Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Writer Roja Panda

Others

5.0  

Writer Roja Panda

Others

ମାଆଙ୍କ ପାଇଁ ଚିଠି ଖଣ୍ଡିଏ

ମାଆଙ୍କ ପାଇଁ ଚିଠି ଖଣ୍ଡିଏ

3 mins
7.5K


ଯିଏ ମତେ ଅନ୍ଧାରରୁ ଆଲୋକକୁ ଆଣିଛନ୍ତି, ଯାହାଙ୍କର ସ୍ନେହବୋଳା ପରଶରେ ମୋ ତନୁମନ ରସାଣିତ ହୋଇଛି I ଯାହାଙ୍କର ନମନୀୟ ଭାଷା ମୋ ହୃଦୟ ସାଗରରେ ଭାବର ତରଙ୍ଗ ସୃଷ୍ଟି କରିଛି, ସେହି ମହାନ ଜନ୍ମଦାତ୍ରୀ ମୋର ମାଆଙ୍କ ନିକଟକୁ ମୋର ହୃଦୟ ଭରା ଚିଠି ଖଣ୍ଡିଏ I

ମୋର ଅତି ପ୍ରିୟ ମାଆ , ମୁଁ ତୁମକୁ ବହୁତ ଭଲ ପାଏ I ବଞ୍ଚିଥିବା ପର୍ଯ୍ୟନ୍ତ ମୁଁ ତୁମକୁ ଭଲ ପାଉଥିବି କାରଣ ତୁମେ ମୋ ଜନ୍ମଦାତ୍ରୀ I ଦୁନିଆଁରେ କିଏ ଯଦି ମତେ ଭଲଭାବରେ ବୁଝିଥାଏ ତାହାଲେ ସିଏ ହେଉଛ ତୁମେ I ତୁମେ ମତେ ଜୀବନର ଅଙ୍କାବଙ୍କା ରାସ୍ତାରେ ହାତଧରି ଚାଲିବା ଶିଖାଇଛ I ଝୁଣ୍ଟିପଡିଲେ ତୁମେ ତଳୁ ଉଠାଇ ଝାଡିଦେଇ କୋଳକୁ ନେଇଛ I ତୁମେ ମୋର ପ୍ରତ୍ୟେକ ଆଶା ଆକାଂକ୍ଷାକୁ ପୁରାଣ କରିଛ ବିନା କିଛି ଦ୍ବିଧାରେ I ଦୁଃଖ ବୋଲି ଯେଉଁ ଶବ୍ଦ ତୁମେ ଦିନେ ମତେ ଅନୁଭବ କରିବାକୁ ଦେଇନ I ତୁମେ ମୋ ଜୀବନର ଅଭିଧାନ ପରି ମୋ ପ୍ରତ୍ୟେକ ପ୍ରଶ୍ନକୁ ସମାଧାନ କରିଛ I ପ୍ରକୃତରେ ମାଆ ଶବ୍ଦଟି ମନୁଷ୍ୟ ଜୀବନକୁ ସାର୍ଥକ କରିଥାଏ I ମାଆ ଶବ୍ଦଟି ଅତି ବ୍ୟାପକ I ଯାହାର ଆକାର ପୃଥିବୀଠାରୁ ଆହୁରି ବିଶାଳ, ରହସ୍ୟମୟ ଆକାଶଠାରୁ ଆହୁରି ରହସ୍ୟମୟୀ, ଅଗଭୀର ସାଗରଠାରୁ ଆହୁରି ଗଭୀରତମ I ତଥାପି ସନ୍ତାନର ମନ ବୁଝେନି I ସେ ପ୍ରତ୍ୟେକ ମୁହୁର୍ତ୍ତରେ ମାଆ ଶବ୍ଦର ଅର୍ଥ ଖୋଜିବୁଲେ I ମାଆ ତୁମକୁ ମୁଁ କେମିତି କହିବି ଯେ ତୁମେ ମୋ ପାଇଁ କଣ ?

ଏବେ ରାତି ବାରଟା ହେଲାଣି I ସବୁ ଶୋଇଗଲେଣି ନିଦରେ I ଶୋଇଗଲେଣି ମାନେ କିଏ ଅଧା ନିଦରେ ସ୍ବପ୍ନ ଦେଖୁଥିବ ଫୁଲ ଆଉ ପ୍ରଜାପତିର ତ ଆଉକିଏ ଦେଖୁଥିବ କରଜ ନେଇଥିବା ସାହୁକାରର ଜଳିଲା ଜଳିଲା ମୁହଁ I ହେଲେ ମୁଁ ଭାବୁଛି ତୁମକଥା I ଅଜାଣତେ ତୁମକୁ ଦେଇଥିବା ଦୁଃଖ I ମାଆ ମୁଁ ତୁମକୁ ସମ୍ମାନ କରେ I ତୁମ ଇଛାକୁ ସମ୍ମାନ କରେ ହେଲେ ବେଳେବେଳେ ଆଉ କାହା ମନରେ କଷ୍ଟ ନଦେବାପାଇଁ ତୁମକଥା ରଖିପାରେନା I ମାଆ ତୁମେ ମୋ ଉପରେ ବେଳେବେଳେ ବହୁତ ରାଗିଯାଅ କାରଣ ମୁଁ ଅନ୍ୟର ଭୁଲ ପାଇଁ କିମ୍ବା ଅନ୍ୟର ମୋ ପ୍ରତି ଖରାପ ବ୍ୟବହାରରେ ବିରକ୍ତ ହୋଇ ନିଜକୁ କଷ୍ଟ ଦେଇଥାଏ I ମୁଁ ଏମିତି କାହିଁକି କରେ ଜାଣିଛ କାହିଁକିନା ଅନ୍ୟକୁ କଷ୍ଟ ଦେଇ ନିଜ ରାଗ ସୁଝାଇବା ଠିକ ନୁହେଁ ବୋଲି ମୁଁ ଭାବେ I ତା ଛଡା ଅନ୍ୟକୁ କଷ୍ଟ ଦେବାର ଅଧିକାର ମୋର ନାହିଁ ସେଥିପାଇଁ ନିଜକୁ ନିଜେ କଷ୍ଟ ଦିଏ I ତୁମେ ମତେ ଗାଳିକଲେ ମୁଁ ଲୁଚି ଲୁଚି ବସି କାନ୍ଦେ,ଏକା ଏକା ଚୁପ ଚାପ ବସିରହେ I ତୁମେ ଭାବୁଥିବ ମୁଁ ତୁମ ଉପରେ ରାଗିକି ଚୁପ ଚାପ ବସିରହୁଛି ହେଲେ ମୁଁ ସତ କହୁଛି ସେତେବେଳେ ମୁଁ ତୁମ ଉପରେ ରାଗିନଥାଏ ବରଂ ମୁଁ ଭାବୁଥାଏ "ମୁଁ କଣ ଭୁଲ କଲି , କଣ ଭୁଲ କରୁଛି ଏବେ ,ଆଉ ଭବିଷ୍ୟତରେ ଏଭଳି ଭୁଲ ନକରିବା ପାଇଁ ଚିନ୍ତା କରୁଥାଏ I ଏଥିପାଇଁ ଯଦି ତମେ ମତେ ଭୁଲ ବୁଝୁଥାଅ ତେବେ ମତେ କ୍ଷମା କରିଦେବ I ମାଆ ମତେ ତୁମଠାରୁ କେବେ ଦୁରେଇ ଦେବନି କାରଣ ତୁମଠୁ ଦୂରରେ ରହି ମୁଁ ବଞ୍ଚିପାରିବିନି I ତୁମ ଆକ୍ଷିରେ ଲୁହ ଦେଖିଲେ ମୋ ଦେହରୁ ରକ୍ତ ଝରିଯାଏ I ତମେତ ମତେ ଜାଣିଛ ଯେ ମୁଁ ଅନ୍ୟକୁ କଷ୍ଟ ଦେବାକୁ ଚାହେଁନି ସେଥିପାଇଁ ତୁମକୁ ବେଳେବେଳେ ରଗାଇଦିଏ I ଆଉ କାହା ଉପରେ ଅଭିମାନ କଲେ କିଏ କଣ ତୁମପରି ସହିପରିବ କି? ତୁମେ ମୋ ମାଆ ବୋଲି ସିନା ସବୁ ସାହିଯାଉଛ I ଏ ଦୁନିଆଁ ନ ଜାଣିଲେବି ତମେ ଜାଣିଛ ମୁଁ କଣ ? ବେଳେବେଳେ ରାଗରେ ତମେ ମତେ ଚାପୁଡ଼ାଏ ପକାଇଦିଅ କିନ୍ତୁ ପରମୁହୂର୍ତ୍ତରେ ଆଖିରୁ ଲୁହ ଝରାଅ I ସେଥିପାଇଁ ଏକ ହିନ୍ଦୀ କବିତାରେ ଅଛି " ମାଁ ଅଦ୍ଭୁତ ହୈ ତେରି କହାନୀ, ଆଞ୍ଚଲ୍ ମେଁ ପ୍ୟାର ଅର ଅଖୋଁ ମୈ ପାନୀ" I ଏ ଦୁନିଆଁରେ ମୋ ପାଇଁ ସବୁଠୁ ଶୁଭ ଚେହେରା ହେଉଛ ତୁମେ I ଜେବେ ମୁଁ କଣ୍ଟାରେ ପାଦ ପକାଏ ତୁମେ ମତେ ପଛରୁ ଟାଣି ଫୁଲ ରାସ୍ତାରେ ଚଲାଅ I ତୁମେ ପାଖରେ ନଥିଲେ ମତେ ଜମା ଭଲ ଲାଗେନା I ସବୁ କିଛି ଥାଇବି ଏକା ଏକା ଲାଗେ I ତମ ସହିତ କଥା ନହେଲେବି ତୁମ ହସିଲା ହସିଲା ମୁହଁ ଦେଖିଦେଲେ ମତେ ସବୁ ଖୁସି ମିଳିଯାଏ I ମୁଁ ଆଜି ମୁକ୍ତ କଣ୍ଠରେ କହୁଛି ଏ ଦୁନିଆଁରେ ଯିଏ ମାଆ କୁ ଭଲ ପାଏନା ସିଏ ଆଉ କାହାକୁ ଭଲ ପାଇପାରିବନି I ମାଆ ଶେଷରେ ତୁମ ପାଦପଦ୍ମକୁ ସାଦରରେ ପ୍ରଣାମ କରୁଛି ଆଉ ଈଶ୍ୱରଙ୍କ ନିକଟରେ ତୁମ ଦୀର୍ଘ ଜୀବନ ପାଇଁ ପ୍ରାର୍ଥନା କରୁଛି I

ଇତି,

ତୁମର ଅଲିଅଳି ଝିଅ I


ରୋଜା ପଣ୍ଡା

ପୂର୍ଣ୍ଣାନନ୍ଦ ଭବନ

ନେତାଜୀ ନଗର , ମଧୁପାଟଣା

କଟକ - ୭୫ ୩୦୧୦

Email: roja.saumya@gmail.com


Rate this content
Log in