ନୋ ..ଆଇ ଡୋନ୍ଟ ଲାଇକ୍ ୟୁ
ନୋ ..ଆଇ ଡୋନ୍ଟ ଲାଇକ୍ ୟୁ
କରନ୍ କହି ସାରିଥିଲା ...ନୋ ଆଇ ଡୋନ୍ଟ ଲାଇକ୍ ୟୁ ।ଏହା ପଛରେ ଗୋଟିଏ ହିଁ କାରଣ ଥିଲା ଯେ ମାରିଆ ଖୁବ୍ ଭାବ ପ୍ରବଣ ।ସିଧା କଥାକୁ ସେ ସିଧା ସିଧା ବୁଝେ । ତା ପଛରେ ଥିବା ଉଦ୍ଧ୍ୟେଶ୍ୟକୁ ନୁହେଁ ।
ହଁ,ଏଇ ଭାବପ୍ରବଣତାରେ ମାରିଆ ଅପେକ୍ଷା କରେ କରନ୍ କୁ ରାତିର ଶେଷ ପ୍ରହରକୁ ,ସେ ଫେରିବା ବାଟକୁ ।କେବେ ଖାଇଛନ୍ତି କି ନାହିଁ ବୁଝିବା ଲାଗି ।ମନେ ପକାଇଦେବାକୁ ଯେ ତାଙ୍କୁ ଭୋକ ଲାଗୁଥିବ କିନ୍ତୁ ସେ ଟାୟାର୍ଡ ହୋଇ ଶୋଇ ପଡିଥିବେ ।ମାରିଆ ପଚାରେ ଫୋନ୍ କରି ..ଖାଇଲଣି?କରନ୍ ବିରକ୍ତ ହୁଏ ଓ କୁହେ ,ପ୍ଲିଜ୍ ଏତେ ରାତିରେ ଫୋନ୍ କରନା ଆଉ ।ମୋର ବ୍ରେନ୍ ଆଉଟ୍...,ସେବେଠୁ ମାରିଆ କେବଳ ମେସେଜ୍ ଟିଏ ଦେଇ ଦିଏ,....ଖାଇକି ଶୋଇବ....।
ସତେତ ପ୍ରଶ୍ନ କରୁଥିବା ନାରୀ ମାନଙ୍କୁ ପୁରୁଷ ମାନେ ଭଲ ପାଆନ୍ତିନି । ମାରିଆ ଜାଣେ ଏ କଥା । ମାରିଆ କରନ୍ ଲାଗି ଖୁବ୍ ଭାବ ପ୍ରବଣ । ପୃଥିବୀର ସବୁ ପୁରୁଷଙ୍କ ଭିତରୁ ସେ ତାକୁ ହିଁ ବାଛିଚି ବନ୍ଧୁତା ରୂପରେ ।
ମାରିଆ ଜାଣେ କରନ୍ ତାକୁ ପ୍ରେମ କରେନି କିନ୍ତୁ ଭାବପ୍ରବଣ ହୋଇ କେବେ କେବେ ପ୍ରେମର କଥା ବାର୍ତ୍ତା କରେ ମାରିଆ ସହ।ମାରିଆ ର ନୋ କଂପ୍ଲେନ୍ । କାରଣ ମାରିଆ ଖୁବ୍ ଭାବ ପ୍ରବଣ ।
ବେଳେ ବେଳେ ମାରିଆର ଇଛା ହୁଏ କରନ୍ କାଂଧରେ ମଥା ରଖି ଦୁନିଆକୁ ଦେଖିବାକୁ ।ତା ସହ ରାସ୍ତା କଡରେ ପୁଚୁକା ଖାଇବାକୁ ।ବାଇକ୍ ରେ ବସି ବୁଲିବାକୁ । ମାତ୍ର କରନ୍ ସବୁବେଳେ ବିଜି । ମାରିଆ ର ଏଠି ବି ନୋ କଂପ୍ଲେନ୍ ।
ମାରିଆର ସବୁ ନୋ କଂପ୍ଲେନ୍ ଭିତରେ ଗୋଟିଏ କଥା ଥାଏ ଯେ ସେ କରନ୍ ର ପ୍ରେମରେ ।ଆଉ କରନ୍ ଏହାକୁ ବନ୍ଧୁତାର ନାମ ଦେଇ ଏଡାଇ ଯାଏ ।ମାରିଆ ହସି ଦିଏ ।କାରଣ ମାରିଆ ଭାବ ପ୍ରବଣ ହେଲେ ବି ମେଣ୍ଟାଲି ସେ ଖୁବ୍ ଷ୍ଟ୍ରଙ୍ଗ ।କରନ୍ ର ସବୁ ନିଷ୍ପତ୍ତିକୁ ସହି ନେବାର ହୃଦୟଟେ ଅଛି ତାର।
ସେଦିନ ମାରିଆ ଦେଖିଲା କରନ୍ ର ଫାଇଲ୍ ଭିତରେ ଗୋଟିଏ ଫଟୋ ।ସେଥିରେ କରନ୍ ସହ ଆଉ ଜଣେ ମହିଳା ଆଉ ପୁଅଟେ ।ମାରିଆ ଅଧେର୍ଯ୍ୟ ହୋଇ ପଚାରିଲା ,ଏମାନେ କିଏ ସବୁ? କରନ୍ ର ସିଧା ଉତ୍ତର ..ସେ ମୋ ୱାଇଫ୍ ଆଉ ପୁଅ ।ଖୁବ୍ ଭଲ ପାଏ ସେମାନଙ୍କୁ ।
ତା ହେଲେ ମୋତେ?ମୋତେ ପ୍ରେମ କରନି? ମୁଁ ପଚାରିନି ବୋଲି ତୁମେ ସତ କହିବା ଉଚିତ୍ ମନେ କଲନି?ୟୁ ଆର୍ ହିପୋକ୍ରେଟ୍ କରନ୍.......ମାରିଆ ଆଖିରେ ଲୁହ ।
ଏଇ,ଚୁପ୍ କର...ଚୁପ୍ କର ଏସବୁ । ମୋତେ କେହି ଗାଳି ଦିଅନ୍ତିନି ।ତୁମର ଏତେ ସାହାସ ?ପ୍ରେମ ତୁମକୁ??ହା ,ହା ସେ ଯୋଗ୍ୟତା ମୋର ନାହିଁ ।ଆଇ ଡୋନ୍ଟ ଲାଇକ୍ ୟୁ ....ଡୋନ୍ଟ ଲାଇକ୍ ୟୁ ।କରନ୍ ହାତ ମୁଠା କରି ପ୍ରଳାପ କରୁଥିଲା ଆଣ୍ଠେଇ ପଡି। କହୁଥିଲା....ଆଇ ହେଟ୍ ୟୁ ...ମାରିଆ ।ବିଲିଭ୍ ମି ଆଇ ହେଟ୍ ୟୁ ...କରନ୍ ଆଖିରେ ଉନ୍ମାଦ ପଣିଆ ଆଉ ଲୁହର ସ୍ରୋତ ବି ।
ମାରିଆ ନିଜକୁ ସଜାଡି ସାରି ଥିଲା । ଦୃଢ କରି ସାରିଥିଲା ମନକୁ ।ବୁଝି ଯାଇଥିଲା କାହିଁକି କରନ୍ ସବୁ ବେଳେ ବିଜି ରୁହେ,ବ୍ରେନ୍ ଆଉଟ୍ ବୋଲି କୁହେ ।କେବଳ ମାରିଆ ନୁହେଁ ବୋଧେ କରନ୍ ବି ଭାବପ୍ରବଣର ମଣିଷଟେ ।
ନିଜର ଗୋଟିଏ ସୁନ୍ଦର ସଂସାର ଥିଲେ ବି ମଣିଷ ପ୍ରେମରେ ପଡେ ।ତାର କାରଣ କାହାକୁ ଜଣା ନାହିଁ ।
ସବୁ ଦିନ ପରି ଜଳଖିଆ ତିଆରି କରି ମାରିଆ କରନ୍ କୁ ଡାକିଲା....ଓ ମାଇ... ଦିନ- ଇ- ଇଲାହୀ....ବ୍ରେକଫାଷ୍ଟ ରେଡି କମ୍ ଅନ୍ ।କୁଇକ୍....
ବ୍ରେକଫାଷ୍ଟ ଥୋଇ ମାରିଆ ଫେରି ଯାଉଥିଲା....କରନ୍ ବେଶ୍ ଜୋର୍ ରେ କହୁଥିଲା ..ୟେ....ଲିସନ୍...ଆଇ ହେଟ୍ ୟୁ ...ଆଇ ଡୋନ୍ଟ ଲାଇକ୍ ୟୁ ....ମାରିଆ ।
କରନ୍ ପ୍ରଳାପ କରି କଣ ପ୍ରମାଣ କରିବାକୁ ଚାହୁଁଥିଲା?????
ମାରିଆ ଓଠରେ ହସଟିଏ ।
ବୋଧ୍ ହୁଏ ଗୋଟିଏ ନିଃସର୍ତ୍ତ ପ୍ରେମର ଆରମ୍ଭ ହୋଇ ସାରିଥିଲା ।