Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Subrat Kumar Muduli

Others

3  

Subrat Kumar Muduli

Others

ଆହାର

ଆହାର

1 min
7.3K


ସାଙ୍ଗ ବାହାଘର ପାର୍ଟିରେ ଯୋଗ ଦେବାକୁ ଯାଇଥିବା ଆମେ ସାଙ୍ଗମାନେ ଅବକାରୀ ପର୍ବ ନିମନ୍ତେ ଗୋଟେ ପାନ ଦୋକାନ ପାଖରେ ଛିଡା ହୋଇଥିଲୁ । ପାଖ ପରିତ୍ୟକ୍ତ ଘରୁ ଦିଶୁଥିଲା ରସଥାଳିରେ ବଢା ହୋଇଥିବା ଆଞ୍ଜୁଳାଏ ବତୁରା ଚୁଡା, ଉପରେ ମୁଠାଏ ମାଛି ପିକନିକ କରୁଥିଲେ  । ଗରିବ ରିକ୍ସାବାଲାଟି ଏଯାଏ ଘରକୁ ଫେରିନଥିଲା । ସ୍ତ୍ରୀ ରେବ ଦେହ ଖରାପ ଯୋଗୁଁ ମୂଲ ଲାଗିବାକୁ ଆଜି ମାଲ ଗୋଦାମ ଯାଇନଥିଲା ।  ମଣ୍ଡପ ରୋଷେଇ ଶାଳରୁ ଭାସି ଆସୁଥିବା ଖାଦ୍ୟର ବାସ୍ନାରେ ମୋ’ ଭୋକ ଚରମ ସୀମାରେ ପହଞ୍ଚିଥିଲା । କିଛି ସମୟପରେ ଦେଖିଲି ଗରିବ ସ୍ତ୍ରୀ ଲୋକଟି ଲଙ୍ଗଳା ମୁକୁଳା ତା’ର ଛୋଟ ପୁଅଟିକୁ ଭୋଜିରେ ରନ୍ଧା ହୋଇଥିବା ଏଣୁତେଣୁ ଖାଦ୍ୟ ବିଷୟରେ କହି ଖୁଆଇବାରେ ଲାଗିଥିଲା ଆଉ ଛୋଟ ଛୁଆଟି ବେଶି ଅଝଟ କରୁନଥିଲା । ଭୋଜି ସରିଲା ବଡବଡିଆ ସମ୍ପର୍କୀୟ ଲୋକମାନେ ଯିଏ ଯାହା ପୁଡିଆ ବାନ୍ଧିଲେ । ଆମେ ବି ରିଟର୍ନ ଅବକାରୀ ବୈଠକ ପାଇଁ କିଛି ଚାଖେଣା ବାନ୍ଧିଲୁ । ପ୍ରାୟ ସନ୍ଧ୍ୟା ହୋଇ ଆସୁଥିଲା ମଣ୍ଡପ ଗେଟ ଆଗରେ ଛୋଟ ଛୁଆଟିକୁ କାଖେଇ ସେଇ ସ୍ତ୍ରୀ ଲୋକଟି ଅନେକ ଗରିବ ଲୋକଙ୍କ ସହ ବଳକା ଖାଦ୍ୟ ଆଶାରେ ଛିଡା ହୋଇଥିଲା । ସିକ୍ୟୁରିଟି ବାଡି ଦେଖେଇ ଆଉ ଖାଦ୍ୟ ବଳିନି ବୋଲି ମନାକରୁଥିଲା । ହଠାତ ମୋ’ କାନରେ ପଡିଲା ଧୋବ ଧୋବଳିଆ ଲୋକ ଜଣକର କଥା ......... ଏମାନଙ୍କୁ ଆଉ ଏଣୁତେଣୁ ଖାଦ୍ୟ ରୁଚୁନି ଏଥିପାଇଁ ସରକାରଙ୍କ ଟଙ୍କିକିଆ ଚାଉଳ ଆଉ ପାଞ୍ଚଟଙ୍କିଆ ଆହାର ଯୋଜନା ଦାୟୀ । ମୁଁ ତ କିଛି ବୁଝି ପାରିଲିନି ସାଙ୍ଗମାନଙ୍କୁ ପଚାରୁଥିଲି ହେଲେ ସେମାନେ ସମସ୍ତେ ଏସି ଗାଡିରେ ମସ୍ତି କରୁଥିଲେ ନୂଆକରି ବାହାରିଥିବା ଛମଛମ ଗୀତର ତାଳେ ତାଳେ ।  


Rate this content
Log in