Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡିଆ ଶିଶୁ ଗପ

Children

2  

ଓଡିଆ ଶିଶୁ ଗପ

Children

ଆକବର ବିରବଲ - ୪୨

ଆକବର ବିରବଲ - ୪୨

1 min
7.6K


ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ ହୁଅନ୍ତି

ପ୍ରତିଦିନ ବିରବଲଙ୍କୁ ନାନାଦି ଅଜବ ପ୍ରଶ୍ନ ପଚାରି ଉତ୍ତର ଆଦାୟ କରିବା ଆକବରଙ୍କର ଏକ ନିତିଦିନିଆ ଅଭ୍ୟାସ ଥିଲା । ଦିନେ ବିରବଲ ଭାବିଲେ, ମହାରାଜ ତ’ ସବୁଦିନ ମୋତେ ପ୍ରଶ୍ନ ପଚାରୁଛନ୍ତି । ଦିନେ ମୁଁ ତାଙ୍କୁ ପ୍ରଶ୍ନ ପଚାରିବି । ଦେଖିବା ମହାରାଜ କେମିତି ଉତ୍ତର ଦେଉଛନ୍ତି । ଏହା ଭାବି ବିରବଲ ଦିନେ ଦରବାର ବସିଥିବା ସମୟରେ ମହାରାଜାଙ୍କୁ ପଚାରିଲେ, “ମହାରାଜ! ଆଜି ଗୋଟାଏ ଅଦ୍ଭୁତ କଥା ମୋ ମନକୁ ବାରମ୍ବାର ଗ୍ରାସ କରୁଛି । ମୁଁ ଜାଣିବାକୁ ଚାହେଁ, ସୂର୍ଯ୍ୟଦେବ କାହିଁକି ପ୍ରତିଦିନ ପୂର୍ବ ଦିଗରେ ଉଦୟ ହୁଅନ୍ତି? ଅନ୍ୟ କେଉଁ ଦିଗରେ କାହିଁକି ଉଦୟ ହୁଅନ୍ତି ନାହିଁ”

ବିରବଲଙ୍କ କଥା ଶୁଣିବା ପରେ ମହାରାଜ କହିଲେ, “ଶତାଦ୍ଦୀ ଶତାଦ୍ଦୀ ଧରି ଏହି ନିୟମ ପ୍ରଚଳିତ । ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ ଏବଂ ପଶ୍ଚିମ ଦିଗରେ ଅସ୍ତ ଯାଆନ୍ତି ।” ଏହି କଥା ଆକବର ବିରକ୍ତ ହୋଇ କହିଲେ । ଖାଲି ସେତିକି ନୁହେଁ ବିରବଲଙ୍କୁ ଭଲକରି ପଦେ କଥା ମଧ୍ୟ ଶୁଣାଇ ଦେଲେ । ରାଗିଯାଇ କହିଲେ, “ବିରବଲ! କାହିଁକି ତୁମେ ଏପରି ଅବାନ୍ତର ପ୍ରଶ୍ନ ଦିନେ ଦିନେ ପଚାର?” ମହାରାଜାଙ୍କର ଏହି କଥା ଶୁଣି ବିରବଲ ଚଟାପଟ୍ ଉତ୍ତର ଦେଲେ, “ମହାରାଜ! ଆପଣ ମୋତେ ପ୍ରତିଦିନ ଏପରି ଅନେକ ଅଜବ୍ ପ୍ରଶ୍ନ ପଚାରି ଥାଆନ୍ତି । ମୋତେ କାହିଁ ବ୍ୟସ୍ତ ଲାଗେନି କି, ମୁଁ କେବେ ବିରକ୍ତି ପ୍ରକାଶ କରେ ନାହିଁ ।” ବିରବଲଙ୍କ କଥାକୁ ମହାରାଜ ହୃଦୟଙ୍ଗମ କରିପାରିଲେ ।


Rate this content
Log in

Similar oriya story from Children