Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rasmi Rekha Tripathy

Others

3  

Rasmi Rekha Tripathy

Others

ଅନ୍ୟ ରୂପ

ଅନ୍ୟ ରୂପ

1 min
7.2K



ଭଦ୍ରଲୋକ ଭଲ କବିତା ଲେଖନ୍ତି l ଉଭୟ ସାହିତ୍ୟ ଓ ରାଜନୀତି କ୍ଷେତ୍ରରେ ବେଶ୍ ସୁପରିଚିତ ନାମ ଜଣେ l ଗୋଟିଏ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ତାଙ୍କୁ ନିମନ୍ତ୍ରିତ ଅତିଥି ଭାବରେ ଦେଖି ଖୁସି ହୋଇଗଲା ତାପସୀ l ଭଦ୍ରଲୋକ ବି ଉନ୍ମୋଚିତ ପୁସ୍ତକ ଉପରେ ବେଶ୍ ସୁନ୍ଦର ମନ୍ତବ୍ୟ ଦେଲେ ଓ କହିଲେ ସମସ୍ତେ ଏହି ବହି ପଢିବା ଆବଶ୍ୟକ ଓ ଉପହାର ଦେବା ଆବଶ୍ୟକ l କାର୍ଯ୍ୟକ୍ରମରେ ବହି ବିକିବା ଦାୟିତ୍ୱ ତାପସୀକୁ ଦିଆ ଯାଇଥିଲା l ସେ ନିଜେ ବି ଆଗ୍ରହୀ ଏଥି ପାଇଁ l ଭଦ୍ରଲୋକଙ୍କ ମନ୍ତବ୍ୟ ଶୁଣି ତାପସୀ ଭାବିଲା ଭଦ୍ରଲୋକ ନିଶ୍ଚିତ ଭାବରେ ଦୁଇ ତିନି ଖଣ୍ଡ ବହି କିଣିବେ l

: ବହୁତ ସୁନ୍ଦର ବହି l ମୋତେ ଗୌର ନିଶ୍ଚିତ ଭାବରେ ଗୋଟିଏ ଉପହାର ଦେବ ଯେ ! ବହିଟିଏ କିଣିବା ପରିବର୍ତ୍ତେ ଭଦ୍ରଲୋକ ଏହି ଭଳି ମନ୍ତବ୍ୟ ଦେଇ ଚାଲି ଯିବା ଦେଖି ତାପସୀର ଓଠ ଧାରରେ ବ୍ୟଙ୍ଗ ହସଟିଏ ଖେଳିଗଲା l ମନେ ମନେ ହସିଲା ତାପସୀ, “ହା ହା ହା”


Rate this content
Log in