Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhariom Power Ajtak

Inspirational Drama

2  

Bhariom Power Ajtak

Inspirational Drama

ଅନୁତାପ

ଅନୁତାପ

2 mins
7.3K


ତୁମର ମନେଥିବ କି ନା ଜାଣେନି । ଯଦି ଷ୍ଟୋରୀମିରରେ ରେଜିଷ୍ଟ୍ରେସନ୍ ଥିବ ଏମିତି ମୋତେ ଜଣାଇବ ବୋଲି ଅନୁରୋଧ ।  ସେତେବେଳେ ମୁଁ କଲେଜରେ ପଢୁଥାଏ ଆଇ.ଏ ୨ୟ ବର୍ଷ । କଲେଜ ପାଖ ମେସରେ ରହେ । ତୁମେ ଏକାଦଶରେ ପଢୁଥିଲ ତୁମ ମାମୁଁଙ୍କ ଗାଁରେ ରହି ତୁମେବି ଗାଁକୁ ଆସିଥିଲ । ଜାଗର ଅମାବାସ୍ୟା ଛୁଟିରେ । ତୁମ ସାହିର ମୋ ସାଙ୍ଗ ସୂର୍ଯ୍ୟମଣି ଘରକୁ ଯିବାବାଟରେ ତୁମସହ ଦେଖାହେଲା । ତୁମେ ମୋତେ କହିଥିଲ ଏବର୍ଷ ଜାଗରକୁ ମନ୍ଦିରରେ ସାଙ୍ଗହୋଇ ଏକାଠି ବସି ଦୀପ ଜାଳିବା । ମୋତେ ଖୁସିଲାଗିଲା ,ମୁଁ ବି ହଁ କଲି । ତୁମେ କହିଲ ଯେ  ତୁମେ ୨ଟା ଦୀପ ନେଇଥିବ ଆଉ ମୁଁ ଖାଲିଖାଲି ଯାଇଥିବି । ସେଥିଯୋଗୁ ମୋତେ ବେଶି ଖୁସିଲାଗିଲାକି ତୁମେ ମୋତେ କେତେ ପସନ୍ଦ କରୁଥିଲ ଜାଣି । ହେଲେ ହଠାତ୍ ମୋ ପିଉସୀଙ୍କ ଦେହ ଖରାପହେଲା ଠିକ୍ ଜାଗର ଦିନ । ମୋ ପିଉସୀଙ୍କର କେହି ପିଲାପିଲି ନଥିଲେ ,ପିଉସା ବି ୨ବର୍ଷ ପୂର୍ବରୁ ମରିଯାଇଥିଲେ , ପିଉସୀଙ୍କୁ ନେଇ କଟକରେ ହସ୍ପିଟାଲରେ ୬ ଦିନରହି ପିଉସୀଙ୍କୁ ନେଇ ଫେରିଲି । ତାପରେ ମୁଁ କଲେଜ ଚାଲିଆସିଲି ।ତୁମସହ ଆଉ ଦେଖାହେଲାନି । ତୁମେ ସେବର୍ଷ ଦୀପ ଜାଳିଲ କି ନାଁ ଜାଣେନି । ତାପରେ ମୁଁ କଲିକତା ପଢିବାକୁ ଚାଲିଗଲି । ୬ବର୍ଷ ପରେ ଗୋଟେ କମ୍ପାନୀରେ ଚାକିରୀ ପାଇ ବମ୍ବେରେ ୨ବର୍ଷ ରହି ଗାଁକୁ ଆସିଲି । ଠିକ୍ ଜାଗର ପୂର୍ବ ଦିନ । ଭବିଲି ଏ ବର୍ଷ ତୁମସହ ଗାଁ ମନ୍ଦିରେ ଏକାଠି ଦୀପ ଜାଳିବି ।  ଏକଥା ଜଣାଇବାକୁ ତୁମ ସାହିରେ ଥିବା ମୋ ସାଙ୍ଗ ଘରକୁ ଗଲି । ଭାବିଲି ଦେଖାହେଲେ ତୁମକୁ ଜଣାଇବି ଯେ ଏବର୍ଷ ମନ୍ଦିରରେ ସାଙ୍ଗହୋଇ ଦୀପ ଜାଳିବା । ହେଲେ ତୁମସହ ଦେଖାହେଲାନି । ଭାବିଲି ମନ୍ଦିରରେ ଦେଖାହେବ ।  ମୁଁ ମନ୍ଦିରକୁ ୨ଟା ଦୀପ ନେଇ ଯାଇଥାଏ ,ତୁମର ଗୋଟେ ଆଉ ମୋର ଗୋଟେ । ସେଦିନ ମନ୍ଦିରରେ ଭାରି ଗହଳି ହୋଇଥାଏ । କୋଉଠି ହେଲେ ତୁମକୁ ପାଇଲିନାହିଁ । ସଂଞ୍ଜ ହୋଇଗଲା । ଗୋଟେ ନିରୋଳା ଯାଗା ଖୋଜି ଚମ୍ପାଗଛ ମୂଳେ ବସିଲି । ଦୀପଟେ ଲଗାଇଲି । ଆଉ ଗୋଟେ ତୁମପାଇଁ ରଖିଥାଏ । ତେଣୁ ତୁମକୁ ବାରମ୍ବାର ଖୋଜୁଥାଏ ମୋ ଆଖି । ବହୁତ ସମୟପରେ ଦେଖିଲି ତୁମେ ମୋ ସାମନାରେ ମନ୍ଦିରର ପୂର୍ବପଟେ ବସିଛ ,ଆଉ ଦୀପ ଜାଳୁଛ । ତୁମ ପାଖରେ ମୁଁ ନୁହେଁ ବସିଥିଲେ ତୁମ ସ୍ଵାମୀ । ମୁଁ ମୋ ଆଖିକୁ ବିଶ୍ଵାସ କରି ପାରିଲିନି । ତୁମ ପାଖକୁ ଗଲି ଦେଖିଲି ତୁମେ ମୁଣ୍ଡରେ ଲୁଗା ଦେଇ ତୁମ ସ୍ଵାମୀ ପାଖରେ ବସି ଦୀପ ଜାଳୁଛ । ଫେରିଆସି ଦେଖେ ମୋ ଦୀପଟି ଲିଭିଯାଇଛି ତେଲ ସରିଯାଇ । ସେତେବେଳକୁ ସୂର୍ୟ୍ୟ ଉଦୟ ହୋଇଯାଇଥିଲେ ।


Rate this content
Log in

Similar oriya story from Inspirational