Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Krupasindhu Mishra

Classics

3  

Krupasindhu Mishra

Classics

ଲାଖ ବିନ୍ଧା

ଲାଖ ବିନ୍ଧା

2 mins
7.2K


ମହାଭାରତ (୩୯)

ତା ପରେ ପାଞ୍ଚାଳରାଜ ଲାଖ ପ୍ରସ୍ତୁତିର ବିସ୍ତୃତ ବିବରଣୀ ଦେଲେ." ମଧ୍ୟରେ ରାଧା ଚକ୍ର ନାମକ ସହସ୍ର ଧାର ଥାଇ ଏକ ଚକ୍ର ଘୁରୁଛି.ତା ଉପରେ ଏକ ସ୍ୱର୍ଣ୍ଣ ନିର୍ମିତ ମତ୍ସ୍ୟ ଅଛି. ଚକ୍ର ତଳେ ଏକ ପଟା ଉପରେ ଛିଡା ହେବାକୁ ପଡିବ. ସେଠାରେ ଯେଉଁ ଶକ୍ତିଶାଳୀ ଧନୁ ଅଛି ସେଥିରେ ଶର ସନ୍ଧାନ କରିବ. ତଳେ ସୁବର୍ଣ୍ଣ କଳସରେ ଜଳ ଥିବ. "ଧନୁ ଧରି ଚାହିଁବ ସେ ଜଳଘଟ ଗୋଟି,ତଳକୁ ଥିବ ଯେ ଦୃଷ୍ଟି ଉପରକୁ ମୁଷ୍ଟି;  ନାରାଚରେ ମତ୍ସ୍ୟ ବାମ ଚକ୍ଷୁ ଫୁଟିଯିବ ,ଏମନ୍ତ ପ୍ରକାରେ ଏହି ଲାଖବିନ୍ଧା ହେବ." ଯିଏ ଏହି ଲାଖ ବିନ୍ଧିବ ସେ ମୋ କନ୍ୟାକୁ ବିବାହ କରିବ .ପୁନର୍ବାର ମୁ ଅନୁରୋଧ କରୁଛି ଯେ ଅନ୍ୟମାନେ ବାଧା ସୃଷ୍ଟି କରିବେ ନାହିଁ. ଯଦି ସମସ୍ତେ ମୋତେ ପ୍ରତିଶ୍ରୁତି ଦେବେ, ତେବେ ମୁଁ କନ୍ୟାକୁ ସଭା ମଧ୍ୟକୁ ଆଣିବି." ସମସ୍ତେ ଏଥିରେ ରାଜି ହେବାରୁ ଦ୍ରୁପଦ ତାଙ୍କର ଦୁଇ ପୁତ୍ରଙ୍କୁ ଦ୍ରୌପଦୀଙ୍କୁ ଆଣିବାକୁ ପଠାଇଲେ. ଅପରୂପା ପାଞ୍ଚାଳୀ, ସୁନ୍ଦରୀ କନ୍ୟମାନଂକ ମେଳରେ ସୁବର୍ଣ୍ଣ ହାନ୍ଦୋଳାରେ  ବସି ଯେତେବେଳେ ସଭା ମଧ୍ୟରେ ବିଜେ କଲେ ରାଜାମାନେ ତାଙ୍କର ଭୁବନମୋହିନୀ ରୂପ ଦେଖି ସ୍ତମ୍ଭୀଭୂତ ହୋଇଗଲେ. ସେଠାରେ ତାଙ୍କ ପାଇଁ ଆସ୍ଥାନଟିଏ ତିଆରି ହୋଇଥାଏ. ଆସ୍ଥାନରେ ବସିବା ଆଗରୁ ଜରାସନ୍ଧ ଆଦି ରାଜାମାନଙ୍କ ଅନୁରୋଧରେ ସେ ସଭା ମଧ୍ୟରେ ଥରେ ସଖୀ ମାନଙ୍କ ଗହଣରେ ବୁଲି ଆସିଲେ. ସଖୀ କେଶିନୀ ତାଙ୍କୁ ରାଜାମାନଙ୍କର ପରିଚୟ ଦେଉଥାଏ. ତତ୍ପରେ ସେ ଯାଇ ଆସ୍ଥାନରେ ବସିଲେ. ଏତିକି ବେଳେ କୃଷ୍ଣ, ବଳରାମ ,ଉଗ୍ରସେନ ଆଦି ଆସି ପହଁଚିଲେ. କୃଷ୍ଣ ବଳରାମଙ୍କ ଆସିବା ଦେଖି ଈଶ୍ବର ବ୍ରହ୍ମା,ଇନ୍ଦ୍ରାଦି ଦେବତା ସ୍ୱର୍ଗରୁ ଆସି ଅନ୍ତରୀକ୍ଷରେ ରହିଲେ. ସମସ୍ତ ମହର୍ଷି,ଦେବର୍ଷି ଓ ବ୍ରହ୍ମର୍ଷି ଆସିଲେ. କୃଷ୍ଣ ବଳରାମଙ୍କୁ ଏ ଭଳି ଲାଖ କିଏ ବିନ୍ଧି ପାରିବ ବୋଲି ପଚାରିଲେ. ବଳରାମ କହିଲେ, ବୀର  କର୍ଣ୍ଣ ଦୃଷ୍ଟିଭେଦୀ, ସେ ୟେ ଲାଖ ବିନ୍ଧିବ ଏବଂ କନ୍ୟାକୁ ଦୁର୍ଯ୍ୟୋଧନକୁ ଦେଵ. ଶ୍ରୀକୃଷ୍ଣ ମଧ୍ୟ ସନ୍ଦେହରେ ଥିଲେ. ବଳରାମଙ୍କ କଥାରେ ତାଙ୍କର ସନ୍ଦେହ ଦୃଢ଼ୀଭୂତ ହୋଇଗଲା. ସେ ସୁଦର୍ଶନ ଚକ୍ରକୁ ଡାକି ଆବଶ୍ୟକୀୟ ନିର୍ଦ୍ଦେଶ ଦେଲେ. ସ୍ଵର୍ଗରେ ବ୍ରହ୍ମା, ମର୍ତ୍ତ୍ୟରେ ବ୍ୟାସ ଓ ନିଜେ କୃଷ୍ଣ ,ଏଇ ତିନି ଜଣ ଏ କଥା ଜାଣିଲେ.(କ୍ରମଶଃ)


Rate this content
Log in

Similar oriya story from Classics