଲୋ । ;- ଓହଃ ଭାରି ଶୀତ କରୁଛି !!କହିଲା ସନା ମା'। ;- କାଲିକି ଜର ଭଲ ହେଇଯିବନି ? କହିଲା ସନା ବାଆ । ;- ଜାଣିଛୁ ବାହାରେ ଭଲ ଅସରାଏ ମେଘ ହଉଛି । ଲାଗୁଛି ଏ ବର୍ଷ ଚାଷବାସ ଭଲ ହବ। ଆଉ ମୂଲର ଅଭାବ ରହିବନି । ଆମେ ବା ଚାଷୀ ମୂଲିଆ । ବରଷା ବା ଆମ ସାହା । ;- ବାପା ଆମ ସାର୍ କହୁଥିଲେ "ଜୟ ଯବାନ ଜୟ କିଷାନ "। ଚାଷୀ ମୂଲିଆ କୁଆଡେ ମୁଣ୍ଡ ଝାଳ ତୁଣ୍ଡରେ ମାରି ସାରା ଦେଶକୁ ଖାଇବାଖାଇବାକୁ ଦଉଛି । ;- ହଁ ରେ ବାପା ଏମିତି ବହିରେ ଲେଖା ଥିବ ଆଉ ସାର୍ ସବୁବେଳେ କହିବେ .... ହେଲେ ଚାଷୀ ମୂଲିଆଟିର ଜାଗା ଯେଉଁଠି ଥିଲା ସେଇଠି । ମାଟିର ଚାରି କାନ୍ଥ ଭିତରେ ସନ୍ଧ୍ୟା ଆସିଲା । ଜୁକୁଜୁକିଆ ଡିବିରି ଆଲୁଅରେ ସନା , ସନା ବାଆ ଆଉ ସନା ମା' । ଘର ଭିତରେ ସନା ମା 'ର ଖେଁ ଖେଁ ଶବ୍ଦ ଆଉ ବାହାରେ ଠୋ ଠା ଘଡଘଡିର ଶବ୍ଦ । କିଛି ସମୟର ଖଥାବାର୍ତ୍ତା ପରେ ଲିଭିଲା ଡିବିରି ଆଲୁଅ । ନିରବରେ ଶୋଇଗଲା ଏକ ଚାଷୀ ପରିବାର ଆସନ୍ତାକାଲିର ସକାଳ ଅପେକ୍ଷାରେ । ପ୍ରସନ୍ନଜିତ ସାହୁ, ନାଉଗାଁ


Rate this content
Log in

Similar oriya story from Inspirational