Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Writer Roja Panda

Tragedy

5.0  

Writer Roja Panda

Tragedy

ଶାଶ୍ୱତ ପ୍ରେମ

ଶାଶ୍ୱତ ପ୍ରେମ

3 mins
7.5K


ସୂର୍ଯ୍ୟ ବୁଡି ବୁଡି ଯାଉଛି | ସେଇ ସୂର୍ଯ୍ୟ ସହିତ ତାଳ ଦେଇ ଦୁଇଟି ନିରୀହ ଆଖି ଧୀରେ ଧୀରେ ବନ୍ଦ ହେଇଯାଉଛି | ସେଇ ନିରୀହ ଆଖି ଦୁଇଟିକୁ ଆଉ ଦୁଇ ଲୁହ ଭିଜା ନିରୀହ ଆଖି ବିକଳରେ ଚାହିଁରହିଛି | ଆଉ ତାର ପୁରୁଣା ଅତୀତକୁ ବାରମ୍ବାର ମନେପକାଇବାରେ ଲାଗିଛି | ସେଦିନର ସେଇ ସୁଖଦଃ ମୁହୂର୍ତ୍ତ ସବୁ ଖୁବ ନିଆରା | ସେଦିନ ହଠାତ ଅନାପେକ୍ଷିକ ଭାବେ କ୍ରିଷ୍ଣାର ଜୀବନକୁ ଚାଲିଆସିଥିଲା ରୋଜି | ସେଦିନ ଥିଲା ଜାନୁଆରୀ ମାସ ୧୦ ତାରିଖ | ଇଣ୍ଟରନେଟ ସାହାଯ୍ୟରେ ଦୁହିଁଙ୍କର ବନ୍ଧୁତ୍ୱ ସୃଷ୍ଟି ହେଇଥିଲା | ଦୁହେଁ ଦୁହିଁଙ୍କୁ କେବେ ସାମ୍ନାରେ ଦେଖିନଥିଲେ | କେବଳ ନିଜନିଜର କଣ୍ଠସ୍ୱର ହିଁ ଥିଲା ସେମାନଙ୍କର ପ୍ରେମର ପ୍ରତୀକ | ସେମାନେ ବହୁତ ଖୁସିରେ ଜୀବନ ଅତିବାହିତ କରୁଥିଲେ ନିଜ ନିଜର ସୁଖ ଦୁଃଖକୁ ନେଇ | ଏମିତି କିଛିଦିନ ଅତିକ୍ରାନ୍ତେ ସେମାନଙ୍କର ପରସ୍ପରକୁ ଭେଟିବାର ସମୟ ଆସିଲା | ପ୍ରଥମଥର ପାଇଁ ସେ ଦୁହେଁ ଦୁହିଁଙ୍କୁ ଭେଟିବେ | ମନରେ ବହୁତ ଉତ୍କଣ୍ଠା ଭରି ରହିଥଏ | ଉପଯୁକ୍ତ ସମୟରେ ସେମାନେ ପରସ୍ପରର ସାମ୍ନାରେ ପରସ୍ପରଙ୍କୁ ଦେଖିବାରେ ସୁଯୋଗ ପାଇଲେ | ପ୍ରଥମ ଦେଖାରେ ଦୁହେଁ ଦୁହିଁଙ୍କ ପାଇଁ କିଛି ଉପହାର ଆଣିଥିଲେ | କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ଦୁଇଜଣଙ୍କର ଉପହାର ଏକା ଥିଲା | ଦୁହେଁ ଦୁହିଁଙ୍କ ପାଇଁ ଏକାପରି କୃଷ୍ଣ ମୂର୍ତ୍ତି ଦୁଇଟି ଉପହାର ସ୍ୱରୂପରେ ଆଣିଥିଲେ | ଦୁଇଟି ଅଲଗା ଅଲଗା ସ୍ଥାନରେ ରହୁଥିବା ଦୁଇଟି ଅଲଗା ଅଲଗା ଆତ୍ମାଙ୍କର ଭାବନା କିପରି ଏକା ହୋଇପାରିବ | କିପରି ସେମାନଙ୍କର ବିଚାର , ସେମାନଙ୍କର ଚିନ୍ତାଧାରା ସବୁ ଏକା ହୋଇପାରିବ | ଏହା ହିଁ ଶାଶ୍ୱତ ପ୍ରେମ | ତାଙ୍କ ପ୍ରେମ ପବିତ୍ର ଆଉ ଅମର ଥିଲା ସେଇଥିପାଇଁ ତ ଈଶ୍ୱର ତାଙ୍କୁ ପଥ ପ୍ରଦର୍ଶନ କରୁଥିଲେ | ସେମାନଙ୍କ ପ୍ରେମକୁ ସମ୍ମାନ କରୁଥିଲେ | ତାପରେ ଧୀରେ ଧୀରେ ସେମାନଙ୍କର ପ୍ରେମ ନିବିଡ ହେବାରେ ଲାଗିଲା |ହେଲେ ସେମାନଙ୍କ ପ୍ରେମ ଯେତିକି ଯେତିକି ଆଗକୁ ବଢ଼ୁଥିଲା ସେତିକି ସେତିକି ଶତ୍ରୁ ତାଙ୍କୁ ଅଲଗା କରିବାରେ ଲାଗିପଡ଼ିଥିଲେ | ସେମାନଙ୍କ ଘର ଲୋକ, ସେମାନଙ୍କର ଶିକ୍ଷକ ଏପରି ଅନେକ ଲୋକ | ସବୁ ବାଧାବିଘ୍ନ ଏଡେଇ ସେମାନେ ଶେଷରେ ବିବାହ ବନ୍ଧନରେ ବାନ୍ଧିହେଇଗଲେ | ତଥାପି ତାଙ୍କର ଦୁଃଖ ସରିନଥାଏ | ନିଜ ଲୋକମାନେ ବି ଶେଷରେ ସେମାନଙ୍କୁ ଅଲଗା କରିବା ପାଇଁ ଯୋଜନା କରିଥିଲେ | ସେମାନଙ୍କ ଭିତରେ ଦୂରତା ଆଣିବା ପାଇଁ ତାଙ୍କ ଭିତରେ ଭୁଲ ବୁଝାମଣା ସୃଷ୍ଟି କରୁଥିଲେ | ଫଳରେ ଦୁହିଁଙ୍କ ମଧ୍ୟରେ ବେଳେ ବେଳେ ବହୁତ ଝଗଡା ସୃଷ୍ଟି ହେଉଥିଲା | ଏମିତିରେ ରୋଜି ସବୁବେଳେ ବହୁତ ଚିନ୍ତାରେ ରହୁଥିଲା |

ଏମିତି ମାନସିକ ଅଶାନ୍ତି ଭିତରେ ରୋଜିର ଦେହ ବହୁତ ଖରାପ ହେଇଗଲା | ସେ ଧୀରେ ଧୀରେ ଖାଇବା ପିଇବା ଛାଡିଦେଲା | ଡାକ୍ତରୀ ପରୀକ୍ଷାରୁ ଜଣାପଡିଲା ଯେ ରୋଜିର ଲିଭର ପୁରା ପୁରି ଡ୍ୟାମେଜ ହେଇଯାଇଛି | ଧୀରେ ଧୀରେ ରୋଗଟି ବଢ଼ିବାରେ ଲାଗିଲା | ବହୁତ ଇନଫେକ୍ସନ ହେଇଯାଇଥିଲା | ତାକୁ ଅପରେସନ କରିବାକୁ ପଡିଲା | ଅପରେସନ ହେବାପରେ ରୋଜି କୋମାକୁ ଚାଲିଗଲା | ଦୀର୍ଘ ଛଅ ମାସ ପରେ ତାର ଆଖି ଖୋଲିଲା ଏବଂ ସେ ହୋସକୁ ଆସିଲା | ସେତେବେଳକୁ ତା ଦେହସାରା ଇନଫେକ୍ସନ ବ୍ୟାପିଯାଇଥିଲା | ଚେତା ଫେରିବା ମାତ୍ରେ ତାକୁ ବହୁତ କଷ୍ଟ ହେଉଥିଲା | ସେ କଷ୍ଟରେ ଛଟପଟ ହୋଇ ପୁଣି ଚେତା ଶୂନ୍ୟ ହେଇଯାଉଥିଲା | ଏମିତି ପନ୍ଦର ଦିନ ପରେ ରୋଜି ଆଖି ଖୋଲି ଲୁହ ଭିଜା ଆଖିରେ କ୍ରିଷ୍ଣାକୁ କହିଲା "ମତେ ବହୁତ ଯନ୍ତ୍ରଣା ହେଉଛି ପ୍ଲିଜ ମତେ ଏଇ ଯନ୍ତ୍ରଣାରୁ ମୁକ୍ତି ଦିଅ'' | କ୍ରିଷ୍ଣା ବି ଆଉ ଦେଖିପାରୁନଥିଲା ରୋଜିର ଯନ୍ତ୍ରଣା | ସେ ଏକ ସ୍ଲୋ ପଏଜନ ଇଞ୍ଜେକ୍ସନ ଆଣି ରୋଜିକୁ ଦେଇଦେଲା ଆଉ କହିଲା ତମେ ମତେ ଅପେକ୍ଷା କରିଥିବ | ମୁଁ ଖୁବଶୀଘ୍ର ତୁମ ପାଖକୁ ଆସୁଛି | ଅରଜନ୍ମରେ ଆମକୁ କେହି ଅଲଗା କରିପାରିବେନି | ରାତି ପାହି ସକାଳ ହେଲା | ରୋଜିର ଆଖି ସେତେବେଳକୁ ବନ୍ଦ ହେଇସାରିଥଏ | ଏବେ ପୁରାପୁରି ସକାଳ ହେଇସାରିଲାଣି | କ୍ରିଷ୍ଣା ରୋଜିର ଶବକୁ କାନ୍ଧରେ ପକାଇ ରାସ୍ତା ସାରା ପାଗଳଙ୍କପରି ବୁଲୁଛି | ଆଉ ପାଗଳଙ୍କ ପରି କଣ ସବୁ ଗୁଣୁଗୁଣୁ ହୋଇ କହିଯାଉଛି | ଆଉ ମଝିରେ ମଝିରେ ଗୀତ ଗାଇଚାଲିଛି ଯେ " ନିଶ୍ୱାସ ତୋ ବିନା ମୋର ଚାଲେନା ,କିଛି ନୁହେଁ ମୁଁ ତୋ ବିନା'','' ତୁ ମୋ ଜୀବନ ସାଥି '' | ଏହା ହିଁ ଶାଶ୍ୱତ ପ୍ରେମ | ଜଣେ ଆଉ ଏ ଦୁନିଆଁରେ ନାହିଁ ଆଉ ଜଣେ ପୁରା ପୁରି ପାଗଳ | ଦୁନିଆଁରେ ଥାଇ ବି ନଥିଲାଭଳି | କିନ୍ତୁ ତାଙ୍କ ପ୍ରେମ ଆଜିବି ଅମର | ଖୁବ ଶୀଘ୍ର ଆଉଥରେ ସେମାନଙ୍କର ମିଳନ ହେବ ଅରଜନ୍ମରେ | ପୁଣି ଦେଖାହେବ ଆର ଜନମରେ |

ରୋଜା ପଣ୍ଡା

ପୂର୍ଣ୍ଣାନନ୍ଦ ଭବନ

ନେତାଜୀ ନଗର , ମଧୁପାଟଣା

କଟକ - ୭୫ ୩୦୧୦


Rate this content
Log in

Similar oriya story from Tragedy