Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Aravinda Das

Horror

1.0  

Aravinda Das

Horror

ଭୂତ ଫୁତ କିଛି ନାହିଁ

ଭୂତ ଫୁତ କିଛି ନାହିଁ

5 mins
617


ଅରବିନ୍ଦ ଦାସ

 ଖାଲି ଦେହରେ ଦର୍ପଣ ଆଗରେ ଠିଆ ହୋଇ ବଡ଼ି ସ୍ପ୍ରେ ପକାଇଲା ରାହୁଲ। ସାର୍ଟ ପିନ୍ଧି,ପାଟିରେ ମିଣ୍ଟ ଚକୋଲେଟ ପକାଇ ପୁଣି ଥରେ ନିଜକୁ ଦେଖିଲା।ମାଧବୀ ନିଶ୍ଚେ ଇଂପ୍ରେସ ହେବ ତା ସିକ୍ସ ପ୍ୟାକ ଦେଖି।

     ଆଜି ସେ ଯେମିତି ହେଲେ ଚେଷ୍ଟାକରିବ ତା ମନର ଏତେ ଦିନରୁ ଲୁଚିରହିଥିବା ଲାଳସାକୁ ଚରିତାର୍ଥ କରିବା ପାଇଁ।ମାଧବୀ ଆଜି ରାତି ପାଇଁ ଗ୍ରୀନ ସିଗ୍ନାଲ ଦେଇସାରିଛି।କାରଣ ତା ସ୍ୱାମୀ କେଦାର ଟୁର ରେ ଯାଇଛି ;ତଥାପି ମାଧବୀ ନିଜ ହାତରେ ରାନ୍ଧି  ଡିନର ଖୁଆଈବା ପାଇଁ ରାହୁଲ ର ପ୍ରସ୍ତାବରେ ରାଜି ହୋଇଗଲା।ତା ମାନେ ମାଧବୀ ର ଇଛା ଅଛି।

- କେଦାର ଫେରିଲା ବେଳକୁ ରାତି ବାରଟା ହୋଇଯିବ।ତମ ସହ ସେ ଡିନରରେ ଯୋଗ ଦେଇପାରିବେନି।"କହିଥିଲା ମାଧବୀ।

      ତୋ ସ୍ୱାମୀ ସହ ମିଶି ଡିନର ଖାଇବାକୁ କାହାର ଇଛା ! ଭାବୁଥିଲା ରଜତ।ଏମିତି ସୁଯୋଗ ପୁଣି କେବେ ଆସିବ କିଏ ଜାଣେ ?

     ରାସ୍ତାରୁ ପ୍ରଥମେ ଗୋଟେ ମେଡିକାଲ ଷ୍ଟୋର ରୁ କିଛି ଜିନିଷ କିଣି ପକେଟ ରେ ରଖିଲା ଓ ମନେ ମନେ ହସିଲା ରାହୁଲ।ପରେ ଆଇସକ୍ରିମ ଓ ଚକୋଲେଟ କିଣି ମାଧବୀ ଘର ର କଲିଙ୍ଗ ବେଲ ମାରିଲା ବେଳକୁ ରାତି ଆଠଟା।କେଦାର ଫେରିଲା ବେଳକୁ ବହୁତ ସମୟ ଅଛି।

    ଗୋଲାପୀ ରଙ୍ଗର ପତଳା ନାଇଟି ଟା ପିନ୍ଧି କବାଟ ଖୋଲିଲା ମାଧବୀ।ଝାଳରେ ଗୋଟା ପଣ ବୁଡିଯାଇଥିଲା ବିଚାରୀ।କଳା ରଙ୍ଗର ଅନ୍ତବସ୍ତ୍ର ନାଇଟି ଭିତରୁ ଜଣା ପଡୁଥିଲା।ତା ଝାଳ ଭିଜା ଦେହ ଯଥେଷ୍ଟ ଥିଲା ରାହୁଲକୁ ଉତ୍ତେଜିତ କରିବା ପାଇଁ।ତାର ଇଛା ହେଉଥିଲା ମାଧଵୀ କୁ କୁଣ୍ଢେଇ ପକାଇ ଚୁମି ଯିବାକୁ।ନିଜ ଉପରେ ସଂଯମତା ର ଶିକୁଳି ଲଗାଇ ,ରାହୁଲ ଆଇସକ୍ରିମ ଓ ଚକୋଲେଟ ପ୍ୟାକେଟ ବଢ଼ାଇଦେଲା ମାଧବୀ କୁ।

- ଏସବୁ ଫର୍ମାଲିଟି କଣ ପାଇଁ ?

- ମୋ ପାଇଁ ଅଯଥାରେ ଏଇ ଗରମ ଗୁଳୁଗୁଳି ରେ ହଇରାଣ ହେଲ।

- ଏଇ ସିଜିନ ରେ ଏସବୁ କେଉଁ ନୂଆ କଥା କି ?ରୋଷେଇ ସରିଛି।ତମେ ବସ, ମୁଁ ବାଥ ରୁମରୁ ଫ୍ରେସ ହୋଇ ଆସୁଛି।କଣ ପିଇବ ?ଜୁସ୍ ନା କୋଲ୍ଦ ଡ୍ରିଙ୍କ ?

 ମୁହଁରେ ଟିକେ ଦୁଷ୍ଟାମୀ ର ହସ ଖେଳାଇ ରାହୁଲ କହିଲା,"କିଛି ହଟ ଡ୍ରିଙ୍କ।"

- "ଠିକ୍ ଅଛି " କହି ଭିତରକୁ ଯାଇ ଗୋଟେ ଟ୍ରେ ରେ ବାମ୍ଫ ବାହାରୁଥିବା କଫି ଓ ଆଳୁ ଚିପ୍ସ ଆଣି ସାମ୍ନାରେ ଥୋଇ କହିଲା,"ତୁମର ହଟ୍ ଡ୍ରିଙ୍କ।"

    ଘର ର ଚାରିଆଡେ ଆଖି ବୁଲାଇ ଆଣି ରାହୁଲ କହିଲା ତମେ ଫ୍ଲାଟ ଘରେ ନରହି ,ଏମିତିକା ସିଙ୍ଗଲ ଘରେ ରହୁଛ କାହିଁକି ?ଏକୁଟିଆ ଥିଲା ବେଳେ ଡର ମାଡେନା ?ଆଜି ଭଳି ରାତିରେ ....

   ହାତରେ ଟାୱେଲ ଟେ ଧରି ମାଧବୀ ପୁଣି ଏକ ରହସ୍ୟମୟ ହସ ହସି କହିଲା,"ଏକୁଟିଆ ଆଉ କେତେବେଳେ ?ବେଡ଼ ରୁମରେ ମୋ ସ୍ୱାମୀ ଶୋଇଛନ୍ତି ପରା । ପୁଣି ତମେ ଏବେ ଆସିଲ।

    କଫିଟା ତଣ୍ଟିରେ ଲାଗିଲା ରାହୁଲ ର।ଚଟ କିନା ଠିଆ ହୋଇ କହିଲା,"ସତରେ ତମ ହଜବ୍ୟାଣ୍ଡ ଅଛନ୍ତି ?"

- ଡରୁଆ, ଛେରୁଆ କେଉଁଠିକାର.....କହି ବାଥରୁମକୁ ଚାଲିଗଲା ମାଧବୀ।

 ଓଃ, ଟୋକି ପୁରା ଡରେଇ ଦେଲା।ତାକୁ ଛେରୁଆ ବୋଲି ମୃଦୁ କଟାକ୍ଷ ବି କଲା।ହେଉ, ବାଥ ରୁମ ରୁ ଆଜି ବାହାରୁ ମାଧବୀ।ନିଜ ଅସଲ ରୁପ ଦେଖାଇଦେବ ରଜତ।

    କେଉଁ ରୁମ ରେ ସେମାନେ ଶୋଇବେ ?ଦୁଇଟା ବେଡ଼ରୁମ ତ ଅଛି।ଡିନର ପୂର୍ବରୁ ନା ଡିନର ପରେ .....

 ଆରେ ,ତା ସାର୍ଟ ଉପରେ କଫି ପଡି ଯାଇଛି।ସାଙ୍ଗେ ସାଙ୍ଗେ ପାଣିରେ ନଧୋଇଲେ ଦାଗ ରହିଯିବ।କଫି ଶେଷ କରି ବେସିନ ପାଖକୁ ଉଠିଲା ରାହୁଲ।

 ବାଥରୁମ ରୁ ସାୱାର ଶବ୍ଦ ଆସୁଛି।ବସ୍ତ୍ରହୀନା ହୋଇ ଗାଧୋଉଥିବ ମାଧବୀ।ହାଠାତ୍ ରାହୁଲ ମୁଣ୍ଡକୁ ଗୋଟେ ଦୁର୍ବୁଦ୍ଧି ଢୁକିଲା।ଆଜି ରାତିର ଦୃଶ୍ୟକୁ ମୋବାଇଲ ରେ ରେକର୍ଡିଂଗ କଲେ କେମିତି ହୁଅନ୍ତା ?ପରେ ମାଧବୀ କୁ ବ୍ଲାକମେଲ କରିହେବ।ଅଫିସ ସହକର୍ମୀଙ୍କୁ ଏମିତି ହାତରେ ରଖାଯାଏ।

 ମୋବାଇଲକୁ ଭିଡିଓ ରେକର୍ଡିଂଗ ମୋଡ଼ରେ ରଖି ସାର୍ଟ ପକେଟରେ ରଖିଲା ରାହୁଲ।ଏବେଠୁ ରେକର୍ଡିଂଗ ଆରମ୍ଭ।ସାର୍ଟ ର ବୋତାମ ସବୁ ଖୋଲି ବେସିନ ଟ୍ୟାପ ଖୋଲିଲା ବେଳେ କଣ ଗୋଟେ ଶବ୍ଦ ଶୁଣି ପଛକୁ ବୁଲି ଅନାଇଲା।କେହି କୁଆଡେ ନାହାନ୍ତି।

କାନ୍ଥରେ କେଦାର ର ଫଟ ଟଙ୍ଗା ହୋଇଥିଲା।ରାହୁଲ କୁ ଲାଗିଲା କେଦାର ଯେମିତି ତାକୁ ଅନାଇଛି।

  ସାର୍ଟ ରୁ କଫିଦାଗ ଧୋଇଲା ବେଳେ ସେ ଭାବିଥିଲା ସାର୍ଟ ଏମିତି ଖୋଲା ରହିଲେ ତା ସିଜ୍ସ୍ ପ୍ୟାକ ଆବ ଦେଖିବ ମାଧବୀ।

   ବେସିନ ପାଖରେ ଲାଗିଥିବା ଦର୍ପଣରେ ସେ ଦେଖିଲା ସୋଫାରେ କିଏ ବସିଛି ।କେଦାର !!!!

 ଚମକି ପଡ଼ିଲା ରାହୁଲ।କେହି ନଥିଲେ ସୋଫା ରେ।ଏସବୁ ତା ମନ ର ଭ୍ରମ।ହୁଏତ କେଦାର ପାଇଁ ତା ମନରେ ଭୟ ଅଛି।ଯଦି ତାକୁ ମାଧବୀ ସହ ଅସଞ୍ଜତ ଅବସ୍ଥାରେ କେଦାର ଦେଖିନିଏ ତେବେ ?

    ସୋଫାକୁ ଫେରି ଆସିଲା ରାହୁଲ।ଓଃ,ଏ ମାଧବୀ କଣ ରାମ ତେରି ଗଙ୍ଗା ମୈଲି ସିନେମାରେ ହିରୋଇନ ଗାଧେଇଲା ଭଳି ଗାଧୋଉଛି ନା କଣ ?

  ବେଡ଼ ରୁମର ଆଉଜା ହୋଇଥିବା କବାଟ ହାଠାତ୍ ଖୋଲିଗଲା।ମାଧଵୀ ତ ଅନ୍ୟ ରୁମର ବାଥରୁମରେ ପଶିଛି।କବାଟ ଭିତରୁ ବାହାରି ଆସୁଥିବା ଲୋକଟାକୁ ଦେଖି ରାହୁଲ ର ଦେହରେ ଏକ ଶୀତଳ ଲହରୀ ଖେଳିଗଲା।ମାଧବୀ ତାହେଲେ ସତ କହୁଥିଲା ?କେଦାର ବେଡ଼ରୁମ ରେ ଶୋଇଥିଲା !କେତେ ସତୀ ସାବିତ୍ରୀ ଏଇ ମାଧବୀ ? ଅନ୍ତତଃ ତାକୁ ସତ କହିଥିଲେ ସେ ଆଜି ଆସିନଥାନ୍ତା କି ଆଇସକ୍ରିମ ଚକୋଲେଟ ବି ଆଣିବା ଦରକାର ପଡିନଥାନ୍ତା।

-ଆରେ ,ଆପଣ ଘରେ ଅଛନ୍ତି ?ମୁଁ ଜାଣିନି।

 ଡାଇନିଂ ଟେବୁଲ ଉପରୁ ଛୁରୀ ଟା ଉଠାଇ ତାରି ଆଡ଼କୁ ଆସୁଥିଲା କେଦାର।ଆଖି ଟା ଲାଲ ଦିଶୁଥିଲା କେଦାର ର।

- ଦେଖନ୍ତୁ, କିଛି ମିସଅଣ୍ଡରଷ୍ଟାଣ୍ଡିଙ୍ଗ ହୋଇଛି।ମୋତେ ଡିନର ପାଇଁ ଡାକିଛି ମାଧବୀ।ଆପଣ ପଚାରି ପାରନ୍ତି।ମୋର ଅନ୍ୟ କିଛି ଉଦ୍ଦେଶ୍ୟ ନାହିଁ।ସତ କହୁଛି।ଗଡ଼ ପ୍ରମିଜ।

  କେଦାର ଆଗୋଉ ଥିଲା।

- ଦେଖନ୍ତୁ ମୁଁ ପ୍ରମିଜ କରୁଛି କେବେ ଆପଣଙ୍କ ଘରକୁ ଆସିବିନି।ମାଧବୀ କୁ ଅନାଇବି ନାହିଁ।ପ୍ଲିଜ ମୋତେ ମାରନ୍ତୁନି।

       ପ୍ରାଣ ବିକଳରେ ରାହୁଲ ଦୌଡ଼ିଲା କବାଟ ଆଡ଼କୁ।ହୁକ ଖୋଲିଦେଇ ସେ ବାହାରକୁ ଆସି ମଟର ସାଇକେଲ ଷ୍ଟାର୍ଟ କରି ଅତି ସ୍ପିଡ଼ ରେ ଚଳାଇଲା।କିଛି ଦୁର ଆସିଲା ପରେ ଗୋଟେ ନିଛାଟିଆ ଜାଗାରେ ଅଟକି ଟିକେ ନିଶ୍ବାସ ମାରିଲା।

  ମନେ ମନେ ଚିନ୍ତା କଲା, ଏସବୁ ତା ମନର ଭ୍ରମ ନୁହେଁ ତ ? ମାଧବୀ ଘର ସାମ୍ନାରେ କେଦାର ର ଗାଡ଼ି ତ ନଥିଲା।କିନ୍ତୁ ସେ ତ ଭୁଲ ଦେଖିନି।ଏହା କଣ କେଦାର'ର ଭୁତ !!!

ଛିଃ, କଣ ଏସବୁ ଭାବୁଛି ସେ ?ଭୁତ ଫୁତ କିଛି ନାହିଁ।

ତେବେ ଈଶ୍ୱରଙ୍କୁ ଯେମିତି ନଦେଖିକି ସୁଦ୍ଧା ଆମେ ବିଶ୍ବାସ କରୁ,ସେମିତି ଭୁତକୁ ନଦେଖି ବି ଆମେ ଭୟ କରୁ।ବିଶ୍ବାସ ଓ ଭୟ ଉଭୟ ମନର ପାରିପାର୍ଶ୍ବିକ ଅବସ୍ଥା।ଭୁତକୁ ଡ଼ରୁଥିବା ଲୋକଟି କୁ ଆମେ ଯଦି ଦୁର୍ବଳ ମାନସିକ ବ୍ୟକ୍ତି ବୋଲି କହୁ,ତେବେ ନିଜ ଉପରେ ବିଶ୍ବାସ ନଥାଇ ଭଗବାନଙ୍କୁ ପ୍ରସାଦ ଲାଞ୍ଚ ଦେଇ ଭକ୍ତି ବୋଲି ଯାହା କହୁ ତାହା ବି ଭୟ ନୁହେଁ କି ?ଯଦିଓ ଆମେ ତାକୁ ବିଶ୍ବାସ ବୋଲି କହୁ।ମାନିବା ନମାନିବା ବ୍ୟକ୍ତି ବିଶେଷ ଉପରେ ନିର୍ଭର କରେ।କିଛି ଅଦ୍ଭୁତ,ଅଲୌକିକର ତ ଉତ୍ତର କାହା ପାଖରେ ନଥାଏ।


 ତାର ମନେ ପଡିଗଲା ମୋବାଇଲ ଭିଡିଓ ମୋଡ଼ ରେ ଥିଲା।ତରବର ହୋଇ ଆସିଲା ବେଳେ ସାର୍ଟ ବୋତାମ ବି ଦେଇନି ସେ।ଭିଡିଓ ରେକର୍ଡିଂଗ ହୋଇଛି।ବ୍ୟାଟେରୀ ପ୍ରାୟ ସରି ଆସିଲାଣି।ଭିଡିଓ ଦେଖିଲେ ବ୍ୟାଟେରୀ ସାରିଯିବ।ତଥାପି ସତ୍ୟ ଜାଣିବାର କୌତୁହଳ ସମ୍ଭାଳି ପାରିଲାନି।

ଭିଡିଓ ଅନ କଲା।

କିନ୍ତୁ ଏ କଣ ! ଭୁଲରେ ସେଲ୍ଫି ମୋଡ଼ରେ ରଖି ଦେଇଥିଲା ସେ । ଫୋନ'ର ସାମ୍ନା କଭର ପଡି ଥିବାରୁ କିଛି ଭିଡିଓ ଦିଶୁନି।କେବଳ ତାରି ସ୍ବର ଅଛି।

ମାଧବୀ ର କଲ,"ଆରେ ତମେ କୁଆଡେ ପଳେଇଛ ?

ବ୍ୟାଟେରୀ ସରିଗଲା।ଫୋନ୍ ପୁରା ଡେଡ।କଣ କହିବ ସେ ?ଏବେ ଆଉ ମୁଡ଼ ନାହିଁ।

   ସର୍ଟକର୍ଟ ରାସ୍ତାରେ ପଶିଲା ସେ।ଜଲଦି ପହଂଚିବ ଘରେ।ସାମ୍ନାରେ କିଏ ଗୋଟେ ଠିଆ ହୋଇ ଲିଫ୍ଟ ମାଗୁଛି।ନା ସେ ଗାଡ଼ି ରଖିବନି।ଆଗେଇ ଚାଲିଲା।ହାଠାତ୍ ତା ବେକରେ କାହାର ଗରମ ନିଶ୍ବାସ।ଆରେ ତା ପଛ ସିଟରେ କିଏ ବସିଛି ?ମିରରରେ ପଛ ପଟ ଦୃଶ୍ୟ ଦେଖି ତା ଦେହ ହାତ ଥଣ୍ଡା ହୋଇଗଲା।ତାକୁ ଲାଗିଲା ନିଶ୍ବାସ ବନ୍ଦ ହୋଇଯିବ ତା'ର।

   ସାମ୍ନାରୁ ପୋଲିସ ଗାଡ଼ିର ସାଇରନ।ଗାଡ଼ି ବ୍ରେକ୍ ମାରି ରାସ୍ତାକୁ ଡ଼େଇଁ ପଡ଼ିଲା ରାହୁଲ।ପୋଲିସ ଗାଡ଼ିଟା ତା ପାଖରେ ଆସି ରହିବା ଦେଖି ଶାନ୍ତିର ନିଶ୍ବାସ ମାରିଲା ରାହୁଲ।

        ପରଦିନ ସକାଳୁ କଲିଂଗବେଲ ଶବ୍ଦ ଶୁଣି ରାହୁଲ ଦେଖିଲା ସକାଳ ଆଠଟା।ବାହାରେ ଅଫିସ ସହକର୍ମୀ ପ୍ରକାଶ ଠିଆ ହୋଇଥିଲା।

- ଏତେ ବେଳ ଯାଏଁ ଶୋଇଛୁ ? ଫୋନ୍ ଉଠାଉନୁ ?ଜଲଦି ଚାଲ ମାଧବୀ ଘରକୁ।ଅଫିସ ବାଲା ସମସ୍ତେ ସେଇଠି।।କାଲି ରାତିରେ ତୁ କାଳେ ସେ ବିଚାରୀ ଘରକୁ ଦେଖା କରିବାକୁ ଯାଇଥିଲୁ ?

  ପାଟିଟା ଖନି ମାରିଯାଉଥିଲା ରାହୁଲ ର।ତା ମନକୁ ପାପ ଛୁଉଁଥିଲା।

- କଣ ହୋଉଛି ମାଧବୀ ର ?ତା ସ୍ୱାମୀ କଣ ମାଧବୀକୁ ମାରିଦେଲା ?ମୋତେ ଲାଗୁଥିଲା..

  ରାହୁଲ କଥାକୁ ଅଧାରେ ରଖି ପ୍ରକାଶ କହିଲା, "କେଦାର କେମିତି ଓ କାହିଁକି ମାରିବ ମାଧବୀକୁ ?କାଲି ସନ୍ଧ୍ୟାରେ ଟୁର ରୁ ଫେରିଲା ବେଳେ ବାଟରେ ଆକ୍ସିଡେଣ୍ଟରେ ହୋଇ ବିଚରା କେଦାର'ର ସ୍ପଟଡେଥ ହୋଇଛି । "

(#ଅରବିନ୍ଦଦାସ)


Rate this content
Log in

Similar oriya story from Horror