Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଟାଟୁ
ଟାଟୁ
★★★★★

© Chinmayee Barik

Abstract Others

4 Minutes   7.4K    14


Content Ranking

" ଆତ୍ମାରାମ "ଏବେ ତାର ନୂଆ ନାମ । ପୁରୁଣାକୁ ଭୂଲି ସେ ନୂଆ କଳେବର ପାଇଛି ।ନୂଆ ଜୀବନ । ହଁ...ତ ଅନେକ ଦିନର ଇଛା ପୂରଣ ହୋଇଛି ତାର।

ପିଲା ବେଳେ ଜାତକ ଦେଖି ଜ୍ୟୋତିଷ କହିଥିଲା ଯେ ସେ ହେବ ଗୋଟିଏ ମହାନ ପୁରୁଷ । ସନ୍ୟାସ ହେବା ତା ଜନ୍ମ ପତ୍ରି କୁହେ । ସେଥିଲାଗି ବାପା ,ମା ତାକୁ ଜଲଦି ବିବାହ କରିଦେଲେ କିନ୍ତୁ ସନ୍ୟାସ ନେଇ ଇଶ୍ୱରଙ୍କ ଅନୁସନ୍ଧାନ କରିବା ତାର ଏକ ଲକ୍ଷ୍ୟ ପାଲଟି ଯାଇଥିଲା ।

ଲୁଚି ଦିନେ ଘର ଛାଡିଲା ଆଉ ସନ୍ୟାସ ନେଲା । ନାଁଟା ଏବେ ତାର ଆତ୍ମାରାମ ।ବୋଧ୍ ହୁଏ ସେ ଖୁସି ।ବୋଧ୍ ହୁଏ.....

ଜପ ,ଧ୍ୟାନ କଲା । ମସ୍ତିଷ୍କ ସ୍ଥିର ହେଲା । ଅନବରତ କାମ କରୁଥିବା ମସ୍ତିଷ୍କଟା ଜଡ ହେବାକୁଲାଗିଲା । ବୋଧ୍ ହୁଏ ଏ ଜଡ ଅବସ୍ଥା ହିଁ ସମାଧି ଅବସ୍ଥା । ଯେଉଁଠି ମଣିଷ କିଛି ଭାବି ପାରେନି । ସଂପୂର୍ଣ ବିଶ୍ରାମ ଅବସ୍ଥା । ସବୁ ହେଲା ...ମାନସିକ ଶାନ୍ତି ମିଳିଲା,ମସ୍ତିଷ୍କର ସ୍ଥିରତା ଆସିଲା ,ଜଂଜାଳ ମୁକ୍ତ ବି ହେଲା ,ନୂଆ ନାମ ବି ପାଇଲା ।

ଯାହା ହେଲାନି ସେଇଟା ଦୁଇଟା କଥା ଥିଲି । ଈଶ୍ୱରଙ୍କୁ ଚର୍ମ ଚକ୍ଷୁରେ ଦଖି ହେଲାନି କି ଅତୀତକୁ ଭୁଲି ହେଲାନି ।ଏ ଦୁଇଟା ଜିନିଷ ତାକୁ ହନ୍ତସନ୍ତକରେ । କାରଣ ଈଶ୍ୱର ତା ଦେହ ଜଡିତ ନ ଥିଲେ ଆଉ ଅତୀତଟା ତା ଦେହକୁ ଛାଡି ଯାଇପାରୁ ନଥିଲା ।

ସବୁ କିଛିକୁ ସଂଯତ କରିବା ଆଉ ଅତୀତକୁ ଭୂଲିଯିବା ଦୁଇଟି ଅଲଗା କଥା ।ତେଣୁ ନିଜକୁ ସଂଯତ କରିବାର କଳାକୁ ମଣିଷ ଆଦରି ନିଏ କାରଣ ଅତୀତକୁ ଲିପି ପୋଛି ଭୂଲିଯିବା ସହଜ କଥା ନୁହେଁ । ମୋଟେନୁହେଁ ।ଅତୀତକୁ କେବଳ ଜଣେ ହିଁ ଭୁଲି ପାରେ ସେ ହେଉଛି ପାଗଳ ।

"ଆତ୍ମାରାମ"ପାଗଳ ନ ଥିଲା .;ଥିଲା ସଂଯମୀ । ସଂଯମୀର ଅର୍ଥ ବି ଅଲଗା । ସଂଯମୀ ଅର୍ଥାତ୍ ନିଜ ଭିତରେ ସଂସାରର ସବୁ ଭାବନା ଆସିବ କିନ୍ତୁ ତାକୁ ଚାପିଚୁପି ରଖିବ ।

ଯାହାକୁ ଯେତେ ଦାବି ରଖିବ ତାହା ମଣିଷକୁ ସେତେ ଉତ୍ତେଜିତ କରିବ । ଆତ୍ମାରାମକୁ ସଂସାର କଥା ମନେ ପଡେ । ପତ୍ନୀ ଲୀଳା କଥା ବି ମନେ ପଡେ । କିନ୍ତୁ ସନ୍ୟାସ ଜୀବନଟା ୱାନ୍ ୱେ ଟ୍ରାଫିକ୍ ।

ଆମ ସମାଜରେ ଧର୍ମାନ୍ତିକରଣର ବ୍ୟବସ୍ଥା ରହିଛି । ଜଣେ ହିନ୍ଦୁରୁ ମୁସଲମାନ,ଖ୍ରଷ୍ଟିୟାନ ହୋଇ ପୁଣି ହିନ୍ଦୁ ଧର୍ମକୁ ଫେରି ପାରିବ ,ହେଲେ ଗୋଟିଏ ନାଁ କରା ଗୃହତ୍ୟାଗୀ ସନ୍ୟାସୀ କଣ ଫେରି ପାରିବ ସଂସାରକୁ ? ଫେରିଲେ କଣ ସମାଜ ତାକୁ ବଂଚିବାକୁ ଦେବ?

ସେଥି ଲାଗି ବୋଧେ ଅନେକ ସାଧୁ ସନ୍ୟାସୀଙ୍କ ପାଖରେ ଏକାନ୍ତ ସେବା ବୋଲି ଗୋଟିଏ ସେବା ଥାଏ । ନାରୀ ମାନେ ଏ ସେବାରେ ନିଜକୁ ଗୌରବାନ୍ୱିତ ମନେ କରନ୍ତି ।

---------********---------**********

ସେଦିନ ଆତ୍ମାରାମର ଆଶ୍ରମରେ ଅତିଥି ହୋଇ ଆସିଲେ ଜଣେ ସମ୍ଭ୍ରାନ୍ତ ଦମ୍ପତ୍ତି । ସାଙ୍ଗରେ ପନ୍ଦର ବର୍ଷର ଝିଅଟେ । ସେମାନଙ୍କର ରହିବାର ବ୍ୟବସ୍ଥା କରାଗଲା । ସେମାନେ ବିଶ୍ରାମ ନେଲେ ।

ସବୁ ଦିନ ପରି ସେ ଦିନ ବି ରାତି ଦୁଇଟାରେ ଆତ୍ମାରାମ ଉଠିଲା ଧ୍ୟାନ କରିବାକୁ । ବାହାରକୁ ଆସିଲା ନିତ୍ୟ କର୍ମ କରିବାକୁ । କିନ୍ତୁ ଏ କଣ ପନ୍ଦର ବର୍ଷର ଝିଅଟି ମୋବାଇଲ୍ ଧରି କାହାସହ କଥା ହେଉଛି ହସି ହସି । ତା ପୋଷାକ ବି ଟିକେ ଅବାଗିଆ । ପିଠି ପଟଟି ପୁରା ଖୋଲା ମେଲା । ଧଳା ଚମଡା ପିଠିରେ ଅଙ୍କା ଯାଇଛି ଗୋଟିଏ ନାରୀର ଉନ୍ମୁକ୍ତ ପିଠିର ଟାଟୁ । ଗୋରା ପିଠିରେ ନୀଳ ବର୍ଣର ଟାଟୁ । ଆଶ୍ଚର୍ଯ୍ୟ... କି କୁଟିକାମ ଏ ଚିତ୍ରରେ ।

ଗୋଟିଏ ପିଠି ଭିତରେ ଆଉ ଗୋଟେ ନାରୀର ଉନ୍ମୁକ୍ତ ପିଠି ? ଉଃ କି ଆକର୍ଷଣୀୟ..... ଆଉ ତାକୁ ଲୋକଲୋଚନକୁ ଆଣିବାକୁ ଝିଅଟିର ପିଠିଟା ପୁରା ଖୋଲା ମେଲା ? ସୋନ୍ଦର୍ଯ୍ୟରେ ସୌନ୍ଦର୍ଯ୍ୟ ଯେମିତି କେହି ବୋଳି ଦେଇଛି ।

ଆତ୍ମାରାମ ଆଖିରେ ଦେଖାଯାଏ ସ୍ତ୍ରୀ ଲୀଲାର ଦେହ । ଝିଅଟିର ସାମ୍ନା ପଟରେ ପୋଷାକ ଆଛାଦିତ ଥିଲେ ମଧ୍ୟ ଆତ୍ମାରାମ ଦେଖି ପାରେ ଏକ ବିବସ୍ତ୍ର ଦେହ । ଦେଖି ପାରେ ଏକ ନଗ୍ନ ଭୂଗୋଳ । କାରଣ ଏକଦା ସେ ବି କେବେ ଏକ ସଂସାରୀ ଥିଲା ।

ବାହାରେ ଉଷୁମୁଳିଆ ଶୀତ । ଆଗରେ ଝିଅଟିର ଖିଲି ଖିଲି ହସ। ପିଠି ଭିତରେ ଆଉ ଗୋଟେ ନୀଳ ପିଠିର ଟାଟୁ । ଦେହରେ ଯୌବନ । ପାକଳ ହୋଇ ନ ଥିବା ଅସଂଯମୀ ଗୋଟେ ମନ ...ଆଉ ଗୋଟେ ନିରୋଳା ମୁହୂର୍ତ୍ତ ....ଏତିକି କଣ ଯଥେଷ୍ଟ ନ ଥିଲା??

ଝିଅଟିର ବି କୋମଳ ଭରା ଯୌବନ ବୟସ...ଫୋନ୍ ରେ କିଛି ଉତ୍ତେଜକ କଥା ଆଉ ଆଗରେ ଜଣେ ସୁନ୍ଦର ପୁରୁଷ...ଶୀତ ରାତି...ଏହା ବି କଣ ଯଥେଷ୍ଟ ନ ଥିଲା ...??

କାମନା ତ ମସ୍ତିଷ୍କରେ ହିଁ ସୃଷ୍ଟି ହୁଏ ଆଉ ନିଷିଦ୍ଧ ଅଂଗକୁ ଗତି କରେ ...ସବୁ ବେଳେ କିଛି ଗୋଟାଏ ହେବାକୁ କଣ ଗୋଟିଏ ଯୁକ୍ତିଯୁକ୍ତ କାରଣର ଆବଶ୍ୟକତା ଥାଏ ?? ଅବେଳରେ ବି ମେଘ ହୁଏ...ହଠାତ୍ ସୁନାମୀ ବି ଆସେ ।ଏମିତି ବହୁତ କିଛି ଆସେ କିଛି ଧ୍ୱଂସ କରିବାକୁ । କାରଣ କିଛି ନ ଥାଏ...କିଛି ବି ନୁହେଁ....

କିଛି ଗୋଟିଏ ଘଟିଗଲା ଦୁଇଜଣଙ୍କର ସହମତିରେ..ସବୁ ଅକାରଣ ସତ୍ତ୍ୱେ ବି...। ସକାଳ ବେଳକୁ ସବୁ ହୋ ହାଲ୍ଲା....ପୋଲିସ ଘେରରେ ଆଶ୍ରମ । ଆତ୍ମାରାମ ଭାବୁଥିଲା ସବୁ ଅକାରଣର ଅନୁଭବଟି କେମିତି ପ୍ରମାଣ କରିବ କିଛି କାରଣ ଦେଇ ?? ଆଉ ଝିଅଟିଏ ହୋ ହାଲ୍ଲା ଦେଖି ଆତଙ୍କିତ । ତାର ଯେ ଏକଥାରେ ସହମତି ଥିଲା ଏକଥା ବୁଝେ କିଏ ??

ଗୋଟିଏ ନାବାଳିକାର କିଛି ସହମତି ନଥାଏ । ତା ସହ ଯାହା ହୁଏ ତାହା ଖାଲି ଅସହମତିରେ ହୁଏ ବୋଲି ସମାଜ ଯାହା ବୁଝେ । ଝିଅଟିର ବୟସ ଆଗରେ ତାର ସବୁ ଇଛାକୁ ଗୌଣ ଧରାଯାଏ । ସେ କେବଳ ରେପ୍ ହୋଇଛି ଏତିକି ସମାଜ ବୁଝେ ଯାହା...

*********************

ସବୁ ଛି ଛାକର କରୁଥିଲେ..ଗୋଟିଏ ସଂଯମୀ ସନ୍ୟାସୀ ଏମିତି କରିବା ଲଜ୍ଜ୍ୟା ଜନକ । ସମାଜ ଲାଗି କଳଙ୍କ ...ଛି ଛି....

ଆତ୍ମାରାମ ଠିକ୍ ଜାଣିଛି, ଏଇ କେତେ ଦିନର ସନ୍ୟାସ ଜୀବନ ଭିତରେ ଯେ ନିଜକୁ ସଂଯମ କରିବାର ଦୁର୍ବାର ଇଛା ହିଁ ମଣିଷକୁ ସମୟ ସୁବିଧା ଦେଖି ଅସଂଯମୀ କରି ପକାଏ ।

ଆଗ୍ନେୟ ଗିରିକୁ ଚାପି ରଖିଲେ ତାହା ଦିନେ ବିସ୍ଫୋରଣ ହେବ ହିଁ ହେବ ଦିନେ । ଖାଲି ଗୋଟିଏ ଦୁର୍ବଳ ସୁଯୋଗର ଅପେକ୍ଷା ଥାଏ । ଆଉ ଗୋଟିଏ ଖୋଲା ପିଠିର ନୀଳ ରଂଗ ଟାଟୁ ହିଁ ତାକୁ ବିସ୍ଫୋରଣ କରାଇ ଦେଲା । ହଁ...ଛୋଟ ଦିଆସିଲିଟେ ବି ତ ଗୋଟିଏ ପ୍ରାସାଦ ଜଳାଇ ଦେଇ ପାରେ ।

ଗୌତମ ବୁଦ୍ଧ ସମସ୍ତେ ହୋଇ ପାରନ୍ତିନି... ଯିଏ କି ନିଜର ସବୁ ଇଛାକୁ ପାରାଲେସିସ୍ କରିପାରିବେ ।ଏମିତି କି ପରାଶର ମୁନୀ ବି ଡଙ୍ଗା ଭିତରେ ମତ୍ସଗନ୍ଧା ସହ ଲିପ୍ତ ଥିଲେ.....

ଶରୀରରେ ସନ୍ୟାସ ନେବା ସହଜ କିନ୍ତୁ ମନରେ ସନ୍ୟାସୀ ହେବା....???କେତେ ସମ୍ଭବ???

ସନ୍ୟାସୀ ହେବା କଣ ଜରୁରୀ??

ଆତ୍ମାରାମ ନିଜକୁ ନିଜେ ହସୁଥିଲା । ତା ଜାତକ ପତ୍ରିକା ଠିକ୍ କହିଥିଲା...ସେ ସନ୍ୟାସ ହେବ ।

ହଁ...ତ.....ଗୋଟିଏ ରେପିଷ୍ଟ ଜୀବନ ଆଉ କଣ କି ?? ଭାବୁଥିଲା ଆତ୍ମାରାମ ହାତରେ ହାତକଡି ଲାଗିଲା ବେଳେ ।

ଆତ୍ମାରାମ ସନ୍ୟାସୀ ସଂଯମୀ

Rate the content


Originality
Flow
Language
Cover design

Comments

Post

Some text some message..