Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

srutakirti Tripathy

Others

3  

srutakirti Tripathy

Others

ଉପସଂହାର

ଉପସଂହାର

2 mins
503


ଓଡ଼ିଆ ପୁସ୍ତକ କିଣିବା ଓ ପଢିବା ପାଇଁ ସବୁବେଳେ ମୋ ମନରେ ଏକ ଲାଳସା ରହିଆସିଛି l ବହି ନିଶା ଏମିତି ମୋତେ ଘାରିଛି ଯେ ରାସ୍ତା କଡରେ ଥିବ ବୁକଷ୍ଟଲ ରୁ ମଧ୍ୟ ଆଖି ଫେରାଇ ଆଣି ପାରେ ନାହିଁ l ଏପରିକି କାହାଘର କୁ ଯାଇଥିଲେ, ଥାକରେ ସଜା ହୋଇଥିବା ବହି ଗୁଡିକୁ କାଢି ତାର କେତେଟା ପୃଷ୍ଠା ଲେଉଟାଇ ଦେବାରେ ମୋର ତିଳେ ହେଲେ ଦ୍ଵିଧା ନ ଥାଏ l ବେଳେବେଳେ ମନୋଜ ଦାସ କିମ୍ବା ପ୍ରତିଭା ରାୟ ଙ୍କ ଲିଖିତ କୌଣସି ପୁସ୍ତକ କେଉଁ ବନ୍ଧୁ ଙ୍କ ଡ୍ରଇଁ ରୁମ ର ଶୋଭା ବର୍ଦ୍ଧନ କରୁଥିବା ଦେଖିଲେ ବହିଟି କୁ ମାଗିନେଇ ପଢିବାକୁ ମଧ୍ୟ କୁଣ୍ଠା ପ୍ରକାଶ କରେ ନାହିଁ l

ଜଣେ ପୁସ୍ତକ ପ୍ରେମିକ ବହି କିଣୁ କି ନ କିଣୁ ସବୁ ପ୍ରକାର ବହି ଦେଖି, ତାହାର କାଗଜ ପୃଷ୍ଠା ଗୁଡିକୁ ଆଘ୍ରାଣ କରି ନିଜର ବୌଦ୍ଧିକ କାମନା କୁ ଚରିତାର୍ଥ କରିବାକୁ ଚେଷ୍ଟା କରେ l ସେଇ ପୁସ୍ତକ ପ୍ରେମ ଦିନେ ମୋତେ ବାଧ୍ୟ କଲା ମୋର ନିଜର ଏକ କାହାଣୀ ଲେଖିବା ପାଇଁ l ଅନେକ ଅନୁଭୂତି ସବୁ ବହସିଉଠିଲା ଗୋଟି ଗୋଟି ହୋଇ, ହେଲେ ଶବ୍ଦ ଖୋଜି ପାଇବା କଷ୍ଟକର ହେଲା ଏବଂ ନିଜର ଅକ୍ଷମତା ଓ ଅସହାୟତା ସମ୍ପର୍କ ରେ ଜାଣି ମୁଁ ଖୁବ ମର୍ମାହତ ହେଲି l କିଛି ସମୟ ଆତ୍ମମଗ୍ନ ଭାବରେ ବସିବା ପରେ ଲେଖିବାକୁ ଚେଷ୍ଟା କଲି l ପରମେଶ୍ୱର ଙ୍କ ଦୟାରୁ ପୌଷ ର ଝରାପତ୍ର ଭଳି ଶବ୍ଦ ଗୁଡିକ ବିଛେଇ ହୋଇପଡିଲା ଏବଂ ମୁଁ ତୃପ୍ତି ରେ ନିଶ୍ୱାସ ମାରିଲି l

ତା ପରେ ଆରମ୍ଭ ହେଲା ଗପଲେଖା l କିଛି ସ୍ମୃତି କିଛି ଅନୁଭୂତି ଏବଂ କିଛି ମନଗଢା ବିଷୟ ନେଇ ଫର୍ଦ ପରେ ଫର୍ଦ ଯୋଡି ହୋଇ ଗଲା ମୋର ନୋଟ ବୁକ ରେ l କେମିତି କେଜାଣି ଆପଣ ଛାଏଁ ଲେଖିଗଲି ପାଞ୍ଚ, ଛ ପୃଷ୍ଠା ଏକା ଥରକେ l 'ଆଜି ଦିନ ପାଇଁ ବହୁତ ହୋଇଗଲା 'ଭାବି ନିଜ ମନକୁ ବୁଝାଇ ସେ ଦିନର ଲେଖା ବନ୍ଦ କଲି l

ସେଦିନ ପରେ ବ୍ୟସ୍ତ ରହିଗଲି ଅନ୍ୟାନ୍ୟ କାମରେ ଆଉ ଲେଖିବାକୁ ସୁଯୋଗ ପାଇଲି ନାହିଁ l ହେଲେ ଜମା ଭୁଲି ନ ଥିଲି କାହାଣୀ ଟି ଏବେ ଯାଏ ଶେଷ ହୋଇନି ବୋଲି l ଗୋଟିଏ ରବିବାର ଦିନ ନିଷ୍ପତ୍ତି ନେଲି 'ଆଜି ଯେମିତି ହଉ ଗପଟିକୁ ସାରିବି 'l ଚଞ୍ଚଳ ଉଠି ସବୁକାମ ସାରି ବସିପଡ଼ିଲି କାହାଣୀ ର ଉପସଂହାର ଲେଖିବା ପାଇଁ l ଆଶ୍ଚର୍ଯ୍ୟ ଜନକ ଭାବରେ ଗୁଡ଼ାଏ ଶବ୍ଦ ଭାବନା ରେ ଛନ୍ଦି ହୋଇ କାଗଜ ଉପରେ ଅଜାଡି ହୋଇପଡିଲା ଓ ପୁଣି କିଛି ଫର୍ଦ ଲେଖିଗଲି ମୁଁ l

କାହାଣୀ ଟି କୁ ଶେଷ କରିବା ଏକ ପ୍ରକାର କଷ୍ଟକର ନୁହେଁ ଅସମ୍ଭବ ମନେହେଲା ମୋ ପାଇଁ l କିନ୍ତୁ ଏତିକି ଅନୁଭବ କରିପାରିଲି ସେଦିନ ଯେ ବାସ୍ତବ ରେ 'ଶେଷ ' ବା 'ଉପସଂହାର ' ଶବ୍ଦ ର ସଂଜ୍ଞା କେତେ ଗଭୀର? ଗୋଟିଏ କାହାଣୀ ର ଉପସଂହାର ଆଉ କେତେ ଯେ ନୂତନ କାହାଣୀ ର ଆରମ୍ଭ ପାଇଁ ପଥ ମେଲି ଦେଇଯିବ, ସେଥିରେ ସନ୍ଦେହ ନାହିଁ l ଶେଷକୁ ଅତ୍ୟନ୍ତ ଅସନ୍ତୋଷ ଓ କୌତୁହଳ ଶୂନ୍ୟ ହୋଇ ମୁଁ ମୋର କାହାଣୀ ଟି କୁ ସେଇଠି ଶେଷ କରିବାର ପ୍ରୟାସ କଲି l

ସୃତକିର୍ତ୍ତୀ ତ୍ରିପାଠୀ


Rate this content
Log in