Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ସ୍ନେହ
ସ୍ନେହ
★★★★★

© Pramod Kumar Jena

Others

2 Minutes   14.2K    10


Content Ranking

ବାପା ଯେତେବେଳେ ଦୁଇ ବର୍ଷର ହୋଇଥିଲେ ଜେଜେବାବାଙ୍କର ଦେହାନ୍ତ ହୋଇ ଯାଇଥିଲା l ଉଭୟ ବାପା ଓ ବୋଉର ସ୍ନେହ ଦେଇ ଜେଜେ ମାଆ ମୋ ବାପାଙ୍କୁ ବଡ
କରିଥିଲେ
l ବାପା ଗୋଟିଏ ରାଜନୈତିକ ଦଳର ସଦସ୍ୟ ଥିଲେ l ପ୍ରାୟତଃ ତାଙ୍କର ବେଶି ସମୟ ପଞ୍ଚାୟତ ଅଫିସରେ କଟୁଥିଲା l ଏମିତିରେ ବାପା ଟିକିଏ କ୍ଷଣ କୋପୀ ଥିଲେ l ଛୋଟ ଛୋଟ କଥାରେ ରାଗି ଯାଆନ୍ତି l ବାପାଙ୍କୁ ଆମେ ଭାଇ ଭଉଣୀ ପ୍ରାଣେ ଭୟ କରୁ l ସେଦିନ କଣ ହେଲା କେଜାଣି ବାପା ଜେଜେମାଆଙ୍କୁ ବିରକ୍ତ ହୋଇ ଖୁବ୍ ପାଟି କଲେ l ଆମେ ସବୁ ଭୟରେ ଲୁଚି
ଗଲୁ
l ବାପା କିଛି ସମୟ ପରେ ବାହାରକୁ ଚାଲିଗଲେ l ଦେଖିଲି ଜେଜେମାଆ ବାଡି ପଟେ ଗଛ ମୂଳେ ବସି କାନ୍ଦୁଛି l ତା ପାଖେ ଗୁଞ୍ଜି ହୋଇ ବସିଲି l କିଛି ସମୟ ପରେ ଦେଖିଲି ଜେଜେମାଆ ଶାନ୍ତ ହେଲାଣି l ତାକୁ ଟିକିଏ ଖୁସି କରିବା ପାଇଁ କହିଲି, ଜେଜେମା’! ମୁଁ ଚାକିରି କଲେ ତମକୁ ମୋ ସାଥିରେ ନେଇ ଯିବି l” ଭାବିଲି ସେ ଖୁସି ହୋଇଯିବ l କିନ୍ତୁ, ମୋ ମୁଣ୍ଡକୁ ସାଉଁଳି ଦେଇ କହଲା, ନାଁରେ ପୁଅ l ମୁଁ ମୋ କାଳିଆକୁ ଛାଡି କୁଆଡେ ଯିବିନି l”

          କିଛି ସମୟ ପରେ ଦେଖିଲି ବାପା ଫେରି ଆସିଲେଣି l ବୋଉ ହାତକୁ ମାଛ ପୁଡିଆଟା ବଢେଇ ଦେଇ କହିଲେ, ବୋଉକୁ ଛୋଟ ମାଛ ଭଲ ଲାଗେ ତ l ତାକୁ କହିବ ବେସର ଦେଇ ରାନ୍ଧିବ l” ଟିକିଏ ହସି ବୋଉ କହିଲା, ସିଏ ତ ପମି ସାଥିରେ ଚାକିରିକୁ ପଳେଇବେ l ଆଉ ମାଛ କେତେବେଳେ ରାନ୍ଧିବେ??”

: ହଉ l ମୁଁ ଯାଉଛି l ଗୋଟେ ପାଲିଙ୍କି ଡାକି ଦେଉଛି ଯେ ନାତି ଜେଜେମାଆ ସେଥିରେ ବସି ଯିବେ l ଏତିକି କହି ବାପା ସାଇକେଲ୍ ନେଇ ବାହାରକୁ ଚାଲିଗଲେ lଜେଜେମାଆ କୋଉଠି ଥିଲା କେଜାଣି, ବୋଉ ହାତରୁ ମାଛ ପୁଡିଆଟା ନେଇ ବାଛିବାରେ ଲାଗିଗଲା l

 

ଆଜି ବାପା ବି ନାହାନ୍ତି କି ଜେଜେମାଆ ବି ନାହାନ୍ତି l ଭାରି ଇଚ୍ଛା ହେଲା କାନ୍ଦିବାକୁ l ଭାବୁଥିଲି, ଯଦି ସେମାନେ ଦେଖା ହୁଅନ୍ତେ, ତା ହେଲେ ପଚାରନ୍ତି, ଜେଜେମାଆ ! ତୁମେ କୁଆଡେ ଗଲ ? ତୁମେମାନେ ଗଲା ପରେ ସ୍ନେହ ମମତା ଆସ୍ତେ ଆସ୍ତେ ସଂସାରରୁ ଲୋପ ପାଇବାକୁ ବସିଲାଣି l”

ସ୍ନେହ

Rate the content


Originality
Flow
Language
Cover design

Comments

Post

Some text some message..